କେନ୍ଦ୍ରାପଡ଼ା

କେନ୍ଦ୍ରାପଡ଼ାରେ ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିଲା: ସମସ୍ତ ଆକ୍ରାନ୍ତ ସୁରଟ ଫେରନ୍ତା, କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିଲେ

କେନ୍ଦ୍ରାପଡ଼ା ଅଫିସ,୮ା୫: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳର ଏକ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଶୁକ୍ରବାର ୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ଏହି ଜିଲାରେ ୩ ଜଣ ଚିହ୍ନଟ ହୋଇଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିଛି। ଗତ ୩ ତାରିଖରେ…

୧୫ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୨୮୬ ଜଣଙ୍କ ସ୍ବାବ୍‌ ସଂଗ୍ରହ

ରାଜନଗର,୭ା୫(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକର ବିଭିନ୍ନ ପଞ୍ଚାୟତର ୧୫ଟି କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରହିଥିବା ପ୍ରବାସୀ ଓଡ଼ିଆଙ୍କ ମଧ୍ୟରୁ ୫ ଦିନରେ ୧୮୬ ଜଣଙ୍କର ସ୍ବାବ୍‌ ଟେଷ୍ଟ୍‌ ପାଇଁ ସଂଗ୍ରହ କରାଯାଇଛି। ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଏହି…

ଡେରାବିଶରେ ପ୍ରବାସୀ ଓଡ଼ିଆଙ୍କ ପାଇଁ ୬୮ କ୍ୱାରାଣ୍ଟାଇନ୍‌ ସେଣ୍ଟର ପ୍ରସ୍ତୁତ

ଡେରାବିଶ,୭ା୫(ସ୍ବ.ପ୍ର.): ଲକ୍‌ଡାଉନ୍‌ରେ ବାହାର ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବା ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ଉଦ୍ୟମ କରାଯାଇଛି। ଏ ନେଇ କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଅଧୀନରେ ଥିବା ୨୬ଟି ପଞ୍ଚାୟତରେ ସମୁଦାୟ…

୧୧୫୭ ପ୍ରବାସୀଙ୍କ ମଧ୍ୟରୁ ୫୮ କରୋନା ନେଗେଟିଭ୍‌

କେନ୍ଦ୍ରାପଡ଼ା ଅଫିସ, ୬ା୫: ଗତ ୪ ତାରିଖରୁ ଅଦ୍ୟାବଧି ୧୧୫୭ ପ୍ରବାସୀ ଜିଲାକୁ ଫେରିଛନ୍ତି। ସେମାନଙ୍କଠାରୁ ସଂଗୃହୀତ ସ୍ବାବ୍‌ ଟେଷ୍ଟିଂ ପରେ ୫୮ ଜଣ କରୋନା ନେଗେଟିଭ୍‌ ବୋଲି ଜିଲା ପ୍ରଶାସନ ବୁଧବାର ଗଣମାଧ୍ୟମକୁ ସୂଚନା ଦେଇଛି। ଜିଲାର ୪ଟି ସ୍ଥାନରେ…

ପାରିବାରିକ କଳହ ଯୋଗୁ ନଦୀକୁ ଡେଇଁ ପଡ଼ିଲେ ଯୁବକ

ମହାକାଳପଡ଼ା,୫।୫(ଡି.ଏନ.ଏ.)-ପାରିବାରିକ କଳହ ଯୋଗୁ ନଦୀକୁ ଡେଇଁ ପଡ଼ିଲେ ଯୁବକ। ପରେ ସ୍ଥାନୀୟ ଲୋକ ଓ ସ୍ଥାନୀୟ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉକ୍ତ ଯୁବକଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମହାକାଳପଡ଼ା ବ୍ଲକ…

କେରଳରେ ଓଡ଼ିଆ ମହିଳା ଶ୍ରମିକ ନିର୍ଯାତିତ

ଭୁବନେଶ୍ୱର, ୫।୫ (ବ୍ୟୁରୋ)/ କେନ୍ଦ୍ରାପଡ଼ା ଅଫିସ: କରୋନା କଟକଣା ପାଇଁ କେରଳରେ ଫସି ରହିଥିବା କେନ୍ଦ୍ରାପଡ଼ାର ୧ହଜାରରୁ ଊର୍ଦ୍ଧ୍ୱ ମହିଳା ଶ୍ରମିକ ଏବେ ନାନା ନିର୍ଯାତନାର ଶିକାର ହେଉଛନ୍ତି। ଏମାନେ ଏକ କପଡ଼ା କମ୍ପାନୀରେ ଦୁଇଦିନ ହେବ ଭୋକ ଉପାସରେ ପଡ଼ିରହି…

୧୪୭ କେରଳ ଫେରନ୍ତାଙ୍କୁ ସ୍ବାଗତ କଲା ପ୍ରଶାସନ

ରାଜନଗର,୩ା୫(ଡି.ଏନ୍‌.ଏ.): କେରଳରେ ଫସିଥିବା ୧୪୭ ପ୍ରବାସୀ ଓଡ଼ିଆ ୪ଟି ବସ୍‌ରେ ଆସି ରବିବାର ଅପରାହ୍ନରେ ରାଜନଗରରେ ପହଞ୍ଚିଛନ୍ତି। ସେମାନେ ରାଜନଗର ବ୍ଲକ ମହିଷାସୁର ଯଜ୍ଞ ପଡ଼ିଆରେ ପହଞ୍ଚିବା ପରେ ପ୍ରଶାସନ ତାଙ୍କୁ ସ୍ବାଗତ କରିଥିଲା। ଏଥିସହ ସାମାଜିକ ଦୂରତ୍ୱ ଭିତରେ ରାଜ୍ୟ…

ଟ୍ରକ ଡ୍ରାଇଭରଙ୍କୁ ଲହୁଲୁହାଣ କରି ପୋଲିସ କର୍ମଚାରୀ ନିଲମ୍ବିତ

ରାଜନଗର,୩ା୫(ଡି.ଏନ୍‌.ଏ.) : ଭଦ୍ରକର ଏକ ରାଇସ୍‌ମିଲକୁ ଧାନ ବୋଝେଇ କରି ଯାଉଥିବା ଟ୍ରକ ଡ୍ରାଇଭର ସାଣ୍ଟୁ ଜେନାଙ୍କୁ ପୋଲିସ ଅମାନୁଷିକ ଭାବରେ ମାଡ଼ ମାରି ଲହୁଲୁହାଣ କରି ଶେଷରେ ଚାକିରିରୁ ନିଲମ୍ବିତ ହେବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି। ଟ୍ରକ୍‌…

ଧନୁଷ୍ଟଙ୍କାର ଭଉଣୀ, ଥାଲାସେମିଆ ପୁଅଙ୍କୁ ମିଳିଲା ସହାୟତା

ପଟ୍ଟାମୁଣ୍ଡାଇ, ୧ା୫ (ସ୍ବ.ପ୍ର.): କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ୍‌ ଗଙ୍ଗାରାମପୁର ପଞ୍ଚାୟତ ଗୁଣୁପୁର ପାଟଣା ଗ୍ରାମର ଅଲେଖ ଦାସଙ୍କ ପରିବାର ଏବେ ଅସହାୟ ହୋଇ ପଡିଛନ୍ତି। କରୋନା ପାଇଁ ତାଲା ବନ୍ଦ ତାଙ୍କ ପରିବାର ପାଇଁ ଅଭିଶାପ ପାଲଟିଛି। ଶ୍ରମଜୀବୀ ଅଲେଖଙ୍କ…

ଉତ୍ତରାଖଣ୍ଡରେ ଫସିଛନ୍ତି ୨୪ ଛାତ୍ରୀଛାତ୍ର, ଫେରାଇ ଆଣିବା ପାଇଁ ସରକାରଙ୍କୁ ପରିବାର ଲୋକଙ୍କ ନିବେଦନ

ରାଜନଗର,୩୦ା୪(ଡି.ଏନ୍‌.ଏ.) : କେନ୍ଦ୍ରାପଡ଼ା ଜିଲା ବାରୁଅସ୍ଥିତ ଜବାହାରଲାଲ କେନ୍ଦ୍ରୀୟ ବିଦ୍ୟାଳୟର ରାଜନଗର, ରାଜକନିକା, ଆଳି ବ୍ଲକର ୨୪ ଜଣ ଛାତ୍ରୀଛାତ୍ର ମାଇଗ୍ରେସନ ପାଠ ପଢ଼ିବା ପାଇଁ ଉତ୍ତରାଖଣ୍ଡ ଯାଇଥିଲେ। ଲକ୍‌ଡାଉନ୍‌ ଯୋଗୁ ସେମାନେ ଏବେ ସେଠାରେ ଫସି ରହିଛନ୍ତି। ପରିବାର ଲୋକେ…

କ୍ୱାରାଣ୍ଟାଇନ୍‌ରେ ରହିଲେ ୬ ପଶ୍ଚିମବଙ୍ଗ ଫେରନ୍ତା

ରାଜନଗର,୩୦ା୪(ଡି.ଏନ୍‌.ଏ.) : କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ତାଳଚୁଆ ସାମୁଦ୍ରିକ ଥାନା ଅନ୍ତର୍ଗତ ଖାସମୁଣ୍ଡା ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଲୁଚି କରି ୬ ବଂଲାଭାଷୀ ଚାଲିଆସିଥିଲେ। ପୋଲିସ ସେମାନଙ୍କୁ ଧରି ଗୁରୁବାର ତାଳଚୁଆ ପଞ୍ଚାୟତ ନୋଡାଲ ଅଫିସର ବିଜୟ କୁମାର…

ଧାନ ବୋଝେଇ ୪ ଟ୍ରକ୍‌ ଜବତ

ରାଜନଗର,୩୦ା୪(ଡି.ଏନ୍‌.ଏ.) : କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ତାଳଚୁଆ ଅଞ୍ଚଳରୁ ଧାନବେପାରୀ ୪ଟି ଟ୍ରକ୍‌ରେ ଧାନ ବୋଝେଇ କରି କଲିକତା ଚାଲାଣ କରୁଥିଲେ। ବୁଧବାର ରାତିରେ ତାଳଚୁଆ ସାମୁଦ୍ରିକ ଥାନା ଇନ୍ସପେକ୍ଟର ଶ୍ରୀକାନ୍ତ ବାରିକ ଖବର ପାଇ ଏହି ୪ଟି ଟ୍ରକ୍‌କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?