ପାରାଦୀପ-ହରିଦାସପୁର ରେଳପଥ: ଗଡ଼ିଲା ମାଲବାହୀ ଟ୍ରେନ୍‌

ପାରାଦୀପ(ସ୍ବ.ପ୍ର.)/କେନ୍ଦ୍ରାପଡ଼ା ଅଫିସ/ମାର୍ଶାଘାଇ/ମହାକାଳପଡ଼ା (ଡି.ଏନ୍‌.ଏ),୧।୮: ଦୀର୍ଘ ୨୧ ବର୍ଷର ପ୍ରତୀକ୍ଷା ପରେ ଶୁକ୍ରବାର ପ୍ରଥମ କରି ପାରାଦୀପ-ହରିଦାସପୁର ରେଳପଥରେ ମାଲବାହୀ ଟ୍ରେନ୍‌ ଚଳାଚଳ ହୋଇଛି। ପାରାଦୀପରୁ ୫୨୮୨ ଟନ୍‌ କୋଇଲା ବୋଝେଇ ଏକ ଟ୍ରେନ୍‌ (ନଂ-ଏମଇ/ଏଚଏସ୍‌ପିଜି ୨୨)କୁ ପରୀକ୍ଷାମୂଳକ ଭାବେ ରାଉରକେଲା ଅଭିମୁଖେ ଛଡ଼ାଯାଇଛି। ପୂର୍ବତଟ ରେଲ୍‌ଓ୍ବେ ଖୋର୍ଦ୍ଧା ଡିଭିଜନର ଏରିଆ ମ୍ୟାନେଜର ଆର. ମନୋଜ ବାବୁ ପାରାଦୀପ ରଙ୍ଗିଆଗଡ଼ ଷ୍ଟେଶନରେ ପୂର୍ବାହ୍ନ ୧୧ଟା୧୫ରେ ପତାକା ଦେଖାଇ ଏହି ଟ୍ରେନ୍‌ ଚଳାଚଳକୁ ଶୁଭାରମ୍ଭ କରିଥିଲେ। ଏହା ଭାୟା ହରିଦାସପୁର ହୋଇ ରାଉରକେଲା ଯିବାର ଥିଲା। ତେବେ ଟ୍ରେନ୍‌ କେନ୍ଦ୍ରାପଡ଼ା ଜିଲାର ନୂଆଗାଁ ଷ୍ଟେଶନଠାରେ ପହଞ୍ଚତ୍ବାପରେ ଲୋକେ ପ୍ରଥମେ ପାସେଞ୍ଜର ଟ୍ରେନ୍‌ ଚଳାଚଳ ପାଇଁ ଦାବି କରି ତାହାକୁ ଅଟକାଇ ଥିଲେ। ଲୋକେ ଜିଦ୍‌ରେ ଅଟଳ ରହିବାରୁ ମାଲବାହୀ ଟ୍ରେନ ପାରାଦୀପ ଫେରି ଯାଇଥିଲା। ପୁଣି ତାହାକୁ ରାତି ପ୍ରାୟ ୯ଟାରେ କଟକ ରୁଟ୍‌ରେ ଗନ୍ତବ୍ୟସ୍ଥଳ ଅଭିମୁଖେ ଛଡ଼ାଯାଇଥିଲା।
କେନ୍ଦ୍ରାପଡ଼ା ଜିଲାରେ ଆନୁଷ୍ଠାନିକ ଭାବେ ରେଳ ଚଳାଚଳ ହୋଇନାହିଁ। କିନ୍ତୁ ମହାକାଳପଡ଼ା ବ୍ଲକ ନୂଆଗଁାଠାରେ ଜିଲାର ପ୍ରଥମ ରେଳରୋକୋ ଆନ୍ଦୋଳନ ହୋଇଛି। ଆନ୍ଦୋଳନକାରୀମାନେ ଜିଲାରେ ମାଲବାହୀ ପରିବର୍ତ୍ତେ ଯାତ୍ରୀବାହୀ ରେଳ ପ୍ରଥମେ ଗଡ଼ୁ ବୋଲି ଦାବି କରିଛନ୍ତି। ଏ ସମ୍ପର୍କରେ ପୂର୍ବତଟ ରେଳପଥର ପିଆରଓ ନିରାକାର ଦାସ କହିଛନ୍ତି, ଏହା ମାଲବାହୀ ଟ୍ରେନ୍‌ର ଟ୍ରାଏଲ ରନ। ଏହାଦ୍ୱାରା ନିରାପତ୍ତାଭିତ୍ତିକ କାର୍ଯ୍ୟକୁ ତଦାରଖ କରାଯାଇ ସଂଶୋଧିତ ହୋଇଥାଏ। ପଣ୍ୟ ପରିବହନ ଏହି ରେଳପଥର ମୁଖ୍ୟ ଉଦ୍ଦେଶ୍ୟ ହୋଇଥିବା ବେଳେ ଯାତ୍ରୀବାହୀ ରେଳ ଚଳାଚଳ ପାଇଁ ରେଲୱେ ବୋର୍ଡର ନିଷ୍ପତ୍ତି ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ।
ହରିଦାସପୁର-ପାରାଦୀପ ନୂଆ ବ୍ରଡ୍‌ଗେଜ୍‌ ରେଳପଥ କାର୍ଯ୍ୟକାରୀ ହେଲେ କେନ୍ଦ୍ରାପଡ଼ା ଜିଲା ରେଳ ମାନଚିତ୍ରରେ ରାଜ୍ୟର ୨୬ତମ ଜିଲା ହେବ। ୮୨ କିଲୋମିଟର ଏହି ଫାଟକ ବିହୀନ ରେଳପଥ ପ୍ରକଳ୍ପକୁ ୧୯୯୬ରେ ତତ୍କାଳୀନ ରେଳମନ୍ତ୍ରୀ ରାମବିଳାଶ ପାଶ୍ୱାନ ମଞ୍ଜୁରୀ ଦେଇଥିଲେ। ୧୯୯୯ ଏପ୍ରିଲରେ କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇଠାରେ ତତ୍କାଳୀନ ରେଳମନ୍ତ୍ରୀ ନୀତୀଶ କୁମାର ଶିଳାନ୍ୟାସ କରିଥିଲେ। ୨୦୧୨ରେ ରେଳପଥ ଲାଗି ପ୍ରଥମଥର ପାଇଁ ୧୧୮୬ କୋଟି ଟଙ୍କା ଆସିଥିବା ବେଳେ ୨୦୨୦ ଜୁନ ସୁଦ୍ଧା ନିର୍ମାଣ କାର୍ଯ୍ୟରେ ୨୩୩୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ହରିଦାସପୁର ଷ୍ଟେଶନ ସମେତ ରେଳପଥରେ ୧୧ଟି ଷ୍ଟେଶନ ରହିଛି। ଏଥିପାଇଁ ମୋଟ ୧୭୪୪ ଏକର ଜମି ଅଧିଗ୍ରହଣ ହୋଇଛି। ଏଥିରେ ୮୬ ଗ୍ରାମର ୧୫୦୩ ଏକର ଜମି ଅଧିଗ୍ରହଣ ହୋଇଥିବାବେଳେ ସରକାରୀ ଜମି ୨୩୫ ଏକର ଓ ଅବଶିଷ୍ଟ ଜଙ୍ଗଲ ଜମି ରହିଛି। ରେଳପଥରେ ୬୮ଟି ଅଣ୍ଡର ରୋଡ୍‌ ବ୍ରିଜ୍‌, ୧୮୭ ଛୋଟ ବ୍ରିଜ୍‌, ୨୯ ବଡ଼ ବ୍ରିଜ୍‌ ସହିତ ଲୁଣା ଓ ମହାନଦୀ ଉପରେ ବ୍ରିଜ୍‌ ନିର୍ମାଣ ହୋଇଛି। ପ୍ରାଥମିକ ସ୍ତରରେ ରେଳପଥରେ ମାଲବାହୀ ରେଳ ଚଳାଚଳ ପାଇଁ ଯୋଜନା ହୋଇଛି। ତେବେ କେନ୍ଦ୍ରାପଡା ଜିଲାରେ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳକୁ ଗୁରୁତ୍ୱ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ, କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା, ଏମ୍‌ପି ଅନୁଭବ ପଟ୍ଟନାୟକ ପ୍ରମୁଖ ଯାତ୍ରୀବାହୀ ରେଳ ଚାଳନାକୁ ଗୁରୁତ୍ୱ ଦେଇ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ସମର୍ଥନ କରିଛନ୍ତି। ଜିଲାସ୍ତରରେ ଭାଜପା ସଭାପତି କିଶୋର ଚନ୍ଦ୍ର ପଣ୍ଡା, ବରିଷ୍ଠ ନେତା ଭୁବନମୋହନ ଜେନା, ଦୁର୍ଯ୍ୟୋଧନ ସାହୁ, ସୁନାକର ବେହେରା ପ୍ରମୁଖ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ ଓ ଧର୍ମେନ୍ଦ୍ରଙ୍କୁ ଚିଠି ଲେଖିଛନ୍ତି। ଏଥିସହିତ ଜିଲା ଆଇନଜୀବୀ ସାମ୍ମୁଖ୍ୟର ଆଇନଜୀବୀ ସଞ୍ଜୟ ଜେନାଙ୍କ ନେତୃତ୍ୱରେ ଜିଲାପାଳଙ୍କୁ ଶୁକ୍ରବାର ଦାବିପତ୍ର ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖେଳୁଥିବା ସମୟରେ ପୋଖରୀରେ ବୁଡ଼ି ଦୁଇ ଶିଶୁଙ୍କ ଜୀବନ ଗଲା

କୋରାପୁଟ,୧ା୭(ଅମିତାଭ ବେହେରା): ଖେଳୁଥିବା ସମୟରେ ପୋଖରୀରେ ବୁଡ଼ି ୨ ଶିଶୁଙ୍କ ଜୀବନ ଯାଇଛି। ଏମିତି ଏକ ଅଭାବନୀୟ ଘଟଣା ଦେଖିବା ପାଇଁ ମିଳିଛି କୋରାପୁଟ ଜିଲା...

ବିନା ଅନୁମତିରେ ମେସ୍କୋ ରେଲୱେ ସାଇଡିଂ ମାମଲା: ଏସ୍‌ପିସିବି ପକ୍ଷରୁ ତଦନ୍ତ ଆରମ୍ଭ

ଯାଜପୁର ଅଫିସ/କଳିଙ୍ଗନଗର (ଡି.ଏନ.ଏ.),୧୮ା୬: କଳିଙ୍ଗନଗର ଶିଳ୍ପାଞ୍ଚଳର ମେସ୍କୋ ଷ୍ଟିଲ ପରିସରରେ ଥିବା ରେଲୱେ ସାଇଡିଂ ଉପରେ ଗୁରୁବାର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି)ର କଳିଙ୍ଗନଗର...

ବିଦ୍ୟୁତ୍‌ ବିଭ୍ରାଟରୁ ସ୍ଥିତି ବିଷମ

ଢେଙ୍କାନାଳ ଅଫିସ, ୨୬।୪ ଖରାରେ ସିଝୁଛି ଗାଁଠାରୁ ସହର। ଆକାଶରୁ ହେଉଛି ଅଗ୍ନିବର୍ଷା। ପ୍ରଚଣ୍ଡ ତାତିରେ ଜଳିପୋଡ଼ିଯାଉଛି ଦେହମୁଣ୍ଡ। ସକାଳ ୮ଟାରୁ ଆରମ୍ଭ ହୋଇଯାଉଛି ଗ୍ରୀଷ୍ମପ୍ରବାହ।...

ମଧ୍ୟାହ୍ନ ଭୋଜନରେ ଝିଟିପିଟି ବିସ୍କୁଟ ଖାଇଲେ ଛାତ୍ରୀଛାତ୍ର

ତୁମୁଡ଼ିବନ୍ଧ,୨୨ା୯(ଡ଼ି.ଏନ.ଏ.)-ତୁମୁଡିବନ୍ଧ ବ୍ଲକ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶନିବାର ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଉଥିବା ବେଳେ ତରକାରୀରେ ଏକ ମଲା ଝିଟିପିଟି ପଡ଼ିଥିବା ପାଚିକା ଦେଖିଥିଲେ...

କଟକଣା କୋହଳ ସତ୍ତ୍ବେ ବସ୍‌ ବନ୍ଦ

କଟକ ଅଫିସ,୬ା୮: କରୋନା କଟକଣା କୋହଳ ସତ୍ତ୍ୱେ ବସ୍‌ ସେବା ବନ୍ଦ ରହିଛି। ମାର୍ଚ୍ଚରୁ ଘରୋଇ ବସ୍‌ଗୁଡ଼ିକ ବାଦାମବାଡ଼ି-ଲିଙ୍କ୍‌ରୋଡ ମୁଖ୍ୟରାସ୍ତା କଡ଼ରେ ପଡ଼ିରହି ଖତ ଖାଉଛି।...

ପୋଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁ ଆହତ

ଆସିକା,୫।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଆସିକା-ବାଲିପଦର ମୁଖ୍ୟ ରାସ୍ତାର ଚାରିମଇଲି ନିକଟରେ ସୋମବାର ଭୋର ସମୟରେ ଆସିକା ପୋଲିସ ପକ୍ଷରୁ ହୋଇଥିବା ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁଚରଣ...

ବିଲରୁ ମିଳିଲା ମହିଳାଙ୍କ ମୃତଦେହ, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର ଅଫିସ/ସଇଁତଲା,୧ା୧୧: ବଲାଙ୍ଗୀର ଜିଲା ସଇଁତଳା ଥାନା ଅଧୀନ ଆମ୍ବପାଲି ଗ୍ରାମରେ ଜଣେ ମହିଳାଙ୍କ ମୃତଦେହ ଗାଁ ଏକ ବିଲରୁ ଉଦ୍ଧାର କରାଯାଇଛି। ପୋଲିସ ସୂଚନା...

ଶାଳୀ ବିବାହ ସ୍ଥିର ହୋଇଯିବାରୁ ଅଶ୍ଳୀଳ ଫଟୋ ଭାଇରାଲ ପାଇଁ ଧମକ ଦେଇ ଭିଣୋଇ ଗିରଫ

କଣ୍ଟାପଡା,୧୦।୧୨(ଡି.ଏନ୍‌.ଏ.): ଶାଳୀ ସହ ଘଟିଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଅଶ୍ଳୀଳ ଫଟୋକୁ ଭାଇରାଲ କରିଦେବାକୁ ଧମକ ଦେବା ଅଭିଯୋଗରେ ଓଲଟପୁର ପୋଲିସ ଅଭିଯୁକ୍ତ ଭିଣୋଇଙ୍କୁ ଗିରଫ କରି...

Advertisement
Archives

Model This Week