ପାନୀୟଜଳ ସମସ୍ୟା ସମାଧାନଠାରୁ ଦୂରରେ

କେନ୍ଦ୍ରାପଡ଼ା ଅଫିସ, ୩୧।୭: ଜଳ ସଂରକ୍ଷଣକୁ ଜନ ଆନ୍ଦୋଳନରେ ପରିଣତ ପାଇଁ କେନ୍ଦ୍ର ସରକାରଙ୍କ ପାନୀୟ ଜଳ ଓ ପରିମଳ ବିଭାଗ ପକ୍ଷରୁ ଜଳଶକ୍ତି ଅଭିଯାନ ୨୦୧୯ ଜୁଲାଇ ମାସରେ ଆରମ୍ଭ ହୋଇଥିଲା। ଦେଶର ୨୫୫ଟି ଜିଲା ପ୍ରଥମ ପର୍ଯ୍ୟାୟରେ ତାଲିକାଭୁକ୍ତ ହୋଇଥିବା ବେଳେ ଓଡ଼ିଶାର ଏକମାତ୍ର କେନ୍ଦ୍ରାପଡ଼ା ଜିଲାକୁ ଏଥିରେ ସାମିଲ କରାଯାଇଥିଲା। ଜିଲାରେ ଅଗଷ୍ଟ ମାସରେ ଏହି ଅଭିଯାନ ଆରମ୍ଭ ହୋଇଥିବା ବେଳେ ଇତିମଧ୍ୟରେ ବର୍ଷେ ବିତିଛି। ଉଦ୍‌ଘାଟନର ଦୁଇମାସ ପର୍ଯ୍ୟନ୍ତ କିଛି ପରିମାଣରେ ସଚେତନତା କାର୍ଯ୍ୟକ୍ରମ ଚାଲିଥିବା ବେଳେ ଗତ ୧୦ମାସ ଧରି ଏ ନେଇ କାହାରି ତତ୍ପରତା ନାହିଁ। ଫଳରେ ପାନୀୟ ଜଳ ସମସ୍ୟାର ସମାଧାନଠାରୁ ବହୁ ଦୂରରେ ରହିଛି।
ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ କହନ୍ତି, ଜିଲାରେ ଆଗାମୀ ଜଳ ସଙ୍କଟକୁ ଦୂର କରିବା ପାଇଁ ଅଭିଯାନ ଆରମ୍ଭ ହୋଇଥିଲା। ୨୦୧୧ଠାରୁ ୨୦୧୪ ମସିହା ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଗ୍ରାଉଣ୍ଡ ୱାଟର ବୋର୍ଡର ରିପୋର୍ଟ ଓ କେନ୍ଦ୍ର ସରକାରଙ୍କ ପାନୀୟ ଜଳ ବିଭାଗ ସର୍ଭେ ଅନୁଯାୟୀ ଆଗାମୀ ୨୦୩୦ ମସିହା ସୁଦ୍ଧା ସମଗ୍ର ଜିଲାରେ ପାନୀୟ ଜଳ ସଙ୍କଟ ଦେଖାଦେବ। ଏଥିପାଇଁ ଭୂତଳ ଜଳକୁ ରିଚାର୍ଜ ପାଇଁ ପରାମର୍ଶ ଦିଆଯାଇଥିଲା। ଜଳ ସଂରକ୍ଷଣ ଓ ବର୍ଷାଜଳ ଅମଳ, ପାରମ୍ପରିକ ଜଳଉତ୍ସର ପୁନରୁଦ୍ଧାର, ଜଳ ଛାୟା ବିକାଶ, ବ୍ୟାପକ ବନୀକରଣ ଦ୍ୱାରା ସାମ୍ପ୍ରତିକ ପାନୀୟ ଜଳ ସମସ୍ୟା ଦୂର ହେବା ସହିତ ଭୂତଳ ଜଳସ୍ତରକୁ ବୃଦ୍ଧି କରିହେବ ବୋଲି ରିପୋର୍ଟରେ ଉଲ୍ଲେଖ ଥିଲା। ତେବେ ଜିଲାରେ ଏହି ଅଭିଯାନ କାଗଜପତ୍ରରେ ସୀମିତ ହୋଇଛି। ତଥ୍ୟ ଅନୁଯାୟୀ ସେପ୍ଟେମ୍ବର ୧୫ ସୁଦ୍ଧା ଜିଲାରେ ମାତ୍ର ୬୬,୨୫୩ଟି ଗଛ ବିଭିନ୍ନ କାର୍ଯ୍ୟକ୍ରମରେ ଲାଗିଛି। ସେହିପରି ୧୦୪୯ଟି ଟ୍ୟୁବ୍‌ୱେଲ ନିକଟରେ ୫ ହଜାର ଟଙ୍କା ଲେଖାଏ ଖର୍ଚ୍ଚ ହୋଇ ୨୦ ଫୁଟର ପାଇପ ବସିଛି। ଛାତ ଉପରେ ବର୍ଷାଜଳ ସଂରକ୍ଷଣ କରି ଭୂପୃଷ୍ଠକୁ ଛାଡିବା ପାଇଁ ଯୋଜନା ବିଫଳ ହୋଇଛି। ଗ୍ରାମୀଣ ପାନୀୟ ଜଳ ଓ ପରିମଳ ବିଭାଗକୁ ନିର୍ଦ୍ଦେଶ ହୋଇଥିଲେ ପ୍ରତ୍ୟେକ ଟ୍ୟୁବ୍‌ୱେଲରେ ସକ୍‌ ପିଟ୍‌ ବ୍ୟବସ୍ଥା ହୋଇଥାନ୍ତା। ଏହି ଅଭିଯାନରେ ରାଜନେତା ଓ ପ୍ରଶାସକଙ୍କ ଆନ୍ତରିକତା ନ ଥିବାରୁ ସଚେତନତା କାର୍ଯ୍ୟକ୍ରମ ଫେଲ୍‌ ମାରିଥିବା ନେଇ ସାମଲ କ୍ଷୋଭ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, କୌଣସି ଅଭିଯାନ କାର୍ଯ୍ୟକାରୀ ପାଇଁ ଅର୍ଥର ଆବଶ୍ୟକତା ଅଛି। କେନ୍ଦ୍ର ସରକାର ଏହି ଅଭିଯାନ ଓଡିଶାରେ ଲାଗୁ କରିବା ପରେ ଅର୍ଥ ବ୍ୟବସ୍ଥା କରିନାହାନ୍ତି। ତେବେ ଷ୍ଟେଟ ଫାଇନାନ୍ସ କମିଶନ ଅର୍ଥରୁ କିଛି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି। ଅଭିଯାନ ସଫଳ ନ ହେଲେ ଆଗାମୀ ଦିନରେ ପାନୀୟ ଜଳ ସଙ୍କଟ ଗୁରୁତର ହେବ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି। ଭାଜପାର ବରିଷ୍ଠ ନେତା ଭୁବନମୋହନ ଜେନା କହନ୍ତି, କେନ୍ଦ୍ର ସରକାରଙ୍କ ଏହି ଅଭିଯାନ ଜିଲାବାସୀଙ୍କ ପାନୀୟ ଜଳ ସଙ୍କଟ ଦୂର ପାଇଁ ବରଦାନ ସଦୃଶ। ତେବେ ଅଭିଯାନ ଆରମ୍ଭରୁ ରାଜ୍ୟ ସରକାର ଏହାକୁ ଦଳୀୟ କାର୍ଯ୍ୟକ୍ରମରେ ପରିଣତ କରିଦେଲେ। ଫଳରେ ବିଜେଡି ରାଜନେତାଙ୍କ ଭାଷଣ ପରେ ଅଭିଯାନର ମୃତ୍ୟୁ ହୋଇଛି। କୌଣସି ଭଲ କାର୍ଯ୍ୟକ୍ରମକୁ ବିଫଳ କରିବା ଜିଲା ରାଜନୀତିରେ ନୂଆ ନୁହେଁ ବୋଲି ସେ ମତ ଦେଇଛନ୍ତି। କଂଗ୍ରେସର ବରିଷ୍ଠ ନେତା ଗଣେଶ୍ୱର ବେହେରା କହିଛନ୍ତି, କେନ୍ଦ୍ରାପଡା ଜିଲାରେ ଅଭିଯାନ ବିଫଳ ହେବାରେ ରାଜ୍ୟ ଓ କେନ୍ଦ୍ର ସରକାର ଉଭୟ ଦାୟୀ। ଏହି ଅଭିଯାନକୁ ଚଳାଇବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅତିରିକ୍ତ ସଚିବଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ସେ ତଦାରଖ କରିନାହାନ୍ତି। ସେହିପରି କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟରେ ରାଜ୍ୟ ସରକାର ସମର୍ଥନ ଦେଉଥିବା ବେଳେ ଅର୍ଥ ଖର୍ଚ୍ଚକୁ ପଛଘୁଞ୍ଚା ଦେଇଛନ୍ତି। ଉଭୟ ଦଳର ରାଜନେତାମାନେ ଜିଲା ବିକାଶକୁ ଅଣଦେଖା କରୁଛନ୍ତି ା ତୁରନ୍ତ ଅଭିଯାନ ଚାଲୁ କରିବାକୁ ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋତି ହୋଇଗଲାଣି ଶିଳାନ୍ୟାସ ଫଳକ, ମହାଗୁଡ଼ା-ସରପଡ଼ା ସେତୁ କାମ ସରିବାର ନାଁ ଧରୁନି

ଭଞ୍ଜନଗର,୩୦ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଲୋହରାଖଣ୍ଡି ନଦୀ ଉପରେ ନିର୍ମାଣାଧୀନ ମହାଗୁଡ଼ା-ସରପଡ଼ା ସେତୁ କାମ ମନ୍ଥର ଗତିରେ ଚାଲିଛି। ନିର୍ଦ୍ଧାରିତ…

ପ୍ରଶଂସକଙ୍କ ମନ ଜିତିଲେ ଥଲାଇଭା, ଦାମୀ କାରରେ ନୁହେଁ ବରଂ ଅଟୋରେ ଆସିଲେ ସୁଟିଂସେଟ୍

ନୂଆଦିଲ୍ଲୀ,୩୦।୯: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରଶଂସକ କେତେ ଅଧିକ, ତାହାର ଆଉ ଏକ ଦୃଶ୍ୟ ମୈସୁରରେ ଦେଖିବାକୁ ମିଳିଛି । ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ ‘ଧର୍ମନ’ର ଶୁଟିଂ…

ନାଇଆଡିଆ ସେତୁରୁ ବ୍ରାହ୍ମଣୀ ନଦୀକୁ ଡେଇଁପଡ଼ିଲେ ଭିକାରୀ, କାରଣ ଜାଣିଲେ….

ପଟ୍ଟାମୁଣ୍ଡାଇ,୩୦।୯(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ନାଇଆଡିଆ ସେତୁ ଉପରୁ ବ୍ରାହ୍ମଣୀ ନଦୀକୁ ଡେଇଁ ଜଣେ ୫୨ ବର୍ଷୀୟ ବ୍ୟକ୍ତି । ନିଖୋଜ…

୨୦୨୯ରେ ରାହୁଲ ଗାନ୍ଧୀ ହେବେ କି ବିରୋଧୀଙ୍କ ଚେହେରା? ମମତାଙ୍କ ଜବାବକୁ ନେଇ ଦେଶରେ ହଇଚଇ

ନୂଆଦିଲ୍ଲୀ,୩୦।୯: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ବିରୋଧୀ INDIA ବ୍ଲକ୍‌ରେ ରାଜନୈତିକ ତତ୍ପରତା ବଢ଼ିଛି । ବୁଧବାର ନୂଆଦିଲ୍ଲୀରେ INDIA ବ୍ଲକ୍‌ର ନେତାମାନେ…

ତାଳପତ୍ର କୁଡ଼ିଆରେ ବିତୁଛି ମା’ଙ୍କ ସହ ଦୁଇ ଝିଅ-ପୁଅଙ୍କ ଜୀବନ, ସହାୟତାର ହାତ ବଢ଼ାଇଲେ…

ଗଞ୍ଜାମ,୩୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଖଣ୍ଡଦେଉଳୀ ପଞ୍ଚାୟତର ଖଣ୍ଡ ଦେଉଳୀ ଗ୍ରାମର ବିଧବା ମହିଳା ଏସ୍‌ ରୀନା। ପରିବାର କହିଲେ ପୁଅ ଓ ଝିଅ। ସ୍ବାମୀ ଏସ୍‌…

ଚାଞ୍ଚଲ୍ୟ! SCB ନାଁରେ ସାଂଘାତିକ ଅଭିଯୋଗ, ରୋଗୀଙ୍କୁ ପାଇପ୍‌ରେ ପିଟି ପିଟି ମାରିଦେଲେ

କଟକ,୩୦ା୯(ପ୍ରଭୁକଲ୍ୟାଣ ପାଲ୍): କଟକ ଏସସିବି ମାନସିକ ରୋଗ ବିଭାଗରୁ ଆସିଛି ସାଂଘାତିକ ଅଭିଯୋଗ । ଦୁଇଦିନ ତଳେ ଭର୍ତ୍ତି ହୋଇଥିବା ଯାଜପୁର ଅଂଚଳ ର ଜଣେ ରୋଗୀଙ୍କୁ…

‘କାଲି ତ ମୁଁ ମ୍ୟାଚ୍ ଖେଳିଥାଆନ୍ତି…’, ନିଜ ମୃତ୍ୟୁ ଖବର ଦେଖି ହସିଲେ କ୍ରିକେଟର, ଭାଇରାଲ୍‌ ହେଉଛି ଭିଡିଓ

ନୂଆଦିଲ୍ଲୀ,୩୦।୯: ପାକିସ୍ତାନୀ କ୍ରିକେଟର ଆଜମ ଖାନଙ୍କ ମୃତ୍ୟୁ ଖବର ଦେଖି ନିଜେ ହିଁ ହସିଲେ ଆଜମ । ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ୍‌ ହେଉଛି,…

ମୋଦି କ୍ୟାବିନେଟରେ ବଡ଼ ନିଷ୍ପତ୍ତି, କୃଷକଙ୍କ ପାଇଁ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୦।୯: ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଏବଂ ଅର୍ଥନୈତିକ ବ୍ୟାପାର ସମ୍ୱନ୍ଧୀୟ କ୍ୟାବିନେଟ କମିଟି (CCEA)ରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟ ‘ପିଏମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?