ପାନୀୟଜଳ ସମସ୍ୟା ସମାଧାନଠାରୁ ଦୂରରେ

କେନ୍ଦ୍ରାପଡ଼ା ଅଫିସ, ୩୧।୭: ଜଳ ସଂରକ୍ଷଣକୁ ଜନ ଆନ୍ଦୋଳନରେ ପରିଣତ ପାଇଁ କେନ୍ଦ୍ର ସରକାରଙ୍କ ପାନୀୟ ଜଳ ଓ ପରିମଳ ବିଭାଗ ପକ୍ଷରୁ ଜଳଶକ୍ତି ଅଭିଯାନ ୨୦୧୯ ଜୁଲାଇ ମାସରେ ଆରମ୍ଭ ହୋଇଥିଲା। ଦେଶର ୨୫୫ଟି ଜିଲା ପ୍ରଥମ ପର୍ଯ୍ୟାୟରେ ତାଲିକାଭୁକ୍ତ ହୋଇଥିବା ବେଳେ ଓଡ଼ିଶାର ଏକମାତ୍ର କେନ୍ଦ୍ରାପଡ଼ା ଜିଲାକୁ ଏଥିରେ ସାମିଲ କରାଯାଇଥିଲା। ଜିଲାରେ ଅଗଷ୍ଟ ମାସରେ ଏହି ଅଭିଯାନ ଆରମ୍ଭ ହୋଇଥିବା ବେଳେ ଇତିମଧ୍ୟରେ ବର୍ଷେ ବିତିଛି। ଉଦ୍‌ଘାଟନର ଦୁଇମାସ ପର୍ଯ୍ୟନ୍ତ କିଛି ପରିମାଣରେ ସଚେତନତା କାର୍ଯ୍ୟକ୍ରମ ଚାଲିଥିବା ବେଳେ ଗତ ୧୦ମାସ ଧରି ଏ ନେଇ କାହାରି ତତ୍ପରତା ନାହିଁ। ଫଳରେ ପାନୀୟ ଜଳ ସମସ୍ୟାର ସମାଧାନଠାରୁ ବହୁ ଦୂରରେ ରହିଛି।
ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ କହନ୍ତି, ଜିଲାରେ ଆଗାମୀ ଜଳ ସଙ୍କଟକୁ ଦୂର କରିବା ପାଇଁ ଅଭିଯାନ ଆରମ୍ଭ ହୋଇଥିଲା। ୨୦୧୧ଠାରୁ ୨୦୧୪ ମସିହା ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଗ୍ରାଉଣ୍ଡ ୱାଟର ବୋର୍ଡର ରିପୋର୍ଟ ଓ କେନ୍ଦ୍ର ସରକାରଙ୍କ ପାନୀୟ ଜଳ ବିଭାଗ ସର୍ଭେ ଅନୁଯାୟୀ ଆଗାମୀ ୨୦୩୦ ମସିହା ସୁଦ୍ଧା ସମଗ୍ର ଜିଲାରେ ପାନୀୟ ଜଳ ସଙ୍କଟ ଦେଖାଦେବ। ଏଥିପାଇଁ ଭୂତଳ ଜଳକୁ ରିଚାର୍ଜ ପାଇଁ ପରାମର୍ଶ ଦିଆଯାଇଥିଲା। ଜଳ ସଂରକ୍ଷଣ ଓ ବର୍ଷାଜଳ ଅମଳ, ପାରମ୍ପରିକ ଜଳଉତ୍ସର ପୁନରୁଦ୍ଧାର, ଜଳ ଛାୟା ବିକାଶ, ବ୍ୟାପକ ବନୀକରଣ ଦ୍ୱାରା ସାମ୍ପ୍ରତିକ ପାନୀୟ ଜଳ ସମସ୍ୟା ଦୂର ହେବା ସହିତ ଭୂତଳ ଜଳସ୍ତରକୁ ବୃଦ୍ଧି କରିହେବ ବୋଲି ରିପୋର୍ଟରେ ଉଲ୍ଲେଖ ଥିଲା। ତେବେ ଜିଲାରେ ଏହି ଅଭିଯାନ କାଗଜପତ୍ରରେ ସୀମିତ ହୋଇଛି। ତଥ୍ୟ ଅନୁଯାୟୀ ସେପ୍ଟେମ୍ବର ୧୫ ସୁଦ୍ଧା ଜିଲାରେ ମାତ୍ର ୬୬,୨୫୩ଟି ଗଛ ବିଭିନ୍ନ କାର୍ଯ୍ୟକ୍ରମରେ ଲାଗିଛି। ସେହିପରି ୧୦୪୯ଟି ଟ୍ୟୁବ୍‌ୱେଲ ନିକଟରେ ୫ ହଜାର ଟଙ୍କା ଲେଖାଏ ଖର୍ଚ୍ଚ ହୋଇ ୨୦ ଫୁଟର ପାଇପ ବସିଛି। ଛାତ ଉପରେ ବର୍ଷାଜଳ ସଂରକ୍ଷଣ କରି ଭୂପୃଷ୍ଠକୁ ଛାଡିବା ପାଇଁ ଯୋଜନା ବିଫଳ ହୋଇଛି। ଗ୍ରାମୀଣ ପାନୀୟ ଜଳ ଓ ପରିମଳ ବିଭାଗକୁ ନିର୍ଦ୍ଦେଶ ହୋଇଥିଲେ ପ୍ରତ୍ୟେକ ଟ୍ୟୁବ୍‌ୱେଲରେ ସକ୍‌ ପିଟ୍‌ ବ୍ୟବସ୍ଥା ହୋଇଥାନ୍ତା। ଏହି ଅଭିଯାନରେ ରାଜନେତା ଓ ପ୍ରଶାସକଙ୍କ ଆନ୍ତରିକତା ନ ଥିବାରୁ ସଚେତନତା କାର୍ଯ୍ୟକ୍ରମ ଫେଲ୍‌ ମାରିଥିବା ନେଇ ସାମଲ କ୍ଷୋଭ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, କୌଣସି ଅଭିଯାନ କାର୍ଯ୍ୟକାରୀ ପାଇଁ ଅର୍ଥର ଆବଶ୍ୟକତା ଅଛି। କେନ୍ଦ୍ର ସରକାର ଏହି ଅଭିଯାନ ଓଡିଶାରେ ଲାଗୁ କରିବା ପରେ ଅର୍ଥ ବ୍ୟବସ୍ଥା କରିନାହାନ୍ତି। ତେବେ ଷ୍ଟେଟ ଫାଇନାନ୍ସ କମିଶନ ଅର୍ଥରୁ କିଛି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି। ଅଭିଯାନ ସଫଳ ନ ହେଲେ ଆଗାମୀ ଦିନରେ ପାନୀୟ ଜଳ ସଙ୍କଟ ଗୁରୁତର ହେବ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି। ଭାଜପାର ବରିଷ୍ଠ ନେତା ଭୁବନମୋହନ ଜେନା କହନ୍ତି, କେନ୍ଦ୍ର ସରକାରଙ୍କ ଏହି ଅଭିଯାନ ଜିଲାବାସୀଙ୍କ ପାନୀୟ ଜଳ ସଙ୍କଟ ଦୂର ପାଇଁ ବରଦାନ ସଦୃଶ। ତେବେ ଅଭିଯାନ ଆରମ୍ଭରୁ ରାଜ୍ୟ ସରକାର ଏହାକୁ ଦଳୀୟ କାର୍ଯ୍ୟକ୍ରମରେ ପରିଣତ କରିଦେଲେ। ଫଳରେ ବିଜେଡି ରାଜନେତାଙ୍କ ଭାଷଣ ପରେ ଅଭିଯାନର ମୃତ୍ୟୁ ହୋଇଛି। କୌଣସି ଭଲ କାର୍ଯ୍ୟକ୍ରମକୁ ବିଫଳ କରିବା ଜିଲା ରାଜନୀତିରେ ନୂଆ ନୁହେଁ ବୋଲି ସେ ମତ ଦେଇଛନ୍ତି। କଂଗ୍ରେସର ବରିଷ୍ଠ ନେତା ଗଣେଶ୍ୱର ବେହେରା କହିଛନ୍ତି, କେନ୍ଦ୍ରାପଡା ଜିଲାରେ ଅଭିଯାନ ବିଫଳ ହେବାରେ ରାଜ୍ୟ ଓ କେନ୍ଦ୍ର ସରକାର ଉଭୟ ଦାୟୀ। ଏହି ଅଭିଯାନକୁ ଚଳାଇବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅତିରିକ୍ତ ସଚିବଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ସେ ତଦାରଖ କରିନାହାନ୍ତି। ସେହିପରି କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟରେ ରାଜ୍ୟ ସରକାର ସମର୍ଥନ ଦେଉଥିବା ବେଳେ ଅର୍ଥ ଖର୍ଚ୍ଚକୁ ପଛଘୁଞ୍ଚା ଦେଇଛନ୍ତି। ଉଭୟ ଦଳର ରାଜନେତାମାନେ ଜିଲା ବିକାଶକୁ ଅଣଦେଖା କରୁଛନ୍ତି ା ତୁରନ୍ତ ଅଭିଯାନ ଚାଲୁ କରିବାକୁ ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ଅଶାନ୍ତ ହେଉଛି ହିଞ୍ଜିଳି, ବୁଲିଲା ଖଣ୍ଡା

ହିଞ୍ଜିଳିକାଟୁ, ୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ଦିନକୁ ଦିନ ହିଞ୍ଜିଳି ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି। ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହ ଗୁଣ୍ଡାଗିରି ବଢୁଛି।...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଜେଡି ଛାଡିଲେ ଝାରସୁଗୁଡା ଜିଲା ସାଧାରଣ ସମ୍ପାଦକ

ଭୁବନେଶ୍ୱର,୨୩।୪: ଝାରସୁଗୁଡା ଜିଲାରେ ବିଜେଡିକୁ ଲାଗିଲା ଶକ୍ତ ଝଟକା। ଦଳର ଜିଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାୟକ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଦଳ...

ନିର୍ମାଣର ବର୍ଷକ ମଧ୍ୟରେ ରାସ୍ତା ଦବିଲା

ଡେରାବିଶ,୨୩ା୪ (ବେବର୍ତ୍ତା ଅଜୟ ଦାସ):କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଡେରାବିଶ ଅଞ୍ଚଳର ମୁଖ୍ୟ ରାସ୍ତା କୁହାଯାଉଥିବା ୫୩ ନଂ. ଜାତୀୟ ରାଜପଥର ପଞ୍ଚୁପାଣ୍ଡବ ଛକ...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୨୩ା୪ (କଳ୍ପତରୁ ନାୟକ):ସରକାରୀ ଅନୁଦାନରେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତିରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଆସୁଛି। ମାତ୍ର...

ପୋଲ ନିର୍ମାଣରେ ୧୧ କେଭି ବିଦ୍ୟୁତ୍‌ ଖୁଣ୍ଟ ବାଧକ

କୁଜଙ୍ଗ,୨୩।୪(ମନୋଜ ପ୍ରଧାନ):କୁଜଙ୍ଗ ବ୍ଲକ ବାଲିଆ ପଞ୍ଚାୟତ ଅନ୍ତର୍ଗତ ବଡ଼ଙ୍ଗ ଗ୍ରାମକୁ ସଂଯୋଗ କରୁଥିବା ତତ୍କାଳୀନ ଲୁଣା ନଦୀ ଉପରେ ଥିବା ଏକ ଅଣଓସାରିଆ ପୋଲକୁ ଓସାରିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri