୧୦ ହଜାରରୁ ଊର୍ଦ୍ଧ୍ୱ ହେକ୍ଟର ଜମିରେ ବର୍ଷାଜଳ, ଫସଲ ନଷ୍ଟ ଆଶଙ୍କା

ଡେରାବିଶ,୧୬ା୮(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଅଞ୍ଚଳରେ ଶୁକ୍ରବାର ରାତିରୁ ହେଉଥିବା ଲଗାଣ ବର୍ଷା ନାହିଁ ନ ଥିବା କ୍ଷତି ପହଞ୍ଚାଇଛି। ଏହି ବ୍ଲକ ଅଞ୍ଚଳରେ ଚଳିତ ସପ୍ତାହରେ ବିଲରେ ରୁଆ ହୋଇଥିବା ଧାନ ଫସଲ ସମ୍ପୂର୍ଣ୍ଣ ପାଣିରେ ବୁଡ଼ି ରହିଛି। ଏପରିକି ଏହି ବ୍ଲକ ଅଞ୍ଚଳର ଚାଷୀମାନେ ନିଜ ଚାଷଜମିରେ ରୋଇବାକୁ ଥିବା ଧାନ ତଳିକୁ ବିଲରେ ରଖିଥିଲେ। ସେସବୁ ତଳିଗଛ ବର୍ଷାଜଳରେ ସମ୍ପୂର୍ଣ୍ଣ ଭାସିଯାଇଛି। ଫଳରେ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଏପରିକି ଏହି ବ୍ଲକ ଅଧୀନ ଯଅଁରାବାରିମୂଳ, ଇନ୍ଦାଳୋ, ହରିଅଙ୍କ, ବସପୁର ସମେତ ବହୁ ପଞ୍ଚାୟତରେ ବ୍ୟାପକ ପନିପରିବା ଫସଲ ନଷ୍ଟ ହୋଇଥିବାର ଦେଖାଯାଇଛି। ରବିବାର ଅପରାହ୍ନ ଯାଏ ବର୍ଷା ଜଳ ନିଷ୍କାସିତ ନ ହେବାରୁ ଚାଷ ଓ ପନିପରିବା ଫସଲ ସମ୍ପୂର୍ଣ୍ଣ ଉଜୁଡ଼ି ଯିବାର ସମ୍ଭାବନା ରହିଥିବା ଚାଷୀ ଅଜୟ କୁମାର ବଳ, କୃତୀବାସ ଦାସ କହିଛନ୍ତି। ଏ ବିଷୟରେ ବିଡିଓ ଗୋପବନ୍ଧୁ ଭୋସାଗରଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ, ବର୍ଷା ଜଳ ନିଷ୍କାସିତ ହେବା ପରେ କ୍ଷୟକ୍ଷତିର ଆକଳନ କରାଯାଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ପ୍ରଦାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଏମ୍‌ସିରେ ସାମିଲ ହେବ ସହରତଳି ପଞ୍ଚାୟତ ଅଞ୍ଚଳ

ବ୍ରହ୍ମପୁର ଅଫିସ,୨୬ା୧-ବ୍ରହ୍ମପୁର ମହାନଗର ନିଗମରେ ସହରତଳି ପଞ୍ଚାୟତ ଅଞ୍ଚଳ ସାମିଲ ହେବା ନେଇ ବାଟ ଫିଟିଛି । ଲୋଚାପଡା ପଞ୍ଚାୟତ ସମେତ ୩ ଗଁ। ବିଏମ୍‌ସିରେ...

ସ୍ବାବଲମ୍ବୀ କଲା ଥାଇଲାଣ୍ଡ ବରକୋଳି ଚାଷ

ଡେରାବିଶ,୧୫।୧(ସ୍ବ.ପ୍ର.): ଧାନ ଓ ବିରି ସମେତ ଅନ୍ୟାନ୍ୟ ଫସଲ ଲାଭଜନକ ହେଉ ନ ଥିବାରୁ ଅତ୍ୟାଧୁନିକ ଚାଷ କରି ସ୍ବାବଲମ୍ବୀ ହେବା ପାଇଁ ଗ୍ରାମାଞ୍ଚଳର ଯୁବକମାନେ...

ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ ଆଦିବାସୀ

ଜମନକିରା,୭ା୧୧(ଡି.ଏନ.ଏ.): ପ୍ରଶାସନର ପ୍ରତିଶ୍ରୁତି ପାଇବା ପରେ ସୋମବାର ଜମନକିରା ବ୍ଲକ ଆଦିବାସୀ ସମ୍ପ୍ରଦାୟ ପକ୍ଷରୁ କରାଯାଇଥିବା ରାସ୍ତାରୋକୋ ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି। ସୂଚନା ଅନୁସାରେ, ବ୍ଲକର...

କରୋନା ମୁକାବିଲା ଆଳରେ ମହାଦୁର୍ନୀତି ଅଭିଯୋଗ: ତଦନ୍ତ ଦାବି କଲା କଂଗ୍ରେସ

ବରଗଡ଼ ଅଫିସ,୧୧।୬- ମହାମାରୀ କରୋନା (କୋଭିଡ-୧୯) ସଂକ୍ରମଣ ଯୋଗୁ ଦେଶ ଏକ ସଂକଟଜନକ ସ୍ଥିତି ଦେଇ ଗତି କରୁଛି। ମାତ୍ର ଏଭଳି ବିପର୍ଯ୍ୟୟ ସମୟରେ ରାଜ୍ୟରେ...

ଜାତୀୟ ପତାକାରେ ମାଂସ ଗୁଡ଼ାଇ ରଖିଲେ ଦୋକାନୀ: ବନ୍ଧବାହାଲରେ ଉତ୍ତେଜନା

ଝାରସୁଗୁଡ଼ା ଅଫିସ,୨୫ା୮: ଜଣେ ମାଂସ ଦୋକାନୀ ଜାତୀୟ ପତାକାକୁ ଅସମ୍ମାନ କରିବା ନେଇ ଝାରସୁଗୁଡ଼ା ଜିଲା ବନ୍ଧବାହାଲ ଶିଳ୍ପାଞ୍ଚଳରେ ଉତ୍ତେଜନା ଦେଖାଯାଇଛି। ଏନେଇ ସ୍ଥାନୀୟ ଲୋକେ...

୩୦ ଗ୍ରାମ ବ୍ରାଉନସୁଗାର ଜବତ: ଯୁବକ ଗିରଫ

ପୁରୀ ଅଫିସ, ୨୨ା୧: ପୁରୀ ଅବକାରୀ ପୋଲିସ ସାକ୍ଷୀଗୋପାଳ ବସଷ୍ଟାଣ୍ଡ ନିକଟରୁ ଜଣେ ଯୁବକଙ୍କୁ ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ଗିରଫ କରିଛି। ସେ ହେଲେ ଡେଲାଙ୍ଗ...

ସାବୁନ ବାଣ୍ଟିଲେ ଅଙ୍ଗନୱାଡି, ଆଶାକର୍ମୀ

ଦାରିଙ୍ଗବାଡ଼ି,୬।୪(ଡି.ଏନ.ଏ)-ଲୋକେ ଠିକ ଭାବେ ସାମାଜିକ ଦୂରତ୍ୱ ଅବଲମ୍ବନ କରୁ ନ ଥିବାରୁ କନ୍ଧମାଳ ଏସ୍‌ପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶକ୍ରମେ ଦାରିଙ୍ଗବାଡ଼ି ଏବଂ ବ୍ରାହ୍ମଣୀଗାଁ ପୋଲିସ ପକ୍ଷରୁ...

ପାନୀୟ ଜଳ ସମସ୍ୟାର ସମାଧାନ ଦାବି: ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା

ବଲାଙ୍ଗୀର ଅଫିସ, ୨୨ା୩: ବଲାଙ୍ଗୀର ଜିଲା ବେଲପଡ଼ା ବ୍ଲକ ଅନ୍ତର୍ଗତ ମଧ୍ୟପୁର ଓ ଧୁମାଭଟା ଗ୍ରାମବାସୀ ନିର୍ମାଣାଧୀନ ଓଭରହେଡ ଟ୍ୟାଙ୍କ କାର୍ଯ୍ୟକ୍ଷମ କରିବା ଓ ପାନୀୟ...

Advertisement
Archives

Model This Week