ମାଟ୍ରିକ ପରୀକ୍ଷା ଫଳ: କେନ୍ଦ୍ରାପଡା ଜିଲାରେ କେତେଜଣ ହୋଇଛନ୍ତି କୃତକାର୍ଯ୍ୟ ଜାଣନ୍ତୁ

କେନ୍ଦ୍ରାପଡା ଅଫିସ, ୨୯ା୭-ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। କେନ୍ଦ୍ରାପଡା ଜିଲାରେ ଚଳିତ ବର୍ଷ ପାସ ହାର ୮୦.୧୯ % ପ୍ରତିଶତ ରହିଛି। ତେବେ ଏଥର ଛାତ୍ରଙ୍କୁ ପଛରେ ପକାଇ ଛାତ୍ରୀ ବାଜି ମାରି ନେଇଛନ୍ତି। ପାସ କରିଥିବା ମୋଟ ୧୫୩୨୬ ଜଣ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ଛାତ୍ରୀଙ୍କ ସଂଖ୍ୟା ୮୧୫୩ ରହିଛି। ଡେରାବିଶ ବ୍ଲକ ବଡଗଁସ୍ଥିତ ରାଧାମୋହନଜୀଉ ଟେକ୍ନିକାଲର ଛାତ୍ରୀ ଅଲିଭା ଭୂୟଁା ଜିଲା ଟପ୍ପର ହୋଇଛନ୍ତି। ସେ ୬୦୦ ମାର୍କରୁ ୫୭୦ ନମ୍ବର ରଖିଛନ୍ତି। ଚଳିତ ବର୍ଷ ଜିଲାରେ ମୋଟ ୧୯୩୯୦ ଜଣ ଶିକ୍ଷାର୍ଥୀ ଫର୍ମଫିଲପ କରିଥିଲେ। ଏଥିମଧ୍ୟରୁ ଜିଲାର ୩୪୭ ଉଚ୍ଚ ବିଦ୍ୟାଳୟର ୧୯୧୧୧ ଶିକ୍ଷାର୍ଥୀ ୧୦୩ଟି ସେଣ୍ଟରରେ ପରୀକ୍ଷା ଦେଇଥିବା ବେଳେ ପରୀକ୍ଷାରେ ୨୦ ଛାତ୍ରୀଛାତ୍ର ମାଲପ୍ରାକ୍ଟିସରେ ଧରା ପଡିଥିଲେ। ଏହି ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଏ୧ ଗ୍ରେଡରେ ୪୮ ଜଣ, ଏ୨ ଗ୍ରେଡରେ ୩୨୮, ବି୧ ଗ୍ରେଡରେ ୭୪୦, ବି୨ ଗ୍ରେଡରେ ୧୩୮୯, ସି ଗ୍ରେଡରେ ୨୦୯୬, ଡି ଗ୍ରେଡରେ ୩୪୫୪ ଓ ଇ ଗ୍ରେଡରେ ୭୨୭୧ ଜଣ ଛାତୀଛାତ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି। ଏଫ ଗେଡରେ ୩୭୬୫ ଜଣ ଛାତ୍ରୀଛାତ୍ର ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ରାସ୍ତା ପାଇଁ ୨୧ଥର ବିଲ୍‌

ନୟାଗଡ଼ ଅଫିସ,୨୨ା୩: ନୟାଗଡ଼ ଜିଲା ଭାପୁର ବ୍ଲକରେ ମହାମତ୍ା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି। ଏହି ବ୍ଲକ୍‌...

ବିଦ୍ୟାଳୟକୁ ଶିକ୍ଷକ ଡେରିରେ ଆସିବାରୁ ତାଲା ପକାଇଲେ ଗ୍ରାମବାସୀ

କୁନ୍ଦୁରା,୨୮ା୨ (ଡି.ଏନ.ଏ.): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଆସନା ପଞ୍ଚାୟତର ଆମ୍ବଗୁଡା ପ୍ରାଥମିକ ବିଦ୍ୟାଳୟରେ ସୋମବାର ଗ୍ରାମବାସୀ ତାଲା ପକାଇଛନ୍ତ। ପୂର୍ବାହ୍ନ ୧୧ଟା ସୁଦ୍ଧା ବିଦ୍ୟାଳୟ...

ନିଆଁରେ ପୋଡ଼ି ଚିକିତ୍ସାଧୀନ ଥିବା ବୃଦ୍ଧା ଆଖି ବୁଜିଲେ

କେନ୍ଦୁଝର,୨୮ା୧(ସ୍ବ.ପ୍ର.): ନାତୁଣୀଙ୍କୁ ଖାଇବାକୁ ଦେବାବେଳେ ଜଣେ ବୃଦ୍ଧା ନିଆଁରେ ପୋଡ଼ି ଗୁରୁତର ହୋଇଥିଲେ। ସେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବାବେଳେ ଶନିବାର ତାଙ୍କର...

କେନ୍ଦୁଝର ଜିଲା ଚିଠି: ରାସ୍ତାଘାଟ ପାଲଟିଛି ମୃତ୍ୟୁପଥ ; ପ୍ରତିବର୍ଷ ୨୫୦ ଜଣଙ୍କ ମୃତ୍ୟୁ ଘଟୁଛି

କେନ୍ଦୁଝର ଜିଲାରେ ମୂଲ୍ୟବାନ ଖଣିଜ ସମ୍ପଦ ଭରି ରହିଛି। ସେଥିପାଇଁ ଏହି ଜିଲାକୁ ଧନଶାଳୀ ଜିଲା ଭାବେ ମାନ୍ୟତା ମିଳିଛି। ଏହା ପରେ ବି ଜିଲାର...

ହାଇକୋର୍ଟ ଗଲା ମମିତା ମେହେର ହତ୍ୟା ମାମଲା

କଟକ ଅଫିସ,୨୧ା୧୦: ହାଇକୋର୍ଟରେ ପହଞ୍ଚିଛି ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲା। ଏହି ମାମଲାର ସିବିଆଇ ତଦନ୍ତ ଦାବି ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର...

ଫୁଟିଲା ପାରିଜାତ

ଚିତ୍ରଡ଼ା,୩୦।୪(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ନୂଆଝାଳିଆ ପଞ୍ଚାୟତ କାନ୍ଦଣା ଗ୍ରାମର ଶିକ୍ଷକ ମେଘନାଦ ସିଙ୍କ ବଗିଚାରେ ବିରଳ ପାରିଜାତ ଫୁଲ ଫୁଟିଛି। ଏହାକୁ...

ବେଆଇନ ପିଚୁ ପ୍ଲାଣ୍ଟକୁ ଜିଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ

ଜେନାପୁର,୨୪।୧୨(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ୫୩ ନଂ. ଜାତୀୟ ରାଜପଥ ବାଲିସାହି ଛକ ନିକଟସ୍ଥ ମାଣ୍ଡିଆଗଡ଼ାଠାରେ ବହୁ ଦିନ ଧରି ଚାଲିଥିବା ବେଆଇନ...

ପାଣି, ରାସ୍ତା ପାଇଁ ମୁନିସିଙ୍ଗିବାସୀ ହନ୍ତସନ୍ତ

ଆର.ଉଦୟଗିରି,୧୯ ।୬(ଡି.ଏନ.ଏ.): ଆର.ଉଦୟଗିରି ବ୍ଲକ ଛେଳିଗଡ଼ ପଞ୍ଚାୟତ ନିକଟସ୍ଥ ୱାର୍ଡ ନଂ ୧ ମୁନିସିଙ୍ଗି ଗ୍ରାମ ଅବହେଳିତ ହୋଇରହିଛି। ଗାଁରେ ପାନୀୟ ଜଳ ଓ ରାସ୍ତା...

Advertisement
Archives

Model This Week