ବାହାର ପଟୁ ତାଲା ମାରି ନିଆଁ ଲଗାଇଦେଲେ: ଗୋଟିଏ ପରିବାରର ୫ ଗୁରୁତର

କେନ୍ଦ୍ରାପଡା ଅଫିସ/ ମାର୍ଶାଘାଇ (ଡି.ଏନ୍‌.ଏ.), ୩୧ା୭- କେନ୍ଦ୍ରାପଡା ଜିଲା ମାର୍ଶାଘାଇ ଥାନା ଦୁମୁକା ପଞ୍ଚାୟତ ଗିରଙ୍ଗ ଗ୍ରାମରେ ଶୁକ୍ରବାର ଭୋର ସମୟରେ ଏକ ଅଗ୍ନିକାଣ୍ଡ ଘଟିଯାଇଛି। ଏହି ଅଗ୍ନିକାଣ୍ଡରେ ଟୁକୁନା ଓରଫ ମାନସ ବାରିକଙ୍କ ୫ ଜଣ ସଦସ୍ୟ ପୋଡିଯାଇ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ଗୁରୁତରଙ୍କ ମଧ୍ୟରେ ଜଣେ ୧୨ ଦିନର ଶିଶୁ ଥିବା ବେଳେ ପରିବାର ମୁଖ୍ୟ ଟୁକୁନା (୫୦), ସ୍ତ୍ରୀ ଗୀତାଞ୍ଜଳି (୪୮), ପୁଅ ଲିପୁ (୩୦) ଓ ବୋହୁ ରିଙ୍କି (୨୪) ଅଛନ୍ତି। ତେବେ ପୂର୍ବ ଶତ୍ରୁତାରୁ ଘର ବାହାରପଟୁ ତାଲା ମାରି କେହି ଦୁର୍ବୃତ୍ତ ନିଆଁ ଲଗାଇ ପରିବାରଲୋକଙ୍କୁ ମାରିବା ପାଇଁ ଉଦ୍ୟମ କରିଥିବା ଟୁକୁନା ଅଭିଯୋଗ କରିଛନ୍ତି। ଏନେଇ ମାର୍ଶାଘାଇ ଥାନା ଅଧିକାରୀ କାଳନ୍ଦୀ ବେହେରାଙ୍କ ନେତୃତ୍ୱରେ ତଦନ୍ତ ଆରମ୍ଭ ହୋଇଛି। ତେବେ ଭୋର ୪ଟାରେ ଅଗ୍ନିକାଣ୍ଡ ଘଟିଥିବା ନେଇ ଖବର ପାଇବା ପରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୁନ୍‌ସୀ ମେଳଣ ପାଇଁ ପୀଠ ଦେବତାଙ୍କ ପୂଜାର୍ଚ୍ଚନା

ଭଣ୍ଡାରିପୋଖରୀ,୧୬।୩(ଡି.ଏନ.ଏ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ଐତିହାସିକ ଗଣପର୍ବ ମୁନ୍‌ସୀ ମେଳଣ ପାଇଁ ଥାନା ପରିସର ଶୀତକଣ୍ଠେଶ୍ୱର ଶିବ ମନ୍ଦିରରେ ମଙ୍ଗଳବାର ଘଟ ସ୍ଥାପନା...

କରୋନା ନେଲା ଆଉ ୪ଜୀବନ: ଜାଣନ୍ତୁ କେଉଁଠାରୁ କେତେ

ଭୁବନେଶ୍ୱର,୯।୮(ବ୍ୟୁରୋ): ରାଜ୍ୟରେ ଗୁରୁବାର ଆଉ ୪ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୫୨କୁ ବୃଦ୍ଧି ହୋଇଛି। ମୃତକଙ୍କ ମଧ୍ୟରେ...

ମହାନଦୀରେ ଯୁବତୀ ଭାସିଯିବା ଘଟଣା: ୭୮ ଘଣ୍ଟାପରେ ନିଖୋଜ ପିଙ୍କିଙ୍କ ମୃତଦେହ ଉଦ୍ଧାର

ସମ୍ବଲପୁର,୯ା୧୦(ବ୍ୟୁରୋ): ସମ୍ବଲପୁର ଦେଇ ବହିଯାଇଥିବା ମହାନଦୀରେ ଭାସିଯାଇ ଗତ ରବିବାରଠାରୁ ନିଖୋଜଥିବା ପିଙ୍କି ବିଶ୍ୱକର୍ମା(୧୪)ଙ୍କ ମୃତଦେହ ୭୮ ଘଣ୍ଟାପରେ ମମହାନଦୀ ଦ୍ୱିତୀୟ ସେତୁ ନିକଟରୁ ବୁଧବାର...

ନ୍ୟାୟ ପାଇଁ ପ୍ରେମିକଙ୍କ ଘରେ ଆଦିବାସୀ ପୀଡ଼ିତା

ମହାକାଳପଡ଼ା,୧୪ା୫ (ଡି.ଏନ.ଏ.): କନ୍ଧମାଳ ଜଲା ଦାରିଙ୍ଗବାଡ଼ି ଅଞ୍ଚଳର ଆଦିବାସୀ ଯୁବତୀ ଝିଲିମା ପ୍ରଧାନ (୨୪) ନ୍ୟାୟ ପାଇଁ ପ୍ରେମିକ ଘରେ ପହଞ୍ଚି ନ୍ୟାୟ ଦାବି କରି...

ଚାଷୀଙ୍କୁ ଦୁଃଖ ଦେଲା ଓସ୍ତପୁରା ଡ୍ୟାମ

ଘସିପୁରା,୧୯।୧୧(ଡି.ଏନ.ଏ.)-ଘସିପୁରା ବ୍ଲକ ଗୋହିରା ପଞ୍ଚାୟତ ଓସ୍ତପୁରା ଠାରେ ଥିବା କ୍ଷୁଦ୍ର ଜଳସେଚନ ବିଭାଜନର ଡ୍ୟାମ ଏବେ ଅମଳ ପାଇଁ ଚାହିଁ ବସିଥିବା ଚାଷୀଙ୍କ ପାଇଁ ଦୁଃଖର...

ପରମ୍ପରା ବ୍ୟବସ୍ଥା ପୂର୍ବଭଳି ଅକ୍ଷୁଣ୍ଣ ରହୁ

ପୁରୀ ଅଫିସ,୨୧ା୯: ହିନ୍ଦୁଧର୍ମର ଚାରି ଧାମ ମଧ୍ୟରେ ଶ୍ରୀଜଗନ୍ନାଥ ଧାମ ପୁରୀ ହେଉଛି ଅନ୍ୟତମ। ମହାପ୍ରଭୁଙ୍କ ଦର୍ଶନ ପାଇଁ ଦେଶର ବିଭିନ୍ନ ସ୍ଥାନରୁ ଭକ୍ତ ପୁରୀକୁ...

ସୁନ୍ଦରଗଡରେ ଜିଲାସ୍ତରୀୟ ସ୍ବାଧୀନତା ଦିବସ ସମାରୋହ

ସୁନ୍ଦରଗଡ,୧୫।୮(ଜୟ ନାରାୟଣ ମେଣ୍ଡୁଳି) ସୁନ୍ଦରଗଡରେ ଜିଲା ସ୍ତରୀୟ ସ୍ବାଧୀନତା ଦିବସ ସମାରୋହ ପାଳିତ ହୋଇଯାଇଛି। ସ୍ଥାନୀୟ ଶଙ୍କରା ସ୍ଥିତ ରିଜର୍ଭ ପୋଲିସ ପଡିଆରେ ଆୟୋଜିତ ଜିଲାସ୍ତରୀୟ...

ଭିଡ଼ିଓ କନଫେରେନ୍ସିଂରେ ବରଗଡ଼ କୋଭିଡ୍‌-୧୯ ହସ୍‌ପିଟାଲକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ବରଗଡ଼ ଅଫିସ୍‌,୨୦।୪: ବରଗଡ଼ ସହର ଉପକଣ୍ଠ ଖେଦାପାଲି(ଟୁକୁର୍ଲା)ସ୍ଥିତ ନୂତନ ଜିଲା ମୁଖ୍ୟ ଡାକ୍ତରଖାନା ପରିସରରେ ହୋଇଥିବା କୋଭିଡ୍‌-୧୯ ହସପିଟାଲକୁ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ...

Advertisement
Archives

Model This Week