ସହରବାସୀଙ୍କୁ ଡେଙ୍ଗୁ, ମ୍ୟାଲେରିଆ ଭୟ

କେନ୍ଦ୍ରାପଡ଼ା ଅଫିସ, ୧୪।୮ – ୨୦୧୪ ଫେବୃୟାରୀ ୨୩ରୁ ରାଜ୍ୟରେ ଜାତୀୟ ସହରାଞ୍ଚଳ ସ୍ବାସ୍ଥ୍ୟ ମିଶନ ଆରମ୍ଭ ହେଲାଣି। ତେବେ କେନ୍ଦ୍ରାପଡ଼ା ସହରରେ ଏହି ମିଶନ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇପାରି ନାହିଁ। ୨୪ଟି ମହିଳା ଆରୋଗ୍ୟ ସମିତି ଗଠନ ହେବାକୁ ଥିବାବେଳେ ମାତ୍ର ୧୮ଟି ରେଜେଷ୍ଟ୍ରିଭୁକ୍ତ ହୋଇଛନ୍ତି। ୫୨ ହଜାରରୁ ଊର୍ଦ୍ଧ୍ୱ ଲୋକସଂଖ୍ୟାରେ ଗଠିତ ୨୧ ୱାର୍ଡ଼ରେ ଏଯାଏ ୱାର୍ଡ଼ କଲ୍ୟାଣ ସମିତି ଗଠନ ହୋଇନାହିଁ। ସହରରେ ୮ଟି ଆଶା ପଦବୀ ଖାଲି ପଡିଛି। ଏପରି କି ସହର ମଧ୍ୟରେ ଅପପୁଷ୍ଟିଜନିତ ଲୋକସଂଖ୍ୟା କେତେ ସେ ନେଇ ସର୍ଭେ ଅଦ୍ୟାବଧି ଶେଷ ହୋଇନାହିଁ। ସେହିପରି ରାଜ୍ୟର ସର୍ବପୁରାତନ ଏହି ମ୍ୟୁନିସିପାଲିଟିରେ ଜଳ ନିଷ୍କାସନ ଏକ ସମସ୍ୟା ହୋଇଥିବାରୁ ସହରବାସୀ ଡେଙ୍ଗୁ ଓ ମ୍ୟାଲେରିଆ ଭୟରେ କାଳାତିପାତ କରୁଥିବା କହିଛନ୍ତି।

ଆଇନଜୀବୀ ସରୋଜରାଜ ସିଂହ କହନ୍ତି, ୨୦୧୪ ଜାନୁୟାରୀ ୨୦ରେ କେନ୍ଦ୍ର ସରକାର ଏହି ମିଶନ ଆରମ୍ଭ କରିଛନ୍ତି। ମିଶନର ଲକ୍ଷ୍ୟ ଅନୁଯାୟୀ ୫୦ ହଜାରରୁ ଊର୍ଦ୍ଧ୍ୱ ସହରବାସୀଙ୍କ ପାଇଁ ଏକ ଅପଗ୍ରେଡେଡ୍‌ ପିଏଚ୍‌ସି ହେବ। ଏଥିରେ ଜଣେ ମେଡିକାଲ ଅଫିସର ସହ ୨ ଜଣ ଡାକ୍ତର ରହିବେ। ସହର ମଧ୍ୟରେ ଥିବା ବସ୍ତି ଅଞ୍ଚଳର ୫୦ରୁ ୧୦୦ ଘରକୁ ନେଇ ଏକ ମହିଳା ଆରୋଗ୍ୟ ସମିତି ଗଠନ କରାଯିବ। ସେହିପରି ପ୍ରତ୍ୟେକ ୱାର୍ଡ଼ରେ ଏକ କଲ୍ୟାଣ ସମିତି ଗଠନ କରାଯାଇ ସୁସ୍ଥ ବସ୍ତି, ସୁସ୍ଥ ୱାର୍ଡ଼, ସୁସ୍ଥ ସହର, ସୁସ୍ଥ ଓଡ଼ିଶା ଯୋଜନାକୁ ରୂପରେଖ ଦେବ। ଏହି ସମିତିର ସଭ୍ୟାସଭ୍ୟ ସହରର ପରିମଳ, ପାନୀୟଜଳ, ସ୍ବାସ୍ଥ୍ୟ ସେବା ଓ ଅପପୁଷ୍ଟି ସମସ୍ୟାକୁ ଉପସ୍ଥାପନ କରିବେ। ଫଳରେ ଝାଡ଼ାବାନ୍ତି, ମ୍ୟାଲେରିଆ, ଜଣ୍ଡିସ, ଡ଼େଙ୍ଗୁ ଆଦି ରୋଗ ସହରର ବସ୍ତିବାସିନ୍ଦାଙ୍କ ନିକଟରେ ପହଞ୍ଚିବ ନାହିଁ। ଏଥିପାଇଁ ବସ୍ତି ଅଞ୍ଚଳର ୫୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ନେଇ ଗଠନ ହୋଇଥିବା ମହିଳା ଆରୋଗ୍ୟ ସମିତିକୁ ପ୍ରତିବର୍ଷ ୫ହଜାର ଟଙ୍କା ଓ ପ୍ରତ୍ୟେକ ୱାର୍ଡ଼ କଲ୍ୟାଣ ସମିତିକୁ ୧୦ହଜାର ଟଙ୍କା ଦେବା ପାଇଁ ବ୍ୟବସ୍ଥା ହୋଇଛି। ତେବେ ମିଶନ ଅନୁଯାୟୀ ସହରାଞ୍ଚଳ ପାଇଁ ୪ଟି ଏଏନ୍‌ଏମ୍‌ ପଦବୀରୁ ଏବେ ବି ଗୋଟିଏ ପଦବୀରେ କେହି ରହିନାହାନ୍ତି।

ଅପରପକ୍ଷେ ସହରର ୨୧ ୱାର୍ଡ଼ରେ ପରିମଳ ବ୍ୟବସ୍ଥା ନିର୍ଣ୍ଣାୟକ ସ୍ଥିତିରେ ନାହିଁ। ସାମାନ୍ୟ ବର୍ଷାରେ ନାଳ ଉଛୁଳି ରାସ୍ତା ଉପରେ ମଇଳା ପାଣି ଚାଲୁଥିବା ବେଳେ କେତେକ ରାସ୍ତାରେ ଗାଢ଼ ହୋଇ ଦୀର୍ଘଦିନ ଧରି ପାଣି ଜମିରହୁଛି। ମନକରପୁରର ଗୋଲକ ଚନ୍ଦ୍ର ପଢ଼ିଆରୀ କହନ୍ତି, ସହରର ରାସ୍ତା ନିକଟରେ ଥିବା ଟ୍ୟୁବ୍‌ୱେଲ ଚାରିପାଖରେ ପାଣି ଜମିରହି ମଶା, ମାଛିଙ୍କ ବାସସ୍ଥାନ ପାଲଟିଛି। ଚଉରୀ ବରହମପୁରରେ ପ୍ରତ୍ୟେକ ବର୍ଷ ପରିମଳ ବ୍ୟବସ୍ଥା ବିଗୁଡ଼ୁଥିବାରୁ ଝାଡ଼ାବାନ୍ତି ବ୍ୟାପିବା ସହ ରୋଗୀ ମୃତ୍ୟୁମୁଖରେ ପଡ଼ୁଛନ୍ତି। ବହୁ ସମୟରେ ଏହି ବସ୍ତିରେ ଅପପୁଷ୍ଟି ଘଟଣା ନଜରକୁ ଆସୁଛି। ସହରର ନାଳ ଉପରେ ଜବରଦଖଲ ଲାଗିରହୁଥିବାରୁ ମଇଳା ପାଣି ନିଷ୍କାସନ ହୋଇପାରୁ ନାହିଁ। ସାମାଜିକ କର୍ମୀ ଅମର ବିଶ୍ୱାଳ କହନ୍ତି, ମିଶନ ଅନୁଯାୟୀ ଗର୍ଭବତୀ, ପ୍ରସୂତି ଓ ଅପପୁଷ୍ଟିର ଶିକାର ଶିଶୁଙ୍କ ସ୍ବାସ୍ଥ୍ୟସେବାକୁ ପ୍ରାଥମିକତା ଦିଆଯାଇଛି। ଏଥିପାଇଁ ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ସେବା ବ୍ୟବସ୍ଥା ହୋଇଛି। ଡାକ୍ତରଖାନାରେ ଦୁଇଓଳି ୩ ଘଣ୍ଟା ଲେଖାଏ ଡାକ୍ତର ରହି ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ଏଥିରେ ଉଲ୍ଲେଖ ଅଛି। ମାତ୍ର କେନ୍ଦ୍ରାପଡ଼ା ସହରରେ ଏସବୁ କାର୍ଯ୍ୟକ୍ରମ କେବଳ କାଗଜପତ୍ରରେ ଚାଲିଛି। ସହରବାସୀଙ୍କ ପାଇଁ ଅପ୍‌ଗ୍ରେଡେଡ୍‌ ପିଏଚ୍‌ସିର ଆବଶ୍ୟକତା ଥିବାବେଳେ ପୌରସଂସ୍ଥା ପକ୍ଷରୁ ଜାତୀୟ ସ୍ବାସ୍ଥ୍ୟ ମିଶନକୁ ଏ ନେଇ ଚିଠି କରାଯାଇ ନ ଥିବା କହି ସେ କ୍ଷୋଭ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ପୌରସଂସ୍ଥା ଅଧିକାରୀ ଦେବପ୍ରସାଦ ବଳ କହିଛନ୍ତି, ସହରର ପରିମଳ ବ୍ୟବସ୍ଥା ସୁଧାରିବା ପାଇଁ ବ୍ୟବସ୍ଥା ହୋଇ। ଏଥିସହ ପାଣି ଜମିରହୁଥିବା ସ୍ଥାନ ଚିହ୍ନଟ କରି ନିଷ୍କାସନ ବ୍ୟବସ୍ଥାକୁ ତ୍ୱରାନ୍ବିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶାହୀ ମସଜିଦକୁ ନେଇ ଉତ୍ତେଜନା, ପୋଲିସ ଉପରକୁ ପଥରମାଡ଼

ଭୋପାଳ,୨୮ା୯: ସିଂହସ୍ଥ-୨୦୨୮ ପ୍ରସ୍ତୁତି ମଧ୍ୟରେ ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଶାହୀ ମସଜିଦର କିଛି ଅଂଶ ହଟାଇବାକୁ ନେଇ ବିବାଦ ତୀବ୍ର ହୋଇଛି । ସୋମବାର ପ୍ରଶାସନ ପକ୍ଷରୁ ପ୍ରଭାବିତ…

ମହିଳା ସାମ୍ବାଦିକାଙ୍କ ପ୍ରଶ୍ନରେ ଅଜବ ଇଙ୍ଗିତ କଲେ ମନ୍ତ୍ରୀ, ଭିଡିଓ ଭାଇରାଲ ପରେ ହଇଚଇ

ନ୍ୟୁୟର୍କ,୨୮ା୯: ଜାତିସଂଘ ସାଧାରଣ ସଭା ଅବସରରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫଙ୍କ ଏକ ଭିଡିଓକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ଭିଡିଓରେ…

କଳିଙ୍ଗା ଘାଟିରେ ଭୂସ୍ଖଳନ ପରେ ଆସୁନି ଗାଡ଼ିମୋଟର, ଦରଦାମ୍‌ ଉପରେ ପଡୁଛି ଘୋର ପ୍ରଭାବ

ରାଇକିଆ,୨୮ା୯(ପ୍ରଦୀପ ବେହେରା): କଳିଙ୍ଗା ଘାଟିରେ ଭୂସ୍ଖଳନର ପ୍ରଭାବ କନ୍ଧମାଳ ଜିଲାବାସୀଙ୍କ ଉପରେ ପଡ଼ିବା ଆରମ୍ଭ କରିଛି। ବିଶେଷ କରି ରାଇକିଆ, ଜି. ଉଦୟଗିରି ଅଞ୍ଚଳକୁ ନିୟମିତ ବସ…

ଷୋଡ଼ଶ ପର୍ବ ପାଇଁ ପ୍ରଶାସନ ତତ୍ପର: ଝଲସିବ ମା’ ତାରାତାରିଣୀ ପୀଠ

ପୁରୁଷୋତ୍ତମପୁର,୨୮ା୯(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପବିତ୍ର ଷୋଡ଼ଶ ପର୍ବକୁ ନେଇ ଚଳଚଞ୍ଚଳ ହୋଇଉଠିଛି। ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି…

ଆଫଗାନିସ୍ତାନ ସହ ମ୍ୟାଚ୍ ରଦ୍ଦ, ତଥାପି କିପରି ସେମିଫାଇନାଲରେ ପହଞ୍ଚିଲା ଭାରତ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୮ା୯: ଏସିଆନ୍ ଗେମ୍ସ ୨୦୨୬ରେ ଭାରତୀୟ ପୁରୁଷ କ୍ରିକେଟ୍‌ ଦଳ ବିନା ମଇଦାନକୁ ଓହ୍ଲାଇ ସେମିଫାଇନାଲ୍‌ରେ ପହଞ୍ଚିଛି । ସୋମବାର ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବାକୁ…

ସୃଷ୍ଟି ହେଲା ଅବପାତ: ଆଗାମୀ ୧୨ ଘଣ୍ଟାରେ ଘନୀଭୂତ ହୋଇ…

ଭୁବନେଶ୍ୱର,୨୮ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ମ୍ୟାନ୍‌ମାର ଉପକୂଳରେ ଅବପାତ ସୃଷ୍ଟି ହୋଇଛି। ଲଘୁଚାପ କ୍ଷେତ୍ରଟି କ୍ରମଶଃ ଶକ୍ତିଶାଳୀ ହୋଇ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି…

ଟାଟା ଷ୍ଟିଲ ଖଣ୍ଡବନ୍ଧ ଖଣି ସମ୍ମାନିତ

ଯୋଡ଼ା,୨୮ା୯(ମାନସ ମହାନ୍ତି): ସୁରକ୍ଷା, ସ୍ବାସ୍ଥ୍ୟ ଏବଂ ପରିବେଶ (ଏସ୍‌ଏଚ୍‌ଇ) ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ଟାଟା ଷ୍ଟିଲ୍‌ର ଖଣ୍ଡବନ୍ଧ ଲୁହାପଥର ଖଣି ସମ୍ମାନିତ ହୋଇଛି। କୋଲକାତାଠାରେ…

କେଦାରନାଥରେ ଅଘଟଣ: ପାହାଡ଼ରୁ ପଥର ଖସି ଚାଲିଗଲା ୫ ବର୍ଷ ଶିଶୁର ଜୀବନ, ୧୧୦୦ ଲୋକଙ୍କୁ ଉଦ୍ଧାର କରାଯାଇ…

ଡେରାଡୁନ୍‌,୨୮ା୯: ରବିବାର ସନ୍ଧ୍ୟାରେ କେଦାରନାଥର ଚିରବାସା ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ପାହାଡ଼ରୁ ହଠାତ୍ ପଥର ଓ ମାଟି ଅସଡ଼ା ଧସିବା ଫଳରେ ଜଣେ ୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?