କେନ୍ଦ୍ରାପଡ଼ା

ନିଆଳ ହାଟ ସଂଯୋଗୀକରଣ ରାସ୍ତା ମରାମତି ଦାବି

ଆଳି,୧୯ା୧୦(ଡି.ଏନ.ଏ.): ନିଆଳ ହାଟରୁ କଟକ-ଚାନ୍ଦବାଲି ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ରାସ୍ତାଟି ଏବେ ମରଣଯନ୍ତା ପାଲଟିଛି। ଦୀର୍ଘଦିନ ହେବ ରାସ୍ତା ଅବସ୍ଥା ଶୋଚନୀୟ ଥିବାବେଳେ ବିଭାଗ ପକ୍ଷରୁ ମରାମତି କରାଯାଉନାହିଁ। ତେଣୁ ଏହାକୁ ମରାମତି ନିମନ୍ତେ ସାଧାରଣରେ ଦାବି ହୋଇଛି। ସୂଚନା…

ବଜାର ଦର ବୃଦ୍ଧି, ଚିନ୍ତାରେ ଖାଉଟି

କେନ୍ଦ୍ରାପଡ଼ା ଅଫିସ, ୧୯ା୧୦: ବଜାର ଦର ବୃଦ୍ଧି ଯୋଗୁ ଚିନ୍ତାରେ ଖାଉଟି ପଡିଛନ୍ତି। କାର୍ତ୍ତିକ ମାସ ଯୋଗୁ ନିରାମିଷ ଖାଇବାକୁ ଲୋକେ ପସନ୍ଦ କରୁଥିବା ବେଳେ ପରିବା ଦର ଆକଶ ଛୁଅଁା ହୋଇଛି। ଏହାର ପ୍ରଭାବ ହାଣ୍ଡିଶାଳ ଉପରେ ପଡିଛି। ମାସକ…

ଅଟୋରେ ଜନ୍ମ ନେଲା ଶିଶୁ କନ୍ୟା

ମହାକାଳପଡା,୧୮ା୧୦(ଡି.ଏନ.ଏ.):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବତୀଘର ପଞ୍ଚାୟତର କୋଚିଳାବେଲାରୀ ଗଁାର ସୂର୍ଯ୍ୟକାନ୍ତ ମାଇତିଙ୍କ ସ୍ତ୍ରୀ ଖୁକମଣି ବେରାଙ୍କ ପ୍ରସବ ବେଦନା ସୋମବାର ମଧ୍ୟାହ୍ନରେ ହୋଇଥିଲା। ତାଙ୍କୁ ପରିବାର ଲୋକେ ନିକଟ ବତୀଘର ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ନ ଥିବାରୁ କେନ୍ଦ୍ରାପଡ଼ା…

ଜବରଦଖଲ ସରକାରୀ ଜମି ବିକ୍ରି

ପଟ୍ଟାମୁଣ୍ଡାଇ,୧୮ା୧୦(ସ୍ବ.ପ୍ର.):କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲିଟିର ବହୁ ମୂଲ୍ୟବାନ ସରକାରୀ ଜମି ବିଭିନ୍ନ ସାମାଜିକ ସଂସ୍ଥା ଆଳରେ ଜମି ବ୍ୟବସାୟୀମାନେ କବ୍‌ଜା କରି ନେଉଛନ୍ତି। ପ୍ରଶାସନ ପକ୍ଷରୁ ଲଗାଯାଇଥିବା ସରକାରୀ ନିଷିଦ୍ଧାଞ୍ଚଳ ଫଳକକୁ ବି ଓପାଡ଼ି ଫୋପାଡ଼ି ଦେଉଛନ୍ତି। ସରକାରୀ ଜମିକୁ ଜବରଦଖଲ…

ଡାକ୍ତରଖାନାରେ କମ୍‌, ବାହାରେ ଅଧିକ ରୋଗୀ ଦେଖୁଛନ୍ତି ଡାକ୍ତର

ପଟ୍ଟାମୁଣ୍ଡାଇ,୧୭ା୧୦(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଡାକ୍ତରଖାନାରେ ଭିତ୍ତିଭୂମି ସହ କୋଠା ଅଛି। ହେଲେ ଆବଶ୍ୟକ ଅନୁଯାୟୀ ଡାକ୍ତର ନାହାନ୍ତି। ଫଳରେ ଯେଉଁ ଡାକ୍ତର ଅଛନ୍ତି ତାଙ୍କ ପାଖରେ ଦୀର୍ଘସମୟ ଧରି ରୋଗୀଙ୍କ ଭିଡ଼ ଲାଗୁଛି। ଆଉ କେଉଁଠାରେ ଆୟୁଷ ଡାକ୍ତର…

ବନ୍ୟଜନ୍ତୁଙ୍କ ଆହାର ପାଲଟିଛି ପାଣିଆମ୍ବ,ହେନ୍ତାଳ କୋଳି

ମହାକାଳପଡ଼ା,୧୬ା୧୦(ଡି.ଏନ.ଏ.):ଗହୀର ମଥା ବନାଞ୍ଚଳରେ ଜୀବଜନ୍ତୁଙ୍କ ପାଇଁ ଖାଦ୍ୟଭାବ ଦେଖାଦେଇଛି । ସେଥିପାଇଁ ସେହି ଅଞ୍ଚଳରେ ହେଉଥିବା ପାଣି ଆମ୍ବ ଓ ହେନ୍ତାଳ କୋଳିକୁ ବନ୍ୟଜନ୍ତୁମାନେ ଖାଦ୍ୟ ଭାବେ ଗ୍ରହଣ କରିଥାନ୍ତି ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ବିଶେଷ କରି ଉପରୋକ୍ତ…

ଆଜି ଗଜଲକ୍ଷ୍ମୀଙ୍କ ମେଲଣ

କେନ୍ଦ୍ରାପଡ଼ା ଅଫିସ,୧୬ା୧୦: ଆସନ୍ତା ରବିବାର ଓ ସୋମବାର ଦୁଇଦିନ ଧରି କେନ୍ଦ୍ରାପଡ଼ା ସହରର ୩ ସ୍ଥାନରେ ମା’ଗଜଲକ୍ଷ୍ମୀଙ୍କ ମେଲଣ ପର୍ବ ଓ ଭସାଣି ଅନୁଷ୍ଠିତ ହେବ । ଏଥିପାଇଁ ମେଳଣ କମିଟି, ଶାନ୍ତି କମିଟି, ପୋଲିସ ପ୍ରଶାସନ ସମେତ ପୂଜା କମିଟି…

ସାମୁଦ୍ରିକ ବିରଳ ସବୁଜ ଶାମୁକା ବାହାରକୁ ଚାଲାଣ

ମହାକାଳପଡ଼ା,୧୫ା୧୦(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳର ଲଞ୍ଚଘୋଲା, ମାଦଳୀ, ଚଟକା ମହାନଦୀ ତ୍ରିକୋଣଭୂମି ଅବବାହିକା ଅଞ୍ଚଳରୁ ମତ୍ସ୍ୟଜୀବୀ ବହୁ ପରିମାଣର ବିରଳ ସାମୁଦ୍ରିକ ସବୁଜ ଶାମୁକା ସଂଗ୍ରହ କରିଛନ୍ତି। ସ୍ଥାନୀୟ ମତ୍ସ୍ୟଜୀବୀ ମାଛ ଧରିବା ନଁାରେ…

ଘର ଆଗରେ ୩ ଦିନ ପଡ଼ିରହିଲା ମୃତଦେହ

ମହାକାଳପଡ଼ା,୧୫ା୧୦(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ଗଁାରେ ସ୍ତ୍ରୀଙ୍କ ପରକୀୟା ପ୍ରୀତିକୁ ସନ୍ଦେହ କରିବାରୁ ଗତ ୧୧ ତାରିଖ ରାତିରେ ସ୍ବାମୀଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ମୃତ ଯୁବକଙ୍କ ବାପା ଏ ନେଇ ଗତ ୧୨ ତାରିଖରେ…

ଗ୍ରାମ୍ୟ ଜଙ୍ଗଲ ନଷ୍ଟ ଆଶଙ୍କା କଲେ ପରିବେଶବିତ୍‌

କେନ୍ଦ୍ରାପଡା ଅଫିସ, ୧୫ା୧୦: କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ଓଳାଭର ରାଜସ୍ବ ସର୍କଲ ଅନ୍ତର୍ଗତ ପାରି ମୁକୁନ୍ଦପୁର ପାନୀୟ ଜଳ ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ଘୋଷଣାକୁ ଇତିମଧ୍ୟରେ ପ୍ରାୟ ୮ ମାସ ବିତିଲାଣି। ପାନୀୟ ଜଳକଷ୍ଟରେ ଥିବା ସ୍ଥାନୀୟ ଅଞ୍ଚଳବାସୀ…

ଗୋଚର ଜମିରୁ ଜବରଦଖଲ ଉଚ୍ଛେଦ

ଆଳି,୧୪ା୧୦(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ଆଳି ତହସିଲ ଅନ୍ତର୍ଗତ ନରେନ୍ଦ୍ରପୁର ପଞ୍ଚାୟତର ଏକ ଗୋଚର ଜମିରୁ ଗୁରୁବାର ଜବରଦଖଲ ଉଚ୍ଛେଦ କରାଯାଇଛି। ସୂଚନାଯୋଗ୍ୟ, ନରେନ୍ଦ୍ରପୁର ଗଁାର କଳାକାର ମଲିକ ଗୋଚର ଜମି ଖାତା ନଂ. ୪୦୯ ଉପରେ ଜବରଦଖଲ ବଢ଼ିବାରୁ ଏହାକୁ ଉଚ୍ଛେଦ…

ସ୍ତ୍ରୀଙ୍କ ପରକୀୟା ପ୍ରୀତିକୁ ନେଇ ସ୍ବାମୀଙ୍କୁ ହତ୍ୟା ଅଭିଯୋଗ

ମହାକାଳପଡ଼ା,୧୪ା୧୦ (ଡି.ଏନ୍‌.ଏ.): ସ୍ତ୍ରୀଙ୍କ ପରକୀୟା ପ୍ରୀତିକୁ ସନ୍ଦେହ କରିବାରୁ ସ୍ବାମୀଙ୍କୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ମୃତ ସ୍ବାମୀଙ୍କ ପରିବାର ଲୋକଙ୍କୁ ନ୍ୟାୟ ଦାବିରେ ମହିଳାମାନେ ଘର ସମ୍ମୁଖରେ ମୃତଦେହ ରଖି ଗୁରୁବାର ରାସ୍ତାରୋକୋ କରିଛନ୍ତି। ଏଭଳି ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?