ଶିକ୍ଷଣ ଆକଳନରୁ ବାଦ୍‌ପଡ଼ିଲା ୭୭ ବିଦ୍ୟାଳୟ

ଡେରାବିଶ, ୧୭ା୧୧(ସ୍ବ.ପ୍ର.): ମହାମାରୀ କରୋନା ସମୟରେ ଛାତ୍ରୀଛାତ୍ରଙ୍କୁ କରୋନା ବିପଦରୁ ରକ୍ଷା ପାଇଁ ରାଜ୍ୟର ସମସ୍ତ ବିଦ୍ୟାଳୟକୁ ବନ୍ଦ କରି ଦିଆଯାଇଥିଲା। ପରବର୍ତ୍ତୀ ଅବସ୍ଥାରେ କରୋନା କଟକଣା ହଟିବା ପରେ ଶିକ୍ଷାନୁଷ୍ଠାନଗୁଡ଼ିକ ପୁନର୍ବାର ଖୋଲିଥିଲା। ତେବେ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ଶିକ୍ଷାଦାନ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ଦୁଇବର୍ଷର ପାଠ୍ୟକ୍ରମକୁ ଛାତ୍ରୀଛାତ୍ରଙ୍କୁ ଶିକ୍ଷା ଦେବା ପାଇଁ ଶିକ୍ଷଣ ପରିପୂରଣ ଯୋଜନା ମାଧ୍ୟମରେ ବିଭିନ୍ନ ବିଦ୍ୟାଳୟକୁ ଏକ ବେସରକାରୀ ସଂସ୍ଥା ମାଧ୍ୟମରେ ଗଣଶିକ୍ଷା ବିଭାଗ ପକ୍ଷରୁ ପୁସ୍ତକ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଥିଲା। ଏହିକ୍ରମରେ କେନ୍ଦ୍ରାପଡ଼ା ଜିଲା ଡେରାବିଶ ଶିକ୍ଷା ସର୍କଲ ଅଧୀନରେ ଥିବା ୨୬ଟି ପଞ୍ଚାୟତର ୧୭୪ଟି ପ୍ରାଥମିକ ବିଦ୍ୟାଳୟ ରହିଛି। ପ୍ରତ୍ୟେକ ବିଦ୍ୟାଳୟକୁ ସରକାରଙ୍କ ପକ୍ଷରୁ ଶିକ୍ଷାର୍ଥି ଅଭ୍ୟାସ ପୁସ୍ତିକା ଅକ୍ଟୋବର ୧୦ ତାରିଖ ସୁଦ୍ଧା ଯୋଗାଇ ଦିଆଯିବା କଥା। ତେବେ ଅକ୍ଟୋବର ୧୧ ତାରିଖରୁ ଶିକ୍ଷଣ ପରିପୂରଣ ଯୋଜନାରେ ୫୦ଦିନ ପାଇଁ ପ୍ରତ୍ୟେକ ବିଦ୍ୟାଳୟକୁ ଯୋଗାଇ ଦିଆଯାଇଥିବା ଶିକ୍ଷାର୍ଥୀ ଅଭ୍ୟାସ ପୁସ୍ତିକାକୁ ଛାତ୍ରୀଛାତ୍ରଙ୍କୁ ପଢ଼ାଇ ପ୍ରତି ୨୫ ଦିନ ଅନ୍ତରରେ କରୋନା ସମୟରେ କ୍ଷତି ହୋଇଥିବା ପାଠପଢ଼ା ଛାତ୍ରୀଛାତ୍ରଙ୍କ ପାଇଁ କେତେ ସମୃଦ୍ଧ ହୋଇଛି ତାହାର ଆକଳନ କରାଯିବା କଥା। ଚଳିତ ମାସ ୧୭, ୧୮ ଓ ୧୯ ତାରିଖରେ ବ୍ଲକରେ ୨୫ ଦିନିଆ ଆକଳନ ବ୍ୟବସ୍ଥା କରାଯିବ। ତେବେ ଏହି ଆକଳନ କାର୍ଯ୍ୟକ୍ରମରୁ ୭୭ଟି ବିଦ୍ୟାଳୟ ବାଦ ପଡ଼ିଛି। ଏ ବିଷୟରେ ବିଆରସିସି (ସାଧନ କେନ୍ଦ୍ର ସଂଯୋଜକ) ନରହରୀ ସୂତାରଙ୍କ ସୂଚନା ଅନୁଯାୟୀ, ଏହି ବିଦ୍ୟାଳୟଗୁଡ଼ିକୁ ଏ ଯାଏ ଅଭ୍ୟାସ ପୁସ୍ତିକା ଦିଆଯାଇନାହିଁ। ଯେଉଁଥିପାଇଁ ୨୫ ଦିନିଆ ଆକଳନ ବ୍ୟବସ୍ଥା ୯୭ଟି ବିଦ୍ୟାଳୟରେ କରାଯାଉଥିବା ବେଳେ ଅବଶିଷ୍ଟ ବିଦ୍ୟାଳୟ ପରବର୍ତ୍ତୀ ଅବସ୍ଥାରେ ପୁସ୍ତିକା ଯୋଗାଇ ଦିଆଯିବା ପରେ ଆକଳନ କାର୍ଯ୍ୟକ୍ରମ କରାଯିବ ବୋଲି ସୂତାର କହିଛନ୍ତି। ତେବେ କରୋନା ସମୟର ଶିକ୍ଷାକୁ ଛାତ୍ରୀଛାତ୍ରଙ୍କ ପୂରଣ ପାଇଁ ପରିପୂରଣ ଯୋଜନା ମାଧ୍ୟମରେ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିବା ବେଳେ ବ୍ଲକରେ ଏହାର କାହିଁକି ବ୍ୟତିକ୍ରମ ହେଲା ବୋଲି ଶିକ୍ଷାବିତ୍‌ ଅଧ୍ୟାପକ ଗୋଲଖ ଚନ୍ଦ୍ର ମହାଭୋଇ ପ୍ରଶ୍ନ କରିଛନ୍ତି। ବାଦ ପଡ଼ିଥିବା ୭୭ ଟି ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ଅଭିଭାବକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri