କେନ୍ଦ୍ରାପଡ଼ା ଅର୍ବାନ ବ୍ୟାଙ୍କକୁ ୫୦ହଜାର ଜରିମାନା

କେନ୍ଦ୍ରାପଡ଼ା ଅଫିସ, ୧୬ା୧୧: ନନ୍‌ ପରଫର୍ମିଂ ଆସେଟସ(ଏନ୍‌ପିଏ) ଓ ଅଧିକ କର୍ମଚାରୀ ନିଯୁକ୍ତିକୁ ନେଇ କେନ୍ଦ୍ରାପଡ଼ା ଅର୍ବାନ କୋ ଅପରେଟିଭ ବ୍ୟାଙ୍କ ସମସ୍ୟାରେ ପଡିଛି। ଗତ ଅଗଷ୍ଟ ୨୯ରେ ଗାଇଡ୍‌ ଲାଇନ ଉଲ୍ଲଂଘନ କରିଥିବାରୁ ୧ଲକ୍ଷ ଟଙ୍କା ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆରବିଆଇ) ପକ୍ଷରୁ ଜରିମାନା ହୋଇଥିଲା। ଗତ ୧୪ ତାରିଖରେ ପୁଣି ଥରେ ୫୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ହୋଇଛି। ଆରବିଆଇ ଚିଫ୍‌ ଜେନେରାଲ ମ୍ୟାନେଜର ଯୋଗେଶ ଦୟାଲ ଏନେଇ ଏକ ପ୍ରେସ ରିଲିଜ (ନଂ.୧୧୯୫) ଜାରି କରିଛନ୍ତି।
ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ଅର୍ବାନ କୋ ଅପରେଟିଭ ବ୍ୟାଙ୍କର ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ଅର୍ଥନୈତିକ ସ୍ଥିତି ତନଖି ହୋଇଥିଲା। ଏଥିରେ ଆରବିଆଇର କେତେକ ଗାଇଡ୍‌ ଲାଇନ କାର୍ଯ୍ୟକାରୀ ହୋଇନାହିଁ। ଏହି ଅନିୟମିତତା ପାଇଁ ପୂର୍ବରୁ ଜରିମାନା କାହିଁକି ହେବ ନାହିଁ ବୋଲି କାରଣ ଦର୍ଶାଅ ନୋଟିସ ହୋଇଥିଲା। ଏନେଇ ବ୍ୟାଙ୍କ ପକ୍ଷରୁ ପ୍ରଦତ୍ତ ରିପୋର୍ଟର ତର୍ଜମା ପରେ ୧ ଲକ୍ଷ ଟଙ୍କା ଜରିମାନା ହୋଇଥିଲା। ଏପରି କାରଣ ପାଇଁ କେନ୍ଦ୍ରାପଡ଼ା ଅର୍ବାନ କୋ ଅପରେଟିଭ ବ୍ୟାଙ୍କ ସମେତ ଦେଶର ମୋଟ ୯ଟି ବ୍ୟାଙ୍କକୁ ମୋଟ ୧୧.୮୫ ଲକ୍ଷ ଟଙ୍କା ଜରିମାନା ହୋଇଛି। ଓଡ଼ିଶାର ବ୍ରହ୍ମପୁର କୋ ଅପରେଟିଭ ଅର୍ବାନ ବ୍ୟାଙ୍କକୁ ୩.୧୦ ଲକ୍ଷ ଟଙ୍କା, ମହାରାଷ୍ଟ୍ର ଓସମନାବାଦସ୍ଥିତ ଓସମନାବାଦ ଜନତା ସହକାରୀ ବ୍ୟାଙ୍କକୁ ୨.୫ ଲକ୍ଷ ଟଙ୍କା, ଗୁଜରାଟ ମହିସାଗର ଜିଲା ସନ୍ତ୍ରାମପୁରସ୍ଥିତ ସନ୍ତ୍ରାମପୁର ଅର୍ବାନ କୋ ଅପରେଟିଭ ବ୍ୟାଙ୍କକୁ ୨ ଲକ୍ଷ ଟଙ୍କା, ମଧ୍ୟପ୍ରଦେଶ ବାଲଘାଟସ୍ଥିତ ଜିଲା ସହକାରୀ କେନ୍ଦ୍ରୀୟ ବ୍ୟାଙ୍କ ମର୍ଯ୍ୟାଦିତ, ଝାଡ଼ଖଣ୍ଡ, ଜାମସେଦପୁରସ୍ଥିତ ଜାମସେଦପୁର ଅର୍ବାନ କୋ ଅପରେଟିଭ ବ୍ୟାଙ୍କ ଓ ଛତିଶଗଡ଼ ଅମ୍ବିକାଇସ୍ଥ ରେଣୁକା ନାଗରିକ ସହକାରୀ ବ୍ୟାଙ୍କ ମର୍ଯ୍ୟାଦିତକୁ ୧ ଲକ୍ଷ ଟଙ୍କା ଲେଖାଏ ଜରିମାନା କରାଯାଇଛି। ଏହାବ୍ୟତୀତ ମଧ୍ୟପ୍ରଦେଶ ଭୋପାଳସ୍ଥିତ କ୍ରିଷ୍ଣା ମର୍କାଣ୍ଟାଇଲ କୋଅପରେଟିଭ ବ୍ୟାଙ୍କ ଓ କେନ୍ଦ୍ରାପଡ଼ା ଅର୍ବାନ ବ୍ୟାଙ୍କକୁ ୫୦ ହଜର ଟଙ୍କା ଲେଖାଏ, ଗୁଜରାଟ ଜାମନଗରସ୍ଥିତ ନବରଙ୍ଗପୁର କୋ ଅପରେଟିଭ ବ୍ୟାଙ୍କୁ ୨୫ ହଜାର ଟଙ୍କା ଫାଇନ କରାଯାଇଛି। ଏସମ୍ପର୍କରେ ଅର୍ବାନ ବ୍ୟାଙ୍କ ସିଇଓ ରାଜୀବ ପଣ୍ଡା କହିଛନ୍ତି, ଋଣ ଗ୍ରହୀତାଙ୍କ ତାଲିକାର କାଟାଗୋରି ରହିବା ପାଇଁ ଗାଇଡ୍‌ ଲାଇନରେ ନିର୍ଦ୍ଦେଶ ଅଛି। ତେବେ ବ୍ୟାଙ୍କକୁ ମିଳିଥିବା ସିଷ୍ଟମରେ ଉଚ୍ଚ, ମଧ୍ୟମ ଓ ନିମ୍ନ ଋ଼ଣ ଗ୍ରହୀତାଙ୍କ ତାଲିକା ରହିବାର ବ୍ୟବସ୍ଥା ନାହିଁ। ଋଣଗ୍ରହୀତାଙ୍କ କାଟାଗୋରି ତାଲିକା ହାତଲେଖା ବ୍ୟବହାର ହେଉ ନ ଥିବାରୁ ଏପରି ସ୍ଥିତି ଉପୁଜିଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?