ଆଗକୁ ନିଅଣ୍ଟ ପଡ଼ିବ ଜଳ

କେନ୍ଦ୍ରାପଡ଼ା ଅଫିସ,୧୪ା୧୧: ନଭେମ୍ବର ପ୍ରଥମ ସପ୍ତାହରୁ ମହାନଦୀ ପରେ ଏବେ ବ୍ରାହ୍ମଣୀରେ ଜଳ ସଙ୍କଟ ଦେଖାଦେଇଛି। ବୈତରଣୀରେ ବ୍ୟାରେଜ ନିର୍ମାଣ ପରେ ଏହି ସମସ୍ୟା କେନ୍ଦ୍ରାପଡ଼ା ଜିଲା ପାଇଁ ଚିନ୍ତାର କାରଣ ହୋଇଛି। ଖରା ଆରମ୍ଭରୁ ମହାନଦୀ ଓ ବ୍ରାହ୍ମଣୀ ସିଷ୍ଟମରେ ଥିବା ନଦୀ ଶୁଖିଲା ପଡିବାରୁ ଜାତୀୟ ଉଦ୍ୟାନ ଭିତରକନିକାକୁ ଆବଶ୍ୟକ ମୁତାବକ ଜଳ ମିଳୁନାହିଁ। ଏହା ଆଗକୁ ଭୟଙ୍କର ରୂପ ନେବ। ନଦୀର ଉପରମୁଣ୍ଡରେ ହେଉଥିବା ପ୍ରକଳ୍ପକୁ ନେଇ ଜିଲାବାସୀଙ୍କ ଚିନ୍ତା ବଢ଼ିଛି। କେନ୍ଦ୍ରାପଡ଼ା ଜିଲାରେ ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମ୍‌ରେ ୭ ନଦୀ ପ୍ରବାହିତ ହେଉଛି। ଏହାର ଜଳ ଦୈନନ୍ଦିନ ନିତ୍ୟକର୍ମ ସହ କୃଷି ପାଇଁ ବ୍ୟବହାର ହେଉଛି। ଏଥିସହିତ ଏହାର ମଧୁର ଜଳ ଜାତୀୟଉଦ୍ୟାନ ଭିତରକନିକାର ଜୈବବିବିଧତାକୁ ରକ୍ଷା କରୁଛି। ତେବେ ନଦୀ ପରିଚାଳନା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଥିବାରୁ ଆଗାମୀ ଦିନରେ ଏହା ସମସ୍ୟା ସୃଷ୍ଟି କରିବ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।
ଶିକ୍ଷାବିତ୍‌ ଭୁବନମୋହନ ଜେନା, ସାମାଜିକ କର୍ମୀ ସୁନୀଲ କୁମାର ଗନ୍ତାୟତ, ପ୍ରତାପ କୁମାର ତ୍ରିପାଠୀ, ବାନାମ୍ବର ସାହୁ, ପ୍ରଦୀପ କୁମାର ପ୍ରଧାନ ପ୍ରମୁଖ ନଦୀ ଜଳ ପରିଚାଳନାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି, ଓଡ଼ିଶା ଓ ଛତିଶଗଡ଼ ସରକାର ମହାନଦୀର ଜଳ ପ୍ରବାହ ବିବାଦକୁ ତୁରନ୍ତ ସମାଧାନ କରିବା ଦରକାର। ତଳ ମୁଣ୍ଡରେ ଥିବା କେନ୍ଦ୍ରାପଡ଼ା ଜିଲା ଏଥିନେଇ ବହୁ ଭାବେ ପ୍ରଭାବିତ ହେଉଥିବା ବେଳେ ଆଗାମୀ ଦିନରେ ହେବାକୁ ଥିବା ଷ୍ଟିଲ୍‌ ପ୍ଲାଣ୍ଟ ଓ ରାଜ୍ୟର ପ୍ରଥମ ନଦୀଭିତ୍ତିକ ବନ୍ଦର ଉପରେ ପ୍ରଭାବ ପଡିବ। ସେହିପରି ଯାଜପୁରଠାରେ ବ୍ୟାରେଜ ନିର୍ମାଣ ପରେ ଜାତୀୟ ଉଦ୍ୟାନ ଭିତରକନିକାକୁ ବୈତରଣୀ ନଦୀର ଜଳ ପ୍ରବାହ କମିବ। ବ୍ରାହ୍ମଣୀ ନଦୀ ଉପର ମୁଣ୍ଡରେ ରେଙ୍ଗାଲି ପ୍ରୋଜେକ୍ଟ ନିର୍ମାଣ ଚାଲିଛି। ଏହା ଚାଷ ପାଇଁ ବ୍ୟବହାର ହେବ।ସେହିପରି ଏହି ନଦୀ ଜଳ ଉପରେ କଳିଙ୍ଗ ନଗର ଶିଳ୍ପାଞ୍ଚଳ ନିର୍ଭର କରୁଛି। ଉକ୍ତ ଶିଳ୍ପାଞ୍ଚଳର ୧୦ରୁ ଊର୍ଦ୍ଧ୍ୱ ଶିଳ୍ପ ପାଇଁ ବ୍ରାହ୍ମଣୀ ଓ ଖରସ୍ରୋତା ନଦୀରୁ ୧୨୦ କ୍ୟୁସେକ ପାଣି ଉତ୍ତୋଳନ ହେଉଛି। ପଙ୍କପାଳସ୍ଥିତ ବ୍ରାହ୍ମଣୀ ନଦୀ ମୁହାଣରେ ଇଡ୍‌କୋ ପକ୍ଷରୁ ଉଚ୍ଚଶକ୍ତି ସମ୍ପନ୍ନ ପମ୍ପ ହାଉସ ନିର୍ମାଣ କରାଯାଇଛି। ସେହିପରି ବ୍ରାହ୍ମଣୀର ଶାଖା ନଦୀ ଖରସ୍ରୋତାରୁ ମାର୍ଥାପୁରଠାରେ ଶିଳ୍ପକୁ ପାଣି ଯୋଗାଣ ହେଉଛି। ଆଗାମୀ ଦିନରେ ମେସ୍କୋ, ମୈଥାନ ଆଦି ଶିଳ୍ପ ବ୍ରାହ୍ମଣୀ ନଦୀକୁ ଉପଯୋଗ କରିବେ। ଶିଳ୍ପ ପରି ରାଜ୍ୟ ସରକାର କୃଷି ଓ ପାନୀୟ ଜଳକୁ ଗୁରୁତ୍ୱ ଦେଉଛନ୍ତି। ବ୍ରାହ୍ମଣୀ ଓ ଖରସ୍ରୋତା ନଦୀରୁ ବିଞ୍ଝାରପୁର, ଯାଜପୁର, କୋରେଇ ଓ ରସୁଲପୁର ବ୍ଲକ ଅଞ୍ଚଳର ୨୮୦ ଗ୍ରାମକୁ ପାନୀୟ ଜଳ ଯୋଗାଣ ପାଇଁ ମଞ୍ଜୁରୀ ଦିଆଯାଇଛି। ଏଥିସହିତ କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ବରୁଣାଡିହାରେ ଖରସ୍ରୋତା ନଦୀରୁ ଭଦ୍ରକର ୪ ବ୍ଲକ ଅଞ୍ଚଳ ପାଇଁ ପ୍ରକଳ୍ପ ଆରମ୍ଭ ହୋଇଥିବା ବେଳେ ନିକଟରେ ଆଳି, ରାଜନଗର, ରାଜକନିକା ଓ ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳକୁ ପିଇବା ପାଣି ଯୋଗାଇବା ପାଇଁ ଜଳ ଜୀବନ ମିଶନରେ ବ୍ୟୟ ବରାଦ ହୋଇଛି। ଏହା ବ୍ୟତୀତ କୃଷି ପାଇଁ ଜିଲାରେ ପ୍ରବାହିତ ବହୁ ନଦୀରେ ପ୍ରକଳ୍ପ ଅଛି। ନଦୀ ଜଳର ପରିଚାଳନା ଦ୍ୱାରା ସ୍ଥାନୀୟ ଜିଲାବାସୀଙ୍କ ସୁଖ ସମୃଦ୍ଧି ବଢ଼ିବ। ପାନୀୟ ଜଳ ସହ କୃଷି ଓ ପରିବେଶକୁ ଗୁରୁତ୍ୱ ଦେବା ଆବଶ୍ୟକ। ଅପରପକ୍ଷେ ଜିଲାର ଭୂତଳ ଜଳ ଚିନ୍ତାଜନକ ସ୍ଥିତିରେ ଥିବା ବିଭିନ୍ନ ସର୍ଭେ ରିପୋର୍ଟରୁ ଜଣାପଡିଛି।
୨୦୧୭ରେ କେନ୍ଦ୍ର ଭୂତଳ ଜଳ ବୋର୍ଡ ଦ୍ୱାରା ହୋଇଥିବା ସର୍ଭେ ରିପୋର୍ଟ ଅନୁଯାୟୀ, ଆଗାମୀ ୩ ଦଶନ୍ଧିରେ ବ୍ରାହ୍ମଣୀରେ ଯେତିକି ଜଳ ପ୍ରବାହିତ ହେବ, ତା’ଠାରୁ ପ୍ରାୟ ୩ ହଜାର କ୍ୟୁବିକ ମିଟର ଅଧିକ ଜଳ ଆବଶ୍ୟକ କରିବ। ରାଜ୍ୟରେ ଉପଲବ୍ଧ ହେଉଥିବା ମୁଣ୍ଡପିଛା ହାରାହାରି ଜଳ ପରିମାଣ ଦ୍ରୁତ ବେଗରେ ହ୍ରାସ ପାଉଥିବା ବେଳେ ମହାନଦୀ, ବ୍ରାହ୍ମଣୀ ପରି ପ୍ରମୁଖ ନଦୀଗୁଡିକରେ ଯେଉଁ ଜଳାଭାବ ଦେଖାହେବ, ସେଥିଯୋଗୁ ମୁଣ୍ଡ ପିଛା ଜଳ ଉପଲବ୍ଧତା ଆହୁରି ହ୍ରାସ ପାଇବ ବୋଲି ସେମାନେ ଆଶଙ୍କା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ମଣ୍ଡିରୁ ଆସିଲା ଚିନ୍ତାଜନକ ଚିତ୍ର: ବିକ୍ରି ଧାନରୁ ବାହାରିଲାଣି ଗଜା, ଚାଷୀଙ୍କୁ ମିଳିନି ପ୍ରାପ୍ୟ; କଟନୀ-ଛଟନୀ…

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଗତମାସ ୩୦ତାରିଖରୁ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସରିଯାଇଛି। କିନ୍ତୁ ବିଭାଗୀୟ ଅବ୍ୟବସ୍ଥା ଯୋଗୁ ଏପର୍ଯ୍ୟନ୍ତ ଧାନ କିଣାବିକାରେ ଚାଷୀଙ୍କ ଦୁଃଖ…

ସିଂହ ରାଶିରେ ଶୁକ୍ରଙ୍କ ଗୋଚର: ଜୁଲାଇ ୪ରୁ ଚମକିବ ଏହି ୪ ରାଶିର ଭାଗ୍ୟ, ଧନଲାଭ ସହ ମିଳିବ ସୁଖ-ସମୃଦ୍ଧି

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଗ୍ରହଙ୍କୁ ସୁଖ, ସମୃଦ୍ଧି, ପ୍ରେମ, ସୌନ୍ଦର୍ଯ୍ୟ ଓ ଭୌତିକ ସୁଖ-ସୁବିଧାର କାରକ ବୋଲି କୁହାଯାଏ। ଯେତେବେଳେ ବି ଶୁକ୍ର ନିଜର ରାଶି ପରିବର୍ତ୍ତନ…

ଗଜପତି ଜିଲା ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚାର ନୂଆ ଟିମ ଘୋଷିତ

ମୋହନା,୨।୭,( ମନ୍ମଥ ମିଶ୍ର ): ଭାରତୀୟ ଜନତା ପାର୍ଟିର ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କ ସୁପାରିଶ ଓ ଗଜପତି ଜିଲା ସଭାପତି ନବ କିଶୋର…

ଜୁଆ ଖେଳୁଥିବା ସମୟରେ ବାଲାଜୀ ରାଇସ ମିଲରେ ପୋଲିସର ଚଢ଼ାଉ

ରିଷିଡା, ୨।୭,(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ଅନ୍ତର୍ଗତ ଗଜବାହଲ ପଞ୍ଚାୟତ ସ୍ଥିତ ବାଲାଜୀ ରାଇସ ମିଲ ଭିତରେ ଗୁରୁବାର କୌଣସି ସୂତ୍ରରୁ ଖବର ପାଇ…

ଘରେ ପାଠ ପଢିବାକୁ କହିବାରୁ ରାଜି ନ ହୋଇ ଚରମ ପଦକ୍ଷେପ ନେଲେ ନାବାଳିକା

ଦାରିଙ୍ଗବାଡି, ୨।୭, (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଘଟିଯାଇଛି ବଡ଼ ଅଘଟଣ ଜଣେ ଯୁକ୍ତ ୨ ପଢୁଥିବା ଛାତ୍ରୀ ପାଠ ପଢିବାକୁ…

ଜାତୀୟ ରାଜପଥର ଫୁଟ୍‌ପାଥରୁ ଲୁହା ରେଲିଂ କାଟି ନେଇଗଲେ ଦୁର୍ବୃତ୍ତ, ଠିକାସଂସ୍ଥାର ପ୍ରକଳ୍ପ ଅଧିକାରୀ କହିଲେ…

ଦାରିଙ୍ଗବାଡ଼ି,୨ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦେଇ ଯାଇଥିବା ଗୋପାଳପୁରଠାରୁ ରାଇପୁର ରାସ୍ତାର ସିମନବାଡ଼ି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ରାଜପଥର ଫୁଟ୍‌ପାଥରେ ଲାଗିଥିବା ଲୁହା ରେଲିଂଗୁଡିକୁ…

ଜାପାନ ପ୍ରଧାନମନ୍ତ୍ରୀ ସାନାଏ ତାକାଇଚିଙ୍କୁ ‘ସାନ ଭଉଣୀ’ ବୋଲି କାହିଁକି କହିଲେ ପ୍ରଧାନମନ୍ତ୍ରୀ ମୋଦି? ଜାଣନ୍ତୁ ସମ୍ପୂର୍ଣ୍ଣ କାହାଣୀ

ନୂଆଦିଲ୍ଲୀ,୨।୭: ଭାରତ ଏବଂ ଜାପାନ ମଧ୍ୟରେ ସମ୍ପର୍କକୁ ଗୁରୁବାର ଏକ ଗଭୀର ବ୍ୟକ୍ତିଗତ ଏବଂ ଭାବପ୍ରବଣ ମୁହୂର୍ତ୍ତ ଭାବରେ ଚିହ୍ନିତ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଥର…

ଅଙ୍ଗନଓ୍ବାଡ଼ି ପାଚିକାଙ୍କୁ ରୋଷେଇ କରିବାକୁ ବିରୋଧ, ଅଭିଯୋଗ ଆଣି କହିଲେ ମୋ’ ହାତରୁ…

ଝାରବନ୍ଧ,୨ା୭(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ଅନର୍ଗତ ଦଓ୍ବୋନପାଲି ଗ୍ରାମରେ ଜାତିବାଦକୁ ନେଇ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଅଭିଯୋଗ ଅନୁଯାୟୀ, ଦଓ୍ବୋନପାଲି ଗ୍ରାମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri