ନାବାଳିକାଙ୍କ ବିବାହ ନା ଚାଲାଣ

କେନ୍ଦ୍ରାପଡ଼ା ଅଫିସ, ୧୫ା୧୧:ଝିଅ ନବମ ଶ୍ରେଣୀରେ ପଢୁଥିଲା। ଅଗଷ୍ଟ ୧୫ରେ ସ୍କୁଲରେ ସ୍ବାଧୀନତା ଦିବସ ପାଳନ ପରେ ଫେରିବା ବାଟରେ ଜଣେ କୋଲ୍‌କାତା ମେଦିନାପୁର ଅଞ୍ଚଳର ବୁଲା ବେପାରୀ ସହ ପଳାଇବା ଖବର ମିଳିଲା। ଏ ନେଇ ଥାନାରେ ଅଭିଯୋଗ ସହ ଖୋଜଖବର କଲେ ମଧ୍ୟ ଠିକଣା ଅଦ୍ୟାବଧି ମିଳିନାହିଁ। ଝିଅର ଅବସ୍ଥା କିପରି ଥିବ ବୋଲି ଚିନ୍ତା ବଢ଼ିଛି। ନାବାଳିକା ଝିଅ ବିବାହ କିମ୍ବା ବିକ୍ରି ହୋଇଥିବା ନେଇ ସନ୍ଦେହରେ ଅଛି ବୋଲି ମହାକାଳପଡ଼ା ଥାନା ଅଞ୍ଚଳର ଜଣେ ମା’ ନିଜର ଦୁଃଖ ବଖାଣିଛନ୍ତି। ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ଏକ ବରଗଛ ମୂଳରେ ବସି କାନ୍ଦୁଥିବା ଦୃଶ୍ୟ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ମଧ୍ୟରେ ଗଭୀର ଆଲୋଡ଼ନ ସୃଷ୍ଟି କରିଛି। ଏହି ଘଟଣା ସୋମବାର ନଜରକୁ ଆସିଥିବା ବେଳେ ବାସ୍ତବରେ ଜିଲାର ଉପାନ୍ତ ଅଞ୍ଚଳରେ ଏପରି ଘଟଣା ବହୁବାର ଦେଖାଦେଇଛି। ୧୮ ବର୍ଷ ପୂର୍ବରୁ ନାବାଳିକାଙ୍କର ବିବାହ ହେଉଛି। ଜିଲାରେ ୨୦୧୯ରୁ ଡିସିପିଓ ନ ଥିବା ବେଳେ ସଚେତନତା କାର୍ଯ୍ୟକ୍ରମକୁ ନେଇ ବୁଦ୍ଧିଜୀବୀଙ୍କ ସନ୍ଦେହ ବଢ଼ୁଛି। ସ୍ଥାନୀୟ ସ୍ବୟଂ ସହାୟକ ଗୋଷ୍ଠୀକୁ ବାଲ୍ୟବିବାହ ରୋକିବା ଦାୟିତ୍ୱ ମିଳିଲେ ସମସ୍ୟାର ସମାଧାନ ହୋଇପାରିବ ବୋଲି ମତ ମିଳିଛି ା
ଏ ସମ୍ପର୍କରେ ଆଇନଜୀବୀ ବିଧୁଭୂଷଣ ମହାପାତ୍ର କୁହନ୍ତି, ବାଲ୍ୟବିବାହ ସମାଜ ପାଇଁ ଏକ କଳଙ୍କ। ଏହାର ନିରାକରଣ ଲାଗି ବାଲ୍ୟବିବାହ ନିରୋଧ ଅଧିନିୟମ ୨୦୦୬ ଓ ଓଡ଼ିଶା ବାଲ୍ୟବିବାହ ନିରୋଧ ନିୟମ ୨୦୦୯ କାର୍ଯ୍ୟକାରୀ ହେଉଛି। ସେହିପରି ଏପରି ଘଟଣା ସମୟକ୍ରମେ ଜୁଭେନାଇଲ ଜଷ୍ଟିସ୍‌ ଆକ୍ଟ ୨୦୧୫ ଓ ମଡେଲ ଆକ୍ଟ ୨୦୧୬ରେ ପୋକ୍‌ସୋ କୋର୍ଟକୁ ଆସୁଛି। କେନ୍ଦ୍ର ଓ ରାଜ୍ୟ ସରକାର ଏ ନେଇ ମହିଳା ଓ ଶିଶୁ ବିଭାଗ, ମିଶନ ଶକ୍ତି ବିଭାଗ, ରାଜ୍ୟ ମହିଳା ସମ୍ବଳ କେନ୍ଦ୍ର, ଚାଇଲ୍ଡ ୱେଲ୍‌ଫେୟାର କମିଟି, ଡିଷ୍ଟ୍ରିକ୍ଟ ଚାଇଲ୍ଡ ପ୍ରୋଟେକ୍ସନ ୟୁନିଟ୍‌ ଆଦି ଗଠନ କରିଥିଲେ ମଧ୍ୟ ତୃଣମୂଳସ୍ତରରେ ଏହା କାର୍ଯ୍ୟକାରୀ ହୋଇପାରୁନାହିଁ। କେନ୍ଦ୍ରାପଡ଼ା ଜିଲାରେ ଏହାର ହାର ୧୨ ପ୍ରତିଶତରୁ ଅଧିକ ଅଛି। ଶୈଶବ ପ୍ରତି ଅନ୍ୟାୟ ହେଉଥିବାରୁ ଏହାକୁ ରୋକିବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି। ଏ ସମ୍ପର୍କରେ ଆନ୍ତର୍ଜାତିକ ମାନବାଧିକାର ପରିଷଦର କେନ୍ଦ୍ରାପଡ଼ା ଜିଲା ଆବାହକ ପ୍ରତାପ ଚନ୍ଦ୍ର ପାଢ଼ୀ କୁହନ୍ତି, ରାଜନଗର ଓ ମହାକାଳପଡ଼ା ବ୍ଲକ ଅଞ୍ଚଳରେ ବାଲ୍ୟବିବାହ ସଂଖ୍ୟା ଅଧିକ। ଦାରିଦ୍ର୍ୟ ସହ ସଚେତନତାର ଅଭାବ, ପାରମ୍ପରିକ ରୀତିନୀତି, ଅନୁପ୍ରବେଶକାରୀଙ୍କ ସଂରକ୍ଷଣ ଆଦି କାରଣରୁ ଏହି ଅଞ୍ଚଳରେ ବାଲ୍ୟ ବିବାହ ବଢ଼ୁଛି। ଜିଲାର ଏହି ଦୁଇ ବ୍ଲକ ଅଞ୍ଚଳରେ ବଙ୍ଗ ଭାଷୀଙ୍କ ସଂଖ୍ୟା ଅଧିକ। ଏଠାରେ ପ୍ରତିବର୍ଷ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢ଼ୁଛି। ଜିଲାରେ ସ୍ଥାୟୀ ବସବାସ ସହ ସମ୍ପର୍କ ଗଠନ ଉଦ୍ଦେଶ୍ୟରେ ନାବାଳିକାଙ୍କୁ ବିବାହ ପରି ହୀନ କାର୍ଯ୍ୟରେ ପରିବାର ସଦସ୍ୟ ସହଯୋଗ କରୁଛନ୍ତି। ତୃଣମୂଳସ୍ତରରେ ଏହାକୁ ରୋକିବାକୁ ସ୍ଥାନୀୟ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଦାୟିତ୍ୱ ଦିଆଯାଉ। ଏଥିସହ ବାଲ୍ୟବିବାହ ଘଟଣାରେ ସ୍ଥାନୀୟ ଏସ୍‌ଏଚ୍‌ଜି ନୀରବ ଥିବା ଲୋକଲୋଚନକୁ ଆସିଲେ ଉତ୍ତରଦାୟୀ କରାଯାଉ। ଫଳରେ ବାଲ୍ୟବିବାହ ରୋକାଯାଇପାରିବ ବୋଲି ସେ ମତ ଦେଇଛନ୍ତି। ଏ ସମ୍ପର୍କରେ ସାମାଜିକ କର୍ମୀ ସୁଶାନ୍ତ କୁମାର ନାୟକ କହିଛନ୍ତି, ବାଲ୍ୟବିବାହ ଓ ମହିଳା ଚାଲାଣ ସମ୍ପର୍କରେ ଏହି ଜିଲାରେ କେବଳ କାଗଜପତ୍ରରେ ସଚେତନତା ସୃଷ୍ଟି କରାଯାଉଛି। ଏପରି କାର୍ଯ୍ୟକ୍ରମ ସମ୍ପର୍କରେ ତଦନ୍ତ କରାଗଲେ ବହୁ ଦୁର୍ନୀତି ଲୋକଲୋଚନକୁ ଆସିବ। ଅପରପକ୍ଷରେ ନାବାଳିକା ଓ ମହିଳା ନିଖୋଜ ସମ୍ପର୍କରେ ଅଭିଯୋଗ ଆସିଲେ ଥାନା ପୋଲିସ ଏହାକୁ ପ୍ରେମ ବ୍ୟାପାର କହି ମିସିଂ କେସ୍‌ରେ ସୀମିତ ରଖୁଛି। ଫଳରେ ଜିଲାରେ ମହିଳା ଚାଲାଣ ର଼୍ୟାକେଟ ସକ୍ରିୟ ହେଉଥିବା ଜଣାପଡୁଛି। ଏ ସମ୍ପର୍କରେ ଦାୟିତ୍ୱରେ ଥିବା ଜିଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ) ପ୍ରଭାସ ଦାସ କହିଛନ୍ତି, ଜିଲାରେ ଦେଢ଼ବର୍ଷ ମଧ୍ୟରେ ଏ ନେଇ ୧୩ଟି ମାମଲା ଆସିଥିବା ବେଳେ ୧୨ଟି ବିବାହକୁ ରୋକାଯାଇପାରିଛି। ତେବେ ସୂଚନା ନ ମିଳିବାରୁ ଅଧିକାଂଶ ବାଲ୍ୟବିବାହକୁ ରୋକାଯାଇପାରୁନାହିଁ। ଏଥିସହ ସ୍ଥାୟୀ ଡିସିପିଓ ରହିଲେ ଏହି ପ୍ରକ୍ରିୟାର ଅଗ୍ରଗତି ହୋଇପାରିବ ବୋଲି ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri