Advertisement

ପୋଖରୀ ଖୋଳା ବନ୍ଦକଲା ପ୍ରଶାସନ

ରାଜକନିକା,୧୮ା୧୧(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ତରାସ ପଞ୍ଚାୟତରେ ପୋଖରୀ ଖୋଳା ଯାଇ ଟ୍ରାକ୍ଟରରେ ମାଟି ବୁହା ହେଉଥିବା ଘଟଣାରେ ଗ୍ରାମବାସୀ ତହସିଲଦାର ଓ ବିଡିଓଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ଗୁରୁବାର ରାଜକନିକା ତହସିଲଦାର ଅଶୋକ କୁମାର ଦେହୁରୀ ଓ ବିଡିଓ ରବିନାରାୟଣ ଆଚାର୍ଯ୍ୟ ଘଟଣାସ୍ଥଳକୁ ଯାଇ ଦେଖିବା ପରେ କାମକୁ ବନ୍ଦ କରି ଦେଇଛନ୍ତି। ତହସିଲଦାର ଦେହୁରୀ କହିଛନ୍ତି, ଯେଉଁଠାରେ ପୋଖରୀ ଖୋଳା ଯାଉଥିଲା ତାହା ଗୋଜର ଜମି ହୋଇଥିବାରୁ ମାଟି ଖୋଳିବାକୁ ବନ୍ଦ କରି ଦିଆଯାଇଛି। ବେଆଇନ ଭାବେ ମାଟି ଖୋଳି ଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଜରିମାନା ଆଦାୟ କରାଯିବ।
ସୂଚନା ଅନୁସାରେ, ତରସ ପଞ୍ଚାୟତରେ ବିଭିନ୍ନ ସରକାରୀ କାର୍ଯ୍ୟ ବିନା ସୂଚନା ଫଳକରେ ହେଉଥିବା ଅଭିଯୋଗ କରିଥିଲେ ଗ୍ରାମବାସୀ। ପଞ୍ଚାୟତ ଦ୍ୱାରା ତରାସସ୍ଥିତ ଶହୀଦ୍‌ ଓ ନର୍ସରୀ ପୋଖରୀକୁ ଲୋକମାନେ ଖୋଳିବା ସହ ଟ୍ରାକ୍ଟର ସହାୟତାରେ ଖୋଳା ଯାଉଥିବା ମାଟିକୁ ଅନ୍ୟତ୍ର ନେଇ ପକାଯାଇ କାମ ହେଉଛି ବୋଲି ତରସ ଗ୍ରାମବାସୀ ଅଭିଯୋଗ କରିଥିଲେ। ସେମାନେ ଅଭିଯୋଗ କରିଛନ୍ତି ଯେ, ଶହୀଦ ପୋଖରୀରୁ ଅଳ୍ପ କିଛି ମାଟି ଖୋଳି ନେଲା ପରେ ଏବେ ନର୍ସରୀ ପୋଖରୀରୁ ମାଟି ଖୋଳାଯାଇ ଟ୍ରାକ୍ଟର ସାହାଯ୍ୟରେ ବୁହା ଯାଉଛି। ଏହି କାମ ପଞ୍ଚାୟତ ଦ୍ୱାରା କରାଯାଉଛି ବୋଲି ଗ୍ରାମବାସୀ କହିଛନ୍ତି। ହେଲେ କୌଣସି ସୂଚନା ଫଳକ ଲାଗି ନ ଥିବାରୁ ଏଠାରେ ଦୁର୍ନୀତି ହେଉଛି ବୋଲି ଅଭିଯୋଗ କରି ଗ୍ରାମବାସୀ ୧୪ ତାରିଖ ବିଡିଓ ଓ ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ, ଏହି କାମରେ ସମାନ୍ତର ଭାବେ ୩ଟି ସ୍ଥନରେ ଖୋଳା ଯାଇ ଟଙ୍କା ହରିଲୁଟ କରିବାକୁ ମସୁଧା କରାଯାଉଥିଲା। କାହା ଅନୁମତି ନ ନେଇ ଗୋଚର ଜମିରେ ପୋଖରୀ ଖୋଳି ମାଟି ନିଆଯାଉଥିଲା। ଏହି ଘଟଣାରେ ସମ୍ପୃକ୍ତି ଥିବା ସରକାରୀ ବାବୁଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଶାକର୍ମୀଙ୍କୁ ଆକ୍ରମଣ, ୨ ଗିରଫ

ନୟାଗଡ଼ ଅଫିସ/ରଣପୁର,୧୧ା୫(ସ୍ବ.ପ୍ର.): ରଣପୁର ଥାନା ବିନୋଦପଡାଠାରେ ଭୁବନେଶ୍ୱର ଫେରନ୍ତାଙ୍କ ନାମ ପଞ୍ଜୀକରଣ କରିବାରୁ କରୋନା ଯୋଦ୍ଧା ଆଶାକର୍ମୀ ନଳିନୀ ପ୍ରଧାନଙ୍କୁ ରବିବାର ରାତିରେ ଆକ୍ରମଣ ହୋଇଛି।...

ପାଟଣାଗଡ ପୋଲିସ ତରଫରୁ ମିଶନ କ୍ଲିନ ଆରମ୍ଭ

ପାଟଣାଗଡ, ୨୭।୧୦(ଡି.ଏନ୍‌.ଏ.): – ବେଆଇନ ମଦ ମାଫିଆ, ଜୁଆ ସଟ୍ଟା, ଚୋର ଡକାୟତଙ୍କୁ ମିଶନ କ୍ଲିନ ମାଧ୍ୟମରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଜୟାଦଶମୀରୁ ଶପଥ...

ଓଡିଆର୍‌ପି ଘରେ ନ ରହିଲେ ତାଲିକାରୁ ବାଦ୍‌

ଚିକିଟି,୧୯ା୭(ଡି.ଏନ.ଏ.)- ଗଞ୍ଜାମ ଜିଲା ଚିକିଟି ବ୍ଲକ୍‌ ସମୁଦ୍ର ତଟବର୍ତ୍ତୀ ଚନ୍ଦନବାଡ ଓ ସୋରଳ ଗ୍ରାମରେ ପୃଥକ ପୃଥକ ଭାବେ ଗୁରୁବାର ମଧ୍ୟାହ୍ନରେ ଓଡିଆର୍‌ପି ଘର ପାଇଥିବା...

ରାସ୍ତାକୁ ଚାଲି ଆସିଲା ଗାଈ, ଓଲଟିଲା କାର

ସୁନ୍ଦରଗଡ଼,୧୩।୬: ବିଜୁ ଏକ୍ସପ୍ରେସ ଓ୍ବେ ରାଜ୍ୟ ରାଜପଥ-୧୦ର କରମଡିହି ପେଟ୍ରୋଲ ପମ୍ପ ନିକଟରେ ରବିବାର ଏକ କାର୍‌ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ କାରରେ...

୧୬ ବର୍ଷ ଧରି ସିଂହଗାଁ କଣ୍ଠିଆନାଳ ସେତୁ କାମ ଅଟକିଛି

ପଟ୍ଟାମୁଣ୍ଡାଇ,୧୬ା୯(ସ୍ବ.ପ୍ର.):କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକର ୩୧ଟି ପଞ୍ଚାୟତ ମଧ୍ୟରୁ ସିଂହଗାଁ ଏକ ମାତ୍ର ପଞ୍ଚାୟତ ଯାହାକି ସ୍ବାଧୀନତାର ୭୫ବର୍ଷ ପରେ ମଧ୍ୟ ବ୍ଲକ ସଦର ମହକୁମା...

ବନ ବିଭାଗର ନିରସ୍ତ୍ର ମୁକାବିଲା

ଢେଙ୍କାନାଳ ଅଫିସ୍‌, ୩୧।୭: ବଦଳିଗଲାଣି ଶିକାର କୌଶଳ। ଏକଦା ତୀର, ବିଦ୍ୟୁତ୍‌ ଫାଶରେ ବନ୍ୟପ୍ରାଣୀଙ୍କୁ ମାରୁଥିବା ଶିକାରୀ ଏବେ ଧରିଲେଣି ଅତ୍ୟାଧୁନିକ ବନ୍ଧୁକ। ବନ ବିଭାଗ...

ପାଟଣାଗଡ଼ରେ କେଭି ପଛରେ

ପାଟଣାଗଡ଼,୨୩।୫: ପାଟଣାଗଡ଼ ବିଧାନସଭା ଆସନରେ ଭାଜପା ପ୍ରାର୍ଥୀ କନକ ବର୍ଦ୍ଧନ ସିଂଦେଓ ପଛରେ ଚାଲିଛନ୍ତି। ବିଜେଡି ପ୍ରାର୍ଥୀଙ୍କଠାରୁ କେଭି ୨୦୬୬ ଭୋଟରେ ପଛୁଆ ଅଛନ୍ତି।

କରୋନା ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ୱାର୍ଡ

ଭଦ୍ରକ ଅଫିସ, ୨।୨- ଦେଶ ଓ ରାଜ୍ୟରେ ଆତଙ୍କ ଖେଳାଇଥିବା କରୋନା ଭାଇରସ୍‌ଜନିତ ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଶନିବାରଠାରୁ ଭଦ୍ରକ ଜିଲା ଚିକିତ୍ସାଳୟ ପକ୍ଷରୁ...

Advertisement
Archives

Model This Week