ସଙ୍କୁଚିତ ହେଉଛି ଗୋବରୀ ସମ୍ପ୍ରସାରିତ କେନାଲ

ପଟ୍ଟାମୁଣ୍ଡାଇ, ୧୬ା୧୧(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ଉତିକଣ ଅଞ୍ଚଳର ଜୀବନରେଖା ପଟ୍ଟାମୁଣ୍ଡାଇ ଗୋବରୀ ସମ୍ପ୍ରସାରିତ କେନାଲ ଓ ଶାଖା କେନାଲ ଏବେ ସଙ୍କୁଚିତ ହେବା ସହ ପୋତି ହେବାରେ ଲାଗିଛି। ଫଳରେ ଏହାର ଜଳଧାରଣ କ୍ଷମତା ହ୍ରାସ ପାଇବାର ଲାଗିଛି। ପଟ୍ଟାମୁଣ୍ଡାଇ ଗୋବରୀ ସମ୍ପ୍ରସାରିତ କେନାଲରେ ୧୭ଟି ଛୋଟ ଶାଖା କେନାଲ ଓ ୫ଟି ମାଇନର କେନାଲ ରହିଛି। କେନ୍ଦ୍ରାପଡ଼ା ଜିଲାର ଭାତହାଣ୍ଡି କୁହାଯାଉଥିବା ଉତିକଣ ଭେଡା ସମେତ ପଟ୍ଟାମୁଣ୍ଡାଇର ଅନ୍ୟାନ୍ୟ ଭେଡା ଏହି କେନାଲ ଉପରେ ନିର୍ଭରଶୀଳ। ଏହି ସବୁ କେନାଲରେ ୧୩୩ କ୍ୟୁସେକ ପାଣି ଧାରଣ କରିବା କଥା। ମାତ୍ର ଏବେ ଏହା କମିକମି ଛାଲିଛି। ଏହି ଉତିକଣ ଭେଡା ସମେତ ପଟ୍ଟାମୁଣ୍ଡାଇର ଅନ୍ୟାନ୍ୟ ଭେଡାକୁ ଦୈନିକ ପ୍ରାୟ ୮୦ରୁ ୯୦ କ୍ୟୁସେକ ଜଳ ପ୍ରବାହିତ ହେବା ଆବଶ୍ୟକ। ମାତ୍ର ବର୍ତ୍ତମାନ ଜଳାଭାବ ଯୋଗୁ ସବୁଦିନ ୪୦ କ୍ୟୁସେକ ପାଣି ଯୋଗାଇବା ଜଳସମ୍ପଦ ବିଭାଗ ପକ୍ଷରେ ସମ୍ଭବ ହେଉନାହିଁ। ତେଣୁ କେଉଁଦିନ ୨୦ କ୍ୟୁସେକ ତ କେଉଁଦିନ ୧୫ କ୍ୟୁସେକ ପାଣି ଛଡ଼ାଯାଉଛି। କେନାଲ ସଙ୍କୁଚିତ ହେବା ଓ କେତେକ ସ୍ଥାନରେ ଅବରୋଧ ଯୋଗୁ ତଳମୁଣ୍ଡରେ ସେତିକି ପରିମାଣର ପାଣି ମଧ୍ୟ ପହଞ୍ଚୁ ନାହିଁ। ଏହାର ପ୍ରଭାବ ଅକ୍ଟୋବର ମାସରେ ଅନୁଭୂତ ହୋଇଛି। ଏପରି ଜଳାଭାବ ଏଡିବି କେନାଲ ସଙ୍କୁଚିତ କରିବା ଦ୍ୱାରା ଗତ ୫ବର୍ଷ ହେଲା ଲାଗି ରହିଛି। ଏହି କିଛିଦିନ ହେବ ୪୦ କ୍ୟୁସେକ ୭୦ କ୍ୟୁସେକ ପାଣି ଛଡା ଯାଉଛି ବୋଲି ଏସ୍‌ଡିଓ ପ୍ରଭାତ ସାହୁ କହିଛନ୍ତି। ପଟ୍ଟାମୁଣ୍ଡାଇ କେନାଲରେ ଯେତିକି ପାଣି ଆସୁଛି, ସେଥିରୁ ଅଧିକାଂଶ ସ୍ଥାନରେ କେତେଜଣ ବ୍ୟବସାୟୀ, ମାଛଚାଷୀ, ଗୃହ ମାଲିକ ଓ ହୋଟେଲ ଆଦି ଚୋରାରେ ନେଉଥିବା ଜଣାଯାଇଛି। ଜଗତପୁରରୁ ପଟ୍ଟାମୁଣ୍ଡାଇ ପର୍ଯ୍ୟନ୍ତ ଏତେ ମାତ୍ରାରେ ପାଣି ଚୋରି ହେଉଛି, ଯାହାକି ଯାଞ୍ଚ କରିବାକୁ ମାନବ ସମ୍ବଳ ନାହିଁ ବୋଲି ବିଭାଗ ପକ୍ଷରୁ କୁହାଯାଉଛି। କେନାଲକୁ ନିୟମିତ ସଫା କରାଯାଉନାହିଁ। ଦଳ ଭର୍ତ୍ତି ହୋଇ ପଚି ଦୁର୍ଗନ୍ଧ ହେଉଛି। କେନାଲର ଦୁଇପାଶର୍‌ବରେ ଜବରଦଖଲ ଯୋଗୁ ତାହା ସଙ୍କୁଚିତ ହେବାରେ ଲାଗିଛି। କେତେକ ସ୍ଥାନରେ ନିର୍ମାଣ କାମ ପାଇଁ ଠିକାଦାର କେନାଲ ପୋତି ଦେଉଛନ୍ତି ତ କେଉଁଠି ଖୋଳି ବଡବଡ ଗର୍ତ୍ତ କରିସାରିଲେଣି। କେବଳ ଜଳ ପ୍ରବାହ ପାଇଁ ସିମେଣ୍ଟ ପାଇପ ବସାଇଛନ୍ତି। ନିର୍ମାଣ କାମ ଶେଷ ହେବା ପରେ ଠିକାଦାର ସେହି ଅସ୍ଥାୟୀ ଅବରୋଧ ହଟାଉନାହାନ୍ତି ଫଳରେ ସେହି ମାଟି, ବାଲି କେନାଲରେ ମିଶି ପୋତି ହେବାରେ ଲାଗିଛି। କେନାଲ ବନ୍ଧ ଉଚା କରିବାକୁ ପ୍ରତ୍ୟକ ବର୍ଷ ମାଟି କାମ ହେଉଛି। ସେହି ମାଟି ବର୍ଷାଦିନେ ଦୋହରା ଖସି କେନାଲ ଭିତରେ ପସି ପୋତି ହେଇଛିି ବୋଲି କୁହାଯାଉଛି। ଏମିତି ଅନେକ କାରଣ ପାଇଁ କେନାଲର ଜଳଧାରଣ କ୍ଷମତା ଏବେ ୧୩୩ରୁ ୫୦ କ୍ୟୁସେକ ମିଟରଠାରୁ କମ ହୋଇଗଲାଣି ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, ୧୮୬୮ରେ ଇଂରେଜ ଶାସକମାନେ ଏହି କେନାଲ ଜଗତପୁରରୁ ପଟ୍ଟାମୁଣ୍ଡାଇ ପର୍ଯ୍ୟନ୍ତ ଖୋଳିଥିଲେ। ୧୯୭୧ ଦଶକରେ ସେହି କେନାଲକୁ ସମ୍ପ୍ରସାରଣ କରାଯାଇଥିଲା। ସେତେବେଳେ କେନାଲ ଯୋଗେ ପରିବହନ ଓ ଜଳସେଚନ ହୋଇ ପାରୁଥିଲା। ବ୍ରାହ୍ମଣୀରୁ ଅଳଭା ଲକ୍‌ ଦେଇ ଗଣ୍ଡାକିଆ ଗୋବରୀ ମଧ୍ୟ ଦେଇ ପାରାଦୀପକୁ ନୌବାଣିଜ୍ୟ ହେଇଥିଲା। ୨୦୧୮ରେ ଉକ୍ତ କେନାଲର ଦୁଇ ପାର୍ଶ୍ୱ ପୋତି ଚଉଡା କମ୍‌ କରି ଦିଆଗଲା। ପରେ ପରେ ଅଳଭା ଲକ୍‌କୁ ମଧ୍ୟ ବନ୍ଦ କରି ଦିଆଗଲା। କେନାଲ ବନ୍ଧ ଚଉଡା ଶକ୍ତ କରାଯାଇଥିବା ବେଳେ ଏବେ ମୁଖ୍ୟ କେନାଲର ମାହାଙ୍ଗା ନିକଟରେ ଘାଇ ହେଲା କିପରି ବୋଲି ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରତିବର୍ଷ କେନାଲ ସଫା ଓ ଖୋଳା ପାଇଁ ସରକାରୀ ଅର୍ଥ ଖର୍ଚ୍ଚ ହେଉଛି। କିନ୍ତୁୁ ସ୍ଥିତି ସୁଧୁରୁନି। ଏ ସମ୍ପର୍କରେ ଜଳ ସମ୍ପଦ ବିଭାଗ କାର୍ଯ୍ୟାଳୟର ଏସ୍‌ଡିଓ ସାହୁଙ୍କୁ ପଚାରିବାରେ କେନାଲକୁ ଗତ ୩ ଦିନ ହେଲା ବରିଷ୍ଠ ଯନ୍ତ୍ରୀମାନେ ଜଗତପୁର ପାଖରୁ ପଟ୍ଟାମୁଣ୍ଡାଇ ପର୍ଯ୍ୟନ୍ତ ଯାଞ୍ଚ କରୁଛନ୍ତି। ଏଥିରେ ବର୍ଷତମାମ ପାଣି ଯୋଗାଇବାକୁ ପଡୁଥିବାରୁ ସ୍ଥାୟୀ ଭାବେ ଖନନ କରିବା ସହଜ ହେଉନି। ପାଣି ଚୋରି ରୋକିବାକୁ ଆମ ପାଖରେ କର୍ମଚାରୀ ଅଭାବ ରହିଛି। ସେଥିପାଇଁ ଜଳ ପରିଚାଳନାରେ କିଛିଟା ଅସୁବିଧା ହେଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri