ସଙ୍କୁଚିତ ହେଉଛି ଗୋବରୀ ସମ୍ପ୍ରସାରିତ କେନାଲ

ପଟ୍ଟାମୁଣ୍ଡାଇ, ୧୬ା୧୧(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ଉତିକଣ ଅଞ୍ଚଳର ଜୀବନରେଖା ପଟ୍ଟାମୁଣ୍ଡାଇ ଗୋବରୀ ସମ୍ପ୍ରସାରିତ କେନାଲ ଓ ଶାଖା କେନାଲ ଏବେ ସଙ୍କୁଚିତ ହେବା ସହ ପୋତି ହେବାରେ ଲାଗିଛି। ଫଳରେ ଏହାର ଜଳଧାରଣ କ୍ଷମତା ହ୍ରାସ ପାଇବାର ଲାଗିଛି। ପଟ୍ଟାମୁଣ୍ଡାଇ ଗୋବରୀ ସମ୍ପ୍ରସାରିତ କେନାଲରେ ୧୭ଟି ଛୋଟ ଶାଖା କେନାଲ ଓ ୫ଟି ମାଇନର କେନାଲ ରହିଛି। କେନ୍ଦ୍ରାପଡ଼ା ଜିଲାର ଭାତହାଣ୍ଡି କୁହାଯାଉଥିବା ଉତିକଣ ଭେଡା ସମେତ ପଟ୍ଟାମୁଣ୍ଡାଇର ଅନ୍ୟାନ୍ୟ ଭେଡା ଏହି କେନାଲ ଉପରେ ନିର୍ଭରଶୀଳ। ଏହି ସବୁ କେନାଲରେ ୧୩୩ କ୍ୟୁସେକ ପାଣି ଧାରଣ କରିବା କଥା। ମାତ୍ର ଏବେ ଏହା କମିକମି ଛାଲିଛି। ଏହି ଉତିକଣ ଭେଡା ସମେତ ପଟ୍ଟାମୁଣ୍ଡାଇର ଅନ୍ୟାନ୍ୟ ଭେଡାକୁ ଦୈନିକ ପ୍ରାୟ ୮୦ରୁ ୯୦ କ୍ୟୁସେକ ଜଳ ପ୍ରବାହିତ ହେବା ଆବଶ୍ୟକ। ମାତ୍ର ବର୍ତ୍ତମାନ ଜଳାଭାବ ଯୋଗୁ ସବୁଦିନ ୪୦ କ୍ୟୁସେକ ପାଣି ଯୋଗାଇବା ଜଳସମ୍ପଦ ବିଭାଗ ପକ୍ଷରେ ସମ୍ଭବ ହେଉନାହିଁ। ତେଣୁ କେଉଁଦିନ ୨୦ କ୍ୟୁସେକ ତ କେଉଁଦିନ ୧୫ କ୍ୟୁସେକ ପାଣି ଛଡ଼ାଯାଉଛି। କେନାଲ ସଙ୍କୁଚିତ ହେବା ଓ କେତେକ ସ୍ଥାନରେ ଅବରୋଧ ଯୋଗୁ ତଳମୁଣ୍ଡରେ ସେତିକି ପରିମାଣର ପାଣି ମଧ୍ୟ ପହଞ୍ଚୁ ନାହିଁ। ଏହାର ପ୍ରଭାବ ଅକ୍ଟୋବର ମାସରେ ଅନୁଭୂତ ହୋଇଛି। ଏପରି ଜଳାଭାବ ଏଡିବି କେନାଲ ସଙ୍କୁଚିତ କରିବା ଦ୍ୱାରା ଗତ ୫ବର୍ଷ ହେଲା ଲାଗି ରହିଛି। ଏହି କିଛିଦିନ ହେବ ୪୦ କ୍ୟୁସେକ ୭୦ କ୍ୟୁସେକ ପାଣି ଛଡା ଯାଉଛି ବୋଲି ଏସ୍‌ଡିଓ ପ୍ରଭାତ ସାହୁ କହିଛନ୍ତି। ପଟ୍ଟାମୁଣ୍ଡାଇ କେନାଲରେ ଯେତିକି ପାଣି ଆସୁଛି, ସେଥିରୁ ଅଧିକାଂଶ ସ୍ଥାନରେ କେତେଜଣ ବ୍ୟବସାୟୀ, ମାଛଚାଷୀ, ଗୃହ ମାଲିକ ଓ ହୋଟେଲ ଆଦି ଚୋରାରେ ନେଉଥିବା ଜଣାଯାଇଛି। ଜଗତପୁରରୁ ପଟ୍ଟାମୁଣ୍ଡାଇ ପର୍ଯ୍ୟନ୍ତ ଏତେ ମାତ୍ରାରେ ପାଣି ଚୋରି ହେଉଛି, ଯାହାକି ଯାଞ୍ଚ କରିବାକୁ ମାନବ ସମ୍ବଳ ନାହିଁ ବୋଲି ବିଭାଗ ପକ୍ଷରୁ କୁହାଯାଉଛି। କେନାଲକୁ ନିୟମିତ ସଫା କରାଯାଉନାହିଁ। ଦଳ ଭର୍ତ୍ତି ହୋଇ ପଚି ଦୁର୍ଗନ୍ଧ ହେଉଛି। କେନାଲର ଦୁଇପାଶର୍‌ବରେ ଜବରଦଖଲ ଯୋଗୁ ତାହା ସଙ୍କୁଚିତ ହେବାରେ ଲାଗିଛି। କେତେକ ସ୍ଥାନରେ ନିର୍ମାଣ କାମ ପାଇଁ ଠିକାଦାର କେନାଲ ପୋତି ଦେଉଛନ୍ତି ତ କେଉଁଠି ଖୋଳି ବଡବଡ ଗର୍ତ୍ତ କରିସାରିଲେଣି। କେବଳ ଜଳ ପ୍ରବାହ ପାଇଁ ସିମେଣ୍ଟ ପାଇପ ବସାଇଛନ୍ତି। ନିର୍ମାଣ କାମ ଶେଷ ହେବା ପରେ ଠିକାଦାର ସେହି ଅସ୍ଥାୟୀ ଅବରୋଧ ହଟାଉନାହାନ୍ତି ଫଳରେ ସେହି ମାଟି, ବାଲି କେନାଲରେ ମିଶି ପୋତି ହେବାରେ ଲାଗିଛି। କେନାଲ ବନ୍ଧ ଉଚା କରିବାକୁ ପ୍ରତ୍ୟକ ବର୍ଷ ମାଟି କାମ ହେଉଛି। ସେହି ମାଟି ବର୍ଷାଦିନେ ଦୋହରା ଖସି କେନାଲ ଭିତରେ ପସି ପୋତି ହେଇଛିି ବୋଲି କୁହାଯାଉଛି। ଏମିତି ଅନେକ କାରଣ ପାଇଁ କେନାଲର ଜଳଧାରଣ କ୍ଷମତା ଏବେ ୧୩୩ରୁ ୫୦ କ୍ୟୁସେକ ମିଟରଠାରୁ କମ ହୋଇଗଲାଣି ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, ୧୮୬୮ରେ ଇଂରେଜ ଶାସକମାନେ ଏହି କେନାଲ ଜଗତପୁରରୁ ପଟ୍ଟାମୁଣ୍ଡାଇ ପର୍ଯ୍ୟନ୍ତ ଖୋଳିଥିଲେ। ୧୯୭୧ ଦଶକରେ ସେହି କେନାଲକୁ ସମ୍ପ୍ରସାରଣ କରାଯାଇଥିଲା। ସେତେବେଳେ କେନାଲ ଯୋଗେ ପରିବହନ ଓ ଜଳସେଚନ ହୋଇ ପାରୁଥିଲା। ବ୍ରାହ୍ମଣୀରୁ ଅଳଭା ଲକ୍‌ ଦେଇ ଗଣ୍ଡାକିଆ ଗୋବରୀ ମଧ୍ୟ ଦେଇ ପାରାଦୀପକୁ ନୌବାଣିଜ୍ୟ ହେଇଥିଲା। ୨୦୧୮ରେ ଉକ୍ତ କେନାଲର ଦୁଇ ପାର୍ଶ୍ୱ ପୋତି ଚଉଡା କମ୍‌ କରି ଦିଆଗଲା। ପରେ ପରେ ଅଳଭା ଲକ୍‌କୁ ମଧ୍ୟ ବନ୍ଦ କରି ଦିଆଗଲା। କେନାଲ ବନ୍ଧ ଚଉଡା ଶକ୍ତ କରାଯାଇଥିବା ବେଳେ ଏବେ ମୁଖ୍ୟ କେନାଲର ମାହାଙ୍ଗା ନିକଟରେ ଘାଇ ହେଲା କିପରି ବୋଲି ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରତିବର୍ଷ କେନାଲ ସଫା ଓ ଖୋଳା ପାଇଁ ସରକାରୀ ଅର୍ଥ ଖର୍ଚ୍ଚ ହେଉଛି। କିନ୍ତୁୁ ସ୍ଥିତି ସୁଧୁରୁନି। ଏ ସମ୍ପର୍କରେ ଜଳ ସମ୍ପଦ ବିଭାଗ କାର୍ଯ୍ୟାଳୟର ଏସ୍‌ଡିଓ ସାହୁଙ୍କୁ ପଚାରିବାରେ କେନାଲକୁ ଗତ ୩ ଦିନ ହେଲା ବରିଷ୍ଠ ଯନ୍ତ୍ରୀମାନେ ଜଗତପୁର ପାଖରୁ ପଟ୍ଟାମୁଣ୍ଡାଇ ପର୍ଯ୍ୟନ୍ତ ଯାଞ୍ଚ କରୁଛନ୍ତି। ଏଥିରେ ବର୍ଷତମାମ ପାଣି ଯୋଗାଇବାକୁ ପଡୁଥିବାରୁ ସ୍ଥାୟୀ ଭାବେ ଖନନ କରିବା ସହଜ ହେଉନି। ପାଣି ଚୋରି ରୋକିବାକୁ ଆମ ପାଖରେ କର୍ମଚାରୀ ଅଭାବ ରହିଛି। ସେଥିପାଇଁ ଜଳ ପରିଚାଳନାରେ କିଛିଟା ଅସୁବିଧା ହେଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି, ଚାଲିଗଲା ବୃଦ୍ଧଙ୍କ ଜୀବନ,ପୋଲିସ୍‌ର…

ଦିଗପହଣ୍ଡି,୫/୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ରାୟଗଡ଼ା ୩୨୬ ନମ୍ବର ଜାତୀୟ ରାଜପଥ ଧର୍ମପୁର ଗ୍ରାମ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ସଡ଼କ ଦୁର୍ଘଟଣା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

ଚାପୁଡ଼ାର ପ୍ରତିଶୋଧ ନେବାକୁ ଆକ୍ରମଣ! ଗ୍ରାମ୍ୟକମିଟି ସଭ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ, ୪ ଗିରଫ, ରକ୍ତଭିଜା ଖଣ୍ଡା…

ଦିଗପହଣ୍ଡି,୫। ୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମର ଗ୍ରାମ୍ୟକମିଟି ସଭ୍ୟ ବନମାଳୀ ବିଷୋୟୀଙ୍କ ପୁଅ ପ୍ରେମା ଓରଫ ପ୍ରେମାନନ୍ଦ…

ବରଗଡ଼ରେ ଠିକାଦାରଙ୍କୁ ଅପହରଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ବିଜେଡି, ନହେଲେ ଆନ୍ଦୋଳନ…

ବରଗଡ଼,୫।୯ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ନିର୍ବାଚନମଣ୍ଡଳୀରେ ଜଣେ ଠିକାଦାରଙ୍କୁ ଅପହରଣ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ଉପୁଜିଥିବା ଘଟଣାକୁ ନେଇ ବିଜେଡି ପକ୍ଷରୁ ଶନିବାର…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri