ଉନ୍ନୟନ କାର୍ଯ୍ୟ ପାଇଁ ଭିକ୍ଷା ମାଗିଲେ ସରପଞ୍ଚ
କେନ୍ଦ୍ରାପଡ଼ା ଅଫିସ, ୧୦ା୯: କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ପେଗରପଡା ପଞ୍ଚାୟତବାସୀ ପ୍ରଶାସନିକ ଅବହେଳାର ଶିକାର ହୋଇଛନ୍ତି। ପଞ୍ଚାୟତିରାଜ ବ୍ୟବସ୍ଥାରେ ନିର୍ବାଚିତ ଲୋକ ପ୍ରତିନିଧି ଉନ୍ନୟନ କାର୍ଯ୍ୟ କରିବାରେ ବାଧା ଉପୁଜୁଛି। ସରକାରୀ ଯୋଜନା ଏହି ପଞ୍ଚାୟତରେ କାର୍ଯ୍ୟକାରୀ ହୋଇପାରୁନାହିଁ। ପଞ୍ଚାୟତର…
ବସ୍ଷ୍ଟାଣ୍ଡ ପାଇଁ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଶେଷ
ମାର୍ଶାଘାଇ,୯ା୯(ଡି.ଏନ.ଏ.): ମାର୍ଶାଘାଇଠାରେ ନିର୍ମାଣ ହେବାକୁ ଯାଉଥିବା ନୂତନ ବସ୍ଷ୍ଟାଣ୍ଡ ପାଇଁ ଗୁରୁବାର ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଶେଷ ହୋଇଛି। ସରକାରୀ ଜାଗାକୁ ଜବରଦଖଲ କରିଥିବା ୯ ଟି ଦୋକାନ ଗୃହ ଓ ସେଠାରେ ଦୀର୍ଘ ୪୦ବର୍ଷରୁ ଊର୍ଦ୍ଧ୍ୱ ହେବ…
ଭିତରକନିକାରେ ଦେଶୀୟ ପକ୍ଷୀଙ୍କ ଗଣନା ଆରମ୍ଭ
ରାଜନଗର,୯ା୯(ଡି.ଏନ.ଏ.): ବିଶ୍ୱପ୍ରସିଦ୍ଧ ଭିତରକନିକା ଏବେ ଦେଶୀୟ ପକ୍ଷୀଙ୍କ କାକଳିରେ ଫାଟି ପଡୁଛି। ଦେଶରେ ମୌସୁମୀ ବାୟୁ ସକ୍ରିୟ ହେବା ପରଠାରୁ ଭିତରକନିକାରେ ଦେଶୀୟ ପକ୍ଷୀଙ୍କ ଭିଡ ଜମିଛି। ଭିତରକନିକାର ମଠଆଡିଆ, ଦୁର୍ଗାପ୍ରସାଦଡିଆ ଓ ଲକ୍ଷ୍ମୀପ୍ରସାଦଡିଆରେ ଦେଶୀୟ ପକ୍ଷୀ ଭିଡ ଜମାଇବା ସହ…
ଡାମରପୁର ଘେରିବନ୍ଧ କାର୍ଯ୍ୟ ନିମ୍ନମାନର
ପଟ୍ଟାମୁଣ୍ଡାଇ,୯ା୯(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗ ଅଧୀନରେ ଥିବା ୯ କିମି ବ୍ୟାପୀ ଡାମରପୁର ବନ୍ୟା ଘେରିବନ୍ଧ କାର୍ଯ୍ୟ ନିମ୍ନମାନର ହେଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବନ୍ୟା ଦାଉରୁ ଡାମରପୁର, ବଳଭଦ୍ରପୁର ପଞ୍ଚାୟତକୁ ରକ୍ଷା କରିବାକୁ ୧୯୫୯ରେ ତକତ୍ାଳୀନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ…
ପୀଡ଼ିତାଙ୍କ ପରିବାର ପାଇଁ ଦେବଦୂତ ସାଗର
କେନ୍ଦ୍ରାପଡ଼ା ଅଫିସ,୮ା୯: କେନ୍ଦ୍ରାପଡ଼ା ବ୍ଲକ୍ କଂସାର ପଞ୍ଚାୟତ ଏଣ୍ଡର ଗ୍ରାମର ସାଗର ଜେନା ଏବେ ଜଣେ ଚର୍ଚ୍ଚିତ ମଣିଷ । ସେ ପୀଡ଼ିତା ଓ ବିଭିନ୍ନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାର ପାଇଁ ଦେବଦୂତ ସାଜିଛନ୍ତି। ସେମାନଙ୍କୁ ନ୍ୟାୟ ଦେବା…
ଶ୍ରେଣୀଗୃହ ଅଭାବ: ଯଜ୍ଞ ମଣ୍ଡପରେ ଶିକ୍ଷାଦାନ
ମହାକାଳପଡା, ୭ା୯ (ଡି.ଏନ୍.ଏ.): ସର୍ବଶିକ୍ଷା ଅଭିଯାନ ଯୋଜନାରେ ସଭିଏଁ ପଢ଼ିବେ ସଭିଏଁ ବଢ଼ିବେ ନାରା ତୃଣମୂଳ ସ୍ତରରେ ଫେଲ୍ ମାରିଛି। ବିଦ୍ୟାଳୟଗୁଡ଼ିକର ବିକାଶ ପାଇଁ ସରକାର ଅର୍ଥ ବ୍ୟୟ କରୁଛନ୍ତି। ଛାତ୍ରୀଛାତ୍ରମାନେ କିପରି ବେସରକାରୀ ବିଦ୍ୟାଳୟ ମୋହ ତୁଟାଇ ସରକାରୀ ବିଦ୍ୟାଳୟ…
ଆଳି ତହସିଲଦାରଙ୍କ କ୍ୱାର୍ଟର୍ସ ପାଲଟିଛି ଭୂତକୋଠି
ଆଳି,୭ା୯(ଡି.ଏନ.ଏ): ରାଜ୍ୟ ସରକାର ପ୍ରଶାସନକୁ ଲୋକମାନଙ୍କ ନିକଟରେ ପହଞ୍ଚାଇବାକୁ ପ୍ରୟାସ କରୁଥିବା ବେଳେ ପ୍ରଶାସକମାନେ କିଭଳି ରହିବେ ସେ କଥା ଭୁଲି ଯାଉଛନ୍ତି। ସରକାର ଉନ୍ନୟନମୂଳକ କାର୍ଯ୍ୟରେ ଅର୍ଥ ବ୍ୟୟ ସାଙ୍ଗକୁ ଯୋଜନା କରୁଛନ୍ତି। କିନ୍ତୁ ଜଣେ ତହସିଲଦାରଙ୍କ କ୍ୱାର୍ଟର୍ସ ଦୀର୍ଘ…
ରାସ୍ତା ଅବସ୍ଥାକୁ ଶୋଚନୀୟ କରିଛି ବନ୍ୟା
କେନ୍ଦ୍ରାପଡ଼ା ଅଫିସ, ୭ା୯: ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମରେ ହୋଇଥିବା ବନ୍ୟା ଏବେ ସମ୍ପୂର୍ଣ୍ଣ ଛାଡ଼ିଯାଇଛି। ଏହି ବନ୍ୟାଞ୍ଚଳରେ କେତେକ ପାଟ କ୍ଷେତରେ ଜଳ ନିଷ୍କାସିତ ହୋଇପାରି ନାହିଁ। ତେବେ ଗତ ବନ୍ୟା ଓ ଲଗାଣ ବର୍ଷା ଜଳ କେନ୍ଦ୍ରାପଡ଼ା…
ପ୍ରଚାରରେ ସୀମିତ ପ୍ଲାଷ୍ଟିକ୍, ପଲିଥିନ ବର୍ଜନ
କେନ୍ଦ୍ରାପଡ଼ା ଅଫିସ, ୬ା୯:ସାରା ଦେଶରେ ୨୦୧୬ ଅକ୍ଟୋବର ୨ରୁ ବର୍ଜ୍ୟବସ୍ତୁ ପରିଚାଳନା ଆଇନକୁ କଡାକଡି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ସମ୍ପୂର୍ଣ୍ଣ ବର୍ଜନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ବାନ ଦେଇଛନ୍ତି। ତେବେ ଏହାର…
ବାହ୍ୟ ମଳମୁକ୍ତ ଗାଁ ଯୋଜନା ବାଟବଣା
ପଟ୍ଟାମୁଣ୍ଡାଇ,୬ା୯(ସ୍ବ.ପ୍ର.):ପଟ୍ଟାମୁଣ୍ଡାଇ ଅଞ୍ଚଳରେ ସ୍ବଚ୍ଛ ଭାରତ ଅଭିଯାନ ପୂରା ଫେଲ୍ ମାରିଛି। ଏଠାରେ ଥିବା ଅଧିକାଂଶ ଗଁାଗୁଡ଼ିକ ଅଳିଆ ଆବର୍ଜନାରେ ଭରପୂର ହୋଇ ପଡିରହିଛି। ଫଳରେ ବର୍ତ୍ତମାନ ଅନେକ ଗ୍ରାମବାସୀ ଝାଡା, ବାନ୍ତି ଓ ଡେଙ୍ଗୁ ଜ୍ୱରରେ ପଡି ଘାଣ୍ଟି ହେଉଛନ୍ତି। ଏ…
ନାନୋ ୟୁରିଆ ନେବାକୁ ଚାଷୀ ଅରାଜି
ଡେରାବିଶ,୫ା୯(ସ୍ବ.ପ୍ର.):ରାଜ୍ୟ ସରକାର ଚଳିତ ଖରିଫ ଚାଷ ପାଇଁ ବିଭିନ୍ନ ସମବାୟ ସମିତି ଜରିଆରେ ଚାଷୀଙ୍କୁ ସାର ଯୋଗାଇବାକୁ ଘୋଷଣା କରିଥିଲେ। ମାତ୍ର ଏହାର ବ୍ୟତିକ୍ରମ ଡେରାବିଶ ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ବ୍ଲକ ଅଧୀନରେ ଥିବା ୧୦ଟି ସମବାୟ ସମିତି ଉପରେ…
ବାଟ ହୁଡୁଛି ସର୍ବଶିକ୍ଷା ଅଭିଯାନ ଯୋଜନା
ମହାକାଳପଡ଼ା,୫ା୯(ଡି.ଏନ.ଏ.):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଉପାନ୍ତ ଅଞ୍ଚଳରେ ସର୍ବଶିକ୍ଷା ଅଭିଯାନ ଯୋଜନା ବାଟ ହୁଡିଛି। କୋମଳମତି ଶିଶୁ ନିଜର ଭୋକିଲା ପେଟ ପାଇଁ ମା’ ପଛରେ ଖାଦ୍ୟ ଅନ୍ବେଷଣରେ ବାରଦୁଆର ବୁଲି ଭିକ୍ଷା ବୃତ୍ତି କରୁଥିବା ଦେଖିବାକୁ ମିଳିଛି। ଏହି କୁନି ଶିଶୁଟିର…
Archives


