ବାର୍‌ହା ଉପଦ୍ରବ, ଜମି ହୁଡ଼ାରେ ଚାଷୀଙ୍କ ମଞ୍ଚା

ମହାକାଳପଡ଼ା,୧୯ା୧୧ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ବାର୍‌ହା ଉପଦ୍ରବ ଦେଖିବାକୁ ମିଳିଛି। ପାଚିଲା ଧାନକୁ ଖାଇବାକୁ ଦଳ ଦଳ ହୋଇ ବାର୍‌ହା ପଲ କ୍ଷେତକୁ ଆସି ନଷ୍ଟ କରୁଛନ୍ତି। ଏହାକୁ ନେଇ ଚାଷୀ ଜମି ନିକଟରେ ମଞ୍ଚା ତିଆରି କରି ରାତି ଉଜାଗର ରହି ଫସଲକୁ ଜଗୁଛନ୍ତି। ବ୍ଲକ ଅଧୀନ ନାଞ୍ଜୁରା ପଞ୍ଚାୟତ ନରସିଂହପୁର, ରଟପଙ୍କ, ଓସ୍ତିରା, ଭୋପାଳ, ନାଞ୍ଜୁରା ଆଦି ଗ୍ରାମର ଚାଷୀଙ୍କ ପାଚିଲା ଧାନକୁ ବାର୍‌ହା ପଲ ପ୍ରବେଶ କରି ବ୍ୟାପକ ପରିମାଣରେ ନଷ୍ଟ କରୁଥିବା ଅଭିଯୋଗ କରିଛନ୍ତି। ନିକଟ ଜଙ୍ଗଲରୁ ବାର୍‌ହା ସା ହେଲେ ଧାନ ଫସଲ ଖାଇବା ପାଇ ଜମିକୁ ଆସ ଦଳି ଚକଟି ନଷ୍ଟ କରୁଛନ୍ତି। ଚାଷୀମାନେ ନିଜ ଚାଷ ଜମି ହିଡଠାରେ ଟିଣ ଓ ବାଜା ବଜାଇ ଓ ବାଣ ଫୁଟାଇ ବାର୍‌ହା ପଲଙ୍କୁ ଘଉଡାଉଛନ୍ତି। ଅନେକ ସମୟରେ ବାର୍‌ହା ପଲଙ୍କ ଆକ୍ରମଣରେ ଚାଷୀମାନଙ୍କ ଜୀବନ ଯାଇଥିବା ନଜିର ରହିଛି।
୨୦୧୩ ଅକ୍ଟୋବର ୧୮ରେ ପଞ୍ଚାୟତର ରଟପଙ୍କ ଗ୍ରାମର କିରିଟି ମଣ୍ଡଳ ଚାଷ ଜମିରୁ ଫେରୁଥିବା ବେଳେ ବାର୍‌ହା ଆକ୍ରମଣରେ ପ୍ରାଣ ହରାଇଥିଲେ। ଲୋକମାନେ ଉତ୍ତ୍ୟକ୍ତ ହୋଇ ଗହୀରମଥା ରେଞ୍ଜ କାର୍ଯ୍ୟାଳୟକୁ ନିଆଁ ଲଗାଇ ଜାଳି ଦେଇଥିଲେ। ଫଳରେ ବନ ବିଭାଗର ବିପୁଳ ପରିମାଣରେ କ୍ଷତି ହୋଇଥିଲା। ତତ୍‌କାଳୀନ ରେଞ୍ଜ ଅଧିକାରୀ ଶୁଭେନ୍ଦୁ ବେହେରାଙ୍କୁ ଉତ୍ତ୍ୟକ୍ତ ଲୋକମାନେ ଘେରି ଆକ୍ରମଣ କରିଥିଲେ। ଉତ୍ତ୍ୟକ୍ତ ଲୋକଙ୍କୁ ବନ ବିଭାଗ ବୁଝାଶୁଝା କରିବା ସହ ମୃତ ଚାଷୀଙ୍କୁ ପରିବାରକୁ ସରକାରୀ ନିୟମ ଅନୁସାରେ, ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଥିଲା। ସେହିପରି ଅନ୍ୟ ଏକ ଘଟଣାରେ ୨୦୧୮ରେ ନରସିଂହପୁର ଗ୍ରାମର ମହିଳା ଚାଷ ଜମି ମଞ୍ଚରେ ରାତିରେ ଧାନ ଫସଲ ଜଗି ସକାଳେ ଘରକୁ ଫେରୁଥିଲେ। ଏହି ସମୟରେ ବାଡି ପଛପଟ ଧାନ ଜମିରେ ଥିବା ବାର୍‌ହା ଆକ୍ରମଣରେ ମହିଳା ଭାରତୀ ଜାନା (୫୧) ପ୍ରାଣ ହରାଇଥିଲେ।
ବର୍‌ହା ଆକ୍ରମଣରେ ଅନେକ ଚାଷୀ ଶିକାର ହୋଇଥାନ୍ତି। ଧାନ ଫସଲ ନଷ୍ଟ ହେଉଥିବା ସ୍ଥାନୀୟ ଚାଷୀମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ନରସିଂହପୁର ଗ୍ରାମର ସୁଧାଂଶୁ ବେରା, ନଟେନ୍‌ ଜାନା, ଶମ୍ଭୁ ଜାନା, ବାପି ଜାନା, ପ୍ରଫୁଲ୍ଲ ସେଠୀ, ଶ୍ରୀକାନ୍ତ ମଣ୍ଡଳଙ୍କ ସମେତ ବହୁ ଚାଷୀ ଅଭିଯୋଗ କରିଛନ୍ତି। ଧାନ କ୍ଷେତ ଚତୃଃପାର୍ଶ୍ୱରେ ତାର ବାଡ ଘେରା କରିବାକୁ ଚାଷୀମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ଗହୀରମଥା ରେଞ୍ଜ ଅଧିକାରୀ ମାନସ କୁମାର ଦାସଙ୍କୁ ପଚାରିବାରେ ଏହି ସମୟରେ ପାଚିଲା ଧାନ ଫସଲ ଖାଇବାକୁ ବାର୍‌ହା ପଲ କ୍ଷେତ ମଧ୍ୟକୁ ଆସିଥାନ୍ତି। ବନ ବିଭାଗ କର୍ମଚାରୀମାନେ ରାତ୍ରିରେ ପାଟ୍ରୋଲିଂ କରୁଛନ୍ତି। ସରକାରୀ ନିୟମ ଅନୁସାରେ, ଚାଷୀଙ୍କ ସମସ୍ୟା ସମାଧାନ କରିବାକୁ ବିଭାଗ ପଦକ୍ଷେପ ଗ୍ରହଣ କରିବ। ଫସଲ ନଷ୍ଟ ହେଉଥିବା କ୍ଷତିଗ୍ରସ୍ତ ଚାଷୀଙ୍କୁ ସରଜମିନ ତଦନ୍ତ କରିବା ସହ ଆର୍ଥିକ ସହାୟତା ପ୍ରଦାନ ପାଇଁ ବନ ବିଭାଗ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ନିକଟରେ ମହାକାଳପଡ଼ା ପୂର୍ବତନ ବ୍ଲକ ଅଧ୍ୟକ୍ଷା ସସ୍ମିତା ବରାଳ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ଶ୍ରୀଲଙ୍କା ମ୍ୟାଚ୍‌ ସ୍ଥାନାନ୍ତରକୁ ନେଇ ସ୍ପଷ୍ଟ କଲା ବିସିସିଆଇ, ଜାଣନ୍ତୁ…

ନୂଆଦିଲ୍ଲୀ,୧୨ା୧୦: ଆସନ୍ତା ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ସିରିଜର ଓପନିଂ ମ୍ୟାଚ୍‌ ଦିଲ୍ଲୀରୁ ଅହମଦାବାଦ ସ୍ଥାନାନ୍ତର ହେବ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା। ଏହା ସଠିକ୍‌…

ଗ୍ରୋସରୀ ଦୋକାନରୁ ଦେଢ଼ ଲକ୍ଷ ଟଙ୍କା ଲୁଟ୍‌, ଜଣେ ଗିରଫ

ହାଟଡିହୀ/ଛେନାପଦୀ, ୧୨।୧୦ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ-ଜଳକଳଙ୍ଗ ବଜାରରେ ବ୍ୟାଙ୍କ ନିକଟରେ ଥିବା ଏକ ଗ୍ରୋସରୀ ଦୋକାନରୁ ଦେଢ଼ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିବା…

ଘୁଞ୍ଚିଲା ଏସିଆନ ଗେମ୍ସ ରିଭ୍ୟୁ ବୈଠକ, କେବେ ହେବ ଜାଣନ୍ତୁ…

ନୂଆଦିଲ୍ଲୀ,୧୨ା୧୦: ନିକଟରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଦେଶର ପ୍ରଦର୍ଶନକୁ ରିଭ୍ୟୁ କରିବା ପାଇଁ ଜାତୀୟ କ୍ରୀଡ଼ା ଫେଡେରେଶନମାନଙ୍କ ସହ କ୍ରୀଡ଼ା ମନ୍ତ୍ରଣାଳୟର ଦିନିକିଆ ବୈଠକକୁ ଆସନ୍ତା…

ଶୀତଦିନେ ରୁମ୍‌ ହିଟର କିଣିବା ପୂର୍ବରୁ ଜାଣି ରଖନ୍ତୁ ଏହି କଥା, ନଚେତ୍‌ ପସ୍ତାଇବେ

ଶୀତଦିନେ ସକାଳୁ ବିଛଣାରୁ ଉଠିବା କଷ୍ଟକର ହୋଇପଡ଼େ। ଘର ଭିତରେ ଥଣ୍ଡା ଯୋଗୁଁ ହାତ ଓ ପାଦ ମଧ୍ୟ ବରଫ ଭଳି ଥଣ୍ଡା ହୋଇଯାଏ। ଏଭଳି ସମୟରେ…

ଇନ୍‌ଷ୍ଟାଗ୍ରାମରୁ ପ୍ରେମ, ପରେ ପ୍ରତାରଣା ଦେଲେ କହ୍ନେଇ: ବିଧବାଙ୍କୁ ବଳାତ୍କାର ପରେ…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ପୋଲିସ କହ୍ନେଇ ମହାନ୍ତି(୨୬) ନାମକ ଜଣେ ଯୁବକଙ୍କୁ ବଳାତ୍କାର ଓ ଠକେଇ ମାମଲାରେ ଗିରଫ କରି…

ଅସନ୍ତୋଷ ଘେରରେ ଜିଲାପାଳଙ୍କ ଜନଶୁଣାଣି:ଘଣ୍ଟା ଘଣ୍ଟା ଅପେକ୍ଷା ପରେ ବି ସମସ୍ୟା ସମାଧାନ ନେଇ…

କୁନ୍ଦୁରା,୧୨।୧୦ ସନ୍ତୋଷ ପ୍ରହରାଜ: କୋରାପୁଟ ଜିଲାର କୁନ୍ଦୁରା ବ୍ଲକରେ ଅନୁଷ୍ଠିତ ଜିଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରକୁ ନେଇ ଅସନ୍ତୋଷ ଦେଖାଦେଇଛି। ନିର୍ଦ୍ଧାରିତ ସମୟରେ ଶିବିର…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅନ୍ତୋଷ, ଟିପିଏସ୍‌ଓଡିଏଲ୍‌ କାର୍ଯ୍ୟାଳୟ ଘେରାଉ ଚେତାବନୀ ତେଜିଲା

ହିଞ୍ଜିଳିକାଟୁ,୧୨।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଅଞ୍ଚଳରେ ବିଦ୍ୟୁତ୍‌ ସେବାକୁ ନେଇ ଦିନକୁ ଦିନ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ବିନା ସୂଚନାରେ ପ୍ରତିଦିନ ୨ରୁ ୫…

୧୫୦ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ଦ୍ୱିତୀୟଥର ଘଟିଲା ଏହି ଘଟଣା: ବିରଳ ରେକର୍ଡ କଲେ ଏହି ବ୍ୟାଟ୍ସମ୍ୟାନ୍‌

ଡର୍ବାନ,୧୨।୧୦:ଟେଷ୍ଟ କ୍ରିକେଟ୍‌ରେ ବେଳେବେଳେ ଏପରି କିଛି ବିରଳ ରେକର୍ଡ ଦେଖିବାକୁ ମିଳେ, ଯାହା କ୍ରିକେଟ୍‌ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଦିଏ। ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଡର୍ବାନର କିଙ୍ଗ୍ସମିଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?