ନିର୍ବାଚନ ଆସିଲେ ଶିଳ୍ପ କଥା ମନେପଡ଼େ

ମହାକାଳପଡ଼ା,୨୧ା୧୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଏକ ଶିଳ୍ପବିହୀନ ଜିଲା ଭାବେ ପରିଚିତ। ଏବେ ଶିଳ୍ପ କାରଖାନା ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି। ଶିଳ୍ପ କାରଖାନା ପ୍ରତିଷ୍ଠା ହେଲେ ଜିଲାର ଅର୍ଥନୈତିକ, ସାମାଜିକ ଅଭିବୃଦ୍ଧି ଘଟିବ। ଜିଲାର ମହାକାଳପଡ଼ା ବ୍ଲକର ବତୀଘର ପଞ୍ଚାୟତର ନିପାଣିଆ, ବଡ଼ଟୁବି, ଖରିନାସୀ ପଞ୍ଚାୟତର ୮ଶହ ଓ ୧୨ ଶହ ଏକର ଅଞ୍ଚଳ, ରାମନଗର ପଞ୍ଚାୟତର ବନବିହାରୀପୁର (ବେଛପର) ଗଁାର ୧୨୦ ଏକର ସରକାରୀ ଗୋଚର ଓ ପତିତ ଜମି ଚିହ୍ନଟ ପାଇଁ ପ୍ରଶାସନ ସ୍ତରରେ ପ୍ରାଥମିକ ସର୍ଭେ ଆରମ୍ଭ ହୋଇଛି। ଏଥିପାଇଁ ମହାକାଳପଡ଼ା ତହସିଲ କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ନୋଟିସ୍‌ ଜାରି କରାଯାଇଛି। ଏହି ନୋଟିସ୍‌ରେ ଉଲ୍ଲେଖ ରହିଛି ଉକ୍ତ ଜମି ସମ୍ପର୍କରେ ଯାହାର ଅଭିଯୋଗ ରହିଛି ମାସେ ମଧ୍ୟରେ ତହସିଲ କାର୍ଯ୍ୟାଳୟରେ ଉପସ୍ଥିତ ରହି ସେମାନଙ୍କ ମତାମତ ସାବ୍ୟସ୍ତ କରିବେ। ଏହି ଅଞ୍ଚଳରେ ଶିଳ୍ପ କାରଖାନା ପ୍ରତିଷ୍ଠାକୁ ବିଭିନ୍ନ ମହଲରରେ ସ୍ବାଗତ କରାଯାଇଥିଲା। ହେଲେ ଜଳ, ଜମି, ଜଙ୍ଗଲ, ପରିବେଶ, ଶିକ୍ଷା, ସ୍ବାସ୍ଥ୍ୟ, ନିଯୁକ୍ତି, ଭୂତଳ ଜଳକୁ ଗୁରୁତ୍ୱ ଦେବା ଆବଶ୍ୟକ। ଏଥିସହ କମ୍ପାନୀର କର୍ପୋରେଟ ସାମାଜିକ ପାଣ୍ଠିରୁ ଏହି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ଯୋଜନାରେ ବିନିଯୋଗ କରାଯାଉ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ଏହି ଅଞ୍ଚଳରେ ୨୦୦୯ ସାଧାରଣ ନିର୍ବାଚନ ସମୟରେ ବରୁଣେଇ ମୁହାଣ ନିକଟରେ ବନ୍ଦର ନିର୍ମାଣ ପାଇଁ କୁହାଯାଇଥିଲା। ୨୦୧୪ ସାଧାରଣ ନିର୍ବାଚନ ସମୟରେ ବ୍ଲକର ଅଳାଇଲୋଠାରେ ଥର୍ମାଲ ପାୱାର ପ୍ଲାଣ୍ଟ ପ୍ରତିଷ୍ଠା ହେବା ନେଇ ପ୍ରତିଶ୍ରୁତି ଦିଆଯାଇଥିଲା। ସେହିପରି ୨୦୧୯ ସାଧାରଣ ନିର୍ବାଚନ ସମୟରେ ଆଖଡ଼ାସାହିଠାରେ ନଦୀଭିତ୍ତିକ ବନ୍ଦର ନିର୍ମାଣ ପାଇଁ ପ୍ରଶାସନ ପକ୍ଷରୁ କୁହାଯାଇଥିଲା। ଏହି ୩ଟି ସ୍ଥାନରେ ସାଧାରଣ ନିର୍ବାଚନ ସମୟରେ ପ୍ରଶାସନ ପକ୍ଷରୁ ଶିଳ୍ପ କାରଖାନା ପ୍ରତିଷ୍ଠା ପାଇଁ କୁହାଯାଇଥିଲେ ମଧ୍ୟ ଅଦ୍ୟାବଧି ସରକାରଙ୍କ ପ୍ରତିଶ୍ରୁତି କାର୍ଯ୍ୟକାରୀ ହୋଇପାରିନାହିଁ ବୋଲି ସାଧାରଣରେ ଆଲୋଚ୍ୟ ବିଷୟ ପାଲଟିଛି।

ଶିଳ୍ପ ପାଇଁ ଜମି ଦେଉଥିବା ଲୋକଙ୍କୁ ନିଯୁକ୍ତି ମିଳୁ
ଶିଳ୍ପକୁ ଆମେ ସ୍ବାଗତ କରୁଛୁ। ଯେଉଁମାନଙ୍କର ଚାଷ ଜମି ଯିବ ସେମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବା ସହ ନିଯୁକ୍ତି ଦେବା, ଜମି ହରାଇଥିବା ଲୋକଙ୍କୁ କ୍ଷତିପୂରଣ ପ୍ରମାଣପତ୍ର ପ୍ରଦାନ କରାଯାଉ ବୋଲି ଦାବି କରିଛନ୍ତି।
– ସମୀର ମିସ୍ତ୍ରି, ବୁଦ୍ଧିଜୀବୀ, ଖରିନାସୀ
ଶିଳ୍ପ ଭିତ୍ତିଭୂମି ଖଣି ଅଞ୍ଚଳରେ ହେବା ଆବଶ୍ୟକ
ରାଜ୍ୟ ସରକାରଙ୍କ ସାଧାରଣ ଲୋକଙ୍କ ପାଇଁ ପ୍ରତିଶ୍ରୁତି ଧୂଆଁବାଣ ସଦୃଶ। ଏହି ଅଞ୍ଚଳଟି କୋଷ୍ଟାଲ ରେଗୁଲେଟୋରି ଜୋନ୍‌ର ୨୫ କି.ମ.ି ପରିସର ଥିବାରୁ ଗ୍ରୀନ ଟ୍ରିବ୍ୟୁନାଲ ଅନୁମତି ମିଳିବା ବାଧକ ସାଜିବ। ଏହା ଆନ୍ତର୍ଜାତିକ କୋର୍ଟର ବାରଣ ରହିଛି। ତେବେ ଶିଳ୍ପ ଭିତ୍ତିଭୂମି ଖଣି ଅଞ୍ଚଳରେ ହେବା ଆବଶ୍ୟକ। କାରଣ ସ୍ୟାଲୋ ଲ୍ୟାଣ୍ଡ ବା ଅନ୍‌ୟୁଜ୍‌ଡ ଜମି ବା ମୂଲ୍ୟ କମ୍‌ ଥିବା ଜମି ଉପକୂଳ ଅଞ୍ଚଳରେ ନାହିଁ। ପରିବହନ, ବିଦ୍ୟୁତ୍‌ ସମସ୍ୟା ରହିଛି ବୋଲି ମତ ପ୍ରକାଶ କରିଛନ୍ତି।
– ଜ୍ଞାନଦେବ ବେଉରା, ରାଜ୍ୟ କଂଗ୍ରେସ ମୁଖପାତ୍ର
ଶିଳ୍ପୋଦ୍ୟୋଗୀଙ୍କ ଅପେକ୍ଷା ଲୋକଙ୍କୁ ଗୁରୁତ୍ୱ ଦିଅ
ଶିଳ୍ପକୁ ସ୍ବାଗତ। ସମୁଦ୍ର ଅଞ୍ଚଳ ନିକଟରେ ଭୂତଳ ଜଳ, ଜଙ୍ଗଲ, ଜମି, ଶିକ୍ଷା, ସ୍ବାସ୍ଥ୍ୟ, ନିଯୁକ୍ତିକୁ ଗୁରୁତ୍ୱ ଦିଆଯାଉ। କର୍ପୋରେଟ ସାମାଜିକ ପାଣ୍ଠିରୁ ଏକ ହଜାର କୋଟି ଟଙ୍କା ଉନ୍ନୟନମୂଳକ ଯୋଜନାରେ ବିନିଯୋଗ କରାଯାଉ। ଇଡ୍‌କୋ ଡିପିଆର୍‌ (ଡିଟେଲ ପ୍ରୋଜେକ୍ଟ ରିପୋର୍ଟ) ପ୍ରସ୍ତୁତ କରାଯାଇ ଭିତ୍ତିଭୂମିକୁ ଗୁରୁତ୍ୱ ଦେବା ଦରକାର। ଶିଳ୍ପୋଦ୍ୟୋଗୀଙ୍କ ସ୍ବାର୍ଥକୁ ଗୁରୁତ୍ୱ ନ ଦେଇ ସାଧାରଣ ଲୋକଙ୍କ ସ୍ବାର୍ଥକୁ ଗୁରୁତ୍ୱ ଦିଆଯାଉ। ଆଇଆଇଟି ବିଶେଷଜ୍ଞ ଖଡଗପୁରଙ୍କ ପରାମର୍ଶ ଅନୁସାରେ, କାର୍ଯ୍ୟ ଆରମ୍ଭ ହେଉ।
– ଭୁବନ ମୋହନ ଜେନା, ଶିକ୍ଷାବିତ୍‌, ଭାଜପା ନେତା


Enter your email to get our daily news in your inbox.

All Right Reserved By Dharitri.Com

ଫ୍ରାନ୍ସରେ ଛାତ୍ର-ପୋଲିସ ସଂଘର୍ଷ: ୪୦୦ ସ୍କୁଲ ବନ୍ଦ

ପ୍ୟାରିସ୍‌, ୩।୧୦: ଫ୍ରାନ୍ସରେ ଶୁକ୍ରବାର ବିକ୍ଷୋଭ ଆହୁରି ତୀବ୍ରତର ହୋଇଛି। ହାଇସ୍କୁଲ ଛାତ୍ରୀଛାତ୍ରମାନେ ବିଲ୍ଡିଂଗୁଡ଼ିକର ପ୍ରବେଶପଥ ଅବରୋଧ କରିବା, ପୋଲିସ ସହ ସଂଘର୍ଷ କରିବା ଏବଂ କେତେକ…

ଗୁଜରାଟ ୟୁସିସି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ଅହମଦାବାଦ,୩ା୧୦: ଗୁଜରାଟ ସମାନ ନାଗରିକ ସଂହିତା (ୟୁସିସି) ବିଲ୍‌କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଫଳରେ ଏହା କାର୍ଯ୍ୟକାରୀ ହେବା ଲାଗି ପଥ ପରିଷ୍କାର…

୬ରୁ ହବିଷିଆଳି ବ୍ରତ ପାଇଁ ଅନ୍‌ଲାଇନ ପଞ୍ଜୀକରଣ

ପୁରୀ,୩ା୧୦(ଅଜିତ୍‌ କୁମାର ମହାନ୍ତି) ଚଳିତ ବର୍ଷ ହବିଷିଆଳି ବ୍ରତ ବା ରାଈଦାମୋଦର ବ୍ରତ ଅକ୍ଟୋବର ୨୬ରୁ ଆରମ୍ଭ ହୋଇ ନଭେମ୍ବର ୨୪ରେ ଶେଷହେବ। କେବଳ ଅନ୍‌ଲାଇନ ମାଧ୍ୟମରେ…

ପୁଣି ଆସୁଛି ଲଘୁଚାପ! ବଙ୍ଗୋପସାଗରରେ ନେଇପାରେ ଅବପାତ ରୂପ

ଭୁବନେଶ୍ୱର,୩ା୧୦(ବନ୍ଦନା ସେଠୀ):ସାରା ରାଜ୍ୟରେ ଏବେ ପାରଦ ଉପରମୁହଁା ରହିଥିବାବେଳେ ପ୍ରବଳ ଖରା ସହ ଗୁଳୁଗୁଳି ଅନୁଭୂତ ହେଉଛି। ଆଗାମୀ ସପ୍ତାହେ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ କିଛି ପରିବର୍ତ୍ତନ…

ନେପୋଲିଅନଙ୍କ ରହସ୍ୟମୟ ଚିଠିର ଗୁମର ଖୋଲିଲା ଏଆଇ

ଲଣ୍ଡନ, ୩ା୧୦: ଫ୍ରାନ୍ସର ପ୍ରସିଦ୍ଧ ସମ୍ରାଟ ନେପୋଲିଅନ ବୋନାପାର୍ଟଙ୍କ ଏକ ୨୧୭ ବର୍ଷ ପୁରୁଣା ରହସ୍ୟମୟ ଚିଠିର ଗୁପ୍ତ ସଙ୍କେତକୁ କୃତ୍ରିମ ବୁଦ୍ଧିମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ…

ସିଇସି ଜ୍ଞାନେଶଙ୍କ ଇସ୍ତଫା ଦାବି ତେଜିଲା

ମମ୍ବାଇ,୩ା୧୦: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ପକ୍ଷରୁ ଶୁକ୍ରବାର ମୁମ୍ବାଇର ଶିବାଜୀ ପାର୍କରେ ଜେଲଭରୋ ଆନ୍ଦୋଳନ…

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?