Advertisement

ଡିସେମ୍ବର ୨୮ରୁ ଧାନମଣ୍ଡି, ପରେ ମୁଗ ସଂଗ୍ରହ

କେନ୍ଦ୍ରାପଡ଼ା ଅଫିସ, ୧୯ା୧୧: ଚଳିତ ଖରିଫ ଋତୁରେ ୪୪ ହଜାରରୁ ଅଧିକ ଚାଷୀ ଧାନ ବିକ୍ରୟ କରିବାକୁ ନାମ ପଞ୍ଜିକୃତ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ମୋଟ ୮୪,୮୦୮.୮୨ ମେଟ୍ରିକ ଟନ ବଳକା ଧାନ ଚାଷୀଙ୍କଠାରୁ କ୍ରୟ ହେବ। ଏଥିପାଇଁ ଆସନ୍ତା ଡିସେମ୍ବର ୨୮ରୁ ଜିଲାର ୧୧୮ ପାକ୍ସରେ ଧାନ ମଣ୍ଡି ଖୋଲାଯିବ। ପରେ ରବି ଫସଲର ମୁଗ ସଂଗ୍ରହ ହେବ ବୋଲି ଜିଲାସ୍ତରୀୟ ଖରିଫ ଧାନ କ୍ରୟ ବୈଠକରେ ଶୁକ୍ରବାର ନିଷ୍ପତ୍ତି ହୋଇଛି। ଜିଲା ପରିଷଦ ସମୟାନୁକକ୍ଷରେ ଏହି ବୈଠକ ଜିଲାପାଳ ଅମୃତ ଋତୁରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଚଳିତ ଖରିଫ ଚାଷ ସମ୍ପର୍କରେ ଆଲୋଚନା ସହ ଧାନମଣ୍ଡି, ଚାଷୀ ନାମ ପଞ୍ଜୀକରଣ, ପରିବହନ, ଚାଷୀଙ୍କ ପ୍ରାପ୍ୟ ଆଦିର ସମୀକ୍ଷା ହୋଇଥିଲା। ଜିଲାରେ ଥିବା ପାକ୍ସ ମାଧ୍ୟମରେ ଧାନ କ୍ରୟ ହେଉଥିବାରୁ ଏହାର ଭିତ୍ତିଭୂମିର ପରୀକ୍ଷା ନିରୀକ୍ଷା ପାଇଁ ଆଲୋଚନା ହୋଇଥିଲା। ଜିଲାର ପ୍ରାୟ ୯୦ ପ୍ରତିଶତ ବଳକା ଧାନ କ୍ରୟ ହେବାକୁ ଥିବାରୁ ମାନ ନିର୍ଦ୍ଧାରଣ, ଯନ୍ତ୍ରର ମରାମତିକୁ ଗୁରୁତ୍ୱ ଦିଆଯାଇଥିଲା। ୨୪ ଘଣ୍ଟା ମଧ୍ୟରେ ଚାଷୀଙ୍କ ପ୍ରାପ୍ୟ ପ୍ରଦାନ ପାଇଁ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ପ୍ରସ୍ତୁତ କରିବାକୁ ଜିଲାପାଳ ଋତୁରାଜ ପରାମର୍ଶ ଦେଇଥିଲେ। ବୈଠକରେ ଜିଲା ପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳି ସେଠୀ, ଏଡିଏମ୍‌ ପୀତାମ୍ବର ସାମଲ, ଉପଜିଲାପାଳ ନିରଞ୍ଜନ ବେହେରା, ଜିଲା ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ଗନ୍ତାୟତଙ୍କ ସହ ଅନ୍ୟ ସଦସ୍ୟମାନେ ଆଲୋଚନାରେ ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଇଟିଆଇ ଛାତ୍ରଙ୍କୁ ଧକ୍କା ଦେଲା ହାଇଓ୍ବା

ପଦ୍ମପୁର,୭।୧୨(ଡି.ଏନ୍‌.ଏ): ଭଦ୍ରକ ଜିଲା ବାସୁଦେବପୁର ବଜାର ପୁରୁଣା ଷ୍ଟେଟବ୍ୟାଙ୍କ ଛକ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ହାଇଓ୍ବା ଧକ୍କା ଦେବାରୁ ଜଣେ ଆଇଟିଆଇ ଛାତ୍ରଙ୍କ...

ପଞ୍ଚଭୂତରେ ଲୀନ ହେମାନନ୍ଦଙ୍କ ପାର୍ଥିବ ଶରୀର

ଝାରସୁଗୁଡ଼ା ଅଫିସ,୨୭।୨: ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଶୁକ୍ରବାର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଥିଲା। ଶନିବାର ଝାରସୁଗୁଡ଼ା ସହରରେ ଏକ ମହାପ୍ରୟାଣ ଆମ୍ବୁଲାନ୍ସରେ...

ଅସହାୟଙ୍କୁ ବିଏମ୍‌ସିର ରାଶନ ବଣ୍ଟନ

ବ୍ରହ୍ମପୁର ଅଫିସ,୩୧ା୩-କରୋନା ସଂକ୍ରମଣକୁ ପ୍ରତିରୋଧ କରିବା ନେଇ ଜିଲାପ୍ରଶାସନ ପକ୍ଷରୁ ଲକ୍‌ଡାଉନ୍‌ ଜାରି ରହିଛି। ଏହାର ପ୍ରଭାବରେ ବ୍ରହ୍ମପୁରରେ ରାଜ୍ୟ ବାହାରୁ ଆସି ଫସି ରହିଥିବା...

ମଥା ଟେକିପାରୁନି ମନୋରଞ୍ଜନ ମାଧ୍ୟମ

ଉପେନ୍ଦ୍ର ରାଉତ ବଅଁରପାଳ,୧୨ା୮ – କାମର ଚାପ ହ୍ରାସ ପାଇଁ ହେଉ ଅବା ସୁସ୍ଥ ଜୀବନଯାପନ, ସଭିଙ୍କୁ ଲୋଡ଼ା ମନୋରଞ୍ଜନ। କିନ୍ତୁ ୫ ମାସ ହେଲା...

ପରୀ ପରିବାରକୁ ମିଳିବ ୯ ଲକ୍ଷ ଟଙ୍କା

ନୟାଗଡ଼ ଅଫିସ,୧।୨: ଭିକ୍ଟିଂ କମ୍ପେନସେସନ୍‌ ଆକ୍ଟ ଜରିଆରେ ପରୀ ପରିବାରକୁ ଦୁଇ ପର୍ଯ୍ୟାୟରେ ମିଳିବ ୯ ଲକ୍ଷ ଟଙ୍କା । ଏନେଇ ରାଜ୍ୟ ଆଇନ ସେବା...

ଜେଲରେ ପୁଞ୍ଜିଲାଲଙ୍କୁ ନିର୍ଯାତନା

ବଲାଙ୍ଗୀର ଅଫିସ, ୨୪ା୧୦-ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ଗିରଫ ହୋଇ ବଲାଙ୍ଗୀର ଜେଲରେ ଥିବା ପୁଞ୍ଜିଲାଲ ମେହେରଙ୍କୁ ନିର୍ଯାତନା ଦିଆଯାଉଥିବା ତାଙ୍କ ଓକିଲ...

ଉଇହୁଙ୍କା ରୂପେ ପୂଜା ପାଉଛନ୍ତି କୀର୍ତ୍ତନିଆ ଋଷି

ବେଗୁନିଆ, ୮।୪(ଡି.ଏନ୍‌.ଏ.): ପୁରୀ-ଶରଣକୂଳ ନୂଆ ଜଗନ୍ନାଥ ସଡ଼କ ପାଶର୍‌ବରେ ଛଣଗିରି ଓ ହଜ ମଧ୍ୟରେ କଳକଳ ନାଦ କରି ବହିଯାଉଛି ମଲାଗୁଣି ବା ମନ୍ଦାକିନୀ ନଦୀ।...

ବିଧାୟକଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତ ଚିହ୍ନଟ: ଡିଆଇଜି

କେନ୍ଦୁଝର,୧୩ା୧୦(ସ୍ବ.ପ୍ର.) କେନ୍ଦୁଝର ସଦର ବିଧାୟକ ମୋହନ ମାଝିଙ୍କ ଗାଡ଼ି ଉପରକୁ ବୋମାମାଡ଼ କରିଥିବା ଘଟଣାର ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ଏନେଇ ବହୁ ପ୍ରମାଣ ମିଳିସାରିଛି। ଖୁବ୍‌ଶୀଘ୍ର...

Advertisement
Archives

Model This Week