କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସରପଞ୍ଚଙ୍କ ସ୍ବାମୀଙ୍କ ମାଡ଼

ରାଜନଗର,୨୦।୧୧(ଡି.ଏନ.ଏ.): ସରକାର ମହିଳା ସଶକ୍ତିକରଣ ପାଇଁ ପଞ୍ଚାୟତରେ ୫୦ ପ୍ରତିଶତ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ କରିଛନ୍ତି। ମାତ୍ର ପଞ୍ଚାୟତରେ ମହିଳା ସରପଞ୍ଚଙ୍କ ବଦଳରେ ଅଧିକାଂଶ ସ୍ଥାନରେ ତାଙ୍କ ସ୍ବାମୀମାନେ ରାଜ୍‌ କରୁଛନ୍ତି। ଦାୟିତ୍ୱରେ ଥିବା ନିର୍ବାହୀ ଅଧିକାରୀ ଓ ଅନ୍ୟ ସରକାରୀ କର୍ମଚାରୀ ସରପଞ୍ଚ ସ୍ବାମୀଙ୍କ ବୋଲ ନ ମାନିଲେ ଧମକଚମକ ଦେବା ସହ ଜୋର ଜବରଦସ୍ତ ଫାଇଲ ଛଡାଉଛନ୍ତି ଓ ମାଡ ମାରୁଛନ୍ତି। ରାଜନଗର ବ୍ଲକ ରାଜପୁର ପଞ୍ଚାୟତରୁ ଏପରି ଗୁରୁତର ଅଭିଯୋଗ ଆସିଛି ା
ସୂଚନା ଅନୁଯାୟୀ, ଶୁକ୍ରବାର ରାଜପୁର ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ରାଣୀ ମଞ୍ଜରୀ ସେଠୀଙ୍କ ପୌରୋହିତ୍ୟରେ ସମସ୍ତ ୱାର୍ଡସଭ୍ୟ, ସଭ୍ୟାଙ୍କୁ ନେଇ ବୈଠକ ଚାଲିଥିଲା। ଏହି ବୈଠକରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଗୁଣସିନ୍ଧୁ ମଣ୍ଡଳ ଥିଲେ। ହଠାତ୍‌ ସରପଞ୍ଚଙ୍କ ସ୍ବାମୀ ବସନ୍ତ ସେଠୀ ବୈଠକକୁ ଆସି ପଞ୍ଚାୟତର କେତେକ ଫାଇଲ ମାଗିଥିଲେ। ପଞ୍ଚାୟତ ନିର୍ବାହୀ ଅଧିକାରୀ ସରପଞ୍ଚଙ୍କ ଛଡା ଅନ୍ୟ କାହାରିକୁ ସେ ସରକାରୀ ଫାଇଲ ଦେଇ ପାରିବେ ନାହିଁ ବୋଲି କହିଥିଲେ। ସମସ୍ତ ୱାର୍ଡ ସଭ୍ୟାସଭ୍ୟଙ୍କ ଉପସ୍ଥିତିରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଫାଇଲ ଦେବା ପାଇଁ ମନା କରିଦେବାରୁ ସରପଞ୍ଚଙ୍କ ସ୍ବାମୀ ଉତ୍ତ୍ୟକ୍ତ ହୋଇ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଗାଳି ଗୁଲଜ କରିଥିଲେ। ଏହାପରେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଠାରୁ ସମସ୍ତ ଫାଇଲ ସେ ଜୋର ଜବରଦସ୍ତ ଛଡାଇ ନେବା ସହ ତାଙ୍କୁ ଧକ୍କା ମାରିଥିଲେ। ଏପରି କି ତଣ୍ଟି ଚିପି ମାରି ଦେବାକୁ ଉଦ୍ୟମ କରିଥିଲେ। ଉପସ୍ଥିତ ଥିବା ୱାର୍ଡ ସଭ୍ୟାସଭ୍ୟମାନେ ନିର୍ବାହୀ ଅଧିକାରୀ ମଣ୍ଡଳଙ୍କୁ ଉଦ୍ଧାର କରିଥିବା ନେଇ ସେ ରାଜନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏ ନେଇ ରାଜନଗର ଥାନାରେ ଏକ ମାମଲା(ନଂ.୩୮୯/୨୨) ରୁଜୁ ହୋଇଛି। ଅପରପକ୍ଷେ ଶନିବାର ସରପଞ୍ଚ ରାଣୀ ମଞ୍ଜରୀ ସେଠୀ ତାଙ୍କୁ ନିର୍ବାହୀ ଅଧିକାରୀ କାର୍ଯ୍ୟ କରାଇ ଦେଉ ନ ଥିବା ଏବଂ ଜାତିଆଣ ଆକ୍ଷେପ କରିଥିବା ନେଇ ରାଜନଗର ଥାନାରେ ପାଲଟା ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ଥାନାରେ ଏକ ମାମଲା(ନଂ.୩୯୧/୨୨)ରେ ଏକ ମାମଲା ରୁଜୁ ହୋଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ଗୁଡାରି ଏନଏସିକୁ ମିଳିବ ୨ କୋଟି ଟଙ୍କାର ପୁରସ୍କାର

ଗୁଡାରି,୨୪/୮(ପ୍ରମୋଦ କୁମାର ପତି): ଆସନ୍ତା ଅଗଷ୍ଟ ୩୧ ତାରିଖରେ ସ୍ବାୟତ୍ତ ଶାସନ ଦିବସ ପାଳନ ସମାରୋହରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(OUAT), ଭୁବନେଶ୍ୱରର ‘କୃଷି ଶିକ୍ଷା…

ନିଖୋଜ ନାବାଳିକା ଉଦ୍ଧାର: ସିଡ଼ବ୍ଲ୍ୟୁସିରେ ହାଜର କଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଜଣେ ୧୫ ବର୍ଷୀୟା ନାବାଳିକା ଗତ ଜୁଲାଇ ୪ ତାରିଖରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିଲେ।…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri