ଖରିଫ ଧାନ ଫସଲ ଉଜୁଡ଼ିବା ଆଶଙ୍କା

ରାଜନଗର, ୧୯ା୧୧(ଡି.ଏନ.ଏ.): ରାଜନଗର ବ୍ଲକ ଏକ ନଦୀ ଘେରା ଅଞ୍ଚଳ। ଅଞ୍ଚଳବାସୀଙ୍କର ଏକମାତ୍ର ଖରିଫ ଧାନ ଫସଲ ଆଶା ଓ ଭରସା ହୋଇଥିଲା। ହେଲେ କ୍ଷେତରେ ପାଣି ନ ଥିବାରୁ ଏହା ଉଜୁଡିବ ଆଶଙ୍କା ପ୍ରକାଶ ପଶଛି। ୨ ବର୍ଷ ହେଲା କ୍ରମାଗତ ବାତ୍ୟା ଯୋଗୁ ସମ୍ପୂର୍ଣ୍ଣ ପାଚିଲା ଧାନ ଫସଲ ବିଲରେ ନଷ୍ଟ ହୋଇଯାଇଥିଲା। ବାତ୍ୟା ପ୍ରଭାବରେ ଯେତେବେଳେ ଧାନ ଅମଳ କରି ଖଳାକୁ ଆଣିବା କଥା, ଠିକ୍‌ ସେହି ସମୟରେ ବର୍ଷା ପାଣି ଚାଷ ଜମିକୁ ବୁଡାଇ ରଖିଲା। ଚଳିତବର୍ଷ ନିଜର ଆର୍ଥତ୍କ ମେରୁଦଣ୍ଡକୁ ସଳଖ କରିବାକୁ ଚାଷୀ ଖରିଫ ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ। ତଳି ପକାଇବାଠାରୁ ରୁଆ ବେଉଷଣ ପର୍ଯ୍ୟନ୍ତ ଅଦିନିଆ ବର୍ଷା ଚାଷ କାର୍ଯ୍ୟକୁ ବିଳମ୍ବିତ କରିଥିଲା। ଶେଷରେ ଚାଷୀ ରୁଆ ବେଉଷଣ କରିଥିଲେ। ଧାନ ଗର୍ଭ ହେବା ପରଠାରୁ ବର୍ଷା ଆଉ ହୋଇ ନହିଁ। ସେବେଠୁଁ ଆଜି ଯାଏଁ ବର୍ଷା ନ ହେବାରୁ ଜମି ଫାଟି ଆଁ କଲାଣି। ଫଳରେ ଥୋଡ ଧାନଗୁଡିକ ପାଚିବା ସମ୍ଭବ ହୋଇପାରୁନାହିଁ। ତେଣୁ ଚାଷୀମାନେ ଦଣ୍ଡା, ପୋଖରୀରୁ ପାଣି ବୁହାଇବାରେ ଲାଗି ପଡିଛନ୍ତି। ଯେହେତୁ ଏ ଅଞ୍ଚଳ ଅଣଜଳସେଚିତ ତେଣୁ କେନାଲର ସୁବିଧା ନାହିଁ। ଚାଷୀମାନେ ବର୍ଷା ଉପରେ ହିଁ ନିର୍ଭର କରିଥାନ୍ତି। ବର୍ଷା ନ ହେବାରୁ ବର୍ଷକର ଭାତ ହାଣ୍ଡି ଉଜୁଡି ଯିବାକୁ ବସିଲାଣି। ଏହି ଚିନ୍ତାରେ ଚାଷୀ ପଡିଛନ୍ତି। ଚାଷୀ ଋଣ କରି ଧାନ ରୁଆ ବେଉଷଣ ସମୟରେ ଚଢା ଦରରେ ବିହନ କିଣିବା ସହ ମଜୁରୀ ଦେଇ ରୋଇବା, ହଳ ଲଙ୍ଗଳରେ ଚାଷ କରିବାରେ ବହୁ ଖର୍ଚ୍ଚାନ୍ତ ହୋଇଥିଲେ। ଏବେ ଜମିରେ ପାଣି ନ ଥିବାରୁ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ରାଜନଗର ବ୍ଲକ ଅଧୀନ ୨୯ଟି ପଞ୍ଚାୟତରେ ପ୍ରାୟ ୧୨ହଜାର ହେକ୍ଟରରୁ ଊର୍ଦ୍ଧ୍ୱ ଜମିରେ ଖରିଫ ଧାନ ଚାଷ କରାଯାଇଥିଲା। ଚଳିତବର୍ଷ ଥୋଡ ବାହାରକ ୁଓ ମାଟିଆଗୁଣ୍ଡିଠାରୁ ଆରମ୍ଭ କରି ବିଭିନ୍ନ ପୋକ ଧାନ ଫସଲକୁ ନଷ୍ଟ କରିଛନ୍ତି। ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ଚାଷୀ ବର୍ଷା ଅସରାଏକୁ ଅପେକ୍ଷା କରିଥିଲେ। ବର୍ଷା ଅଭାବରୁ ଏ ବର୍ଷ ଚାଷୀ ଆଶାନୁରୂୂପକ ଫସଲ ପାଇବା ଏକ ପ୍ରକାର ସ୍ବପ୍ନ ପାଲଟିବ ବୋଲି ଚାଷୀ ରବୀନ୍ଦ୍ର ନାଏକ, ଅକ୍ଷୟ ନାୟକ, ଧ୍ରୁବ ଚରଣ ସ୍ବାଇଁ, ମହେଶ୍ୱର ପ୍ରଧାନ, କ୍ଷୀରୋଦ କୁମାର ରାଉତ, ମହେଶ୍ୱର ବିଶ୍ୱାଳ ପ୍ରମୁଖ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri