ଖରିଫ ଧାନ ଫସଲ ଉଜୁଡ଼ିବା ଆଶଙ୍କା

ରାଜନଗର, ୧୯ା୧୧(ଡି.ଏନ.ଏ.): ରାଜନଗର ବ୍ଲକ ଏକ ନଦୀ ଘେରା ଅଞ୍ଚଳ। ଅଞ୍ଚଳବାସୀଙ୍କର ଏକମାତ୍ର ଖରିଫ ଧାନ ଫସଲ ଆଶା ଓ ଭରସା ହୋଇଥିଲା। ହେଲେ କ୍ଷେତରେ ପାଣି ନ ଥିବାରୁ ଏହା ଉଜୁଡିବ ଆଶଙ୍କା ପ୍ରକାଶ ପଶଛି। ୨ ବର୍ଷ ହେଲା କ୍ରମାଗତ ବାତ୍ୟା ଯୋଗୁ ସମ୍ପୂର୍ଣ୍ଣ ପାଚିଲା ଧାନ ଫସଲ ବିଲରେ ନଷ୍ଟ ହୋଇଯାଇଥିଲା। ବାତ୍ୟା ପ୍ରଭାବରେ ଯେତେବେଳେ ଧାନ ଅମଳ କରି ଖଳାକୁ ଆଣିବା କଥା, ଠିକ୍‌ ସେହି ସମୟରେ ବର୍ଷା ପାଣି ଚାଷ ଜମିକୁ ବୁଡାଇ ରଖିଲା। ଚଳିତବର୍ଷ ନିଜର ଆର୍ଥତ୍କ ମେରୁଦଣ୍ଡକୁ ସଳଖ କରିବାକୁ ଚାଷୀ ଖରିଫ ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ। ତଳି ପକାଇବାଠାରୁ ରୁଆ ବେଉଷଣ ପର୍ଯ୍ୟନ୍ତ ଅଦିନିଆ ବର୍ଷା ଚାଷ କାର୍ଯ୍ୟକୁ ବିଳମ୍ବିତ କରିଥିଲା। ଶେଷରେ ଚାଷୀ ରୁଆ ବେଉଷଣ କରିଥିଲେ। ଧାନ ଗର୍ଭ ହେବା ପରଠାରୁ ବର୍ଷା ଆଉ ହୋଇ ନହିଁ। ସେବେଠୁଁ ଆଜି ଯାଏଁ ବର୍ଷା ନ ହେବାରୁ ଜମି ଫାଟି ଆଁ କଲାଣି। ଫଳରେ ଥୋଡ ଧାନଗୁଡିକ ପାଚିବା ସମ୍ଭବ ହୋଇପାରୁନାହିଁ। ତେଣୁ ଚାଷୀମାନେ ଦଣ୍ଡା, ପୋଖରୀରୁ ପାଣି ବୁହାଇବାରେ ଲାଗି ପଡିଛନ୍ତି। ଯେହେତୁ ଏ ଅଞ୍ଚଳ ଅଣଜଳସେଚିତ ତେଣୁ କେନାଲର ସୁବିଧା ନାହିଁ। ଚାଷୀମାନେ ବର୍ଷା ଉପରେ ହିଁ ନିର୍ଭର କରିଥାନ୍ତି। ବର୍ଷା ନ ହେବାରୁ ବର୍ଷକର ଭାତ ହାଣ୍ଡି ଉଜୁଡି ଯିବାକୁ ବସିଲାଣି। ଏହି ଚିନ୍ତାରେ ଚାଷୀ ପଡିଛନ୍ତି। ଚାଷୀ ଋଣ କରି ଧାନ ରୁଆ ବେଉଷଣ ସମୟରେ ଚଢା ଦରରେ ବିହନ କିଣିବା ସହ ମଜୁରୀ ଦେଇ ରୋଇବା, ହଳ ଲଙ୍ଗଳରେ ଚାଷ କରିବାରେ ବହୁ ଖର୍ଚ୍ଚାନ୍ତ ହୋଇଥିଲେ। ଏବେ ଜମିରେ ପାଣି ନ ଥିବାରୁ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ରାଜନଗର ବ୍ଲକ ଅଧୀନ ୨୯ଟି ପଞ୍ଚାୟତରେ ପ୍ରାୟ ୧୨ହଜାର ହେକ୍ଟରରୁ ଊର୍ଦ୍ଧ୍ୱ ଜମିରେ ଖରିଫ ଧାନ ଚାଷ କରାଯାଇଥିଲା। ଚଳିତବର୍ଷ ଥୋଡ ବାହାରକ ୁଓ ମାଟିଆଗୁଣ୍ଡିଠାରୁ ଆରମ୍ଭ କରି ବିଭିନ୍ନ ପୋକ ଧାନ ଫସଲକୁ ନଷ୍ଟ କରିଛନ୍ତି। ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ଚାଷୀ ବର୍ଷା ଅସରାଏକୁ ଅପେକ୍ଷା କରିଥିଲେ। ବର୍ଷା ଅଭାବରୁ ଏ ବର୍ଷ ଚାଷୀ ଆଶାନୁରୂୂପକ ଫସଲ ପାଇବା ଏକ ପ୍ରକାର ସ୍ବପ୍ନ ପାଲଟିବ ବୋଲି ଚାଷୀ ରବୀନ୍ଦ୍ର ନାଏକ, ଅକ୍ଷୟ ନାୟକ, ଧ୍ରୁବ ଚରଣ ସ୍ବାଇଁ, ମହେଶ୍ୱର ପ୍ରଧାନ, କ୍ଷୀରୋଦ କୁମାର ରାଉତ, ମହେଶ୍ୱର ବିଶ୍ୱାଳ ପ୍ରମୁଖ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡ଼ି ଅଞ୍ଚଳରେ ଲଗାଣ ବର୍ଷା: ୩ ଦିନ ହେଲା ଅନ୍ଧାରରେ ଏକାଧିକ ପଞ୍ଚାୟତ, ଲୋକଙ୍କୁ ଡିବି-ଲଣ୍ଠନ ଭରସା

ଦାରିଙ୍ଗବାଡ଼ି,୬ା୭(ଅରୁଣ ସାହୁ): କନ୍ଧମାଳ ଜିଲାରେ ଗୁରୁବାର ବିଳମ୍ବିତ ରାତିରୁ ଲଗାଣବର୍ଷା ଜାରି ରହିଛି। ଫଳରେ ଅଞ୍ଚଳରେ ଏକ ପ୍ରକାର ଅଚଳାବସ୍ଥା ଦେଖାଯାଇଛି। ବର୍ଷା ପରଠାରୁ ବିଦ୍ୟୁତ୍‌ ବାରମ୍ବାର…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

ଐତିହାସିକ ବିସ୍ମୃତିର ନବପର୍ବ

ଗୋଟିଏ ମୂର୍ତ୍ତି। ଅତୀତର ଗର୍ଭରେ ବିଲୀନ ହୋଇଯାଇଥିବା ମହେଞ୍ଜୋଦାରୋ ସଭ୍ୟତାର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ସମ୍ପର୍କରେ ଯେଉଁ ଯତ୍‌କିଞ୍ଚତ୍ତ୍‌ ଧାରଣା ଏବେ ଆମେ ପାଇଛେ, ସେଥିରେ…

ଅବସର ଘୋଷଣା କଲେ ନେମାର, ଫିଫା ବିଶ୍ୱକପ୍‌ରେ ବ୍ରାଜିଲର ଅଶ୍ରୁଳ ବିଦାୟ ପରେ…

ବ୍ରାସିଲିଆ,୬ା୭: ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ନେଇଛନ୍ତି ବ୍ରାଜିଲର ଷ୍ଟାର୍‌ ଖେଳାଳି ନେମାର। ଫିଫା ବିଶ୍ୱକପ୍‌ରେ ବ୍ରାଜିଲର ଅଶ୍ରୁଳ ବିଦାୟ ପରେ ନେମାର ଏହି ଅବସର ଘୋଷଣା କରିଛନ୍ତି।…

ଚାକିରିରୁ ରିଜାଇନ ଦେଲେ ଭୁବନେଶ୍ୱର ଡିସିପି, କହିଲେ ଏହି କାରଣରୁ…

ଭୁବନେଶ୍ୱର,୬ା୭: ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଚାକିରିରୁ ରିଜାଇନ ଦେଇଛନ୍ତି। ବ୍ୟକ୍ତିଗତ କାରଣରୁ ସେ ଚାକିରି ଛାଡ଼ିଦେଇଥିବା କହିଛନ୍ତି। ଡିସିପି ଜଗମୋହନ ୨୦୧୩ ବ୍ୟାଚ୍‌ର ଆଇପିଏସ୍‌ ଅଫିସର…

ସକାଳୁ ସକାଳୁ ଚମ୍ପୁଆରେ ଏନ୍‌କାଉଣ୍ଟର, ଅପରାଧୀଙ୍କ ନାମରେ ରହିଛି…

କେନ୍ଦୁଝର,୬ା୭(ନରେଶ ଚନ୍ଦ୍ର ପଟ୍ଟନାୟକ) କେନ୍ଦୁଝର ପୋଲିସ ସୋମବାର ଚମ୍ପୁଆ ଥାନା ଅନ୍ତର୍ଗତ ପତଳା ଜଙ୍ଗଲରେ ଜଣେ ଅପରାଧୀଙ୍କୁ ଏନ୍‌କାଉଣ୍ଟର କରିଥିବା ଜଣା ପଡ଼ିଛି। ସେ ଆହତ ହୋଇ…

ଭାରତର ଏକତା ଓ ପ୍ରଗତି ପାଇଁ ସମର୍ପିତ ଏକ ଜୀବନ

ରାଷ୍ଟ୍ରବାଦ ଓ ନିଃସ୍ବାର୍ଥ ସେବାର ଆଦର୍ଶରେ ବିଶ୍ୱାସ କରୁଥିବା ଅଗଣିତ ଲୋକଙ୍କ ପାଇଁ ଆଜିର ଦିନ, ୬ ଜୁଲାଇର ବିଶେଷ ମହତ୍ତ୍ୱ ରହିଛି। ଆମେ ଡକ୍ଟର ଶ୍ୟାମା…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri