କର୍ମନିଯୁକ୍ତି ସୁଯୋଗ ଅପେକ୍ଷାରେ ଯୁବବର୍ଗ

ପର୍ଯ୍ୟଟକଙ୍କୁ ଆକର୍ଷିତ ପାଇଁ ଛୋଟ ପ୍ରକଳ୍ପ ଆବଶ୍ୟକ
କେନ୍ଦ୍ରାପଡ଼ା ଜିଲାକୁ ତୁଳସୀକ୍ଷେତ୍ର କୁହାଯାଏ। ଏଠାରେ ବହୁ ଐତିହ୍ୟ ସ୍ଥାନ ସହିତ ଆଧ୍ୟାତ୍ମିକ ପର୍ଯ୍ୟଟନସ୍ଥଳୀ ଅଛି। ଏହି ସ୍ଥାନକୁ ଦର୍ଶନୀୟ କରି ପର୍ଯ୍ୟଟକଙ୍କୁ ଆକର୍ଷିତ ପାଇଁ ଛୋଟ ପ୍ରକଳ୍ପଗୁଡିଏ ଆବଶ୍ୟକ। ଲୋକଙ୍କ ଆଗମନ ଯୁବବର୍ଗଙ୍କୁ ଆବଶ୍ୟକ ମୁତାବକ ରୋଜଗାର ଦେଇପାରିବ।
– ଧର୍ମେଞ୍ଜୟ ପ୍ରଧାନ
୩ ବର୍ଷ ହେଲା ଦୌଡ଼ିବା
ସତ୍ତ୍ୱେ ମିଳୁନି ଋଣ
ଝିଅ ପିଜି ପରେ ଏକ ଖାଦ୍ୟ ପ୍ରୋସେସିଂ ୟୁନିଟ୍‌ ସ୍ଥାପନ ପାଇଁ ବାରମ୍ବାର ବ୍ୟାଙ୍କ ଓ ଜିଲା ଶିଳ୍ପ କେନ୍ଦ୍ରକୁ ଦୌଡିଛି। ଋଣ ପାଇଁ ଜମି ବନ୍ଧକ ଦେବାକୁ ପ୍ରସ୍ତୁତ ସତ୍ତ୍ୱେ ୩ ବର୍ଷ ଧରି ମିଳୁନି। ସିଙ୍ଗଲ ୱିଣ୍ଡୋରେ ସରକାରୀ କାର୍ଯ୍ୟ ହେଲେ ଯୁବ ଶିଳ୍ପୋଦ୍ୟୋଗୀଙ୍କୁ କାମ ମିଳିବ।
-ପଦ୍ମନାଭ ତ୍ରିପାଠୀ
ନିର୍ଦ୍ଦିଷ୍ଟ ଫସଲ ପାଇଁ ପ୍ରୋତ୍ସାହିତ କଲେ ଦାଦନଙ୍କ ସଂଖ୍ୟା କମିବ
କେନ୍ଦ୍ରାପଡ଼ା ଜିଲାର ଅର୍ଥନୀତି କୃଷିଭିତ୍ତିକ। ଏଠାରେ କୃଷି ଓ କୃଷକଙ୍କ ପାଇଁ ଯୋଜନା ଏବଂ ଅର୍ଥ ଆସୁଥିଲେ ମଧ୍ୟ ତୃଣମୂଳରେ କାର୍ଯ୍ୟକାରୀ ହେଉନାହିଁ। ଜିଲାକୁ ଏକ ୟୁନିଟ୍‌ ଭାବେ ଗ୍ରହଣ କରି ରାଜନେତା ଓ ପ୍ରଶାସକ ଏକ ନିର୍ଦ୍ଦିଷ୍ଟ ଫସଲ ପାଇଁ ପ୍ରୋତ୍ସାହିତ କଲେ ଦାଦନଙ୍କ ସଂଖ୍ୟା କମିବ।
– ମନୋଜ କୁମାର ନାୟକ
ରାସ୍ତା ନ ଥିବାରୁ ଜିଲାରେ ଅର୍ଥନୈତିକ ଉନ୍ନତି ହୋଇପାରୁନି
ବିକାଶଶୀଳ ଜିଲା ପାଇଁ ଦ୍ରୁତ ଯୋଗାଯୋଗକୁ ଗୁରୁତ୍ୱ ଦେବାକୁ ହେବ। ଜାତୀୟ ଉଦ୍ୟାନ ଭିତରକନିକା ସମେତ ଆଗକୁ ଶିଳ୍ପ ପ୍ରତିଷ୍ଠା ହେବ। ଏହାକୁ ଦୃଷ୍ଟିରେ ରଖିଲେ ଯାତ୍ରୀବାହୀ ଟ୍ରେନ ଓ ବିମାନ ବନ୍ଦର ଆବଶ୍ୟକ। ସେହିପରି ପ୍ରତି ଗ୍ରାମକୁ ରାସ୍ତା ନ ଥିବାରୁ ଜିଲାରେ ଅର୍ଥନୈତିକ ଉନ୍ନତି ହୋଇପାରୁନାହିଁ ା
– ଲକ୍ଷ୍ମୀପ୍ରିୟା ସ୍ବାଇଁ
କର୍ମନିଯୁକ୍ତି ନାହିଁ ଯୁବବର୍ଗ ଜିଲା ବାହାରକୁ ଯାଉଛନ୍ତି
ସରକାରୀ ଚାକିରି ପର୍ଯ୍ୟାପ୍ତ ନୁହେଁ ା ଜିଲାରେ ଯୁବବର୍ଗଙ୍କ ସଂଖ୍ୟା ଅଧିକ ା ଆବଶ୍ୟକ କର୍ମନିଯୁକ୍ତି ନ ଥିବାରୁ ଯୁବବର୍ଗ ଜିଲା ବାହାରକୁ ଯାଉଛନ୍ତି। ଆତ୍ମନିର୍ଭର ପାଇଁ କୃଷି, ଲଘୁ ଉଦ୍ୟୋଗ, କ୍ଷୁଦ୍ର ଶିଳ୍ପ, ପର୍ଯ୍ୟଟନ କ୍ଷେତ୍ର ଆଦି ଭିତ୍ତିଭୂମି ଅଛି। ପ୍ରଶାସକ ଓ ସ୍ଥାନୀୟ ରାଜନେତାଙ୍କ ସହଯୋଗରେ ପ୍ରକଳ୍ପ ପ୍ରସ୍ତୁତ କରି ସହଜରେ କର୍ମନିଯୁକ୍ତି ଦିଆଯାଇପାରିବ।
– ରାଜେଶ କୁମାର ବେହେରା
ଦକ୍ଷତାଭିତ୍ତିକ ଶିକ୍ଷାନୁଷ୍ଠାନ ହେଲେ ଯୁବବର୍ଗଙ୍କୁ କର୍ମନିଯୁକ୍ତି ମିଳିବ
ପଡୋଶୀ ଜଗତ୍‌ସିଂହପୁର, ଯାଜପୁର ଓ ଭଦ୍ରକ ଜିଲାରେ ବିଭିନ୍ନ ଶିଳ୍ପ ଅଛି। ଆଗାମୀ ଦିନରେ କେନ୍ଦ୍ରାପଡ଼ା ଜିଲାର ମହାକାଳପଡା ବ୍ଲକ ଅଞ୍ଚଳରେ ଶିଳ୍ପ ପ୍ରତିଷ୍ଠା ପାଇଁ ଜମି ଅଧିଗ୍ରହଣ ହେଲାଣି। ଏହି ସମୟରେ ଶିଳ୍ପରେ ନିଯୁକ୍ତି ପାଇଁ ଦକ୍ଷତାଭିତ୍ତିକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ହେଲେ ଯୁବବର୍ଗଙ୍କୁ କର୍ମନିଯୁକ୍ତି ମିଳିବ।
– ଚିନ୍ମୟ ବଳ
ସମୁଦ୍ର ତଟରୁ ୫ କି.ମି. ଦୂରରେ ନଦୀ ସଂଯୋଗୀ କେନାଲ ଆବଶ୍ୟକ
ରାଜ୍ୟର ଦ୍ୱିତୀୟ ସର୍ବବୃହତ୍‌ ଜଳପଥ ଏହି ଜିଲାରେ ଅଛି। ତେବେ ମଧୁର ଜଳକୁ ଧରି କୃଷି କ୍ଷେତ୍ରରେ ନିୟୋଜିତ ପାଇଁ କୌଣସି ଯୋଜନା ନାହିଁ। ଜଳସେଚନ ଓ ଜଳ ନିଷ୍କାସନ ସମସ୍ୟାର ସମାଧାନ ପାଇଁ ୪୮ କି.ମି. ସମୁଦ୍ର ତଟଠାରୁ ୫ କି.ମି. ଦୂରରେ ନଦୀ ସଂଯୋଗୀ କେନାଲ ଆବଶ୍ୟକ।
– ସ୍ବରାଜ କୁମାର ଦାସ
ମହୁଚାଷ କରାଗଲେ ୫ ହଜାର ଯୁବକଙ୍କୁ ମିଳିବ କର୍ମନିଯୁକ୍ତି
ଜିଲାରେ ଜାତୀୟ ଉଦ୍ୟାନ ଭିତରକନିକା ଅଛି। ଏହାର କ୍ଷେତ୍ରଫଳ ୬୭୨ବର୍ଗ କିଲୋମିଟର। ଏଠାରେ କେବଳ ମହୁଚାଷ ହେଲେ ଭିତରକନିକା ମହୁ ବିଶ୍ୱରେ ପରିଚୟ ପାଇବା ସହ ପ୍ରାୟ ୫ ହଜାର ଯୁବକଙ୍କୁ କାମ ମିଳିବ। ଏଥିସହିତ ପର୍ଯ୍ୟଟନ ଶିଳ୍ପର ବ୍ୟାପକତା ଯୁବବର୍ଗଙ୍କ ପାଇଁ କର୍ମନିଯୁକ୍ତି ସୁଯୋଗ ମିଳିବ।
-ଲକ୍ଷ୍ମୀଧର ସ୍ବାଇଁ
ଭୋଟ ବ୍ୟାଙ୍କ ରାଜନୀତି ପାଇଁ ଜିଲାର ଅର୍ଥନୀତି ଭୁଶୁଡ଼ିଛି
କୃଷିଭିତ୍ତିକ ଶିଳ୍ପ, ସାମୁଦ୍ରିକ ବିଜ୍ଞାନ ବିଶ୍ୱବିଦ୍ୟାଳୟ, ଶୀତଳଭଣ୍ଡାର, ଲଘୁ ଉଦ୍ୟୋଗ ଆଦି ପାଇଁ ଭିତ୍ତିଭୂମି ଅଛି। ଲୋକସମ୍ବଳ ବିନିଯୋଗ ପାଇଁ ଇଚ୍ଛାଶକ୍ତି ଆବଶ୍ୟକ। ଜିଲାର ସାମୂହିକ ଆର୍ଥିକ ବିକାଶ ପାଇଁ ରାଜନେତା ଓ ପ୍ରଶାସକଙ୍କ ସମନ୍ବୟ ରହୁନାହିଁ। ଭୋଟ ବ୍ୟାଙ୍କ ରାଜନୀତି ପାଇଁ ଜିଲାର ଅର୍ଥନୀତି ଭୁଶୁଡିଯାଇଛି।
– ମାନସ କୁମାର ଦାସ


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ଅବହେଳା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ପଟ୍ଟାମୁଣ୍ଡାଇ, ୨୬ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କାର୍ଯ୍ୟରତ ସରକାରୀ କର୍ମଚାରୀ, ଜନପ୍ରତିନିଧିମାନେ ସାମ୍ବିଧାନିକ ବିଧି ବ୍ୟବସ୍ଥାର ନୀତିନିୟମ ଓ ଆଇନକୁ ଉଲ୍ଲଂଘନ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

ପ୍ରବାସୀ ଶ୍ରମିକଙ୍କ ଉପରେ ନେତାଙ୍କ ଆଖି

କେନ୍ଦ୍ରାପଡ଼ା,୨୬ା୪ (ଜଗନ୍ନାଥ ଧଳ): ଦାଦନ ସମସ୍ୟାରେ ପୀଡିତ କେନ୍ଦ୍ରାପଡ଼ା ଜିଲାର ଶ୍ରମିକଙ୍କ ଉପରେ ଚଳିତ ସାଧାରଣ ନିର୍ବାଚନର ପ୍ରର୍ଥୀଙ୍କ ଆଖିପଡିଛି। ଏଥିପାଇଁ ପରିବାର ଓ ଦଳୀୟ...

ପାଣି ଅଭାବରୁ ପନିପରିବା ଫସଲ ନଷ୍ଟ

ପଟ୍ଟାମୁଣ୍ଡାଇ,୨୫ା୪(କଳ୍ପତରୁ ନାୟକ)କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ପ୍ରଚଣ୍ଡ ରୌଦ୍ରତାପରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି। ୧୫ ଦିନ ହେଲା କ୍ରମାଗତ ତାପମାତ୍ରା ବୃଦ୍ଧି...

ଆଖୁଚାଷରୁ ମୁହଁ ଫେରାଉଛନ୍ତି ଚାଷୀ

ମାର୍ଶାଘାଇ,୨୫ା୪ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ)କେନ୍ଦ୍ର, ରାଜ୍ୟ ସରକାର କୃଷି ଓ କୃଷକଙ୍କ ଉନ୍ନତି ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। ହେଲେ ତଳସ୍ତରରେ ତାହା ପ୍ରତିଫଳିତ...

୨୯ ଓଭର ହେଡ୍‌ ଟାଙ୍କି, ଲୋକଙ୍କୁ ପାଣି ମୁନ୍ଦେ ମିଳୁନି

ମାର୍ଶାଘାଇ,୨୪ା୪ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅଞ୍ଚଳରେ ପାନୀୟ ଜଳ ସମସ୍ୟାକୁ ନେଇ ଲୋକେ ତ୍ରାହି ତ୍ରାହି ଡାକିଲେଣି। ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ...

ବିଜେଡି, ଭାଜପାରେ ଗୋଷ୍ଠୀ କନ୍ଦଳ

ପଟ୍ଟାମୁଣ୍ଡାଇ,୨୪ା୪ (କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ରାଜନଗର ବିଧାନସଭା ଆସନ ସବୁବେଳେ ରାଜ୍ୟ ରାଜନୀତିରେ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ହୋଇଆସିଛି। ସବୁଥର ଏହି ଆସନରେ ବିଜେଡି ଓ...

ନିର୍ମାଣର ବର୍ଷକ ମଧ୍ୟରେ ରାସ୍ତା ଦବିଲା

ଡେରାବିଶ,୨୩ା୪ (ବେବର୍ତ୍ତା ଅଜୟ ଦାସ):କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଡେରାବିଶ ଅଞ୍ଚଳର ମୁଖ୍ୟ ରାସ୍ତା କୁହାଯାଉଥିବା ୫୩ ନଂ. ଜାତୀୟ ରାଜପଥର ପଞ୍ଚୁପାଣ୍ଡବ ଛକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri