କର୍ମନିଯୁକ୍ତି ସୁଯୋଗ ଅପେକ୍ଷାରେ ଯୁବବର୍ଗ

ପର୍ଯ୍ୟଟକଙ୍କୁ ଆକର୍ଷିତ ପାଇଁ ଛୋଟ ପ୍ରକଳ୍ପ ଆବଶ୍ୟକ
କେନ୍ଦ୍ରାପଡ଼ା ଜିଲାକୁ ତୁଳସୀକ୍ଷେତ୍ର କୁହାଯାଏ। ଏଠାରେ ବହୁ ଐତିହ୍ୟ ସ୍ଥାନ ସହିତ ଆଧ୍ୟାତ୍ମିକ ପର୍ଯ୍ୟଟନସ୍ଥଳୀ ଅଛି। ଏହି ସ୍ଥାନକୁ ଦର୍ଶନୀୟ କରି ପର୍ଯ୍ୟଟକଙ୍କୁ ଆକର୍ଷିତ ପାଇଁ ଛୋଟ ପ୍ରକଳ୍ପଗୁଡିଏ ଆବଶ୍ୟକ। ଲୋକଙ୍କ ଆଗମନ ଯୁବବର୍ଗଙ୍କୁ ଆବଶ୍ୟକ ମୁତାବକ ରୋଜଗାର ଦେଇପାରିବ।
– ଧର୍ମେଞ୍ଜୟ ପ୍ରଧାନ
୩ ବର୍ଷ ହେଲା ଦୌଡ଼ିବା
ସତ୍ତ୍ୱେ ମିଳୁନି ଋଣ
ଝିଅ ପିଜି ପରେ ଏକ ଖାଦ୍ୟ ପ୍ରୋସେସିଂ ୟୁନିଟ୍‌ ସ୍ଥାପନ ପାଇଁ ବାରମ୍ବାର ବ୍ୟାଙ୍କ ଓ ଜିଲା ଶିଳ୍ପ କେନ୍ଦ୍ରକୁ ଦୌଡିଛି। ଋଣ ପାଇଁ ଜମି ବନ୍ଧକ ଦେବାକୁ ପ୍ରସ୍ତୁତ ସତ୍ତ୍ୱେ ୩ ବର୍ଷ ଧରି ମିଳୁନି। ସିଙ୍ଗଲ ୱିଣ୍ଡୋରେ ସରକାରୀ କାର୍ଯ୍ୟ ହେଲେ ଯୁବ ଶିଳ୍ପୋଦ୍ୟୋଗୀଙ୍କୁ କାମ ମିଳିବ।
-ପଦ୍ମନାଭ ତ୍ରିପାଠୀ
ନିର୍ଦ୍ଦିଷ୍ଟ ଫସଲ ପାଇଁ ପ୍ରୋତ୍ସାହିତ କଲେ ଦାଦନଙ୍କ ସଂଖ୍ୟା କମିବ
କେନ୍ଦ୍ରାପଡ଼ା ଜିଲାର ଅର୍ଥନୀତି କୃଷିଭିତ୍ତିକ। ଏଠାରେ କୃଷି ଓ କୃଷକଙ୍କ ପାଇଁ ଯୋଜନା ଏବଂ ଅର୍ଥ ଆସୁଥିଲେ ମଧ୍ୟ ତୃଣମୂଳରେ କାର୍ଯ୍ୟକାରୀ ହେଉନାହିଁ। ଜିଲାକୁ ଏକ ୟୁନିଟ୍‌ ଭାବେ ଗ୍ରହଣ କରି ରାଜନେତା ଓ ପ୍ରଶାସକ ଏକ ନିର୍ଦ୍ଦିଷ୍ଟ ଫସଲ ପାଇଁ ପ୍ରୋତ୍ସାହିତ କଲେ ଦାଦନଙ୍କ ସଂଖ୍ୟା କମିବ।
– ମନୋଜ କୁମାର ନାୟକ
ରାସ୍ତା ନ ଥିବାରୁ ଜିଲାରେ ଅର୍ଥନୈତିକ ଉନ୍ନତି ହୋଇପାରୁନି
ବିକାଶଶୀଳ ଜିଲା ପାଇଁ ଦ୍ରୁତ ଯୋଗାଯୋଗକୁ ଗୁରୁତ୍ୱ ଦେବାକୁ ହେବ। ଜାତୀୟ ଉଦ୍ୟାନ ଭିତରକନିକା ସମେତ ଆଗକୁ ଶିଳ୍ପ ପ୍ରତିଷ୍ଠା ହେବ। ଏହାକୁ ଦୃଷ୍ଟିରେ ରଖିଲେ ଯାତ୍ରୀବାହୀ ଟ୍ରେନ ଓ ବିମାନ ବନ୍ଦର ଆବଶ୍ୟକ। ସେହିପରି ପ୍ରତି ଗ୍ରାମକୁ ରାସ୍ତା ନ ଥିବାରୁ ଜିଲାରେ ଅର୍ଥନୈତିକ ଉନ୍ନତି ହୋଇପାରୁନାହିଁ ା
– ଲକ୍ଷ୍ମୀପ୍ରିୟା ସ୍ବାଇଁ
କର୍ମନିଯୁକ୍ତି ନାହିଁ ଯୁବବର୍ଗ ଜିଲା ବାହାରକୁ ଯାଉଛନ୍ତି
ସରକାରୀ ଚାକିରି ପର୍ଯ୍ୟାପ୍ତ ନୁହେଁ ା ଜିଲାରେ ଯୁବବର୍ଗଙ୍କ ସଂଖ୍ୟା ଅଧିକ ା ଆବଶ୍ୟକ କର୍ମନିଯୁକ୍ତି ନ ଥିବାରୁ ଯୁବବର୍ଗ ଜିଲା ବାହାରକୁ ଯାଉଛନ୍ତି। ଆତ୍ମନିର୍ଭର ପାଇଁ କୃଷି, ଲଘୁ ଉଦ୍ୟୋଗ, କ୍ଷୁଦ୍ର ଶିଳ୍ପ, ପର୍ଯ୍ୟଟନ କ୍ଷେତ୍ର ଆଦି ଭିତ୍ତିଭୂମି ଅଛି। ପ୍ରଶାସକ ଓ ସ୍ଥାନୀୟ ରାଜନେତାଙ୍କ ସହଯୋଗରେ ପ୍ରକଳ୍ପ ପ୍ରସ୍ତୁତ କରି ସହଜରେ କର୍ମନିଯୁକ୍ତି ଦିଆଯାଇପାରିବ।
– ରାଜେଶ କୁମାର ବେହେରା
ଦକ୍ଷତାଭିତ୍ତିକ ଶିକ୍ଷାନୁଷ୍ଠାନ ହେଲେ ଯୁବବର୍ଗଙ୍କୁ କର୍ମନିଯୁକ୍ତି ମିଳିବ
ପଡୋଶୀ ଜଗତ୍‌ସିଂହପୁର, ଯାଜପୁର ଓ ଭଦ୍ରକ ଜିଲାରେ ବିଭିନ୍ନ ଶିଳ୍ପ ଅଛି। ଆଗାମୀ ଦିନରେ କେନ୍ଦ୍ରାପଡ଼ା ଜିଲାର ମହାକାଳପଡା ବ୍ଲକ ଅଞ୍ଚଳରେ ଶିଳ୍ପ ପ୍ରତିଷ୍ଠା ପାଇଁ ଜମି ଅଧିଗ୍ରହଣ ହେଲାଣି। ଏହି ସମୟରେ ଶିଳ୍ପରେ ନିଯୁକ୍ତି ପାଇଁ ଦକ୍ଷତାଭିତ୍ତିକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ହେଲେ ଯୁବବର୍ଗଙ୍କୁ କର୍ମନିଯୁକ୍ତି ମିଳିବ।
– ଚିନ୍ମୟ ବଳ
ସମୁଦ୍ର ତଟରୁ ୫ କି.ମି. ଦୂରରେ ନଦୀ ସଂଯୋଗୀ କେନାଲ ଆବଶ୍ୟକ
ରାଜ୍ୟର ଦ୍ୱିତୀୟ ସର୍ବବୃହତ୍‌ ଜଳପଥ ଏହି ଜିଲାରେ ଅଛି। ତେବେ ମଧୁର ଜଳକୁ ଧରି କୃଷି କ୍ଷେତ୍ରରେ ନିୟୋଜିତ ପାଇଁ କୌଣସି ଯୋଜନା ନାହିଁ। ଜଳସେଚନ ଓ ଜଳ ନିଷ୍କାସନ ସମସ୍ୟାର ସମାଧାନ ପାଇଁ ୪୮ କି.ମି. ସମୁଦ୍ର ତଟଠାରୁ ୫ କି.ମି. ଦୂରରେ ନଦୀ ସଂଯୋଗୀ କେନାଲ ଆବଶ୍ୟକ।
– ସ୍ବରାଜ କୁମାର ଦାସ
ମହୁଚାଷ କରାଗଲେ ୫ ହଜାର ଯୁବକଙ୍କୁ ମିଳିବ କର୍ମନିଯୁକ୍ତି
ଜିଲାରେ ଜାତୀୟ ଉଦ୍ୟାନ ଭିତରକନିକା ଅଛି। ଏହାର କ୍ଷେତ୍ରଫଳ ୬୭୨ବର୍ଗ କିଲୋମିଟର। ଏଠାରେ କେବଳ ମହୁଚାଷ ହେଲେ ଭିତରକନିକା ମହୁ ବିଶ୍ୱରେ ପରିଚୟ ପାଇବା ସହ ପ୍ରାୟ ୫ ହଜାର ଯୁବକଙ୍କୁ କାମ ମିଳିବ। ଏଥିସହିତ ପର୍ଯ୍ୟଟନ ଶିଳ୍ପର ବ୍ୟାପକତା ଯୁବବର୍ଗଙ୍କ ପାଇଁ କର୍ମନିଯୁକ୍ତି ସୁଯୋଗ ମିଳିବ।
-ଲକ୍ଷ୍ମୀଧର ସ୍ବାଇଁ
ଭୋଟ ବ୍ୟାଙ୍କ ରାଜନୀତି ପାଇଁ ଜିଲାର ଅର୍ଥନୀତି ଭୁଶୁଡ଼ିଛି
କୃଷିଭିତ୍ତିକ ଶିଳ୍ପ, ସାମୁଦ୍ରିକ ବିଜ୍ଞାନ ବିଶ୍ୱବିଦ୍ୟାଳୟ, ଶୀତଳଭଣ୍ଡାର, ଲଘୁ ଉଦ୍ୟୋଗ ଆଦି ପାଇଁ ଭିତ୍ତିଭୂମି ଅଛି। ଲୋକସମ୍ବଳ ବିନିଯୋଗ ପାଇଁ ଇଚ୍ଛାଶକ୍ତି ଆବଶ୍ୟକ। ଜିଲାର ସାମୂହିକ ଆର୍ଥିକ ବିକାଶ ପାଇଁ ରାଜନେତା ଓ ପ୍ରଶାସକଙ୍କ ସମନ୍ବୟ ରହୁନାହିଁ। ଭୋଟ ବ୍ୟାଙ୍କ ରାଜନୀତି ପାଇଁ ଜିଲାର ଅର୍ଥନୀତି ଭୁଶୁଡିଯାଇଛି।
– ମାନସ କୁମାର ଦାସ


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?