କେନ୍ଦ୍ରାପଡ଼ା

ଚିନାବାଦାମ ଚାଷୀଙ୍କୁ ବିହନ, କୃଷି ଯନ୍ତ୍ରପାତି ମିଳୁନି

ମହାକାଳପଡ଼ା,୨୭ା୧୨(ଡି.ଏନ.ଏ.):କେନ୍ଦ୍ର ଓ ରାଜ୍ୟ ସରକାର କୃଷି ଓ କୃଷକଙ୍କ ବିକାଶ ପାଇଁ ବିଭିନ୍ନ ଯୋଜନାରେ ବିପୁଳ ଅର୍ଥ ବ୍ୟୟ କରୁଛନ୍ତି। ହେଲେ କୃଷି ବିଭାଗର ଅନେକ ଯୋଜନା ତୃଣମୂଳ ସ୍ତରରେ ପହଞ୍ଚତ୍ ପାରୁନି ବୋଲି ବହୁ ଚାଷୀ ଅଭିଯୋଗ କରିଛନ୍ତି। ବିଭାଗୀୟ…

ଫାଷ୍ଟଫୁଡ୍‌ ଖାଦ୍ୟରେ ରାସାୟନିକ ଦ୍ରବ୍ୟ

ପଟ୍ଟାମୁଣ୍ଡାଇ, ୨୭ା୧୨(ସ୍ବ.ପ୍ର.):ପଟ୍ଟାମୁଣ୍ଡାଇ ସହରବାସୀଙ୍କ କ୍ଷେତ୍ରରେ ଫାଷ୍ଟଫୁଡ୍‌ର ଆଦର ବୃଦ୍ଧି ପାଇବାରେ ଲାଗିଛି, ଯାହାକୁ ନେଇ ସହରର ସାହି ଛକଠାରୁ ଆରମ୍ଭ କରି ମୁଖ୍ୟ ଛକରେ ମଧ୍ୟ ମାଳ ମାଳ ଫାଷ୍ଟଫୁଡ୍‌ ଦୋକାନ ଗଢ଼ିଉଠିଛି। ବିଶେଷକରି କରୋନା ପରେ କଟକଣା କୋହଳ ହେବାରୁ…

ବଡ଼ଦିନ: ଭିତରକନିକାରେ ପର୍ଯ୍ୟଟକଙ୍କ ଭିଡ଼

ରାଜନଗର, ୨୬ା୧୨(ଡି.ଏଡ଼.ଏ.):କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଭିତରକନିକାରେ ବଡଦିନ ଅବସରରେ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଛି। ରବିବାର ଗୋଟିଏ ଦିନରେ ୨୮୧୩ ପର୍ଯ୍ୟଟକ ୧୦୮ଟି ବୋଟ୍‌ରେ ଭିତରକନିକାର ଶୋଭା ଉପଭୋଗ କରିଛନ୍ତି। ପର୍ଯ୍ୟଟକମାନେ ଖୋଳା, ଗୁପ୍ତି, ଜୟନଗର, ଚାନ୍ଦବାଲି ଏଣ୍ଟ୍ରି ପଏଣ୍ଟ…

ମାଟି ଉଠାଠାରୁ ପିଚୁ ପର୍ଯ୍ୟନ୍ତ ଦୁର୍ନୀତିର ଗନ୍ଧ

କେନ୍ଦ୍ରାପଡ଼ା ଅଫିସ, ୨୬ା୧୨:କେନ୍ଦ୍ରାପଡ଼ା ସହରର ଟିକିଲି ମଠଠାରୁ ବଳଭଦ୍ରପୁର ଭାୟା ଶ୍ୟାମସୁନ୍ଦରପୁର ରାସ୍ତା ନିର୍ମାଣ ଅବଧି ଡିସେମ୍ବର ୧୦କୁ ଥିଲା। ଏହି ଅବଧି ପ୍ରାୟ ୧୫ ଦିନ ପୂର୍ବେ ସରିଥିବା ବେଳେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା(ପିଏମ୍‌ଜିଏସ୍‌ୱାଇ)ର ଏହି ପ୍ରକଳ୍ପ ନିର୍ମାଣ…

ମା’ଙ୍କ ନିକଟରେ ଲାଗିପାରୁନି ଚାଷୀଙ୍କ ଅନୁକୂଳ ଭୋଗ

ମହାକାଳପଡ଼ା, ୨୫ା୧୨(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ପ୍ରାଚୀନ ପ୍ରସିଦ୍ଧ ଶକ୍ତିପୀଠ ମା’ ଦରିଆ ରାମଚଣ୍ଡୀ ପୀଠ ଅନ୍ୟତମ। ପର୍ଯ୍ୟଟନ ଋତୁ ଆସିଲେ ଦୂରଦୂରାନ୍ତରୁ ମା’ଙ୍କ ନିକଟକୁ ଛୁଟି ଆସନ୍ତି ଅନେକ ଶ୍ରଦ୍ଧାଳୁ। ମନରେ ଭକ୍ତି ଓ ଶ୍ରଦ୍ଧାଭାବ ରଖି ମା’ଙ୍କ ନିକଟରେ ଖିରି…

ନେହେରୁଙ୍କ ଚିକିତ୍ସା କରିଥିବା ଡାକ୍ତରଙ୍କ ପରଲୋକ

କେନ୍ଦ୍ରାପଡ଼ା ଅଫିସ, ୨୪ା୧୨: କେନ୍ଦ୍ରାପଡ଼ା ସହର ବଳଗଣ୍ଡି ଗାଁର ଶତାୟୁ ଡାକ୍ତର ଗୋବିନ୍ଦ ଚନ୍ଦ୍ର ଦାସଙ୍କ ବାର୍ଦ୍ଧକ୍ୟ ଜନିତ କାରଣରୁ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୪ ବର୍ଷ ବୟସ ହୋଇଥିଲା। ସେ କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ କେଶପୁର ପଞ୍ଚାୟତର…

ପୋଖରୀରେ ବୁଡ଼ି ୩ ନାବାଳକ ମୃତ

ରାଜନଗର,୨୪।୧୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ଥାନା ସାତଭାୟା ଥଇଥାନସ୍ଥଳ ବଗପାଟିଆ ଗଁ।ରେ ଶୁକ୍ରବାର ପୋଖରୀରେ ବୁଡ଼ି ୩ ନାବାଳକଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଏବେ ବଡ଼ଦିନ ଛୁଟି ଚାଲିଛି। ପିଲାମାନଙ୍କୁ ବଣଭୋଜି…

ମାସେ ବିତିଲା, ଏବେବି ଆଇସିୟୁରେ ୬ ଆହତ

ଡେରାବିଶ, ୨୩ା୧୨(ସ୍ବ.ପ୍ର.):କେନ୍ଦ୍ରାପଡ଼ା ଜିଲା ସଦର ଥାନା ଅନ୍ତର୍ଗତ ବାଲିଆ ବଜାରରେ ନଭେମ୍ବର ୨୩ରେ ହୋଇଥିବା କାର୍ତ୍ତିକେଶ୍ୱର ଭସାଣି ଉତ୍ସବ ଚାଲିଥିବାବେଳେ ବାଣ ବିସ୍ଫୋରଣରେ ଶତାଧିକ ଆହତ ହେବା ଘଟଣାକୁ ମାସେ ବିତିଗଲା। ଏହି ବାଣ ବିସ୍ଫୋରଣରେ ୪୦ରୁ ଊର୍ଦ୍ଧ୍ୱ ଗୁରୁତର ହୋଇଥିବା…

ଭିତରକନିକାକୁ ଚାରିଆଡୁ ବିପଦ

କେନ୍ଦ୍ରାପଡ଼ା ଅଫିସ, ୨୩ା୧୨:ପ୍ରକୃତିର ବିସ୍ମୟ ଭିତରକନିକା। ଏହାର ଜୈବ ବିବିଧତା, ସାମୁଦ୍ରିକ ଓ ବନ୍ୟପ୍ରାଣୀ, ଦେଶୀ ବିଦେଶୀ ପକ୍ଷୀ ସମ୍ପର୍କରେ ଦେଶ ବିଦେଶରେ ଅବଗତ। ଏହାକୁ ଜାତୀୟ ଉଦ୍ୟାନ ଓ ରାମସାର ସାଇଟ ପରି ଆନ୍ତର୍ଜାତୀୟ ମାନ୍ୟତା ମିଳିଛି। ବିଶ୍ୱ ଐତିହ୍ୟ…

ଟିଏମ୍‌ସି କେନ୍ଦ୍ରର ଜିନିଷ ସବୁ ଗାଏବ

ପଟ୍ଟାମୁଣ୍ଡାଇ, ୨୩ା୧୨(ସ୍ବ.ପ୍ର.):ସମଗ୍ର ବିଶ୍ୱରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିଛି। ଚାଇନାରେ ବଢୁଥିବା କରୋନା ଓମିକ୍ରନର ସବ୍‌ ଭାରିଆଣ୍ଟ ବିଏଫ୍‌. ୭ ମାମଲା କାୟା ବିସ୍ତାର କରିବା ପରେ ଭୟର ବାତାବରଣ ଦେଖାଦେଇଛି। ଓଡ଼ିଶାରେ ଓମିକ୍ରନର ସବ୍‌ ଭାରିଆଣ୍ଟ ବିଏଫ୍‌. ୭…

କ୍ଷତିପୂରଣ ମିଳିନି, ଶ୍ରେୟ ନେବାକୁ ଚାଲିଛି ଉଦ୍ୟମ

କେନ୍ଦ୍ରାପଡ଼ା ଅଫିସ, ୨୨ା୧୨:  ଆଗକୁ ସାଧାରଣ ନିର୍ବାଚନ ଆସୁଛି। କେନ୍ଦ୍ରାପଡ଼ା ଜିଲାରେ ଏହାର ପ୍ରଭାବ ପଡିବା ଆରମ୍ଭ ହୋଇଛି। ଦଳୀୟ କାର୍ଯ୍ୟକ୍ରମ ମାଧ୍ୟମରେ ସଙ୍ଗଠନକୁ ମଜଭୁତ ପାଇଁ ପ୍ରୟାସ ଚାଲିଛି। ଜିଲାର ଆର୍ଥିକ ବୃଦ୍ଧି ପାଇଁ କୃଷି, ଶିଳ୍ପ ପ୍ରତି ଧ୍ୟାନ…

ଆର୍‌ଟିଓ ଚେକିଂ ସମୟରେ ଗାଡ଼ି ଧକ୍କାରେ ଚାଲିଗଲା ପୋଲିସ କର୍ମଚାରୀଙ୍କ ଜୀବନ

ଡେରାବିଶ,୨୧ା୧୨(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ଡେରାବିଶ ଥାନା ଅନ୍ତର୍ଗତ ୫୩ ନଂ (କ) ଜାତୀୟ ରାଜପଥର ନୂଆହାଟଠାରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ଜଣେ ପୋଲିସ କର୍ମଚାରୀଙ୍କ ଜୀବନ ଯାଇଛି ମୃତକ ଜଣକ ହେଲେ ପ୍ରବୀର କୁମାର ମହାପାତ୍ର (୨୮)। ସୂଚନାନୁଯାୟୀ, କେନ୍ଦ୍ରାପଡ଼ା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri