ଟିଏମ୍‌ସି କେନ୍ଦ୍ରର ଜିନିଷ ସବୁ ଗାଏବ

ପଟ୍ଟାମୁଣ୍ଡାଇ, ୨୩ା୧୨(ସ୍ବ.ପ୍ର.):ସମଗ୍ର ବିଶ୍ୱରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିଛି। ଚାଇନାରେ ବଢୁଥିବା କରୋନା ଓମିକ୍ରନର ସବ୍‌ ଭାରିଆଣ୍ଟ ବିଏଫ୍‌. ୭ ମାମଲା କାୟା ବିସ୍ତାର କରିବା ପରେ ଭୟର ବାତାବରଣ ଦେଖାଦେଇଛି। ଓଡ଼ିଶାରେ ଓମିକ୍ରନର ସବ୍‌ ଭାରିଆଣ୍ଟ ବିଏଫ୍‌. ୭ ମାମଲା ସାମ୍ନାକୁ ଆସିଛି। ଏହି ଭାରିଆଣ୍ଟ ନେଇ ସତର୍କ ରହିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସତର୍କ ରହିବାକୁ ସବୁ ରାଜ୍ୟକୁ ପରାମର୍ଶ ଦିଆଯିବା ସହ ଜିନୋମ ସିକ୍ୱେନ୍ସିଂ କୁହାଯାଇଛି। ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳର ଲୋକମାନଙ୍କ ଉପସ୍ଥିତି ଥିବାରୁ ଚିନ୍ତା ବଢିବାରେ ଲାଗିଛି। କରୋନା ନୂଆ ଭାରିଆଣ୍ଟ ଯଦି ତା’ର କାୟା ବିସ୍ତାର କରେ ତାହାହେଲେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପକ୍ଷେ ମୁକାବିଲା କରିବା କଷ୍ଟସାଧ୍ୟ ହୋଇପଡିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ମହାମାରୀ କୋଭିଡ୍‌ ମୁକାବିଲା ଲାଗି ପ୍ରତି ପଞ୍ଚାୟତରେ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର(ଟିଏମ୍‌ସି) ଖୋଲାଗଲା। ଖଟଠୁ ନେଇ ଗଦି, ବେଡସିଟ୍‌, ତକିଆ, ଫ୍ୟାନ୍‌, ଆକ୍ୱାଗାର୍ଡ, ବାଲ୍‌ଟି, ଟିଭି କିଣାଗଲା। ହେଲେ କୋଭିଡ୍‌ ପ୍ରକୋପ କମିବା ପରେ ଟିଏମ୍‌ସି ପାଇଁ ଯେଉଁ ସବୁ ଭିତ୍ତିଭୂମି ସୃଷ୍ଟି କରାଯାଇଥିଲା, ସେଥିରୁ ଅଧାରୁ ଅଧିକ ଜିନିଷ ଏବେ ନାହିଁ। ବେଡସିଟ୍‌, ତକିଆ, ବାଲ୍‌ଟି, ମଗ ଇତ୍ୟାଦି ସମ୍ପୂର୍ଣ୍ଣ ଗାଏବ ହୋଇଯାଇଛି ବୋଲି ସାଧାରଣରେ ଅଭିଯୋଗ ହେଉଛି।
ଆଇନଜବୀ ପ୍ରମୋଦ ସାହୁ, ସାମାଜିକ କର୍ମୀ କ୍ଷୀରୋଦ ମଲିକ, କଂଗ୍ରେସ ବ୍ଲକ ସଭାପତି ମଳୟ ଦାସ କୁହଛନ୍ତି, ମହାମାରୀ କରୋନାର ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ୨୦୨୦ ମାର୍ଚ୍ଚ ୨୨ରେ ଜନତା କର୍ଫ୍ୟୁ ଘୋଷଣା କଲେ। ୨୦୨୦ ମାର୍ଚ୍ଛ ୨୫ରୁ କେନ୍ଦ୍ର ସରକର ସମଗ୍ର ଦେଶରେ ଲକ୍‌ଡାଉନ ଘୋଷଣା କରାଗଲା। କେନ୍ଦ୍ରାପଡ଼ା କରୋନା ସଂକ୍ରମଣ ପାଇଁ ଅତ୍ୟନ୍ତ ସମବେଦନଶୀଳ ଜିଲା ଭାବେ ଉଭା ହୋଇଥିଲା। କାରଣ ସମଗ୍ର ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ଜିଲାର ପଟ୍ଟାମୁଣ୍ଡାଇ ଲୋକମାନଙ୍କ ଉପସ୍ଥିତି ଥିବାରୁ କରୋନା କ୍ଷେତ୍ରରେ ଏହା ସ୍ପର୍ଶକାତର ଅଞ୍ଚଳ ଭାବେ ସରକାରୀସ୍ତରରେ ଚିହ୍ନଟ କରାଗଲା। ସମଗ୍ର ଦେଶରେ ଲକ୍‌ଡାଉନ ଥିବାରୁ ବିଭିନ୍ନ ଦେଶ ଓ ରାଜ୍ୟରୁ ପ୍ରବାସୀମାନଙ୍କ ଗୃହ ଆଗମନ ହୋଇଥିଲା। ପ୍ରବାସୀମାନଙ୍କ ଆଗମନରେ ସଂକ୍ରମିତ ବଢିବାକୁ ଲକ୍ଷ୍ୟ କରି ପ୍ରଶାସନିକ ତତ୍ପରତା ବଢ଼ିବା ସହ ସରକାରଙ୍କ ନିଷ୍ପତ୍ତିକ୍ରମେ ଜିଲାର ପ୍ରତ୍ୟେକ ପଞ୍ଚାୟତ ଓ ପୌରାଞ୍ଚଳରେ ଏକାଧିକ ଟିଏମ୍‌ସି ଖୋଲାଯାଇଥିଲା। ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଓ ପଞ୍ଚାୟତସ୍ତରରେ ତକତ୍ାଳ ସଙ୍ଗରୋଧ କେନ୍ଦ୍ରମାନ ଖୋଲାଗଲା। ଲକ୍ଷାଧିକ ଟଙ୍କା ବ୍ୟୟରେ ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରକୁ ପ୍ରସ୍ତୁତ କରିବା ପାଇଁ ରଙ୍ଗ ଦେବାଠାରୁ ଆରମ୍ଭ କରି ଖଟିଆ, ଗଦି, ବେଡ୍‌ସିଟ୍‌, ତକିଆ, ବାଲଟି, ମଗ, ଆକ୍ୱାଗାର୍ଡ, ସାନିଟାଇଜର ପ୍ରଭୃତି ସବୁକିଛି ଆକ୍ରାନ୍ତମାନଙ୍କ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପତ୍ର ଠୁଳ କରାଗଲା। ପ୍ରବାସୀ ଓ ଆକ୍ରାନ୍ତମାନଙ୍କ ରହିବା, ଖାଇବାର ସମସ୍ତ ବନ୍ଦୋବସ୍ତ କରାଯାଇଥିଲା। ମାତ୍ର କରୋନା ଟ୍ରେଣ୍ଡ ଖସିବା ପରେ ଏବେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇ କିଣା ଯାଇଥରବା ସମସ୍ତ ଆସବାବପତ୍ର ଅଲୋଡ଼ା ହୋଇପଡ଼ିଛି।
ମିଳିଥିବା ତଥ୍ୟ ମୁତାବକ, କରୋନା ସମୟରେ ଜିଲାର ଅନ୍ୟ ବ୍ଲକ ତୁଳନାରେ ପଟ୍ଟାମୁଣ୍ଡାଇ ବ୍ଲକକୁ ସର୍ବାଧିକ ୮,୪୭୯ ଜଣ ପ୍ରବାସୀ ଆସି ରହିଥିଲେ। ବ୍ଲକରେ ପ୍ରବାସୀମାନଙ୍କୁ ଦୃଷ୍ଟିରେ ରଖି ୧୬୬ଟି ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଖୋଲା ଯାଇଥିଲା। ସେଥିପାଇଁ ୬,୪୭୨ଟି ଖଟିଆ କିଣା ଯାଇଥିଲା। ଏସବୁ ଟିଏମ୍‌ସି ସ୍କୁଲ, କଲେଜ, ଅଙ୍ଗନଓ୍ବାଡି କେନ୍ଦ୍ରଗୁଡିକରେ ହୋଇଥିଲେ। ପ୍ରାୟ ଟିଏମ୍‌ସିଗୁଡ଼ିକରେ ପ୍ରବାସୀ ରହି ଜିନିଷ ପତ୍ରର ବ୍ୟବହାର କରୁଥିଲେ। ମାତ୍ର କରୋନା ଟ୍ରେଣ୍ଡ ଖସିବା ପରେ ସ୍କୁଲ, କଲେଜ ଖୋଲାଗଲା। ଏହାପରେ ଏ ସମସ୍ତ ସାମଗ୍ରୀ ଯେମିତି ଅଦରକାରୀ ହୋଇପଡ଼ିଛି। ଖଟିଆଗୁଡ଼ିକ ସେମିତି ପଞ୍ଚାୟତ କାର୍ଯ୍ୟଳୟରେ ପଡ଼ି ଖତ ଖାଉଛି। ବାଲ୍‌ଟି, ମଗ ଓ ବେଡସିଟ୍‌କୁ ଦୁର୍ବୃତ୍ତମାନେ ନେଇଗଲେଣି ବୋଲି କୁହାଯାଉଛି। ଯେତିକି ବି ବେଡସିଟ୍‌ ରହିଛି, ସେସବୁର ରକ୍ଷଣାବେକ୍ଷଣ ଅଭାବ ଯୋଗୁ ମୂଷା ଖାଇଗଲାଣି। କେତେକ ସ୍ଥାନରେ ଉଇ ଚରି ଗଲେଣି। ପଟ୍ଟାମୁଣ୍ଡାଇ ବିଡିଓ କୈଳାସ ଚନ୍ଦ୍ର ପରିଡାଙ୍କୁ ପଚାରିବାରେ ଏଗୁଡ଼ିକ ସରପଞ୍ଚଙ୍କ ଦାୟିତ୍ୱରେ ରହିଛି। ଏ ବାବଦରେ ତରଡିପାଳ ସରପଞ୍ଚ ଦେବବ୍ରତ୍ତ ନାୟକଙ୍କୁ ପଚାରିବାରେ ଟିଏମସିରେ ବ୍ୟବହାର ହେଉଥିବା ଜିନିଷପତ୍ର ଚାର୍ଜ ନେବାବେଳେ ଆମକୁ କିଛି ଦିଆଯାଇନାହଁି। ଏସବୁ ଜିନିଷର ହିସାବ ପୂର୍ବତନ ସରପଞ୍ଚ ଜାଣିଥିବେ ବୋଲି ସେ କହିଥିଲେ। ଅନ୍ୟପକ୍ଷେ ଏମିତି ଜଗିଲେ ଯେ, ସମସ୍ତ ଜିନିଷ ଖତ ହେବାରେ ଲାଗିଛି। ପୁଣି ଥରେ କରୋନା ଫେରୁଥିବାରୁ ଜିଲା ପ୍ରଶାସନ କିପରି ମୁକାବିଲା କରିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଟିଏମ୍‌ସିଗୁଡିକୁ ପୁନର୍ବାର ପ୍ରସ୍ତୁତ କରା ନ ଗଲେ ବଡ଼ ସମସ୍ୟା ସୃଷ୍ଟି କରିବ ବୋଲି ଏବେଠୁ ଚର୍ଚ୍ଚା ହେଲାଣି। ତେଣୁ ଜିଲା ପ୍ରଶାସନ ତୁରନ୍ତ ଏ ଦିଗରେ ପଦକ୍ଷେପ ନେଉ ବୋଲି ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

ପୋଲିସ ଅଧିକାରୀଙ୍କୁ ଭର୍ତ୍ତୃହରିଙ୍କ ଦୁର୍ବ୍ୟବହାର ମାମଲା: କୋର୍ଟରେ ହାଜର ହେଲେ ଅମିତାଭ

କଟକ,୧୯।୪(କାର୍ତ୍ତିକ ସାହୁ): କଟକ ଏମ୍‌ପି ଭର୍ତ୍ତୃହରି ମହତାବ ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ମାମଲା ପୁଣି ଉଠିଛି। କଟକ ଜେଏମ୍‌ଏଫ୍‌ସି ଅଦାଲତରେ ଶୁକ୍ରବାର ସାକ୍ଷ୍ୟ ଗ୍ରହଣ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri