କ୍ଷତିପୂରଣ ମିଳିନି, ଶ୍ରେୟ ନେବାକୁ ଚାଲିଛି ଉଦ୍ୟମ

କେନ୍ଦ୍ରାପଡ଼ା ଅଫିସ, ୨୨ା୧୨:  ଆଗକୁ ସାଧାରଣ ନିର୍ବାଚନ ଆସୁଛି। କେନ୍ଦ୍ରାପଡ଼ା ଜିଲାରେ ଏହାର ପ୍ରଭାବ ପଡିବା ଆରମ୍ଭ ହୋଇଛି। ଦଳୀୟ କାର୍ଯ୍ୟକ୍ରମ ମାଧ୍ୟମରେ ସଙ୍ଗଠନକୁ ମଜଭୁତ ପାଇଁ ପ୍ରୟାସ ଚାଲିଛି। ଜିଲାର ଆର୍ଥିକ ବୃଦ୍ଧି ପାଇଁ କୃଷି, ଶିଳ୍ପ ପ୍ରତି ଧ୍ୟାନ ଦେବା ସହ କ୍ଷେତକୁ ଜଳ ପରିଚାଳନା, ସବୁ ପଞ୍ଚାୟତକୁ ରାସ୍ତା, ପାନୀୟ ଜଳ ଯୋଗାଣ, ଶିକ୍ଷା, ସ୍ବାସ୍ଥ୍ୟ, ଆବାସ ପରି ମୌଳିକ ସମସ୍ୟା ଉତ୍କଟ ହୋଇଛି। ତେବେ ଏହାର ସମାଧାନ ଅପେକ୍ଷା କେନ୍ଦ୍ରପଡ଼ା ଜିଲାରେ ଯାତ୍ରୀବାହୀ ରେଳ ଗଡିବା ଏବେ ପ୍ରସଙ୍ଗ ହୋଇଛି। ରେଳ ପାଇଁ ଜମି ହରାଇଥିବା ଲୋକଙ୍କୁ ଅଦ୍ୟାବଧି କ୍ଷତିପୂରଣ ମିଳିନାହିଁ। ରେଳପଥ ପାଇଁ ଜଳ ନିଷ୍କାସନ ଏକ ସମସ୍ୟା ହୋଇଛି। ତୃଣମୂଳ ସ୍ତରର ଏହି ସମସ୍ୟା ରାଜନେତା ଅଣଦେଖା କରି ଯାତ୍ରୀବାହୀ ରେଳ ଚଳାଚଳର ଦଳୀୟ ଶ୍ରେୟ ପାଇଁ ଉଦ୍ୟମ ହେଉଛି। ଅପରପକ୍ଷେ ଯାତ୍ରୀବାହୀ ରେଳ ଚଳାଇବା ସ୍ବପ୍ନ ଦେଖାଇ ଗତ ୩ଟି ସାଧାରଣ ନିର୍ବାଚନରେ ଏମ୍‌ପି ବିଜୟୀ ହୋଇଥିଲେ ମଧ୍ୟ ପ୍ରତିଶ୍ରୁତି ପାଣି ଫୋଟକା ବୋଲି ରାଜନୈତିକ ବିଶ୍ଳେଷକମାନେ ମତ ଦେଇଛନ୍ତି।

ଏ ସମ୍ପର୍କରେ ଗଣେଶ ଚନ୍ଦ୍ର ସାମଲ, ନୀହାର ରଞ୍ଜନ ପ୍ରଧାନ, ଶିବାଶିଷ ମହାନ୍ତି, ପ୍ରତାପ କୁମାର ମହାନ୍ତି କହିଛନ୍ତି ଯେ, ହରିଦାସପୁର-ପାରାଦୀପ ରେଳପଥ ପାଇଁ ୧୯୯୮ ଡିସେମ୍ବରରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଫାଟକ ବିହୀନ ଏହି ରେଳପଥ ନିର୍ମାଣ ପାଇଁ ସମ୍ପ୍ରତି ରେଳ ବିକାଶ ନିଗମ ଲିମିଟେଡ ୨୯ ପ୍ରତିଶତ, ସାଗରମାଳା ଡେଭଲପମେଣ୍ଟ କମ୍ପାନୀ ଲିମିଟେଡ ୨୭ ପ୍ରତିଶତ, ରାଜ୍ୟ ସରକାର ୧୯ ପ୍ରତିଶତ, ଓଡିଶା ମାଇନିଂ କର୍ପୋରେଶନ ଲିମିଟେଡ ଓ ପାରାଦୀପ ପୋର୍ଟ ଟ୍ରଷ୍ଟ ୧୭.୬୧ ପ୍ରତିଶତ, ବିଭିନ୍ନ ଖଣି ଓ ଇସ୍ପାତ କମ୍ପାନୀ ଅଂଶୀଦାର ଅଛନ୍ତି। ପୂର୍ବରୁ ଏହି ସ୍ପେଶାଲ ପର୍ପୋଜ ଭେହିକଲ (ଏସ୍‌ପିଭି)ରେ ଥିବା ପୋସ୍କୋ ଓହରି ଯାଇଛି। ପାରାଦୀପ ପୋର୍ଟ ସହ ବିଭିନ୍ନ ଖଣି ଅଞ୍ଚଳକୁ ଯୋଡି ପଣ୍ୟ ପରିବହନ ପାଇଁ ଏହି ରେଳପଥ ନିର୍ମାଣ ହୋଇଥିଲା। କେନ୍ଦ୍ରାପଡା ଜିଲାର ୩୯ କିଲୋମିଟର ରେଳପଥ ପାଇଁ ଡେରାବିଶ, କେନ୍ଦ୍ରାପଡ଼ା, ମାର୍ଶାଘାଇ ଓ ମହାକାଳପଡ଼ା ବ୍ଲକ ଅଞ୍ଚଳର ୪୭ଟି ଗ୍ରାମର ମୋଟ ୮୨୭.୬୨୦ ଏକର ଜମି ଅଧିଗ୍ରହଣ ହୋଇଛି। ସେହିପରି ରେଳପଥ ମଧ୍ୟରେ ଥିବା ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତ୍‌ସିଂହପୁର ଜିଲାର ଜମି ଅଧିଗ୍ରହଣ ସମୟରେ ମୋଟ ୧୮୬୦ଟି କ୍ଷତିପୂରଣ ମାମଲା ଆଗକୁ ଆସିଥିବା ବେଳେ କେନ୍ଦ୍ରାପଡ଼ା ଜିଲାର ୮୪୬ ମାମଲା ଥିଲା। ଏଥିମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ରାପଡ଼ା ଜିଲାର ୩୭୩ଟିରୁ ୩୩୫ଟି ମାମଲା ଶେଷ ହୋଇଥିବା ବେଳେ ୩୮ ମାମଲା କୋର୍ଟରେ ଅଛି। ବଳକା ୪୭୩ ମାମଲା ମଧ୍ୟରୁ ୪୧୬ ମାମଲାରେ ରେଳ କର୍ତ୍ତୃପକ୍ଷଙ୍କ ତୃଣମୂଳସ୍ତରର ଉଦ୍ୟମ ଜାରି ରହଛି। ଜମି ବାବଦ କ୍ଷତିପୂରଣ ପାଇଁ ନ ଥିବା ଲୋକଙ୍କ ସ୍ବର ଏହି ରାଜନେତାମାନେ କେବେ ଉଠାଇନାହାନ୍ତି। ସେହିପରି ଫାଟକ ବିହୀନ ରେଳପଥ ପାଇଁ ଭୂମିସ୍ତରଠାରୁ ୧୫ ଫୁଟ ଉଚ୍ଚ ନିର୍ମାଣ ହୋଇଛି। ମାତ୍ର ନିୟମିତ ସାଇଫନ ନ ଥିବାରୁ ଚାଷୀଙ୍କ ଜଳ ନିଷ୍କାସନ ଓ ସେଚନ ଏକ ସମସ୍ୟା ହୋଇଛି। ରେଳପଥ କାରଣରୁ ଏହି ଜିଲାରେ ହେବାକୁ ଥିବା ଥର୍ମାଲ ପାୱାର ପ୍ଲାଣ୍ଟ ନିର୍ମାଣ ହୋଇପାରିଲା ନାହିଁ। କେନ୍ଦ୍ର ସରକାରଙ୍କ ଅନୁଦାନ, ରାଜ୍ୟ ସରକାରଙ୍କ ଜମି ଅଧିଗ୍ରହଣଠାରୁ ଆରମ୍ଭ କରି ସବୁ ଦଳୀୟ ନେତାଙ୍କ ଊଣା ଅଧିକ ଉଦ୍ୟମ ଅଛି। ଏହି ରେଳପଥ ପ୍ରାରମ୍ଭିକ ସମୟରେ ପଣ୍ୟ ପରିବହନ ପାଇଁ ନିର୍ମାଣ ହୋଇଥିଲେ ମଧ୍ୟ ଯାତ୍ରୀବାହୀ ରେଳ ଚଳାଚଳ ହେବ ବୋଲି ସଂସଦରେ ଆଲୋଚନା ହୋଇଛି। ଏପରିକି ଗତ ଅକ୍ଟୋବର ୩ରେ ଉତ୍କଳମଣି ଯୁବକ ସଂଘ ଆବାହକ ଗୌତମ ବେହରାଙ୍କୁ ପାରାଦୀପରୁ କେନ୍ଦୁଝର ପର୍ଯ୍ୟନ୍ତ ଏକ ମେମୁ ଟ୍ରେନ୍‌ ଚାଲିବା ପାଇଁ ପ୍ରକ୍ରିୟା ଜାରି ରହିଥିବା ଡେପୁଟି ଚିଫ୍‌ ଅପରେସନ୍ସ ମ୍ୟାନେଜର ଡିଆର ପାଉଲ ଚିଠି (ନଂ. ୯୫/୨୨)ରେ ଦର୍ଶାଇଛନ୍ତି। ଏହାସତ୍ତ୍ୱେ ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳୀୟ ରାଜନେତା ଶ୍ରେୟ ପାଇଁ କସରତ ଆରମ୍ଭ କରି ଦେଇଛନ୍ତି। ଅପରପକ୍ଷରେ ଜିଲାରେ ଥିବା ବହୁ ମୌଳିକ ସମସ୍ୟା ସମାଧାନ ପାଇଁ ଦଳୀୟ ନେତା ଆଗଭର ହେଉନାହାନ୍ତି। ନିର୍ବାଚନୀ ପ୍ରତିଶ୍ରୁତି ଫଳପ୍ରଦ ନ ହେବାରୁ ଜିଲାରେ କର୍ମନିଯୁକ୍ତି ଓ ଆର୍ଥିକ ବିକାଶ ସମସ୍ୟା ହୋଇଥିବା ରାଜନୈତିକ ବିଶ୍ଳେଷକମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ହତ୍ୟା ଉଦ୍ୟମ ମାମଲା: ୪ ମାସ ପରେ ଦମ୍ପତି ଗଲେ ଜେଲ୍

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସାହାଣୀ ସାହିର କୀର୍ତ୍ତନ ଦାସ (୬୬) ଏବଂ ତାଙ୍କ ସ୍ତ୍ରୀ ସୁବାସି ଦାସ (୬୦)ଙ୍କୁ ଶୁକ୍ରବାର…

ଦ୍ରୁତଗତିରେ ବାଇକ୍ ଚାଳନାକୁ ନେଇ ଗୋଷ୍ଠୀ ସଂଘର୍ଷ: ବୁଲିଲା ଠେଙ୍ଗା, ରଣକ୍ଷେତ୍ର ପାଲଟିଲା ଗାଁ ରାସ୍ତା

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ଅନ୍ତର୍ଗତ ବଜ୍ରଗୁମ୍ମା ଗ୍ରାମର ଓଡ଼ିଆ ସାହିରେ ଗୁରୁବାର ଅପରାହ୍ନରେ ଦ୍ରୁତଗତିରେ…

ଯୌତୁକ ନିର୍ଯ୍ୟାତନାରୁ ମହିଳାଙ୍କ ଆତ୍ମହତ୍ୟା ଘଟଣା: ୫ ମାସ ପରେ ଅଭିଯୁକ୍ତ ସ୍ବାମୀ ଗଲେ ଜେଲ  

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ ୱାର୍ଡ ଆନନ୍ଦ ନଗର ର ବିଶ୍ଵନାଥ ମହାରଣାଙ୍କ ଝିଅ ଉଷାରାଣୀ ମହାରଣା ସ୍ବାମୀ ଓ…

୧୦ ଲକ୍ଷ ଯୌତୁକ ଦାବିରେ ନିର୍ଯାତନା: ମାଡ଼ମାରି ନବବଧୂଙ୍କ ନାକରୁ ରକ୍ତସ୍ରାବ, ନନ୍ଦିପଦା ଥାନାରେ ମାମଲା ରୁଜୁ

ହାଟଡିହୀ/ଛେନାପଦୀ, ୨।୧୦ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଡ଼ଅଁର ପଞ୍ଚାୟତ ଅନ୍ତର୍ଗତ ସରଳା-ରାଧାନଗରପାଟଣା ଗ୍ରାମରେ ଜଣେ ନବବଧୂଙ୍କୁ ୧୦ ଲକ୍ଷ ଟଙ୍କା ଯୌତୁକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?