ବଡ଼ଦିନ: ଭିତରକନିକାରେ ପର୍ଯ୍ୟଟକଙ୍କ ଭିଡ଼

ରାଜନଗର, ୨୬ା୧୨(ଡି.ଏଡ଼.ଏ.):କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଭିତରକନିକାରେ ବଡଦିନ ଅବସରରେ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଛି। ରବିବାର ଗୋଟିଏ ଦିନରେ ୨୮୧୩ ପର୍ଯ୍ୟଟକ ୧୦୮ଟି ବୋଟ୍‌ରେ ଭିତରକନିକାର ଶୋଭା ଉପଭୋଗ କରିଛନ୍ତି। ପର୍ଯ୍ୟଟକମାନେ ଖୋଳା, ଗୁପ୍ତି, ଜୟନଗର, ଚାନ୍ଦବାଲି ଏଣ୍ଟ୍ରି ପଏଣ୍ଟ ଦେଇ ବୋଟ୍‌ ଯୋଗେ ଡାଙ୍ଗମାଳ ଆସିବା ବାଟରେ ପ୍ରାକୃତିକ ପରିବେଶରେ ନଦୀ ପଠାରେ ଖରା ପୋଉଁଥିବା କୁମ୍ଭୀରଙ୍କୁ ଦେଖିବା ସହ ଜଳ ଭିତରେ ସେମାନଙ୍କ ଜଳକ୍ରୀଡା ଦେଖି ବିମୋହିତ ହୋଇଥିଲେ। ଡାଙ୍ଗମାଳରେ ପହଞ୍ଚତ୍ ଆବଦ୍ଧ ପୋଖରୀରେ ଥିବା ଗୋରୀ ଓ ମଲ୍ଲୀ କୁମ୍ଭୀରକୁ ଦେଖିଥିଲେ। କୁମ୍ଭୀର ପ୍ରଜନନ କେନ୍ଦ୍ର ବୁଲିବା ସହ ସେଠାରେ ଥିବା ଧଳା କୁମ୍ଭୀର ଛୁଆକୁ ଦେଖିଥିଲେ। ଡାଙ୍ଗମାଳଠାରେ ଲୁଣା ଜଙ୍ଗଲ ନର୍ସରୀ ଓ ମ୍ୟୁଜିୟମ ଦେଖି ଖୁସି ହୋଇଥିଲେ। ଖୋଳା ଏଣ୍ଟ୍ରି ପଏଣ୍ଟ ଦେଇ ୮୦ଟି ବୋଟ୍‌ରେ ୯୫୭ଜଣ ପର୍ଯ୍ୟଟକ, ଗୁପ୍ତି ଏଣ୍ଟ୍ରି ପଏଣ୍ଟ ଦେଇ ୨୦ଟି ବୋଟ୍‌ରେ ୨୩୮ଜଣ, ଚାନ୍ଦବାଲି ଏଣ୍ଟ୍ରି ପଏଣ୍ଟ ଦେଇ ୮ଟି ବୋଟ୍‌ରେ ୧୧୮ଜଣ, ଡାଙ୍ଗମାଳ ଏଣ୍ଟ୍ରି ପଏଣ୍ଟ ଦେଇ ୧୫୦୦ ଜଣ ଭିତରକନିକାର ଶୋଭା ଉପଭୋଗ କରିଛନ୍ତି। ଡାଙ୍ଗମାଳ ଏଣ୍ଟ୍ରି ପଏଣ୍ଟ ଦେଇ ଆସିଥିବା ୧୫୦୦ଜଣଙ୍କ ମଧ୍ୟରୁ ୩୪ଟି ବୋଟ୍‌ରେ ୬୪୦ଜଣ ଡାଙ୍ଗମାଳରୁ ଜଳପଥରେ ଭିତରକନିକାର ଶୋଭା ଉପଭୋଗ କରିଛନ୍ତି।
ଏବେ ଚାଲିଛି ପିକ୍‌ନିକ୍‌ ଋତୁ। ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ନଦୀର ତ୍ରିକୋଣଭୂମି ପାଲଟିଯାଇଛି ଏବେ ପର୍ଯ୍ୟଟକମାନଙ୍କ ଭୂସ୍ବର୍ଗ। ଭିତରକନିକାକୁ ଆସୁଥିବା ପର୍ଯ୍ୟଟକମାନେ ଜଳପଥରେ ଭିତରକନିକାର ଶୋଭା ଉପଭୋଗ କରିବାକୁ ଅଧିକ ପସନ୍ଦ କରୁଛନ୍ତି। ଜାତୀୟ ଉଦ୍ୟାନରେ ଭିଡ ଜମାଇଥିବା ବିଦେଶୀ ଓ ଦେଶୀ ପକ୍ଷୀଙ୍କ କାକଳିରେ ପର୍ଯ୍ୟଟକମାନଙ୍କୁ ବିମୋହିତ କରୁଛି। ଭିତରକନିକାରେ ଥିବା ବିରଳ ବଉଳା କୁମ୍ଭୀର, ଡଲଫିନ୍‌, ଅଲିଭ୍‌ରିଡ୍‌ଲେ କଇଁଛ, ହରିଣ, ବାର୍‌ହା, ସମ୍ବର, ଫିସିଂ କ୍ୟାଟ୍‌, ହାଏନା, ଝିଙ୍କ ସହ ପାଣିଗୋଧି, ଅଜଗର, ଅହିରାଜ ଆଦି ସରୀସୃପ ଭଳି ବିରଳ ପ୍ରାଣୀ ବି ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଏଥିସହ ଅଭୟାରଣ୍ୟରେ ଅନ୍ୟତ୍ର ଲୁପ୍ତପ୍ରାୟ ହେନ୍ତାଳବଣ ଓ ୬୩ ପ୍ରକାରର ଲୁଣା ଜଙ୍ଗଲ ରହିଛି। ହେନ୍ତାଳ, ସୁନ୍ଦରୀ, ଶିଶୁମାର, କେରୁଆଁ, ରାଇ, ବଣି, ଗରଣି, ଖରସି, ବନ୍ଦରୀ, ପାଣିଆମ୍ବ, ସିଙ୍ଗଡା, ପିତାମ୍ବରୀ, ପିତକୋରୁଆ ଭଳି ବିରଳ ଉଦ୍ଭିଦ ସହିତ ମନୋରମ ପ୍ରକୃତି ଓ ପରିବେଶ କେବଳ ପଶୁପକ୍ଷୀଙ୍କୁ ସୁହାଉନି, ଏହା ପର୍ଯ୍ୟଟକଙ୍କ ମନ ମଧ୍ୟ କିଣି ନେଇଛି। ଏଥିସହ ଗୌରୀ, ଶଙ୍ଖୁଆ, ହାଇଦ୍ରାବାଦୀ ସକାଳ ସମୟରେ କୁଦାମାରି କଙ୍କଡା ଖାଇବାର ଦୃଶ୍ୟ ପର୍ଯ୍ୟଟକଙ୍କ ଅନ୍ୟତମ ଆକର୍ଷଣ ପାଲଟିଛି। ଏବେ ସବୁଠୁ ଅଧିକ କେନ୍ଦ୍ରବିନ୍ଦୁ ପାଲଟିଛି ଡାଙ୍ଗମାଳ କୁମ୍ଭୀର ପ୍ରଜନନ କେନ୍ଦ୍ର ମଧ୍ୟରେ ଥିବା ୩ ଫୁଟର ଆଉ ଏକ ଧଳା କୁମ୍ଭୀର। ଏହାବାଦ୍‌ ମ୍ୟୁଜିୟମ୍‌ରେ ୧୯, ୧୭ ଫୁଟ୍‌ ଲମ୍ବର ୨ ବଉଳା କୁମ୍ଭୀରଙ୍କ କଙ୍କାଳ ସହିତ ଭିତରକନିକାରେ ଥିବା ପ୍ରାୟ ସମସ୍ତ ସ୍ତନ୍ୟପାୟୀ ଓ ସରୀସୃପ ପ୍ରାଣୀଙ୍କ କଙ୍କାଳ। ପ୍ରକୃତି ଓ ପରିବେଶ ମଧ୍ୟରେ ଭିତରକନିକାକୁ ପାଖରେ ଦେଖିବା ପାଇଁ ଏବେ ପ୍ରତିଦିନ ପର୍ଯ୍ୟଟକମାନେ ଭିଡ ଜମାଉଛନ୍ତି। ଏହାବାଦ୍‌ ଭିତରକନିକାରେ ଚଳିତବର୍ଷ ନିର୍ମାଣ ହୋଇଥିବା ବୋଟ୍‌ ଲାଇବ୍ରେରୀ, ଶହୀଦ ସ୍ତମ୍ଭ ଓ ସେଲଫି ପଏଣ୍ଟ ଏବେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?