ପୋଖରୀରେ ବୁଡ଼ି ୩ ନାବାଳକ ମୃତ

ରାଜନଗର,୨୪।୧୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ଥାନା ସାତଭାୟା ଥଇଥାନସ୍ଥଳ ବଗପାଟିଆ ଗଁ।ରେ ଶୁକ୍ରବାର ପୋଖରୀରେ ବୁଡ଼ି ୩ ନାବାଳକଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଏବେ ବଡ଼ଦିନ ଛୁଟି ଚାଲିଛି। ପିଲାମାନଙ୍କୁ ବଣଭୋଜି କରି ଛୁଟି କଟାଇବା ନିଶା ଘାରିଛି। ସାତଭାୟା ଥଇଥାନସ୍ଥଳରେ ଥିବା ମା’ ପଞ୍ଚୁବରାହୀ ଉଚ୍ଚ ବିଦ୍ୟାଳୟର ୭ମ ଶ୍ରେଣୀରେ ପଢ଼ୁଥିବା ବଗପାଟିଆ ଗଁ।ର ସୁଶାନ୍ତ ରାଉତଙ୍କ ପୁଅ ବିଶାଲରାଜ (୧୨), ଶୈଶବ ସାହୁଙ୍କ ପୁଅ ସନ୍ଦୀପ (୧୨) ଓ ବୀର କିଶୋର ପରିଡ଼ାଙ୍କ ପୁଅ ବିବେନ (୧୩) ଭୋଜିର ଆୟୋଜନ କରିଥିଲେ। ବିଶାଲଙ୍କ ଘରେ ଭୋଜି ରନ୍ଧା ଯାଇଥିଲା। ଗଁ।ଠାରୁ ଦୂର ବିଲ ମଝିରେ ଥିବା ପୋଖରୀକୁ ୩ ସାଙ୍ଗ ବିଶାଲ, ସନ୍ଦୀପ ଏବଂ ବିବେନ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ପରେ ସାଥୀ ହୋଇ ଖାଇଥାନ୍ତେ। କିନ୍ତୁ ଗାଧୋଇବା ସମୟରେ ସେମାନେ ପାଣିରେ ବୁଡ଼ିଯାଇଥିଲେ। ସେମାନଙ୍କ ଚିତ୍କାର ଶୁଣି ଦୂରରେ ଗାଈ ଚରାଉଥିବା ଝିଅଟିଏ ପୋଖରୀ ପାଖରେ ପହଞ୍ଚତ୍ଥିଲେ। ସେଠାରେ କେହି ନ ଥିବାବେଳେ ପିଲାଙ୍କ ଚପଲ ପୋଖରୀ ହୁଡାରେ ଦେଖିବାକୁ ପାଇଥିଲେ। ପିଲା ବୁଡ଼ିଯାଇଥିବା ସନ୍ଦେହ କରି ଗଁ।କୁ ଧାଇଁ ଯାଇ ଲୋକଙ୍କୁ କହିବା ପରେ ପରିବାର ଲୋକେ ପୋଖରୀରେ ନିକଟରେ ପହଞ୍ଚତ୍ଥିଲେ। ପାଣି ଭିତରେ ଖୋଜାଖୋଜି କରିବା ପରେ ୩ ସାଙ୍ଗଙ୍କୁ ସେଠାରୁ ବାହାର କରାଯାଇଥିଲା। ନିକଟରେ ଥିବା ଗୁପ୍ତି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ସେମାନଙ୍କୁ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ପରେ ସେମାନଙ୍କୁ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ରାଜନଗର ପୋଲିସ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚତ୍ ମୃତ ନାବାଳକମାନଙ୍କ ମୃତଦେହକୁ ଆଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ଜିଲା ପରିଷଦ ଉପାଧ୍ୟକ୍ଷ ଅଶୋକ କୁମାର ପ୍ରତିହାରୀ, ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରତିଭା ପାତ୍ର, ଉପାଧ୍ୟକ୍ଷ ଗଣେଶ ଚନ୍ଦ୍ର ଗୁଡ଼ିଆ ପ୍ରମୁଖ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚତ୍ ମୃତକଙ୍କ ପରିବାରକୁ ସମବେଦନା ଜଣାଇଥିଲେ। କେନ୍ଦ୍ରାପଡ଼ା ଜିଲାପାଳ ଅମୃତ ଋତୁରାଜଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ତହସିଲଦାର ଅଶ୍ନିନୀ କୁମାର ଭୂୟଁ। ରେଡକ୍ରସ ପାଣ୍ଠିରୁ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୧୦ ହଜାର ଟଙ୍କା ଲେଖାଏ ଆର୍ଥତ୍କ ସହାୟତା ଯୋଗାଇ ଦେଇଛନ୍ତି। ଏ ନେଇ ଥାନାରେ ୩୪, ୩୫, ୩୬ ନମ୍ବରରେ ୩ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ସୂଚନାଥାଉ କି ମୃତ ବିଶାଲ, ସନ୍ଦୀପ ଓ ବିବେନ ମା’ବାପାଙ୍କର ଏକମାତ୍ର ପୁତ୍ର ସନ୍ତାନ ଥିଲେ। କୂଳଦୀପ ଲିଭିଯାଇଥିବାରୁ ମା’ବାପାଙ୍କ ବୁକୁଫଟା କାନ୍ଦ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି କରିଥିଲା।
ତହସିଲଦାରଙ୍କ ଗାଡ଼ିରେ ହସ୍ପିଟାଲ ନିଆଗଲା
ରାଜନଗର ତହସିଲଦାର ଅଶ୍ନିନୀ କୁମାର ଭୂୟଁ। ଶୁକ୍ରବାର ସାତଭାୟା ଥଇଥାନସ୍ଥଳକୁ ସରକାରୀ କାର୍ଯ୍ୟରେ ଯାଇଥିଲେ। ସେହି ସମୟରେ ସ୍ଥାନୀୟ ଲୋକେ ୩ ନାବାଳକଙ୍କୁ ପାଣିରୁ ଉଦ୍ଧାର କରି ଡାକ୍ତରଖାନା ନେବାକୁ ଆମ୍ବୁଲାନ୍ସ କିମ୍ବା କୌଣସି ଯାନ ସୁବିଧା ପାଇ ନ ଥିଲେ। ସ୍ଥାନୀୟ ଲୋକେ ତହସିଲଦାର ଭୂୟଁାଙ୍କୁ ଖବର ଦେବା ପରେ ସେ ଘଟଣାସ୍ଥଳରେ ପହଞ୍ଚତ୍ ନିଜ ସରକାରୀ ଗାଡିରେ ୩ ଗୁରୁତର ନାବାଳକଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇବାରେ ସହଯୋଗ କରିଥିଲେ। ତାଙ୍କର ଏହି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅସହ୍ୟ ହେଲାଣି ପାଓ୍ବାର କଟ୍‌, ବିଦ୍ୟୁତ ବିତରଣ କମ୍ପାନୀକୁ କଡା ନିର୍ଦ୍ଦେଶ ଦେଲେ ସରକାର

ଭୁବନେଶ୍ୱର,୨୦।୪: ଅସହ୍ୟ ଗ୍ରୀଷ୍ମ ସହ ଗୁଳୁଗୁଳି ଭିତରେ ପାୱାର୍‌ କଟ୍‌ ସମସ୍ୟା ପରେ ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ଏନେଇ ତୁରନ୍ତ ଦୃଷ୍ଟି ଦେବାକୁ ବିଦ୍ୟୁତ...

ଏବେଠାରୁ କୋହଲା ପାଗ, ଏହିସବୁ ଜିଲାକୁ କାଳବୈଶାଖୀ ବର୍ଷା ଆଲର୍ଟ!

ଭୁବନେଶ୍ୱର,୨୦।୪: ଆଜି ତାତିରୁ ମିଳିପାରେ ଆଶ୍ୱସ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି । ବିଶେଷ କରି ବାଲେଶ୍ବର,...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବଘିଅପଡା,୨୦।୪ ( ଶ୍ରୀକାନ୍ତ ସାହୁ): ଶନିବାର ସକାଳ ୮ ଘଣ୍ଟା ସମୟରେ ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଗୌଡଦଇ ନିକଟରେ ଏକଯୁବକଙ୍କ ରକ୍ତାକ୍ତ ମୃତଦେହ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri