ଗ୍ରାମାଞ୍ଚଳରେ ବି ହ୍ରାସ ପାଉଛି ଚାରଣ ଭୂଇଁ

ମହାକାଳପଡ଼ା,୨୯।୬(ପ୍ରତାପ ଚନ୍ଦ୍ର ସ୍ବାଇଁ)ସହରାଞ୍ଚଳ ପରି ଏବେ ଗ୍ରାମାଞ୍ଚଳରେ ବି ଚାରଣ ଭୂଇଁର ଅଭାବ ଦେଖାଦେଇଛି ା ଗୃହପାଳିତ ପ୍ରାଣୀମାନଙ୍କ ଚରିବା ପାଇଁ କାହିଁ କେଉଁ ଅନାଦି କାଳରୁ ପୂର୍ବଜମାନେ ଚାରଣ ଭୂଇଁ ରଖୁଥିଲେ ା ସମୟର ପରିବର୍ତ୍ତନ ଓ ଜନସଂଖ୍ୟା ବୃଦ୍ଧି ପାଇବା ଯୋଗୁ କାଳକ୍ରମେ ଉକ୍ତ ଚାରଣ ଭୂଇଁରେ ବେଆଇନ ଭାବେ ଜନବସତି ଗଢ଼ି ଉଠିଛି ା ଆଉ କେଉଁଠି ଜବରଦଖଲକାରୀମାନେ ସେହି ଜମିକୁ ନିଜ ଅକ୍ତିଆରରେ ରଖିଛନ୍ତି ା ଫଳରେ ଗୋସମ୍ପଦମାନଙ୍କ ପାଇଁ ଚରି ବୁଲିବା ପାଇଁ ସମସ୍ୟା ସୃଷ୍ଟି ହୋଇଛି
ଏହାର ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ବଡିଢ଼ି ପଞ୍ଚାୟତ ଅଧୀନ ରାମଚନ୍ଦ୍ରପୁର ଗ୍ରାମରେ ା ୫ ଏକର ୭୦ ଡ଼େସିମିଲ ଗୋଚର କିସମ ଜମିରେ ଗ୍ରାମର କେତେଜଣ ବ୍ୟକ୍ତି ବେଆଇନ ଭାବେ ଜେସିବି ମେଶିନରେ ପୋଖରୀ ଖନନ କରୁଛନ୍ତି ା ଏହାକୁ ନେଇ ଗ୍ରାମର ୨ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଯାଇଛି। ଏ ସଂକ୍ରାନ୍ତରେ ଗୋଟିଏ ଗୋଷ୍ଠୀ ମହାକାଳପଡ଼ା ତହସିଲଦାରଙ୍କୁ ଏ ସଂକ୍ରାନ୍ତରେ ଜଣାଇବା ସହିତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଖବର ପାଇ ବୁଧବାର ସ୍ଥାନୀୟ ବିଜୟନଗର ରାଜସ୍ବ ନୀରିକ୍ଷକ ଜ୍ୟୋତ୍ରିମୟୀ ମହାପାତ୍ର ଗ୍ରାମରେ ପହଞ୍ଚି ଉକ୍ତ ଗୋଚର ଜମି ଖାତା ନମ୍ବର ୨୩୨ ଓ ପ୍ଲଟ ନମ୍ବର ୭୯୯ ମୌଜା ରାମଚନ୍ଦ୍ରପୁରର ସମୁଦାୟ ଗୋଚର ଜମିର ପରିମାଣ ୫ ଏକର ୭୦ ଡେସିମିଲ ବୋଲି କହିଥିଲେ ା ସେଥିରୁ ଦେଢ଼ ଏକର ଜମିରେ ବେଆଇନ ଭାବେ ପୋଖରୀ ଖନନ କରାଯାଇଥିବା ନେଇ ରାଜସ୍ବ ନୀରିକ୍ଷକ ଦେଖି ରିପୋର୍ଟ ପ୍ରଦାନ କରିଛନ୍ତି ା ଏ ନେଇ ରାଜସ୍ବ ନୀରିକ୍ଷକ ପୋଖରୀ ଖନନକାରୀଙ୍କୁ ପ୍ରଶ୍ନ କରିବାରୁ ସେମାନେ ତାଙ୍କୁ ଅସମ୍ମାନ କରିଥିବା ଅଭିଯୋଗ ହୋଇଛି ା ଏ ସଂକ୍ରାନ୍ତରେ ସେ ମହାକାଳପଡ଼ା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀଙ୍କୁ ଅବଗତ କରିଛନ୍ତି ା ଫଳରେ ତହସିଲଦାର ତ୍ରିପାଠୀ ଉକ୍ତ ବେଆଇନ ଖନନକାରୀଙ୍କ ବିରୋଧରେ ତନ୍ତିଆପାଳ ସାମୁଦ୍ରିକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ା ସେହିପରି ବ୍ଲକର ବିଭିନ୍ନ ପଞ୍ଚାୟତରେ ବେଆଇନ ଭାବେ ସରକାରୀ ଜମିକୁ ଜବରଦଖଲ କରାଯାଇଥିବାରୁ ବୁଦ୍ଧିଜୀବୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ା ଏ ସମ୍ପର୍କରେ ତହସିଲଦାର ମାନସ ରଞ୍ଜନ ତ୍ରିପାଠୀଙ୍କ ମତାମତ ନେବାରେ ବେଆଇନ ଭାବେ ପୋଖରୀ ଖନନକାରୀଙ୍କ ବିରୋଧରେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?