ଦେଢ଼ମାସର ଶିଶୁକନ୍ୟା ତଣ୍ଟି ଚିପି ହତ୍ୟା କଲେ ମା’

ଆଳି,୫।୭(ବନମାଳୀ ସେନାପତି): ଜଣେ ମା’ ଅଧରାତିରେ ନିଜ ଦେଢ଼ମାସର ଶିଶୁକନ୍ୟାର ତଣ୍ଟିଚିପି ହତ୍ୟା କରିଛନ୍ତି। ଏନେଇ ଶିଶୁକନ୍ୟାଙ୍କ ଜେଜେମା’ ଅଭିଯୋଗ ଆଣିଛନ୍ତି। ଏଭଳି ଏକ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲା ଆଳି ଥାନା ନଦୀନାଳଘେରା ପଦନୀପାଳ ଗଁାରେ। ପଦନୀପାଳ ଗଁାର ବାସନ୍ତୀ ମହାନ୍ତି ଥାନାରେ ଦେଇଥିବା ଅଭିଯୋଗ ଅନୁଯାୟୀ, ପ୍ରତିଦିନ ପରି ସୋମବାର ରାତିରେ ତାଙ୍କ ଦେଢ଼ମାସର ନାତୁଣୀ ତ୍ରିଶାଖା ଓ ୩ ବର୍ଷର ନାତି ଆୟୁଷ ମା’ ରଶ୍ମିତା ପାଖରେ ଶୋଇଥିଲେ। ମଙ୍ଗଳବାର ସକାଳୁ ସମସ୍ତେ ଉଠିବା ପରେ ଦେଖିଥିଲେ, ଶିଶୁକନ୍ୟା ନାକରୁ ରକ୍ତସ୍ରାବ ହେଉଛି। ସଙ୍ଗେ ସଙ୍ଗେ ଶିଶୁକନ୍ୟାକୁ ଧରି ଜେଜେ ମା’ ବାସନ୍ତୀ ଓ ଜେଜେବାପା ରବୀନ୍ଦ୍ର କଣ୍ଡିଆହାଟ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ହେଲେ ଡାକ୍ତର ଶିଶୁକନ୍ୟାକୁ ମୃତ ଘୋଷଣା କରିଥିଲେ। ବାସନ୍ତୀଙ୍କ ଅଭିଯୋଗକୁ ଆଧାର କରି ପୋଲିସ ନଂ. ୫୫୮/୨୩ରେ ମାମଲା ରୁଜୁ କରିବା ସହ ରଶ୍ମିତାଙ୍କୁ ଅଟକ ରଖି ତଦନ୍ତ ଚଳାଇଛି। ରଶ୍ମିତାଙ୍କ ସ୍ବାମୀ ଅମିୟ ଦିଲ୍ଲୀରେ ପାଣି ପାଇପ କାମ କରୁଥିବାବେଳେ ଘରକୁ ଛୁଟିରେ ଆସିଥିଲେ। ମଙ୍ଗଳବାର ଅମିୟ ଦିଲ୍ଲୀରେ ପହଞ୍ଚତ୍ ଥିବାବେଳେ ସ୍ତ୍ରୀଙ୍କ ଏଭଳି କାଣ୍ଡରେ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ି ପୁନର୍ବାର ଘରକୁ ଫେରୁଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

Iran-US War: ଟ୍ରମ୍ପଙ୍କୁ ପୁଣି ନାଲି ଆଖି ଦେଖାଇଲା ଇରାନ, ଜାଣନ୍ତୁ ଭାରତକୁ ନେଇ କ’ଣ କଲା

ତେହରାନ,୧୪।୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା ପରେ, ସେ କହିଛନ୍ତି ଯେ ଯୁଦ୍ଧବିରତି ପରିସ୍ଥିତି ଅତ୍ୟନ୍ତ ଦୁର୍ବଳ ଏବଂ…

‘ଗୋଟିଏ ଦିନ ଖେଳ ଛାଡିଦେବି’, ବିରାଟ କୋହଲିଙ୍କ ଭାବପ୍ରବଣ ବୟାନକୁ ନେଇ ହଇଚଇ

ଯେତେବେଳେ ବିରାଟ କୋହଲି ମନ୍ତବ୍ୟ ଦେଇଥିଲେ ଯେ “ଗୋଟିଏ ଦିନ ଏସବୁ ଶେଷ ହେବ,” ତାଙ୍କର ଅର୍ଥ ଥିଲା ଯେ ଭବିଷ୍ୟତରେ ଏପରି ଏକ ସମୟ ଆସିବ…

୧୯ ଦଫା ଦାବି ନେଇ ଜିଲାପାଳଙ୍କଠାରେ ଫେରାଦ ହେଲେ ଗ୍ରାମବାସୀ

ଛତ୍ରପୁର,୧୪ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ବଣିଆବସା ଗ୍ରାମବାସୀ ବିଭିନ୍ନ ଦାବି ନେଇ ଜିଲାପାଳଙ୍କ ନିକଟରେ ଦ୍ୱାରସ୍ଥ ହୋଇଛନ୍ତି। ଓଭର ହେଡ୍‌ ଟାଙ୍କି ମରାମତି ଓ…

ସରକାରଙ୍କ କଠୋର ନିଷ୍ପତ୍ତି, ଫିଟନେସ୍ ପ୍ରମାଣପତ୍ର ବିନା ଦିଆଯାଇପାରିବନି ପଶୁ ବଳି

କୋଲକାତା,୧୪ା୫: ଇଦ୍-ଉଲ-ଜୁହା ପୂର୍ବରୁ, ପଶ୍ଚିମବଙ୍ଗର ଭାଜପା ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ପଶୁବଳି ଉପରେ ନିଷେଧ ଲଗାଇବା ପାଇଁ ଏକ…

କେତେ ଧନୀ ନୂଆ ମୁଖ୍ୟମନ୍ତ୍ରୀ ଭି.ଡି. ସତିସନ, ରାହୁଲ ଗାନ୍ଧୀ ତାଙ୍କୁ କାହିଁକି ପସନ୍ଦ କରନ୍ତି? ଜାଣନ୍ତୁ…

ଥିରୁଭାନନ୍ତପୁରମ,୧୪।୫: କେରଳମ୍‌ର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ଭି.ଡି. ସତିସନ। କଂଗ୍ରେସ ଦଳ ଗୁରୁବାର (୧୪ ମଇ) ତାଙ୍କ ନାମ ଘୋଷଣା କରିଛି। ୧୦ ବର୍ଷ ପରେ କେରଳରେ…

୪୮ଘଣ୍ଟାରେ ମହଙ୍ଗା ମାଡ଼: ଏବେ ପେଟ୍ରୋଲ-ଗ୍ୟାସ୍‌ର ପାଳି, ପେଟ୍ରୋଲିୟମ ମନ୍ତ୍ରୀ ଦେଲେ ବଡ଼ ସୂଚନା…

ନୂଆଦିଲ୍ଲୀ,୧୪।୫: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ଏବଂ ବିଶ୍ୱ ତୈଳ ବଜାରରେ ବୃଦ୍ଧି ପାଉଥିବା ଅନିଶ୍ଚିତତା ମଧ୍ୟରେ, ଭାରତ ସରକାର ଗତ 48 ଘଣ୍ଟା ମଧ୍ୟରେ ତିନୋଟି…

ରାଜଧାନୀରେ ଲଜ୍ଜା: ଚଳନ୍ତା ବସ୍‌ରେ ମହିଳାଙ୍କୁ ଗଣବଳାତ୍କାର, ପୀଡ଼ିତା କହିଲେ ୨ ଘଣ୍ଟା ଧରି…

ନୂଆଦିଲ୍ଲୀ,୧୪ା୫: ରାଜଧାନୀ ଦିଲ୍ଲୀର ରାଣୀବାଗ ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଚଳନ୍ତା ସ୍ଲିପର ବସ୍‌ରେ ଜଣେ ୩୦ ବର୍ଷୀୟା ମହିଳାଙ୍କୁ ଗଣବଳାତ୍କାର କରାଯାଇଛି। ପୀଡ଼ିତା ପୋଲିସକୁ…

ଖୁସି ଖବର, ବନ୍ଦ ହେବ ନାହିଁ LPG ସପ୍ଲାଇ, ଭାରତ ପ୍ରସ୍ତୁତ କଲା 40,000 କୋଟି ଟଙ୍କାର ପ୍ଲାନ

ନୂଆଦିଲ୍ଲୀ,୧୪।୫: ଭାରତରେ ଏକ ଲୋକପ୍ରିୟ କଥା ଅଛି ଯେ ଭବିଷ୍ୟତର ସମାଧାନ ପ୍ରାୟତଃ ଏକ ସଙ୍କଟ ଭିତରେ ଲୁଚି ରହିଛି; କେବଳ ଏହାକୁ ଖୋଜିବା ଆବଶ୍ୟକ। ଇରାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri