ଜନ୍ମମାଟିକୁ ଫେରିଯିବେ ଜଗା !
ଫୁଲବାଣୀ ଅଫିସ,୨୨।୩: ବହୁ ଚର୍ଚ୍ଚିତ ଯୋଡ଼ାମୁଣ୍ଡ ଶିଶୁ କାଳିଆଙ୍କ ପରଲୋକ ହୋଇଯାଇଥିବା ବେଳେ ଜଗାଙ୍କୁ କନ୍ଧମାଳ ତଥା ଜନ୍ମମାଟିକୁ ଫେରାଇ ଆଣିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଜଗା ଏବେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସେଠାରୁ ଫେରାଇ ଆଣି…
ଲୁଚିଛପି ନିଆଁ ଲଗାଉଥିଲେ, ଧରିଲା ବନ ବିଭାଗ
ବାଲିଗୁଡା,୧୧ା୩: ଫୁଲବାଣୀ ବନଖଣ୍ଡ ଅଧୀନ ଟିକାବାଲି ପରେଷ୍ଟ ରେଞ୍ଜ ଲାଇନପଡ଼ା ରିଜର୍ଭ ଜଙ୍ଗଲରେ ନିଆଁ ଲଗାଉଥିବା ଜଣେ ବ୍ୟକ୍ତିଙ୍କୁ ଟିକାବାଲି ବନବିଭାଗ କର୍ମଚାରୀ କାବୁ କରିଛନ୍ତି। ବନ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଥିବା ବେଳେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ…
ନକଲି ପୋଲିସ ପୋଷାକ ପିନ୍ଧି କରୁଥିଲେ ଡକାୟତି ଯୋଜନା, ଧରିଲା ଅସଲି ପୋଲିସ
ବାଲିଗୁଡ଼ା,୬।୩(ଡି.ଏନ୍.ଏ): ବାଲିଗୁଡ଼ା ପୋଲିସ ଏକ ବଡ଼ ଧରଣର ଡକାୟତି ଯୋଜନା ପଣ୍ଡ କରିଛ। ଘଟଣାରେ ଦୁଇଜଣ ନକଲି ପୋଲିସ ଅଫିସର ଗିରଫ ହୋଇଥିବା ବେଳେ ଅନ୍ୟ ତିନିଜଣ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ବାଲିଗୁଡ଼ା ପୋଲିସ ରାତ୍ରିକାଳୀନ…
ଜେଲ ଗଲେ ଫୁଲବାଣୀର ପୂର୍ବତନ ବିଧାୟକ
ଫୁଲବାଣୀ ଅଫିସ,୨୪ା୨: ପଥଚାରୀଙ୍କୁ ମାଡ଼ ମାରିବା ସହ ଟଙ୍କା ଲୁଟ ଅଭିଯୋଗରେ ମଙ୍ଗଳବାର ଫୁଲବାଣୀର ପୂର୍ବତନ ବିଜେଡି ବିଧାୟକ ଦେବେନ୍ଦ୍ର କହଁର ଗିରଫ ହୋଇଛନ୍ତି। ସେ ୨୦୦୯ରେ ଫୁଲବାଣୀରୁ ବିଧାୟକ ନିର୍ବାଚିତ ହୋଇଥିଲେ। ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ତାଙ୍କୁ…
ଜଲେଶପଟ୍ଟା କନ୍ୟାଶ୍ରମ ମୁଖ୍ୟଙ୍କୁ ହତ୍ୟା ଧମକ ଦେଇ ଧରାପଡ଼ିଲେ ସାଧୁ
ଫୁଲବାଣୀ ଅଫିସ/ତୁମୁଡିବନ୍ଧ,୨୧।୨: କନ୍ଧମାଳ ଜିଲା ଜଲେଶପଟ୍ଟା କନ୍ୟାଶ୍ରମ ମୁଖ୍ୟ ସ୍ବାମୀ ଜୀବନ ମୁକ୍ତାନନ୍ଦ ପୁରିଙ୍କୁ ଫୋନରେ ହତ୍ୟା ଧମକ ଦେଇଥିବା ସାଧୁଙ୍କୁ ପୋଲିସ ରବିବାର ସନ୍ଧ୍ୟାରେ ଗିରଫ କରିଛି। ଗିରଫ ସାଧୁ ଜଣକ ହେଲେ ମହାଦେବ ମହାରାଜ। ପୋଲିସ ତାଙ୍କୁ ରାୟଗଡ଼ା…
ଜଲେଶପଟ୍ଟା ଆଶ୍ରମ ସ୍ବାମିଜୀଙ୍କୁ ହତ୍ୟା ଧମକ
ଫୁଲବାଣୀ ଅଫିସ/ତୁମୁଡ଼ିବନ୍ଧ,୨୧।୨(ଡି.ଏନ୍.ଏ.): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ ଜଲେଶପଟ୍ଟା ସଂସ୍କୃତ କନ୍ୟାଶ୍ରମ ମୁଖ୍ୟ ସ୍ବାମିଜୀଙ୍କୁ ଏକ ଅଜଣା ଫୋନ ନମ୍ବରରୁ ଶନିବାର ହତ୍ୟା ଧମକ ମିଳିଛି। ସ୍ବାମୀ ଜୀବନ ମୁକ୍ତାନନ୍ଦଙ୍କ ମୋବାଇଲ ନଂ.୯୪୩୯୨୨୩୮୪୧କୁ କେହି ଅଜଣା ଦୁର୍ବୃତ୍ତ ଅପରାହ୍ନ ୪ଟାରେ ୯୧୭୮୨୪୬୬୬୩…
ଏମିତି ବି ଆସେ ମୃତ୍ୟୁ
ବାଲିଗୁଡ଼ା,୧୭ା୨: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଲଣ୍ଡାଗାଁରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ବାହାଘର ଭୋଜି ଖାଇ ରାସ୍ତା ପାର୍ଶ୍ୱରେ ଛିଡା ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଦ୍ରୁତଗତିରେ ଆସୁଥିବା ଏକ କାର୍ ଧକ୍କାଦେଇ ନିକଟସ୍ଥ ଘର ଭିତରକୁ ପଶିଯାଇଛି। ଏଥିରେ…
ବନ୍ଦପାଳନରେ ଦାରିଙ୍ଗବାଡ଼ି ପ୍ରଭାବିତ
ଦାରିଙ୍ଗବାଡ଼ି,୧୫।୨(ଡି.ଏନ୍.ଏ.): ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ୬ ଘଣ୍ଟିଆ ବନ୍ଦ ପାଳନର ପ୍ରଭାବ ଦାରିଙ୍ଗବାଡ଼ି ବ୍ଲକରେ ଦେଖିବାକୁ ମିଳିଛି। ଦଳର ବ୍ଲକ ସଭାପତି ପ୍ରଦୀପ ନାୟକଙ୍କ ତତ୍ତ୍ବାବଧାନରେ ବ୍ଲକ ଅଧ୍ୟକ୍ଷା ରୁଦା ମଲ୍ଲିକଙ୍କ ସହଯୋଗରେ ଦଳୀୟ କର୍ମୀଙ୍କ ପକ୍ଷରୁ ଚାରିଛକ,ସିମନବାଡ଼ିର…
କନ୍ଧମାଳରୁ ମିଳିଲା ପୁଷ୍ପଲତାଙ୍କ ସ୍କୁଟି
ଭୁବନେଶ୍ୱର,୧୫।୨(ବ୍ୟୁରୋ): ବହ ଚର୍ଚ୍ଚିତ ପୁଷ୍ପଲତା ରାଉଳ ହତ୍ୟା ମାମଲାରେ ଗିରଫ ମୁଖ୍ୟ ଅଭିଯୁକ୍ତ ଗଞ୍ଜାମର ସଞ୍ଜୟ ଓରଫ ଅଙ୍ଗଦ ଦାସ ଓ ଚନ୍ଦୁ ଓରଫ ଶ୍ରୀକାନ୍ତ ଦାସଙ୍କ ୩ଦିନିଆ ରିମାଣ୍ଡ ରବିବାର ସରିଛି। ସୋମବାର ସେମାନଙ୍କୁ କୋର୍ଟରେ ହାଜର କରାଯିବ। ତେବେ…
ରାଜ୍ୟ କ୍ୟାବିନେଟ ବୈଠକ: କନ୍ଧମାଳକୁ ୨ ପାନୀୟ ଜଳ ପ୍ରକଳ୍ପ ଅନୁମୋଦନ
ବାଲିଗୁଡା,୧୦।୨(ଡି.ଏନ୍.ଏ.): ରାଜ୍ୟ କ୍ୟାବିନେଟ ବୈଠକରେ କନ୍ଧମାଳ ଜିଲା ପାଇଁ ୨ଟି ପାନୀୟ ଜଳ ପ୍ରକଳ୍ପ ଅନୁମୋଦିତ ହେବା ପରେ ଜିଲା ବିଜେଡି ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ବାଲିଗୁଡ଼ା ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଖବରଦାତା…
ପୋଲିସ ଇନ୍ଫର୍ମର ସନ୍ଦେହରେ ୨ ଯୁବକଙ୍କୁ ନିର୍ମମ ହତ୍ୟା
ବାଲିଗୁଡ଼ା,୩୦।୧(ଡି.ଏନ୍.ଏ): ପୁଣି ରକ୍ତମୁଖା ହୋଇଛନ୍ତି ମାଓବାଦୀ। କିଛି ଦିନର ନୀରବତା ପରେ ନିଜର ସ୍ଥିତି ଜାହିର କରିଛି ମାଓବାଦୀ ସଂଗଠନ। କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ବେଲଘର ଥାନା ଭଣ୍ଡରଙ୍ଗି ପଞ୍ଚାୟତର ଗୋଛାଗୁଡ଼ା ଗାଁରେ ମାଓବାଦୀ ପୋଲିସ…
୫ ପଞ୍ଚାୟତକୁ ଆସୁନି ନେଟ୍ୱର୍କ
ଫୁଲବାଣୀ ଅଫିସ/ଚକାପାଦ,୩୦।୧: କେନ୍ଦ୍ର ଏବଂ ରାଜ୍ୟ ସରକାର ଡିଜିଟାଲାଇଜେଶନକୁ ଗୁରୁତ୍ୱ ଦେଇ ଆସୁଥିବା ବେଳେ କନ୍ଧମାଳ ଜିଲାର ପ୍ରାୟ ସମସ୍ତ ବ୍ଲକରେ ରହିଛି ନେଟୱାର୍କ ସମସ୍ୟା। ଚକାପାଦ ବ୍ଲକର ଏପରି ଅନେକ ଗ୍ରାମ ରହିଛି ଯେଉଁଠି ଲୋକେ ନେଟୱାର୍କ ପାଇଁ ହଇରାଣ…
Archives


