କନ୍ଧମାଳ

ଶୃଙ୍ଖଳା ଉତ୍ତମ ଭବିଷ୍ୟତ ଗଠନର ପ୍ରଥମ ପାହାଚ

ରାଇକିଆ,୨୩ା୧୨(ଡ଼ି.ଏନ.ଏ)-ଶଙ୍ଖଳିତ ଛାତ୍ର ଜୀବନ ଉତ୍ତମ ଭବିଷ୍ୟତ ଗଠନରେ ସହାୟକ ହୋଇଥାଏ। ଏହା ହିଁ ସଫଳତାର ପ୍ରଥମ ପାହାଚ ଏବଂ ମୂଳଦୂଆ ବୋଲି ଶନିବାର ରାଇକିଆ ସରସ୍ବତୀ ଶିଶୁ ମନ୍ଦିରର ୨୪ତମ ବାର୍ଷିକ ଉତ୍ସବରେ ଯୋଗଦେଇ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ପରିଚାଳନା କମିଟି…

ଦାରିଙ୍ଗବାଡ଼ିରେ ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡ଼ି,୨୩।୧୨(ଡି.ଏନ.ଏ)-କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ରବିବାର ଥିବାରୁ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ, ବଡ଼ଦିନ ପାଇଁ ଛୁଟି ଥିବାରୁ ରାଜ୍ୟ ଓ ରାଜ୍ୟ ବାହାରୁ ପର୍ଯ୍ୟଟକ ଭୋରରୁ ଦାରିଙ୍ଗବାଡ଼ିରେ ଭିଡ଼ ଜମାଇଛନ୍ତି। ପାହାନ୍ତିଆ ଶୀତର ମଜା ନେବାକୁ ପ୍ରାୟ…

ଲୋକଙ୍କୁ ହଇରାଣ କଲେ ସରକାରୀ ଆକାଉଣ୍ଟ ଉଠାଇ ନିଆଯିବ

ଫୁଲବାଣୀ ଅଫିସ, ୨୩ା୧୨-ଜିଲା ପରାମର୍ଶଦାତା କମିଟି ବୈଠକ ଜିଲାପାଳଙ୍କ କାର୍ଯ୍ୟାଳୟ ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଡା.ବୃନ୍ଦା ଡି. ଏଥିରେ ଅଧ୍ୟକ୍ଷତା କରି ଜିଲାରେ ଗ୍ରାହକ ସେବା କେନ୍ଦ୍ର କିମ୍ବା ମିନି ବ୍ୟାଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ସେବା ନୀତି…

ଖ୍ରୀଷ୍ଟଧର୍ମାବଲମ୍ବୀଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା

ଜି.ଉଦୟଗିରି, ୨୩ା୧୨ (ଡି.ଏନ୍‌.ଏ: ଜି. ଉଦୟଗିରି ସହରରେ ରବିବାର ସନ୍ଧ୍ୟାରେ ନିକଟସ୍ଥ ମାଲିକପଡି ବାପଟିଷ୍ଟ ଚର୍ଚ୍ଚ ପକ୍ଷରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ହୋଇଥିଲା। ଚର୍ଚ୍ଚଠାରୁ ଖ୍ରୀଷ୍ଟୀୟମାନେ ହାତରେ କ୍ୟାଣ୍ଡେଲ ଧରି ଜି.ଉଦୟଗିରି ସହର ପରିକ୍ରମା କରି ପ୍ରଭୁ ଯିଶୁଖ୍ରୀଷ୍ଟଙ୍କ ମହତ ବାଣୀ…

ଛାତରୁ ଖସି ଜଣଙ୍କ ମୃତ୍ୟୁ: ପୋଲିସର ତଦନ୍ତ ଆରମ୍ଭ

ଦାରିଙ୍ଗବାଡ଼ି,୨୨।୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ନୀଳକନ୍ଦର ସାହିରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ଘର ମରାମତି ଚାଲିଥିବା ବେଳେ ଛାତ ଉପରେ ପାଣି ପକାଉଥିବା ସମୟରେ ଛାତରୁ ଖସି ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବିଶ୍ବନାଥ…

ଫୁଲବାଣୀ ବ୍ଲକ କଲୋନୀରେ ଜବରଦଖଲ ଉଚ୍ଛେଦ

ଫୁଲବାଣୀ ଅଫିସ, ୨୨ା୧୨- ଫୁଲବାଣୀ ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକ କଲୋନୀରେ ଶନିବାର ଜବରଦଖଲ ଉଚ୍ଛେଦ କରାଯାଇଛି। ନିଜ ଜିନିଷପତ୍ର ନେଇ ଯିବା ପାଇଁ ବିଡିଓ ଜବରଦଖଲକାରୀଙ୍କୁ କହିବା ପରେ ସେମାନେ ଏଥିରେ ରାଜି ହୋଇଥିଲେ। ସୂଚନା ଅନୁଯାୟୀ, ବ୍ଲକ କଲୋନୀରେ…

ମୋ ସରକାର କକ୍ଷ ଉଦ୍‌ଘାଟିତ

ଜି.ଉଦୟଗିରି,୨୧ା୧୨(ଡି.ଏନ.ଏ.)-ଜି.ଉଦୟଗିରି ଏନ୍‌ଏସି କାର୍ଯ୍ୟାଳୟ ପରିସରରେ ବୁଧବାର ମୋ ସରକାର କକ୍ଷ ଉଦ୍‌ଘାଟିତ ହୋଇଯାଇଛି। ଏହାକୁ ଜି.ଉଦୟଗିରି ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସଞ୍ଜୀବ କୁମାର ମହାପାତ୍ର ଉଦ୍‌ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବ୍ୟବସାୟିକ ଅନୁମତି ପତ୍ର, ପାନୀୟ ଜଳ…

ଶିକ୍ଷକ ଅଭାବ, ପାଠ ପଢ଼ାଇଲେ ମଙ୍ଗଳ ଅଧିକାରୀ: ୧୫ ଦିନ ମଧ୍ୟରେ ଶିକ୍ଷକ ନିଯୁକ୍ତି ପ୍ରତିଶ୍ରୁତି

ଫିରିଙ୍ଗିଆ,୨୧ା୧୨-ସେବାଶ୍ରମରେ ଶିକ୍ଷକ ନିଯୁକ୍ତି ପାଇଁ ଅନେକ ଦିନରୁ ଦାବି ଜଣାଇ ଆସୁଛନ୍ତି ଗ୍ରାମବାସୀ। ତଥାପି ଶିକ୍ଷକ ନିଯୁକ୍ତି କରୁନାହିଁ ପ୍ରଶାସନ। ଫିରିଙ୍ଗିଆ ବ୍ଲକ କ୍ରାଣ୍ଡିବାଲି ପଞ୍ଚାୟତର କାଙ୍ଗାପଡା ସେବାଶ୍ରମରେ ଦେଖିବାକୁ ମିଳିଛି ଏପରି ଘଟଣା। ଅନେକ ଦିନ ଧରି ଶିକ୍ଷକ ଅଭାବ…

ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ବର୍ତ୍ତିଲେ ୪୦ ରୋଗୀ

ଖଜୁରିପଡ଼ା (ଡି.ଏନ୍‌.ଏ.)/ବଲସକୁମ୍ପା,୨୦ା୧୨- ଖଜୁରିପଡ଼ା ଥାନା ଗାଡ଼ିଆପଡ଼ା ଘାଟିରେ ମହାନଦୀ ନେତ୍ର ଚିକିତ୍ସାଳୟ ଆମ୍ବୁଲାନ୍ସ (ନଂ.ଓଡି୩୧ଡି-୯୧୦୧) ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଥିବା ୪୦ ଜଣ ଚକ୍ଷୁରୋଗୀ ଅଳ୍ପକେ ବର୍ତ୍ତିଯାଇଛନ୍ତି। ପ୍ରକାଶ ଯେ, ଗୁରୁବାର ଫୁଲବାଣୀର ବିଭିନ୍ନ ଅଞ୍ଚଳରୁ ୪୦ ଜଣ ଚକ୍ଷୁରୋଗୀଙ୍କୁ ଚିକିତ୍ସା…

ଦାରିଙ୍ଗବାଡ଼ିରେ କୋହଲା ପାଗ ସାଙ୍ଗକୁ ଫେରିଲା ଶୀତ: ୧୦ଡିଗ୍ରୀକୁ ଖସିଲା ତାପମାତ୍ରା

ଦାରିଙ୍ଗବାଡ଼ି,୧୯।୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଗତ କିଛିଦିନ ହେଲା ଶୀତ କମିଥିବାବେଳେ ଗୁରୁବାରଠାରୁ ପୁଣି ବୃଦ୍ଧି ପାଇଛି। ଗୁରୁବାର ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରୀକୁ ପୁଣି ଖସି ଆସିଥିବା ବ୍ଲକ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଯାହାକି ଚଳିତ ସପ୍ତାହର ସବୁଠାରୁ…

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟିତ

ଦାରିଙ୍ଗବାଡି,୧୯ା୧୨(ଡି.ଏନ୍‌.ଏ.)-କନ୍ଧମାଳ ଜିଲାର ବିଭିନ୍ନ ବ୍ଲକରେ ପଞ୍ଚାୟତିରାଜ, ପାନୀୟଜଳ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ୱାରା ବହୁ ପ୍ରକଳ୍ପ ଉଦ୍‌ଘାଟିତ ହୋଇଯାଇଛି। ବୁଧବାର ଦାରିଙ୍ଗବାଡି ବ୍ଲକ ପ୍ଲିହେରୀ ପଞ୍ଚାୟତର ୩୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ନୂତନ କୋଠା…

ଫୁଲବାଣୀରେ ଆରମ୍ଭ ହେଲା କଳିଙ୍ଗ ହର୍ବାଲ ମେଳା

ଫୁଲବାଣୀ ଅଫିସ,୧୯ା୧୨-କନ୍ଧମାଳ ଜିଲା ଫୁଲବାଣୀସ୍ଥିତ କରୋନେସନ ପଡିଆରେ ମଙ୍ଗଳବାର ସନ୍ଧ୍ୟାରେ ଆଞ୍ଚଳିକ କଳିଙ୍ଗ ହର୍ବାଲ ମେଳା ଉଦ୍‌ଘାଟିତ ହୋଇଯାଇଛି। ରାଜ୍ୟ ମେଡିଶିନାଲ ପ୍ଲାଣ୍ଟ ବୋର୍ଡ ପକ୍ଷରୁ ଏବଂ ଫୁଲବାଣୀ ବନଖଣ୍ଡ ଆନୁକୁଲ୍ୟରେ ଅନୁଷ୍ଠିତ ଏହି ମେଳାକୁ ଅତିରିକ୍ତ ପିସିସିଏଫ ତଥା ରାଜ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?