ପୋଲିସ ଇନ୍‌ଫର୍ମର ସନ୍ଦେହରେ ୨ ଯୁବକଙ୍କୁ ନିର୍ମମ ହତ୍ୟା

ବାଲିଗୁଡ଼ା,୩୦।୧(ଡି.ଏନ୍‌.ଏ): ପୁଣି ରକ୍ତମୁଖା ହୋଇଛନ୍ତି ମାଓବାଦୀ। କିଛି ଦିନର ନୀରବତା ପରେ ନିଜର ସ୍ଥିତି ଜାହିର କରିଛି ମାଓବାଦୀ ସଂଗଠନ। କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ବେଲଘର ଥାନା ଭଣ୍ଡରଙ୍ଗି ପଞ୍ଚାୟତର ଗୋଛାଗୁଡ଼ା ଗାଁରେ ମାଓବାଦୀ ପୋଲିସ ଇନ୍‌ଫର୍ମର ସନ୍ଦେହରେ ଦୁଇଜଣଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ଗୋଛାଗୁଡ଼ା ଗାଁରେ ପଶି ହେମନ୍ତ ପାତ୍ର ଓ ଭବାନୀ ଶଙ୍କର ପାତ୍ର ନାମକ ଦୁଇଜଣ ଯୁବକଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି । ମୃତଦେହ ନିକଟରେ ପୋଷ୍ଟର ଛାଡ଼ି ଯାଇଛନ୍ତି ମାଓବାଦୀ।

ଗତ ସେପ୍ଟେମ୍ବର ମାସରେ କନ୍ଧମାଳ-କଳାହାଣ୍ଡି ସୀମାନ୍ତ ଗୁଳି ବିନିମୟ ଘଟଣାରେ ଏହି ଦୁଇଜଣ ପୋଲିସକୁ ଆମ ବିଷୟରେ ସୂଚନା ଦେଇଥିଲେ ଏଣୁ ଏମାନଙ୍କୁ ଦଣ୍ଡ ଦିଆଯାଇଛି । ପୋଲିସ ଇନଫର୍ମର ଭାବେ କାମ କରୁଥିବା ସମସ୍ତ ଲୋକଙ୍କୁ ଆମେ ଜାଣିଛୁ । ଆସନ୍ତା ୧୫ ଦିନ ମଧ୍ୟରେ ସେମାନେ ଯଦି ଜନ ଅଦାଲତରେ ନିଜକୁ ଆତ୍ମସମର୍ପଣ ନ କରନ୍ତି ତେବେ ସେମାନଙ୍କୁ ଦଣ୍ଡ ଦିଆଯିବ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି ।

ଅନ୍ୟପଟେ ଏହି ଅଞ୍ଚଳର ଗଣ୍ଡ ସମ୍ପ୍ରଦାୟର ଯୁବକମାନେ ପୋଲିସ ଇନ୍‌ଫର୍ମର ଭାବେ କାମ କରୁଛନ୍ତି l ଏଣୁ ସେମାନେ ଏଥିରୁ ଦୂରେଇ ରୁହନ୍ତୁ ବୋଲି ଗଣ୍ଡ ସମାଜକୁ ପୋଷ୍ଟର ମାଧ୍ୟମରେ ଚେତାବନୀ ଦେଇଛି ସଙ୍ଗଠନ। ଏଥିସହିତ ମୁଣ୍ଡିଗଡ଼ ପଞ୍ଚାୟତର ସରପଞ୍ଚ ଓ ଅନ୍ୟ ସରପଞ୍ଚ ବିପ୍ଳବୀ ସଙ୍ଗଠନ ଆଣ୍ଟି ନକ୍ସଲ ପିପୁଲ ଟିମ ଫୋର୍ସରେ ଯୋଗ ଦେଇଛନ୍ତି। ସ୍ଥାନୀୟ ଯୁବକମାନଙ୍କୁ ବିପ୍ଳବ ବିରୋଧରେ ଯିବା ପାଇଁ ପ୍ରୋତ୍ସାହିତ କରୁଛନ୍ତି । ଏ କାମ ଶୀଘ୍ର ଛାଡ଼ନ୍ତୁ । ନଚେତ୍‌ ଦଣ୍ଡ ଦିଆଯିବ। ଆର୍ଥିକ ଲୋଭ ଦେଖାଇ ସ୍ଥାନୀୟ ଗରିବ ଯୁବକମାନଙ୍କୁ ସୂଚନାଦାତା ବନାଇ ପୋଲିସ ସେମାନଙ୍କ ଜୀବନ ସହ ଖେଳ ଖେଳୁଛି ବୋଲି ବା.ଘୁ.ନା(ବାସଧାରା ଘୁମୁସର ନାଗାବଳୀ) ଡିଭିଜନ ସିପିଆଇ ମାଓବାଦୀ ସଂଗଠନ ପକ୍ଷରୁ ଘଟଣାସ୍ଥଳରେ ଛାଡ଼ି ଯାଇଥିବା ପୋଷ୍ଟରରେ ଉଲ୍ଲେଖ ଥିବା ଦେଖିବାକୁ ମିଳିଛି । ସେପଟେ ଘଟଣାକୁ ବିରୋଧ କରିବା ସହ ତୀବ୍ର ନିନ୍ଦା କରିଛି ଆଣ୍ଟି ନକ୍ସଲ ପିପୁଲ ପିସ ଫୋର୍ସ । ଏହାର ଉଚିତ୍‌ ଜବାବ ଦିଆଯିବ ବୋଲି ସଙ୍ଗଠନର ଓଡ଼ିଶା ମୁଖ୍ୟ ଭାରତ ଭୂଷଣ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?