କନ୍ଧମାଳ

ଘାଟିରେ ପଥର ବୋଝେଇ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ

ଦାରିଙ୍ଗବାଡ଼ି,୨୮ା୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବାମୁଣୀଗାଁ ଥାନା ସିକରମାହା ଘାଟିରେ ସୋମବାର ସକାଳୁ ଏକ ପଥର ବୋଝେଇ ଟ୍ରାକ୍ଟର ଦୁର୍ଘଟଣା ହୋଇଛି। ଫଳରେ ଦାରିଙ୍ଗବାଡ଼ିଠାରୁ ବାମୁଣୀଗାଁ ପୂର୍ତ୍ତବିଭାଗ ରାସ୍ତାରେ ଯାତାୟାତ ଠପ୍‌ ହୋଇଯାଇଛି। ସେହି ରାସ୍ତାରେ ଏବେ ଏକାଧିକ ଗାଡ଼ି…

ଅସହ୍ୟ ଶୀତ, ଘନ କୁହୁଡ଼ି, ଗାଡ଼ି ଚଳାଚଳ ବାଧାପ୍ରାପ୍ତ

ଦାରିଙ୍ଗବାଡ଼ି,୨୮ା୧୧(ଡି.ଏନ୍‌.ଏ.): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ଗତ କିଛିଦିନର ବ୍ୟବଧାନ ପରେ ପୁଣି ଶୀତ ଫେରିଛି। ପାରଦ ତଳମୁହାଁ ହେବା ସହ କାକର ପଡ଼ିଛି। ଗଛ ଲତା, ରାତି ବାହାରେ ରଖାଯାଇଥିବା ଗାଡ଼ିମୋଟର ଉପରେ ପତଳା ତୁଷାର ଭଳି କାକର ପଡ଼ିଛି।…

ଫୁଲବାଣୀରେ ସର୍ବନିମ୍ନ ପାରଦ ୯.୫ ଡିଗ୍ରୀ

ଭୁବନେଶ୍ୱର,୨୮।୧୧(ବ୍ୟୁରୋ): ସାରା ଓଡ଼ିଶାରେ ଶୀତର ଲହରି ଜାରି ରହିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ୧୦ଡିଗ୍ରୀ ରହୁଛି। ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତର ପ୍ରଭାବ ଅଧିକ ଅନୁଭୂତ ହେଉଛି। ରବିବାର ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୯.୫ଡିଗ୍ରୀ ସହ ସବୁଠାରୁ ଥଣ୍ଡା…

କନ୍ଧମାଳରେ ଆରମ୍ଭ ହେଲା ଷ୍ଟ୍ରବେରୀ ଚାଷ

ଫୁଲବାଣୀ ଅଫିସ, ୨୭ା୧୧: କନ୍ଧମାଳ ଜିଲାରେ ଅଧିକ ଥଣ୍ଡା ପଡିବା ଏବଂ ଚାଷ ପାଇଁ ଉପଯୁକ୍ତ ତାପମାତ୍ରା ରହୁଥିବାରୁ ପ୍ରଥମଥର ପାଇଁ ପାଇଲଟିଂ ପ୍ରୋଜେକ୍ଟରେ ଷ୍ଟ୍ରବେରୀ ଚାଷ ଆରମ୍ଭ ହୋଇଛି । ଷ୍ଟ୍ରବେରୀ ଚାଷ ସାଧାରଣତଃ ୧୫ରୁ ୨୫ ଡିଗ୍ରୀ ତାପମାତ୍ରା…

ନିମ୍ନମାନର ମାଂସ ଭିଡିଓ ଭାଇରାଲ ପରେ ଚେତିଲା ପ୍ରଶାସନ

ଦାରିଙ୍ଗବାଡ଼ି,୨୬।୧୧(ଡି.ଏନ୍‌.ଏ): ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିକୁ ପର୍ଯ୍ୟଟକ ଆସି ଶୋଷଣର ଶିକାର ହେଉଛନ୍ତି। ପର୍ଯ୍ୟଟକଙ୍କ ଗହଳିକୁ ଦେଖି ଦୋକାନୀମାନେ ଚଢ଼ାଦରରେ ମାଛ, ମାଂସ ବିକ୍ରି କରୁଛନ୍ତି। ଏହି ସୁଯୋଗରେ କନ୍ଧମାଳ ହଳଦୀ ନାମରେ ଅପମିଶ୍ରଣ ହଳଦୀ ମଧ୍ୟ ବିକ୍ରି ହେଉଛି। ସେହିପରି…

ବାଇକ୍‌-ସ୍କୁଟି ମୁହାଁମୁହିଁ : ଶିକ୍ଷୟିତ୍ରୀଙ୍କ ସହ କିରାଣିଙ୍କ ମୃତ୍ୟୁ

ଜି.ଉଦୟଗିରି ୨୬।୧୧(ଡି.ଏନ୍‌. ଏ.): କନ୍ଧଳମାଳ ଜିଲା ଜି.ଉଦୟଗିରି ଥାନା ଅନ୍ତର୍ଗତ ନିଲୁଙ୍ଗିଆଠାରେ ଶନିବାର ସକାଳେ ଏକ ଦୁର୍ଘଟଣା ଘଟିଛି। ଏକ ସ୍କୁଟିକୁ ପଲସର ବାଇକ୍‌ ଧକ୍କା ଦେବା ଫଳରେ ଜଣେ ଶିକ୍ଷୟିତ୍ରୀଙ୍କ ସହ କିରାଣିଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଶିକ୍ଷୟିତ୍ରୀ…

ସଜେଇ ହେଉଛି ଇକୋରିଟ୍ରିଟ: ଡିସେମ୍ବର ପହିଲାରେ ଶୁଭାରମ୍ଭ

ଦାରିଙ୍ଗବାଡ଼ି,୨୫।୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକଠାରେ ତୃତୀୟ ବର୍ଷ ପାଇଁ ରାଜ୍ୟ ସରକାରଙ୍କ ଇକୋରିଟ୍ରିଟ ଦାରିଙ୍ଗବାଡ଼ିଠାରେ ହେଉଛି। ଏହି ପରିପ୍ରେକ୍ଷୀରେ ନୂତନ ଜମିରେ ଚଳିତ ବର୍ଷ ଇକୋରିଟ୍ରିଟ କରାଯାଉଥିବା ବେଳେ ଯୁଦ୍ଧକାଳୀନ ଭିତ୍ତିରେ ବହୁତ କମ୍‌ ସମୟ ମଧ୍ୟରେ ଏକ ପାହାଡ଼…

ବଢ଼ିଲା ଝୁଲା ବ୍ରିଜ୍‌ର ସୁରକ୍ଷା ଚିନ୍ତା

ବାଲିଗୁଡ଼ା,୨୪।୧୧(ଡି.ଏନ.ଏ): ବାଲିଗୁଡା ଆଦିବାସୀ ଉନ୍ନୟନ ବିଭାଗ ପକ୍ଷରୁ ବୁଡୃକିଆ ପଞ୍ଚାୟତ ଓ କୁଟିକିଆ ପଞ୍ଚାୟତକୁ ଯାତାୟତ ନିମନ୍ତେ ଚିରସ୍ରୋତା ଖଡ୍‌ଗ ନଦୀ ପଡେ। ସେହି ନଦୀ ଉପରେ ବାଲିଗୁଡା ଆଦିବାସୀ ଉନ୍ନୟନ ବିଭାଗ ପକ୍ଷରୁ ଏକ ଝୁଲାବ୍ରିଜ୍‌ ୨୦୧୧ରେ ନିର୍ମାଣ କରାଯାଇ…

ବାଲିଗୁଡ଼ାରେ ୩ଦିନ ହେଲା ବନ୍ଦ ରହିଛି ଜଳ ଯୋଗାଣ, ଲୋକେ ହନ୍ତସନ୍ତ

ବାଲିଗୁଡ଼ା,୨୪।୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଅଧିକାଂଶ ସମୟରେ ଜଳ ସମସ୍ୟା ଦେଖିବାକୁ ମିଳୁଛି। ଖରା, ବର୍ଷା, ଶୀତ ସବୁବେଳେ ଏହି ସମାନ ପରିସ୍ଥିତି ଉପୁଜିଛି। ବିଭାଗୀୟ ଅଧିକାରୀଙ୍କ ଦେଖା ମିଳୁ ନ ଥିବା ବେଳେ କର୍ମଚାରୀମାନଙ୍କୁ ସମସ୍ୟା…

ଦାରିଙ୍ଗବାଡିରେ ଶୀତ ଉଭାନ, ହେଉନି ପର୍ଯ୍ୟଟକଙ୍କ ଭିଡ

ଦାରିଙ୍ଗବାଡି,୨୩।୧୧(ଡି.ଏନ.ଏ.): ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଶୀତ ଉଦ୍ଭାନ ହୋଇଯାଇଛି। ଗତ ଏକ ସପ୍ତାହରେ ତାପମାତ୍ରା ୧୦ ଡିଗ୍ରୀରୁ ୧୫.୫ଡିଗ୍ରୀରେ ପହଞ୍ଚିଛି। ଫଳରେ ଶୀତରୁ ଟିକେ ନିସ୍ତାର ମିଳିଛି। ଚଳିତ ଥର ଶୀତ ବିଳମ୍ବରେ ଆସିଥିବା ବେଳେ…

କୁଟିଆ କନ୍ଧଙ୍କ ବିକାଶ ନାଁରେ ହରିଲୁଟ

ଫୁଲବାଣୀ ଅଫିସ, ୨୩।୧୧: କନ୍ଧମାଳ ଜିଲାରେ ଆଦିମ ଜନଜାତି (ପିଭିଟିଜି) କୁଟିଆ କନ୍ଧଙ୍କ ବିକାଶ ପାଇଁ ସରକାର ବହୁ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ବିକାଶ ନାମରେ ଏଠି ସବୁ ଅର୍ଥ ହରିଲୁଟ କରାଯାଉଛି ା କୁଟିଆ କନ୍ଧଙ୍କ ବିକାଶ…

ଅନିର୍ଦ୍ଦିଷ୍ଟ କାଳ ଅଙ୍ଗନଓ୍ବାଡି କର୍ମୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଜି. ଉଦୟଗିରି,୨୨।୧୧(ଡି.ଏନ୍‌.ଏ.): ଜି. ଉଦୟଗିରି ଆଇସିଡିଏସ୍‌ କାର୍ଯ୍ୟାଳୟ ସମ୍ମୁଖରେ ମଙ୍ଗଳବାର ବିଭିନ୍ନ ଦାବି ନେଇ ଅଙ୍ଗନଓ୍ବାଡି କର୍ମୀ ଏବଂ ସହାୟିକା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି । ରାଜ୍ୟ ସରକାର ବିଭିନ୍ନ ସମୟରେ ପ୍ରତିଶ୍ରୁତି ଦେଇ ମଧ୍ୟ ଦାବି ପୂରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?