ଜେଲ ଗଲେ ଫୁଲବାଣୀର ପୂର୍ବତନ ବିଧାୟକ

ଫୁଲବାଣୀ ଅଫିସ,୨୪ା୨: ପଥଚାରୀଙ୍କୁ ମାଡ଼ ମାରିବା ସହ ଟଙ୍କା ଲୁଟ ଅଭିଯୋଗରେ ମଙ୍ଗଳବାର ଫୁଲବାଣୀର ପୂର୍ବତନ ବିଜେଡି ବିଧାୟକ ଦେବେନ୍ଦ୍ର କହଁର ଗିରଫ ହୋଇଛନ୍ତି। ସେ ୨୦୦୯ରେ ଫୁଲବାଣୀରୁ ବିଧାୟକ ନିର୍ବାଚିତ ହୋଇଥିଲେ। ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ତାଙ୍କୁ ବିଜେଡି ପକ୍ଷରୁ ଟିକେଟ୍‌ ଦିଆଯାଇ ନ ଥିଲା। ଲୁଟ ଅଭିଯୋଗରେ ଟାଉନ୍‌ ଥାନା ପୋଲିସ ଦେବେନ୍ଦ୍ର ଓ ତାଙ୍କ ସହଯୋଗୀ କୁହାଯାଉଥିବା କନଷ୍ଟେବଳ ଶ୍ରୀନିବାସ କହଁରଙ୍କୁ ଗିରଫ ପରେ ଏସ୍‌ଡିଜେଏମ କୋର୍ଟକୁ ଚାଲାଣ କରିଥିଲା। ଜାମିନ ଖାରଜ ହେବାରୁ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ସରକାରୀ ଓକିଲ ଗୌରୀଶଙ୍କର ବେହେରା ସୂଚନା ଦେଇଛନ୍ତି। କନଷ୍ଟେବଳ ଶ୍ରୀନିବାସଙ୍କୁ କନ୍ଧମାଳ ଏସ୍‌ପି ଭିନୀତ ଅଗ୍ରଓ୍ବାଲ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ଗତ ୯ ତାରିଖରେ ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କଙ୍କିଳି ଗ୍ରାମର କାମାକ୍ଷା ବେହେରା କେତେଜଣ ସାଙ୍ଗଙ୍କ ସହ ମିଶି କାର୍‌ରେ ଗୋଚ୍ଛାପଡା ଥାନା ଅନ୍ତର୍ଗତ କାଶିନୀପଦର ଗ୍ରାମକୁ ଜଣେ ସମ୍ପର୍କୀୟଙ୍କ ଘରକୁ ଯାଉଥିଲେ। ସେମାନେ ରାସ୍ତା ଜାଣି ନ ଥିବାରୁ ସ୍ଥାନୀୟ ଲୋକଙ୍କୁ ବାଟ ପଚାରି ଯାଉଥିଲେ। ସନ୍ଧ୍ୟା ପ୍ରାୟ ୬ଟାରେ କଟ୍ରିଙ୍ଗିଆ-ଉର୍ମାଗଡ ରାସ୍ତାରେ ସହଯୋଗୀମାନଙ୍କ ସହ ଦେବେନ୍ଦ୍ର ନିଜକୁ ପୋଲିସ ପରିଚୟ ଦେଇ କାମାକ୍ଷାଙ୍କ କାର୍‌ ଅଟକାଇ ତୁମେମାନେ କିଏ ବୋଲି ପଚାରିଥିଲେ। କାମାକ୍ଷା ନିଜର ଓ ତାଙ୍କ ସାଙ୍ଗମାନଙ୍କ ପରିଚୟ ଦେଇଥିଲେ ମଧ୍ୟ ସେମାନେ ନ ଛାଡ଼ି ଥାନାକୁ ଚାଲ ବୋଲି କହିଥିଲେ। ପରେ ଅଭିଯୁକ୍ତମାନେ ସମସ୍ତଙ୍କୁ ଜୋର୍‌ଜବରଦସ୍ତ ଫୁଲବାଣୀ ଆଣି ଏକ ଘରେ ବନ୍ଦ କରି ରଖିବା ସହ ମାର୍‌ପିଟ କରିଥିଲେ। ଦେବେନ୍ଦ୍ର ଓ ତାଙ୍କ ସହଯୋଗୀମାନେ କାମାକ୍ଷାଙ୍କ ସାଙ୍ଗ ଜାମିଲଙ୍କଠାରୁ ୧୦ ହଜାର ଟଙ୍କା ଛଡାଇ ନେବା ସହ ଅନ୍ୟ ଜଣେ ସାଙ୍ଗ ଖାଲିଦଙ୍କୁ ନିକଟସ୍ଥ ଏଟିଏମ୍‌କୁ ନେଇ ୨୦ ହଜାର ଟଙ୍କା ଉଠାଇ ନେଇଥିଲେ। ପରେ ସମସ୍ତଙ୍କୁ ଛାଡ଼ି ଦେଇଥିଲେ। କାମାକ୍ଷା ଏ ନେଇ ଫୁଲବାଣୀ ଟାଉନ ଥାନାରେ ଅଭିଯୋଗ କରିଥିଲେ। ଦେବେନ୍ଦ୍ର ଓ ଅନ୍ୟ ଅଭିଯୁକ୍ତମାନଙ୍କ ବିରୋଧରେ ଆଇପିସି ଧାରା ୩୪୧/୩୨୩/୩୮୪/୩୯୫/୫୦୬ ଅନୁଯାୟୀ ନଂ.୨୪/୨୧ରେ ମାମଲା ରୁଜୁ ହୋଇଛି। ପୂର୍ବତନ ବିଧାୟକଙ୍କ ଏପରି କାରନାମା ଓ ଗିରଫଦାରି ଫୁଲବାଣୀରେ ଚର୍ଚ୍ଚାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିଡିଓ କଲ୍‌ରେ ଲୋକଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ, ନେଲେ ଏସବୁର ଅପ୍‌ଡେଟ୍‌…

ଭୁବନେଶ୍ବର,୧୬।୪ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଏସ୍‌ କଲ୍‌ ପରେ ଏବେ ଭିଡିଓ କଲ୍‌ ଯୋଗେ ଲୋକଙ୍କ ସହ କଥା ହୋଇଛନ୍ତି। ମଙ୍ଗଳବାର ସେ ଭିଡିଓ...

ଦଳରେ ଅଣଦେଖା! ବିଶେଶ୍ୱର ଟୁଡୁଙ୍କୁ ଟିକେଟ ଦେଇନି ଭାଜପା

ଭୁବନେଶ୍ବର,୧୬।୪: ରାଜ୍ୟରେ ଆଉ ୨୧ ବିଧାନସଭା ଆସନ ଲାଗି ଭାଜପା ପକ୍ଷରୁ ମଙ୍ଗଳବାର ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏଥିରେ ଦଳ ରାଉରକେଲାରୁ ବରିଷ୍ଠ ନେତା...

ଦ୍ୱିତୀୟ ସ୍ଥାନରେ ଓଡ଼ିଆ ପୁଅ ଅନିମେଶ ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର,୧୬।୪: ୟୁପିଏସସି ସିଭିଲ୍‌ ସର୍ଭିସେସ୍‌ର ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି। ୨୦୨୩ ଆଇଏଏସ୍‌ ଫଳାଫଳ ଅନୁଯାୟୀ ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର ହୋଇଛନ୍ତି । ଦ୍ୱିତୀୟ ସ୍ଥାନରେ...

ଫେରାର କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ

କାଳିଆ ପାଣି,୧୬।୪:(ଅସିତ ମହାନ୍ତ): ଯାଜପୁର ଜିଲା କାଳିଆପାଣି ଥାନା ଅଧୀନ ପାନାସିଆ ଗାଁର ଜଣେ ବିଚାରଧୀନ ଫେରାର କଏଦୀଙ୍କ ମଙ୍ଗଳବାର ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ...

ମହିଷମର୍ଦ୍ଦିନୀ ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୧୬।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ତାରାତାରିଣୀଙ୍କ ଚତୁର୍ଥପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ପ୍ରବଳ ଜନ ସମାଗମ ହୋଇଛି। ଏନେଇ ରତ୍ନଗିରି ପାହାଡ଼...

ଏହି ଆସନରେ ପ୍ରାର୍ଥୀ ବଦଳାଇଲା ଭାଜପା: କର୍ମୀଙ୍କ ମଧ୍ୟରେ ଖୁସିର ମାହୋଲ

ପଟ୍ଟାଙ୍ଗି,୧୬।୦୪(ଶରତ ଧଳ): କୋରାପୁଟ ଲୋକ ସଭା ଅଧିନସ୍ଥ ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀକୁ ହାତେଇବା ପାଇଁ ତିନି ଦଳ ମଧ୍ୟରେ ଆଗଭର ଦେଖାଦେଇଛି। ଏଥିପାଇଁ ଦଳୀୟ କର୍ମୀଙ୍କ...

ଦଳରେ ମିଶୁମିଶୁ ମିଳିଗଲା ଟିକେଟ

ଭୁବନେଶ୍ୱର,୧୨।୪: ଭାଜପା ମଙ୍ଗଳବାର ୨୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ କୋରାପୁଟ ଜିଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବତନ ବିଧାୟକ କୈଳାଶ...

ଏଥର ବି ଝୁଲି ରହିଲା କଟକର ୨ ଆସନ

ଭୁବନେଶ୍ୱର,୧୬।୪: ଓଡ଼ିଶାରେ ହେବାକୁ ଥିବା ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଭାରତୀୟ ଜନତା ପାର୍ଟି (ଭାଜପା)। ଏଥର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri