ବିଦ୍ୟୁତ୍‌ ଆଘାତରେ ବଳଦ ମୃତ୍ୟୁ ଘଟଣା: ମାନବାଧିକାର କମିଶନଙ୍କ ରିପୋର୍ଟ ତଲବ

ଜୁନାଗଡ଼,୨୦।୧୦(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ୍‌ ଅଧୀନ ଆଟିଗାଁରେ ବିଦ୍ୟତ୍‌ ଆଘାତରେ ଗୋଟିଏ ବଳଦର ମୃତ୍ୟୁ ଓ ମାଲିକ ଆହତ ଘଟଣାରେ ଜାତୀୟ ମାନବାଧିକାର କମିଶନ ହସ୍ତକ୍ଷେପ କରିଛନ୍ତି। ବିଦ୍ୟୁତ୍‌ ବିଭାଗକୁ କମିଶନ ରିପୋର୍ଟ ତଲବ କରିଛି। ଅକ୍ଟୋବର ୫ ତାରିଖ ଆଟିଗାଁର ନବୀନ ଦଣ୍ଡସେନା ତାଙ୍କ ବଳଦକୁ ନେଇ ଜମିକୁ ଯାଉଥିଲେ । ତେଲନଦୀ ନିକଟରେ ଛିଣ୍ଡି ପଡିଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଗୋଟିଏ ବଳଦର ମୃତ୍ୟୁ ଘଟିଥିଲା । ବଳଦକୁ ରକ୍ଷା କରିବାକୁ ଯାଇ ନିଜେ ନବୀନ ଆହତ ହୋଇଥିଲେ । ଏହି ଘଟଣାକୁ ନେଇ ମାନବାଧିକାର କର୍ମୀ ଦିଲ୍ଲୀପ କୁମାର ଦାସ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିବା ସହିତ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଥିଲେ। ଶକ୍ତି ବିଭାଗର ତଦନ୍ତ ଅନୁଯାୟୀ ୱେସ୍କୋ କର୍ତ୍ତୃପକ୍ଷ ବିନା କିଟ୍‌କାଟ୍‌ ସଂଯୋଗ ଓ ବେନିୟମ ଭାବରେ ଗାଁର ଚାଷୀମାନଙ୍କୁ ବିଦ୍ୟୁତ ସଂଯୋଗ ଦେଉଥିଲେ। ତଦାରଖ ନ ହେବା ତଥା କାର୍ଯ୍ୟରେ ଅବହେଳା ହେତୁ ତାର ଛିଣ୍ଡି ପଡିଥିଲା । ଏହାକୁ ବିଚାରକୁ ନେଇ ଜାତୀୟ ମାନବାଧିକାର କମିଶନ କ୍ଷତିପୂରଣ ବାବଦକୁ ୨ ଲକ୍ଷ ଟଙ୍କା କାହିଁକି ଦିଆଯିବ ନାହିଁ ସେ ନେଇ ୬ ସପ୍ତାହ ମଧ୍ୟରେ ଜଣାଇବାକୁ ଶକ୍ତି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ସମ୍ପୃକ୍ତ ଚାଷୀଙ୍କ ଏଭଳି ଦୁର୍ଦ୍ଦଶା ପାଇଁ ଦାୟୀ ହୋଇଥିବା ୱେସ୍କୋ ଅଧିକାରୀଙ୍କ ବିରୋଧରେ କି ପ୍ରକାର ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତାହା ମଧ୍ୟ ୬ ସପ୍ତାହ ମଧ୍ୟରେ ଜଣାଇବାକୁ ଶକ୍ତି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦୀପ୍ତଙ୍କୁ ରୋକିବାକୁ ବିଜେଡିର ମହିଳା କାର୍ଡ

ଭବାନୀପାଟଣା,୨୪।୪(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ବିଧାନସଭା ଆସନ ପାଇଁ ପ୍ରମୁଖ ରାଜନୈତିକ ଦଳ ଭାଜପା, ବିଜେଡି ଓ କଂଗ୍ରେସ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି।...

ମତଦାନ କେନ୍ଦ୍ର ନ ହେଲେ ଭୋଟ୍‌ ବର୍ଜନ କରିବେ ଗ୍ରାମବାସୀ

କୋକସରା,୨୦ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଗମ୍ଭାରୀଗୁଡ଼ା ପଞ୍ଚାୟତ ସିର୍ଲିଗୁଡା ହେଉଛି ଏକ ରାଜସ୍ବ ଗ୍ରାମ। ତେବେ ଏହି ଗ୍ରାମର ଭୋଟର ପ୍ରତିବର୍ଷ...

ଅସ୍ଥିଶଲ୍ୟ ବିଭାଗରେ ଅସ୍ତ୍ରୋପଚାର ଠପ୍‌

ଭବାନୀପାଟଣା,୧୮।୪(ଉତ୍ତମ କୁମାର ଦାଶ)କଳାହାଣ୍ଡିବାସୀ ମେଡ଼ିକାଲ କଲେଜ ଆରମ୍ଭ ହେବାରୁ ଖୁସୀ ହୋଇଥିଲେ। ହେଲେ ଜିଲା ହସ୍ପିଟାଲ ଓ ଶହୀଦ ରେଣ୍ଡୋ ମାଝି ମେଡ଼ିକାଲ କଲେଜ ମଧ୍ୟରେ...

ତ୍ରିମୁଖୀ ଟକ୍କର ସମ୍ଭାବନା

ଗୋଲାମୁଣ୍ଡା,୧୭।୪(ବଟକୃଷ୍ଣ ପଣ୍ଡା):କଳାହାଣ୍ଡି ଜିଲା ଜୁନାଗଡ଼ ବିଧାନସଭା କ୍ଷେତ୍ରରେ ରାଜନୈତିକ ଉଷ୍ମତା ଦିନକୁ ଦିନ ବୃଦ୍ଧି ପାଉଛି। ଏହି ବିଧାନସଭା କ୍ଷେତ୍ର ପାଇଁ ୩ ପ୍ରମୁଖ ଦଳ...

ବିଜେଡିରୁ ଇସ୍ତଫା ଦେଲେ ଚିତ୍ତରଞ୍ଜନ

ଭବାନୀପାଟଣା/ନର୍ଲା,୧୫।୪(ଉତ୍ତମ କୁମାର ଦାଶ/ ସନ୍ତୋଷ ପାତ୍ର): ସାଧାରଣ ନିର୍ବାଚନ ପୂର୍ବରୁ କଳାହାଣ୍ଡି ବିଜେଡିକୁ ଶକ୍ତ ଧକ୍କା ଲାଗିଛି। ସୋମବାର ବିଜେଡିରୁ ରାଜ୍ୟ ସମ୍ପାଦକ ଚିତ୍ତରଞ୍ଜନ ମଣ୍ଡଳ...

ଶଙ୍ଖ ଛାଡି ପଦ୍ମ ଧରିଲେ ଶର୍ମିଷ୍ଠା

ଭବାନୀପାଟଣା,୧୫।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ନିକଟସ୍ଥ ସିଂଝରଣଠାରେ ରବିବାର ଭାଜପାର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଜେଡି, କଂଗ୍ରେସର ଅନେକ କାର୍ଯ୍ୟକର୍ତ୍ତା...

ଅଧିଷ୍ଠାତ୍ରୀ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ଆରମ୍ଭ

କୋକସରା,୧୫।୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଶୀ): କଳାହାଣ୍ଡି ଜିଲା କୋକସରା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ଠାକୁରାଣୀଙ୍କ ଚୈତ୍ରଯାତ୍ରା ପାଇଁ ଚଳଚଞ୍ଚଳ ହୋଇଉଠିଛି ଗାଁ ଦାଣ୍ଡ। ସୋମବାର ସକାଳୁ...

୫ରୁ ୨ଟି ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ

ଲାଞ୍ଜିଗଡ଼,୧୫।୪(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ତ୍ରିଲୋଚନପୁର ପଞ୍ଚାୟତରେ ସମନ୍ବିତ ଶିଶୁ ବିକାଶ ଯୋଜନା ଫେଲ୍‌ ହୋଇଥିବା ଅଭିଯୋଗ ହେଉଛି। ତ୍ରିଲୋଚନପୁର ପଞ୍ଚାୟତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri