ଆବାସ ଯୋଜନାରୁ ବଞ୍ଚିତ ରହିଛନ୍ତି ପାଞ୍ଚ ଗାଁର ଲୋକେ

କୋକସରା, ୨୦ା୧୦(ଡି.ଏନ.ଏ.)
କଳାହାଣ୍ଡି ଜିଲା କୋକସରା ବ୍ଲକ ସାନପୋଡାଗୁଡା ରାଜସ୍ବ ଗ୍ରାମ ଅଧୀନରେ ଥିବା ୫ ଖଣ୍ଡ ଗ୍ରାମର ଲୋକେ ଗତ ୫ବର୍ଷ ହେବ ଆବାସ ଯୋଜନାରେ ଘର ପାଉନାହାନ୍ତି। ଏ ନେଇ ସୋମବାର ସେମାନେ ବିଡ଼ିଓଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ, ସାନ ପୋଡାଗୁଡା ପଞ୍ଚାୟତ ଅଧୀନରେ ଥିବା କୁଲେରଗୁଡା, ସୌରିପଡା, କଲୋନୀପଡା, ଆମପଡା, ସିନାପଡା ସମେତ ପୋଡାଗୁଡା ଗାଁରେ ରହୁଥିବା ଶତାଧିକ ବାସହୀନ ପରିବାରକୁ ଗତ ୫ବର୍ଷ ହେବ ଆବାସ ଯୋଜନାରେ ଘର ମିଳିନାହିଁ। ଏ ନେଇ ସେମାନେ ପଞ୍ଚାୟତଠାରୁ ଆରମ୍ଭ କରି ଜିଲା ପ୍ରଶାସନ ଯାଏ ଜଣାଇଥିଲେ ବି କୌଣସି ସୁଫଳ ମିଳିନାହିଁ। ଫଳରେ ସେମାନେ ଏବେ ବି ଝାଟି ମାଟି କୁଡିଆ ଘରେ ବାସ କରୁଛନ୍ତି। ଭାଜପା ଯୁବନେତା ଲକ୍ଷ୍ମୀକାନ୍ତ ବାଗଙ୍କ ନେତୃତ୍ୱରେ ଉପରୋକ୍ତା ଗଁାର ଅଧିବାସୀମାନେ ପରେ ବିଡ଼ିଓ ମନିଷା ଦାସଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଆଗାମୀ ଦିନରେ ଏ ଦିଗରେ କୌଣସି ପଦକ୍ଷେପ ନ ନେଲେ ଆନ୍ଦୋଳନାତ୍ମକପନ୍ଥା ଗ୍ରହଣ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ବିଡ଼ିଓ ଦାସ କହିଛନ୍ତି ଯେ, ସେମାନଙ୍କ ଇନକ୍ଲୁଜନ ଲିଷ୍ଟ ହୋଇଯାଇଛି। ଆସନ୍ତା ବର୍ଷରୁ ଆବାସ ଯୋଜନାରେ ସେମାନେ ଘର ପାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ, ଅପରାହ୍ନରୁ ଦର୍ଶନ ବନ୍ଦ

ପୁରୀ ଅଫିସ,୮।୭: ଆଜି ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ଓ ଶନିବାର ବାହୁଡ଼ା ଯାତ୍ରା। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଉଛି । ହେଲେ ସା...

ଚଳିତ ବର୍ଷ ମେଧାବୀ ଛାତ୍ରୀଛାତ୍ରଙ୍କୁ ମିଳିବ ନାହିଁ ଲାପଟପ୍‌

ଭୁବନେଶ୍ୱର,୨।୩: ପ୍ରତ୍ୟେକ ବର୍ଷ ଯୁକ୍ତ ଦୁଇ ପରୀକ୍ଷାରେ ଭଲ ପ୍ରଦର୍ଶନ କରିଥିବା ରାଜ୍ୟର ୧୫ ହଜାର ମେଧାବୀ ଛାତ୍ରୀଛାତ୍ରଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ବିଜୁ ଯୁବ...

‘ଅଙ୍ଗଦାନ ପାଇଁ ରାଜ୍ୟରେ ବ୍ୟାପକ ସମ୍ଭାବନା ଅଛି’

କଟକ ଅଫିସ,୨୮ା୧୧: ଗତ ଫେବୃୟାରୀ ୪ତାରିଖରେ ଓଡ଼ିିଶାରେ କାଡାଭରିକ (ମୃତ୍ୟୁବେଳେ ଅଙ୍ଗଦାନ) ପ୍ରକ୍ରିୟା ଆରମ୍ଭ ହୋଇଥିଲା। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କେବଳ ୩ଜଣ ଅଙ୍ଗଦାନ କରିଛନ୍ତି।...

ଯାତ୍ରୀବାହୀ ଟ୍ରେନ ଚଳାଚଳ ଦାବି: ଆଜି ରେଳରୋକୋ

କେନ୍ଦ୍ରାପଡ଼ା ଅଫିସ, ୧୦।୧୧: କେନ୍ଦ୍ରାପଡ଼ା ଜିଲାକୁ ୨୦୨୦ ଜୁଲାଇ ୨୪ଠାରୁ ମାଲବାହୀ ଟ୍ରେନ ଚଳାଚଳ ଆରମ୍ଭ ହୋଇଛି। ଏହା ପରେ ରେଳ ବିହୀନ ଜିଲାରୁ କେନ୍ଦ୍ରାପଡ଼ାର...

ଗୋଟିଏ ନୃତ୍ୟରେ ଦୁଇଟି ରାଜ୍ୟର ସଂସ୍କୃତି

କଟକ ଅଫିସ,୧୬।୧୧: ବାଲିଯାତ୍ରାର ଚତୁର୍ଥ ସନ୍ଧ୍ୟାରେ ଗଣକବି ବୈଷ୍ଣବ ପାଣି ମଞ୍ଚରେ ଶ୍ରୀଜନ ଛାନ୍ଦ ଡ୍ୟାନ୍ସ ଗ୍ରୁପର ଗୋଟିଏ ନୃତ୍ୟରେ ଦୁଇଟି ରାଜ୍ୟର ସଂସ୍କୃତି ଓ...

କୋମ୍ବିଂବେଳେ ବିପୁଳ ପରିମାଣର ବିସ୍ଫୋରକ, ଅସ୍ତ୍ରଶସ୍ତ୍ର ଜବତ

ମାଲକାନଗିରି,୨୬ା୧୦(ସ୍ବ.ପ୍ର.): ମାଲକାନଗିରି ଜିଲା ବିଚ୍ଛିନ୍ନାଞ୍ଚଳରୁ ସୋମବାର ସୁରକ୍ଷା କର୍ମୀଙ୍କ ଦ୍ୱାରା ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ ଏବଂ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ମାଓବାଦୀଙ୍କ ଚଳପ୍ରଚଳ ନେଇ...

୭ ହଜାର ଉପରେ ଦୈନିକ ସଂକ୍ରମଣ: ଆଜି ୭୪୨୬ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୨୬।୧(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉଛି। ସଂକ୍ରମଣ ହୁ ହୁ ହୋଇ ବଢ଼ୁଛି। ବୁଧବାର ରାଜ୍ୟରେ ୭୪୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ...

ଆଜିଠୁ ଲଘୁଚାପ ବର୍ଷା

ଭୁବନେଶ୍ୱର,୨୭। ୭(ବ୍ୟୁରୋ): ଉତ୍ତର ବଙ୍ଗୋପସାଗର ଏବଂ ବାଂଲାଦେଶ ଉପକୂଳରେ ମଙ୍ଗଳବାର ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ମଙ୍ଗଳବାର ରାତିରୁ...

Advertisement
Archives

Model This Week