ରାସ୍ତା ପାଇଁ ହୀନସ୍ତା ମଙ୍ଗଳପୁର ଗ୍ରାମବାସୀ

କୋକସରା, ୧୮।୧୦ (ଡି.ଏନ.ଏ.) କଳାହାଣ୍ଡି ଜିଲା କୋକସରା ବ୍ଲକ ସାନପୋଡାଗୁଡା ପଞ୍ଚାୟତର ଅଧିକାଂଶ ରାସ୍ତା ଶୋଚନୀୟ ଅବସ୍ଥାରେ ରହିଛି। ମଙ୍ଗଳପୁର ଏକ ରାଜସ୍ବ ଗ୍ରାମ ହୋଇଥିବା ସ୍ଥଳେ ଏହି ଗ୍ରାମକୁ ନାହିଁ ଭଲ ରାସ୍ତା। ଖରା ଓ ଶୀତ ଦିନରେ କୌଣସି ପ୍ରକାରେ କାମ ଚଳି ଯାଉଥିବା ବେଳେ ବର୍ଷା ଦନେ ଅବସ୍ଥା ସଙ୍ଗୀନ ହେଉଛି। ବର୍ଷାରେ ମାଟି କାଦୁଅ ରାସ୍ତା କର୍ଦ୍ଦମାକ୍ତ ଯୋଗୁ ହୀନସ୍ତା ହେଉଛନ୍ତି ମଙ୍ଗଳପୁର ଗ୍ରାମବାସୀ। ଗତବର୍ଷ ଏହି ରାସ୍ତାରେ ପଞ୍ଚାୟତ ତରଫରୁ ମୋରମ ପଡିଥିଲା। ହେଲେ ମାଟି ମିଶା ମୋରମ ଯୋଗୁଁ ରାସ୍ତାରେ ଯାତାୟାତ ବେଳେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିବା କହିଛନ୍ତି ଗ୍ରାମବାସୀ। ସ୍ଥାନୀୟ ସରପଞ୍ଚଙ୍କଠାରୁ ବ୍ଲକ ପ୍ରଶାସନ ଯାଏ ଏ ନେଇ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବି କେବଳ ପ୍ରତିଶ୍ରୁତି ମିଳିଛି। ଏହାକୁ ନେଇ ଗ୍ରାମବାସୀଙ୍କ ମନରେ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି। ଶୁକ୍ରବାର ମଙ୍ଗଳପୁର ଗ୍ରାମବାସୀ ଗଣମାଧ୍ୟମ ପ୍ରତିନିଧିଙ୍କୁ ଡାକି ଅଭିଯୋଗ କରିଛନ୍ତି। ଆଗାମୀ ଦିନରେ ରାସ୍ତା ପାଇଁ କୌଣସି ପଦକ୍ଷେପ ନ ନେଲେ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି ମଙ୍ଗଳପୁର ଗ୍ରାମବାସୀ ।


Enter your email to get our daily news in your inbox.

All Right Reserved By Dharitri.Com

ସହ ରାଜସ୍ବ ନିରୀକ୍ଷକଙ୍କୁ ଆକ୍ରମଣ: କୋଲକାତାରୁ ଅଭିଯୁକ୍ତଙ୍କୁ ଧରିଲା ପୋଲିସ

ବାସୁଦେବପୁର,୩।୩(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ତହସିଲ ଅଧୀନ ବେତଡ଼ା ସହ ରାଜସ୍ବ ନିରୀକ୍ଷକ ସୁରେଶ ଚନ୍ଦ୍ର ସିହ୍ନାଙ୍କୁ ଗତ ୧୪ ତାରିଖରେ ଆକ୍ରମଣ କରାଯାଇଥିଲା। ଏହି ଘଟଣାରେ...

ହାଟବେଳେ ଭୁଶୁଡ଼ିଲା ପରିତ୍ୟକ୍ତ ରାଇସ୍‌ ମିଲ୍‌ ପାଚେରି; ଚପିଗଲା ଚାରି ଜୀବନ

ଢେଙ୍କାନାଳ ଅଫିସ,୧୦ା୬ ହାଟର ନାଁ ଅଳସୁଆ। ହେଲେ ହାଟୁଆମାନେ ଆଦୌ ଅଳସୁଆ ନୁହନ୍ତି। ସେଥିପାଇଁ ପ୍ରତି ସପ୍ତାହର ଶେଷ ଦିନରେ ଭାରି ଭିଡ଼ ହୁଏ ଢେଙ୍କାନାଳ...

ଋଣ ଦେବା ନାମରେ ୨୩ଲକ୍ଷ ଠକେଇ: ଧାରଣା ଦେଲେ ସଂଯୋଜକ

ଖଇରା, ୨୬।୨(ଡି.ଏନ.ଏ.): ଋଣ ଯୋଗାଇ ଦେବାର ପ୍ରଲୋଭନ ଦେଖାଇ ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଗଣ୍ଡିବେଡ ଅଞ୍ଚଳର...

ଛାତ ପଡ଼ି ଶ୍ରମିକଙ୍କ ଜୀବନ ଗଲା

ବଲାଙ୍ଗୀର ଅଫିସ,୧୩ା୭: ବଲାଙ୍ଗୀର ସହର ତୁଲସୀନଗର ପଡ଼ାରେ ଏକ ଅଘଟଣ ଘଟିଛି। ସେଣ୍ଟ୍ରିଂ ଖୋଲୁଥିବା ବେଳେ ଘର ଛାତ ପଡ଼ି ଜଣେ ଶ୍ରମିକଙ୍କ ଜୀବନ ଯାଇଛି।...

କୂଅ ଖୋଳିବାକୁ ଯାଇ ହାତୀ ଆକ୍ରମଣରେ ପ୍ରାଣ ହରାଇଲେ

ନିରାକାରପୁର,୨୭।୫(ଡି.ଏନ.ଏ): କୂଅ ଖୋଳିବାକୁ ଆସି ହାତୀ ଆକ୍ରମଣରେ ପ୍ରାଣ ହରାଇଲେ ଜଣେ ବୟସ୍କ। ଏପରି ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲା ଟାଙ୍ଗୀ ବନାଞ୍ଚଳ ଅନ୍ତର୍ଗତ...

ପଞ୍ଚାୟତ ଅଧିକାରୀଙ୍କୁ ଆକ୍ରମଣ କରି ଗିରଫ ହେଲେ ସରପଞ୍ଚଙ୍କ ପୁଅ

ବୁଗୁଡ଼ା,୨୦।୩(ଡି.ଏନ.ଏ.): ଫେବୃୟାରୀ ୨୬ ରାତିରେ ୪୧ ନମ୍ବର ଜୋନ୍‌ର ଭୋଟ ଗଣତି ସାରି ଫେରୁଥିବା ବେଳେ ବୁଗୁଡ଼ା ବ୍ଲକ ଛକରେ ଗୋଲିଆ ପଞ୍ଚାୟତ ନିର୍ବାହୀ ଅଧିକାରୀ...

ସନ୍ଧ୍ୟା ହେଲେ ସହରରେ ଅନ୍ଧାର ଭୟ

ଜଗତ୍‌ସିଂହପୁର ଅଫିସ,୭ା୪: ସନ୍ଧ୍ୟା ହେଲେ ଜଗତ୍‌ସିଂହପୁର ସହରରେ ଲୋକଙ୍କୁ ଅନ୍ଧାରୀ ଭୟ ଘାରୁଛି। କାରଣ ସହରର ପାଖାପାଖି ୬୦୦ ଖୁଣ୍ଟରେ ଏଲ୍‌ଇଡି ଲାଇଟ୍‌ ଜଳୁନି। ରାତିରେ...

ଆୟୁର୍ବେଦିକ, ହୋମିଓପାଥିକ୍‌ କଲେଜ ଖୋଲିବାକୁ ଅନୁମତି

ଭୁବନେଶ୍ୱର,୧୫।୧୨(ବ୍ୟୁରୋ): ରାଜ୍ୟର ସମସ୍ତ ଆୟୁର୍ବେଦିକ ଓ ହୋମିଓପାଥିକ୍‌ କଲେଜ ଖୋଲିବା ପାଇଁ ସୋମବାର ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ସାମାଜିକ ଦୂରତ୍ୱ ଓ କୋଭିଡ୍‌ ଗାଇଡ୍‌ଲାଇନ...

Advertisement
Archives

Model This Week