ଆଇପିଏଲ ସଟ୍ଟା ବେଟିଂ ଅଭିଯୋଗରେ ଜଣେ ଗିରଫ: ଟଙ୍କା, ମୋବାଇଲ ଜବତ

ଜୁନାଗଡ଼,୨୦।୧୦(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ନକଟିଗୁଡା ଗ୍ରାମରେ ଆଇପିଏଲ ସଟ୍ଟା ବେଟିଂ ଅଭିଯୋଗରେ ମଙ୍ଗଳବାର ଜଣକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ସେ ହେଲେ ନକଟିଗୁଡା ବନ୍ଦପଡ଼ାର ଅଜୟ କୁମାର ମେହେର(୪୩)।
ପୋଲିସ ସୂତ୍ରରୁ ପ୍ରକାଶ ଯେ, ନକଟିଗୁଡା ଗ୍ରାମରେ ଆଇପିଏଲ ସଟାବେଟିଂ ହେଉଥିବା ନେଇ ପୋଲିସ ଖବର ପାଇଥିଲା। ଥାନା ଅଧିକାରୀ ଉତ୍ତମ କୁମାର ସାହୁଙ୍କ ନେତୃତ୍ତ୍ୱରେ ଏକ ଟିମ୍‌ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରି ଚଢ଼ାଉ କରାଯାଇଥିଲା। ଅଜୟ ନିଜ ଦୋକାନରେ ଆଇପିଏଲ ସଟ୍ଟା ବେଟିଂ କରୁଥିବା ବେଳେ ପୁଲିସ ତାଙ୍କୁ ଗିରଫ କରିଥିଲା। ତାଙ୍କ ନିକଟରୁ ଆଇପିଏଲ ସଟ୍ଟା କାଗଜ, ୩୪୫୦ ଟଙ୍କା, ଗୋଟିଏ ସାମ୍‌ସଙ୍ଗ ମୋବାଇଲ ଫୋନ ଏବଂ ଗୋଟିଏ ଆଇପିଏଲ ଫଟୋ ଜବତ କରାଯାଇଛି। ଏ ନେଇ ଥାନାରେ ଏକ ମାମଲା (ନଂ. ୨୯୬/୨୦) ରୁଜୁ ହୋଇଛି। ଗିରଫ ପରେ ଅଜୟଙ୍କୁ କୋର୍ଟଚାଲାଣ କରାଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଶୂନ’ ମୃତ୍ୟୁ, ପ୍ଲାଜ୍‌ମା ଦାନ ପ୍ରାଥମିକତା

କଟକ ଅଫିସ,୮।୮: କଟକ ଜିଲାରେ ପ୍ଲାଜ୍‌ମା ସଂଗ୍ରହ ବ୍ୟାପକ କରାଯିବ। ଏନେଇ ଜିଲାପାଳ ଭବାନୀ ଶଙ୍କର ଚୟନୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ବୈଠକ ବସିଥିଲା। ଏଥିରେ ପଞ୍ଚାୟତିରାଜ...

କରୋନା ଛଡ଼ାଇନେଲା ସବୁ, ପଢ଼ିବା, ଚଳିବା କଷ୍ଟ

ପୋଲସରା,୧୨ା୫(ଡି.ଏନ.ଏ.)-ସାରା ବିଶ୍ୱକୁ ଗ୍ରାସିଛି କରୋନା। ଏଥିରେ ଗଲାଣି ୨ ଲକ୍ଷରୁ ଊର୍ଦ୍ଧ୍ୱ ଜୀବନ। କରୋନାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ବହୁ ପ୍ରଚେଷ୍ଟା...

୬ ଅନାଥ ଭଉଣୀଭାଇ ନିରାଶ୍ରୟ

କେନ୍ଦୁଝର,୨୫ା୬ (ସ୍ବ.ପ୍ର.)-ଅନାଥ ହୋଇପଡ଼ିଛନ୍ତି ୬ ଭାଇଭଉଣୀ। ସରକାର ଶିଶୁ ମାନଙ୍କ ପାଇଁ ବିଭିନ୍ନ ଯୋଜନା କରୁଥିବାବେଳେ ଏହି ଶିଶୁମାନେ ସବୁ ପ୍ରକାର ଯୋଜନାରୁ ବଞ୍ଚିତ ହୋଇପଡ଼ିଛନ୍ତି।...

ଆଳିଜଙ୍ଗା-ନାଗପୁରା-ନିଳିକଣା ରାସ୍ତା ବିପର୍ଯ୍ୟସ୍ତ

କେନ୍ଦ୍ରାପଡ଼ା ଅଫିସ, ୧୯ା୯:ଦେଶ ବିକାଶରେ ସଡ଼କ ଯୋଗାଯୋଗ ପଥର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଯୋଜନା ପ୍ରଣୟନ କରି ଅନୁଦାନ ପ୍ରଦାନ...

ରଜନୀରାଣୀ ହେଲେ ଆନନ୍ଦପୁର ପୌରାଧ୍ୟକ୍ଷା

ଆନନ୍ଦପୁର,୨୬ା୩(ସ୍ବ.ପ୍ର.): ଆନନ୍ଦପୁର ପୌରପାଳିକାର ନୂତନ ପୌରାଧ୍ୟକ୍ଷା ଭାବେ ରଜନୀରାଣୀ ଖଟୁଆ ନିର୍ବାଚିତ ହୋଇଛନ୍ତି। ଆନନ୍ଦପୁର ପୌରପରିଷଦ ଅଧ୍ୟକ୍ଷ ପଦବୀ ପାଇଁ ୫ ଜଣ ପ୍ରାର୍ଥୀ ନିର୍ବାଚନ...

ଡେରାବିଶରେ ସାରର ଉତ୍କଟ ଅଭାବ: ମୁଣ୍ଡରେ ହାତଦେଇ ବସିଛନ୍ତି ଚାଷୀ

ଡେରାବିଶ,୧।୯(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଳକରେ ସାର ଯୋଗାଣ ସମ୍ପୂର୍ଣ୍ଣ ଫେଲ୍‌ ମାରିଛି । ବର୍ଷାର ଲୁଚକାଳି ଖେଳ ସହ ସଂଗ୍ରାମ କରି ଡେରାବିଶ ବ୍ଳକ...

ଖଟି ଖାଇବାରେ ମଜା ଅଲଗା

ଦହି ନେବ…ଦହି। ସ୍ନେହ ବୋଳା ଏହି ଦି ପଦ ଡାକ ଶୁଣିଲେ ଘରୁ ବାହାରି ଆସନ୍ତି ପିଲାଠାରୁ ବୟସ୍କ। ସକାଳୁ ସକାଳୁ ଲୋକଙ୍କ ଦୁଆର ମୁହଁକୁ...

ରାଉରକେଲାରେ ବନ୍ଦ ପ୍ରଭାବ: ଗାଡି ଚଳାଚଳ ସମ୍ପୂର୍ଣ୍ଣ ଠପ୍‌

ରାଉରକେଲା ଅଫିସ, ୮।୧: ୧୨ ଦଫା ଦାବି ନେଇ କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ୍‌ ପକ୍ଷରୁ ବୁଧବାର ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ବନ୍ଦ...

Advertisement
Archives

Model This Week