କଳାହାଣ୍ଡି

ବିବାହ ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ପ୍ରତାରଣା: ଅଭିଯୁକ୍ତ ଗଲେ ଜେଲ୍‌

କୋକସରା,୨ା୩(ଡି.ଏନ୍‌.ଏ.): ପ୍ରଥମେ ପ୍ରେମ ପରେ ବିବାହ ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କୁ ଘରୁ ଫେରାର କରି ତା’ସହ ଶାରୀରିକ ସମ୍ପର୍କ ସ୍ଥାପନ ପରେ ପ୍ରତାରଣା କରିଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତିକରି କୋକସରା ପୋଲିସ ଜଣେ ଯୁବକଙ୍କୁ ଗିରଫ କରି ଜାମିନ…

ସଟର ତାଡ଼ି ଦୋକାନରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ଲୁଗାପଟା

କର୍ଲାମୁଣ୍ଡା,୨ା୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରଠାରୁ ପ୍ରାୟ ଦୁଇ କିଲୋମିଟର ଦୂର ପୁଟିଗାଁ ଚିନାବାଡ଼ିଠାରେ ଥିବା ମା’ ତ୍ରିପୁରା କ୍ଲଥ ଷ୍ଟୋର୍‌ରୁ ମଙ୍ଗଳବାର ରାତିରେ ଦୁର୍ବୃତ୍ତମାନେ ସଟର ଲକ୍‌ କାଟି ଦୋକାନ ଭିତରେ ଥିବା ଲକ୍ଷାଧିକ ଟଙ୍କାର ଦାମୀ ଲୁଗାପଟା…

ସ୍ତ୍ରୀ ଜିଲା ପରିଷଦ, ସ୍ବାମୀ ସରପଞ୍ଚ

ଜୁନାଗଡ଼,୨୭।୨(ଡି.ଏନ୍‌.ଏ.): ଚଳିତ ପଞ୍ଚାୟତ ନିର୍ବାଚନ ଫଳାଫଳରେ କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଚିଚୈଗୁଡା ଗ୍ରାମର ଏକ ଦମ୍ପତି ଭୋଟରଙ୍କୁ ଆକୃଷ୍ଟ କରି ମନ ଜିଣିଛନ୍ତି। ଫଳସ୍ବରୁପ ସ୍ତ୍ରୀ ଜିଲା ପରିଷଦ ଓ ସ୍ବାମୀ ନିର୍ଦ୍ୱନ୍ଦ୍ୱରେ ସରପଞ୍ଚ ହେବା ଏହା ପ୍ରମାଣିତ କରୁଛି।…

ମୃତ ଖବରଦାତା ରୋହିତ ବିଶ୍ୱାଳଙ୍କ ପରିବାରକୁ ୪ ଲକ୍ଷ ସହାୟତା

ଭବାନୀପାଟଣା,୨୭।୨(ସ୍ବ.ପ୍ର.): କଳାହାଣ୍ଡି ଜିଲାରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ନିହତ ହୋଇଥିବା ଧରିତ୍ରୀ ଖବରଦାତା ରୋହିତ ବିଶ୍ବାଳଙ୍କ ପରିବାରକୁ ପୋଲିସ ବିଭାଗ ପକ୍ଷରୁ ଶନିବାର ୪ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରାଯାଇଛି। ଏସ୍‌ପି ଡା.ଶ୍ରବଣା ବିବେକ ଏମ ଜିଲାର ମୋହନଗିରି ଯାଇ ମୃତ…

କେସିଙ୍ଗାର ୧ ନଂ ଜୋନ୍‌ରେ ବିଜେଡି ଆଗୁଆ

କେସିଙ୍ଗା,୨୬ା୨(ଡି.ଏନ୍‌.ଏ.): କଳାହାଣ୍ଡି କେସିଙ୍ଗା ବ୍ଲକର ୧ ନଂ ଜୋନ୍‌ରେ ଶନିବାର ଭୋଟ୍‌ ଗଣତି ଆରମ୍ଭ ହୋଇଛି। ଏହି ଗଣତିରେ ବିଜେଡି ପ୍ରାର୍ଥିନୀ ଦୀପାଞ୍ଜଳି ସାହୁ ୩୧୬୫ ଭୋଟ୍‌ ପାଇଥିବା ବେଳେ ଭାଜପାର ନମିତାରାଣୀ ସାହୁ ୧୩୧୦ ଭୋଟ ପାଇଛନ୍ତି। କଂଗ୍ରେସରୁ ରାଜେଶ୍ୱରୀ…

ଅଙ୍ଗନୱାଡି କର୍ମୀଙ୍କ ନାଁରେ ଅଶାଳୀନ ଗୀତ ଭାଇରାଲ

ଭବାନୀପାଟଣା,୨୫।୨(ସ୍ବ.ପ୍ର.): ଅଙ୍ଗନୱାଡି କର୍ମୀଙ୍କ ଉପରେ ଏକ ଅଶାଳୀନ ଗୀତ ଗତ ୨ ଦିନ ହେଲା ଭାଇରାଲ ହୋଇଛି। ଏହାକୁ ନେଇ କଳାହାଣ୍ଡି ଜିଲାର ୧୩ଟି ବ୍ଲକର ଅଙ୍ଗନୱାଡିି କର୍ମୀଙ୍କ ମଧ୍ୟରେ ଏବେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଏହି ଗୀତରେ ଅଙ୍ଗନୱାଡି…

ଶାନ୍ତିପୂର୍ଣ୍ଣ ଭାବେ ସମ୍ପୂର୍ଣ୍ଣ ହୋଇଛି ପଞ୍ଚମ ପର୍ଯ୍ୟାୟ ନିର୍ବାଚନ

କେସିଙ୍ଗା, ୨୪।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ପଞ୍ଚମ ପର୍ଯ୍ୟାୟ ତ୍ରିସ୍ତରୀୟ ନିର୍ବାଚନ ଶାନ୍ତିଶୃଙ୍ଖଳା ଭାବେ ସମ୍ପୂର୍ଣ୍ଣ ହୋଇଛି। ଏହି ବ୍ଲକର ୨୬ଟି ପଞ୍ଚାୟତର ୩୦୫ ବୁଥ୍‌ରେ ୭୭ ହାଜର ୭୬୩ ଭୋଟର ରହିଛନ୍ତି। ୧୦୭ ଜଣ ସରପଞ୍ଚ ପ୍ରାର୍ଥୀ ଓ…

କେସିଙ୍ଗା ବ୍ଲକରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଲାଗି ମତଦାନ ଆରମ୍ଭ

କେସିଙ୍ଗା,୨୪।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ୩୦୫ ବୁଥ ରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଗୁରୁବାର ସକାଳ ୭ରୁ ଆରମ୍ଭ ହୋଇଛି। ଏହି ବ୍ଲକର ୨୬ ଟି ପଞ୍ଚାୟତରେ ୭୭ ହଜାର ୭୬୩ ଭୋଟର ରହିଛନ୍ତି। ବ୍ଲକର ୩ ଟି ଜିଲାପରିଷଦ…

୨୦ ବର୍ଷ ପରେ ଭୋଟ

ଲାଞ୍ଜିଗଡ଼,୨୩।୨(ଡି.ଏନ.ଏ.): ଦୀର୍ଘ ୨୦ ବର୍ଷ ପରେ କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ନିୟମଗିରି ପାହାଡ଼ ପାଦଦେଶରେ ଥିବା ତ୍ରିଲୋଚନପୁର ପଞ୍ଚାୟତରେ ମଙ୍ଗଳବାର ଚଳିତବର୍ଷ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏଥିଲାଗି ସକାଳୁ ଧାଡିବାନ୍ଧି ଡଙ୍ଗରିଆ ଝରଣିଆ ଯୁବଭୋଟରମାନେ ପାରମ୍ପରିକ ବେଶଭୂଷାରେ ସୁସଜ୍ଜିତ ହୋଇ…

ବାହାଘର ସାରି ଫେରୁଥିବା ବେଳେ ଦୁର୍ଘଟଣା, ଗଲା ୪ ଜୀବନ

କେସିଙ୍ଗା,୨୨।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ତୁର୍ଳାଖମନ ଧାନ ମଣ୍ଡି ନିକଟରେ ସୋମବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବୋଲେରୋ-ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ୪ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ୮ଜଣ ଗୁରୁତର ଆହତ ହୋଇଛନ୍ତି।…

ଭୋଟବାକ୍ସରେ ବନ୍ଦ ହେଲା ୫୧୫ ପ୍ରାର୍ଥୀଙ୍କ ଭାଗ୍ୟ

କୋକସରା,୨୦ା୨(ଡି.ଏନ୍‌.ଏ): କଳାହାଣ୍ଡି ଜିଲା କୋକସରା ବ୍ଲକରେ ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ରବିବାର ଶେଷ ହୋଇଛି । ସକାଳ ୭ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ମତଦାନ ହୋଇଥିବା ଜଣାପଡିଛି। ସୂଚନା ମୁତାବକ, କୋକସରା ବ୍ଲକର ୨୨ଟି ପଞ୍ଚାୟତରେ ୮୭ ହଜାର ୮୩୯ ଭୋଟର…

ଭୋଟ ଦେଲେ ନାହିଁ ଗ୍ରାମବାସୀ

କୋକସରା,୨୦।୨(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକରେ ତୃତୀୟ ପର୍ଯ୍ୟାୟ ମତଦାନ ରବିବାର ଶେଷ ହୋଇଛି। ହେଲେ ବ୍ଲକର କନ୍ଦାବୁଟ୍ରା ପଞ୍ଚାୟତ ତୁନଗାଁର ୫ଟି ୱାର୍ଡ ଓ ଆମପାଣି ପଞ୍ଚାୟତ କୁଟୁରୁର ୬ ନଂ. ୱାର୍ଡରେ ମୌଳିକ ସୁବିଧା ମିଳୁ ନ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?