୪ ଦିନ ବନ୍ଦ ପରେ ଜୁନାଗଡ଼-ଧର୍ମଗଡ଼ ରାଜପଥରେ ଗଡ଼ିଲା ଯାନବାହନ

ଜୁନାଗଡ଼,୧୬।୭(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ବଣ୍ଡାକୁଟ୍ରା ନିକଟସ୍ଥ ହାଲେର ଯୋରରେ ବନ୍ୟା ପାଣି ଆସିବା ଫଳରେ ଗତ ୧୨ତାରିଖରୁ ଆପ୍ରୋଚ ପୋଲ ଧୋଇ ହୋଇଯାଇଥିଲା। ଏଣୁ ଜୁନାଗଡ଼-ଧର୍ମଗଡ଼ ଜାତୀୟ ରାଜପଥ ୧୩୦-ସିରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଘଟଣାର ୪ଦିନ ପରେ ଅସ୍ଥାୟୀ ପୋଲ ନିର୍ମାଣ ପରେ ଶନିବାରଠାରୁ ଏହି ରାସ୍ତାରେ ଯାତାୟାତ ସ୍ବାଭାବିକ ହୋଇଛି। ୪ ଦିନ ଧରି ମୁଖ୍ୟ ରାସ୍ତା ବନ୍ଦଥିବାରୁ ସ୍ଥାନୀୟ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏପରି କି ଉକ୍ତ ରାସ୍ତାଟି ଛତିଶଗଡ଼ ରାଜ୍ୟର ଦେଭୋଗକୁ ମଧ୍ୟ ସଂଯୋଗ କରୁଛି। ତେବେ ନୂତନ ପୋଲ କାମ ବିଳମ୍ବ ଓ ଅଧାପନ୍ତରିଆ ହୋଇଥିବାରୁ ପାଣି ବଢ଼ିଲେ ପୁଣି ଥରେ ଏପରି ଅବସ୍ଥା ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଲଘୁଚାପ ସକ୍ରିୟ: କାଲି ନେବ ଅବପାତ ରୂପ, ସତର୍କ କରାଇଲା ପାଣିପାଗ ବିଭାଗ

ଭୁବନେଶ୍ୱର,୧ା୧୨(ବ୍ୟୁରୋ): କେନ୍ଦ୍ରୀୟ ଆଣ୍ଡାମାନ ସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଥିବାରୁ ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଗତି କରି ଗୁରୁବାର ଏହା ଅବପାତର ରୂପ ନେବ...

ଅଡିଟ୍‌ ଧରିଲା ମଧ୍ୟାହ୍ନଭୋଜନ ଚାଉଳ ଅଖା ଦୁର୍ନୀତି

ରଣପୁର,୧୦ା୯(ସ୍ବ.ପ୍ର.): ନୟାଗଡ ଜିଲାରେ ମଧ୍ୟାହ୍ନଭୋଜନ ଚାଉଳ ଅଖା ଦୁର୍ନୀତି ହୋଇଛି । ସ୍କୁଲର ପ୍ରଧାନଶିକ୍ଷକମାନେ ଅଖା ଅଥବା ଅଖା ବାବଦ ଟଙ୍କା ନ ଦେବାରୁ ଅଡିଟ୍‌...

ସରିଲା ସଙ୍ଗରୋଧ ଅବଧି: ୨୪ ପ୍ରବାସୀ ହେଲେ ଘର ବାହୁଡ଼ା

ଚୌଦ୍ୱାର,୮।୬(ଡି.ଏନ୍‌.ଏ): କଟକ ଜିଲା ଚୌଦ୍ୱାର ପୌରପାଳିକା ପକ୍ଷରୁ ଚୌଦାର କଲେଜ ଛାତ୍ରୀ ନିବାସରେ ହୋଇଥିବା ସଙ୍ଗରୋଧ କେନ୍ଦ୍ରରୁ ଦୀର୍ଘ ୧୪ ଦିନ ପରେ ସୋମବାର ୨୪...

ବଲିଉଡ୍‌ ଅଭିନେତା ବିକୁଛନ୍ତି ପରିବା

ଭୁବନେଶ୍ୱର,୨୧।୭(ବ୍ୟୁରୋ): ବଲିଉଡ୍‌ରୁ ପରିବା ବିକ୍ରେତା। କରୋନା ଲୋକଙ୍କ ଜୀବନ ନେବା ସହ ଜୀବିକା ମଧ୍ୟ ବଦଳାଇ ଦେଇଛି। ପରିବାରର ପ୍ରତିପୋଷଣ ପାଇଁ ଶେଷରେ ପରିବା ବିକିବାକୁ ବାଧ୍ୟ...

ଫେରୁଛନ୍ତି ପ୍ରବାସୀ, ବଢୁଛି ଗଞ୍ଜାମର ଚିନ୍ତା

ଛତ୍ରପୁର,୧୪ା୪: ଗଞ୍ଜାମ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଜିଲାକୁ ଫେରୁଥିବା ପ୍ରବାସୀମାନେ ସାଙ୍ଗରେ ଆର୍‌ଟି-ପିସିଆର୍‌ ନେଗେଟିଭ ରିପୋର୍ଟ ଆଣିବାକୁ ଜିଲାପାଳ ନିର୍ଦ୍ଦେଶନାମା ଜାରି...

ପୁଣି ଚମକିଲେ ପ୍ରତ୍ୟୁଷା

ଅନୁଗୋଳ ଅଫିସ, ୧୪।୧୦ – ଅନୁଗୋଳ ଝିଅ ପ୍ରତ୍ୟୁଷା ଅମାନ୍ତ ପୁଣି ସୁନ୍ଦରୀ ପ୍ରତିଯୋଗିତାରେ ଚମକିଛନ୍ତି। ସେ ଅପେରା ମିଡିଆର ଆନୁକୂଲ୍ୟରେ ଆୟୋଜିତ ମିସ୍‌ ଆଣ୍ଡ...

ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ଭଦ୍ରକ ଅଫିସ,୨୬।୧: ଭଦ୍ରକ କଲେଜ ପଡିଆରେ ଗୁରୁବାର ଜିଲାସ୍ତରୀୟ ୭୪ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି l ୩୧ଟି ଟିମ ପରେଡରେ ଭାଗ ନେଇଥିଲେ l...

୫ରୁ ଊର୍ଦ୍ଧ୍ୱ ଲୋକଙ୍କ ଘର ଭାଙ୍ଗିଲା ହାତୀ

ପାଟଣା,୧୦।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ଗୋଟିକିଆ ଦନ୍ତାହାତୀର ଆତଙ୍କରାଜ ଯୋଗୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ଗୁରୁବାର ବିଳମ୍ବିତ ରାତିରେ ଏହି ଦନ୍ତାହାତୀଟି ପାଟଣା...

Advertisement
Archives

Model This Week