ପ୍ରଥମ ବର୍ଷାରେ ଧୋଇଗଲା ମାଟି: ବିଜୁ ଏକ୍ସପ୍ରେସ୍‌ ଓ୍ବେରେ ବିରାଟ ଗର୍ତ୍ତ

କୋକସରା,୧୨।୭(ଡି.ଏନ୍‌.ଏ.): ରାଜ୍ୟ ସରକାରଙ୍କ ଯୋଜନା ମଧ୍ୟରେ ପଶ୍ଚିମାଞ୍ଚଳର ଅନେକ ଜିଲ୍ଲାକୁ ଯୋଡୁଥିବା ବିଜୁ ଏକ୍ସପ୍ରେସ ୱେ ଏକ ବୃହତ ଯୋଜନା। କଳାହାଣ୍ଡି ଜିଲାର ଶେଷ ସୀମା ଆମପାଣିଠାରୁ ବିଜୁ ଏକ୍ସପ୍ରେସ ୱେ ଆରମ୍ଭ ହୋଇ ନୂଆପଡା ଜିଲାକୁ ସଂଯୋଗ କରୁଛି। ପୂର୍ତ୍ତ ବିଭାଗ ଦ୍ୱାରା ଏହାର କାର୍ଯ୍ୟ ସମ୍ପାଦନ ହେଉଥିବା ବେଳେ ପୂର୍ବରୁ ନିର୍ମାଣ ହୋଇଥିବା ଦୁଇ ଲେନ ବିଶିଷ୍ଟ ରାସ୍ତା ଧୋଇଯାଇଛି। କୋକସରା ବ୍ଲକ ଭୁର୍ଷାଗୁଡା ଘଣ୍ଟିଗୁଡା ମଝିରେ ରହିଥିବା ବେହେରା ନଦୀ ପୋଲ କଲଭର୍ଟ ପ୍ରଥମ ବର୍ଷାର ବନ୍ୟା ପାଣିରେ ଧୋଇହେବା ଫଳରେ ରାସ୍ତା ଉପରେ ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଖବର ପାଇବା ପରେ ପୂର୍ତ୍ତ ବିଭାଗୀୟ ଅଧିକାରୀ ପହଞ୍ଚି ରାସ୍ତାକୁ ସିଲ କରିବା ସହ ମରାମତି କାର୍ଯ୍ୟ ଆରମ୍ଭ କରିଥିବା ଜଣାପଡ଼ିଛି। କୋଟି କୋଟି ଟଙ୍କା ଅଟକଳରେ ବିଭାଗୀୟ ଇଂଜିନିୟରଙ୍କ ତତ୍ତ୍ୱାବଧାନରେ ନିର୍ମାଣ ହୋଇଥିବା ରାସ୍ତା ନିମ୍ନମାନର କାମ ଯୋଗୁ ବର୍ଷା ପାଣିରେ ଧୋଇ ନେଇଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ଘଟଣାସ୍ଥଳରେ ପୂର୍ତ୍ତ ବିଭାଗର ଯନ୍ତ୍ରୀ ଉପସ୍ଥିତ ରହି ମରାମତି କାର୍ଯ୍ୟ କରୁଥିବା ଜଣାପଡିଛି। ଏନେଇ ଘଟଣାସ୍ଥଳରେ ଉପସ୍ଥିତ ରହିଥିବା କନିଷ୍ଠ ଯନ୍ତ୍ରୀ ନବ ବେହେରାଙ୍କ ପ୍ରତିକ୍ରିୟା ନେବାରୁ ବେହେରା ନଦୀରେ ପ୍ରବଳ ମାତ୍ରାରେ ପାଣି ପ୍ରବାହିତ ହେବାରୁ ମାଟି ଧୋଇ ରାସ୍ତା ଗୋଟିଏ କଡ଼ରେ ଗର୍ତ୍ତ ହୋଇଛି । ମରାମତି ଚାଲିଛି ସକାଳ ସୁଦ୍ଧା ଯାତାୟାତ ସ୍ବାଭାବିକ ହେବ ବୋଳି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧୂଷୁରୀପଙ୍ଗଟା ମୁଖ୍ୟରାସ୍ତାରେ ମଦ ଦୋକାନ ପୁନଃସ୍ଥାପନକୁ ବିରୋଧ: ଜିଲାପାଳଙ୍କୁ ଭେଟି ଦାବିପତ୍ର

ଅସୁରାଳି, ୧୭।୬ (ସନ୍ତୋଷ ସାହୁ): ଧାମନଗର ବ୍ଲକ ଅଧୀନସ୍ଥ ଧୂଷୁରୀପଙ୍ଗଟା ମୁଖ୍ୟ ରାସ୍ତାପାର୍ଶ୍ୱରେ ସରକାରୀ ଦେଶୀ ଓ ବିଦେଶୀ ମଦ ଦୋକାନକୁ ପୁନର୍ବାର ସ୍ଥାପନ ନ କରିବା…

ଚାମେଲିଙ୍କ ସପକ୍ଷରେ ବାହାରିଲେ ପାଟଣା ବ୍ଲକ ସରପଞ୍ଚ: ଚାମେଲିଙ୍କୁ ଦୋଷ ମୁକ୍ତ କର, ନ ହେଲେ…

ପାଟଣା,୧୭।୬(ବୀର କିଶୋର ଦାଶ):କେନ୍ଦ୍ରାପଡା ଜିଲା ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ସପକ୍ଷରେ ବାହାରିଲେ ପାଟଣା ବ୍ଲକ ସରପଞ୍ଚ। ଯେ ପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ପ୍ରଦାନ ସହ ସମ୍ପୂର୍ଣ୍ଣ…

ଶେଷ ଦିନରେ ୧୩ ଜଣ ପ୍ରାର୍ଥୀ କଲେ ନାମାଙ୍କନ ଦାଖଲ, କିଏ କେଉଁ ଜୋନ୍‌ରୁ ଦେଖନ୍ତୁ ପୂରା ଲିଷ୍ଟ

ଛତ୍ରପୁର,୧୭।୬ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଯୋଜନା କମିଟି ସଦସ୍ୟ ଲାଗି ଆଜି ଶେଷ ଦିନରେ ୧୩ ଜଣ ଜିଲା ପରିଷଦ ସଭ୍ୟ / ସଭ୍ୟା ସେମାନଙ୍କ…

ବଲାଙ୍ଗୀର ଜିଲା ଯୁବମୋର୍ଚ୍ଚା କମିଟି ଘୋଷଣା: ଜାଣନ୍ତୁ କାହାକୁ କାହାକୁ ମିଳିଲା ଦାୟିତ୍ୱ

ବଲାଙ୍ଗୀର,୧୭।୬(ସୁନୀଲ କୁମାର ମହାନ୍ତି ): ଆଜି ରାଜ୍ୟ ନିର୍ଦ୍ଦେଶ କ୍ରମେ ଓ ଜିଲା ଭାଜପା ପକ୍ଷରୁ ବିଧିବଦ୍ଧ ଭାବେ ବଲାଙ୍ଗୀର ଜିଲା ଭାଜପା ଯୁବମୋର୍ଚ୍ଚା କମିଟି ଘୋଷଣା…

ଧାର ଟଙ୍କା ପରିଶୋଧକୁ କେନ୍ଦ୍ରକରି ଛୁରୀରେ ମରଣାନ୍ତକ ଆକ୍ରମଣ ; ଜାମିନ ଆବେଦନ ଖାରଜ ହେବାରୁ ୨ ଅଭିଯୁକ୍ତଙ୍କୁ…

ଦିଗପହଣ୍ଡି,୧୭।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହାସପୁର ଗ୍ରାମର ଚନ୍ଦନ ସ୍ବାଇଁଙ୍କ ଠାରୁ ଗ୍ରାମର ଏ.ସନ୍ତୋଷ ପାତ୍ର ଗତ ପ୍ରାୟ ୩ ମାସ ପୂର୍ବେ…

ଧାନକିଣାରେ ଅବ୍ୟବସ୍ଥା: ଚିନ୍ତାରେ ଶତାଧିକ ଚାଷୀ

ତିହିଡ଼ି,୧୭ା୬(କାଳନ୍ଦୀ ବେହେରା): ଭଦ୍ରକ ଜିଲାର ଧାମନଗର ବ୍ଲକରେ ରବି ଧାନ ସଂଗ୍ରହ ପ୍ରକ୍ରିୟାରେ ବିଳମ୍ବ ଯୋଗୁ ଶତାଧିକ ଚାଷୀ ଗଭୀର ଚିନ୍ତାରେ ପଡ଼ିଛନ୍ତି। ଚାଷୀମାନେ ଧାନ ଅମଳ…

ଭାଜପାରେ ସାମିଲ ହେଲେ ବିଜେଡି-କଂଗ୍ରେସର ବହୁ କର୍ମକର୍ତ୍ତା

ମାଲକାନଗିରି,୧୭ା୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ପଡ଼ିଆ ସଦର ବ୍ଲକ କଲ୍ୟାଣମଣ୍ଡପଠାରେ ଭାରତୀୟ ଜନତା ପାର୍ଟିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ମିଶ୍ରଣ ପର୍ବରେ ମାଲକାନଗିରି ବିଧାୟକ…

ପ୍ରବଳ ଖରା ଯୋଗୁ ସକାଳୁଆ ସ୍କୁଲ, ଜାଣନ୍ତୁ କେଉଁ ଜିଲାରେ ହେଲା ଘୋଷଣା

ନୂଆପଡା,୧୭।୬: ପ୍ରବଳ ଖରା ଏବଂ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଓଡ଼ିଶାର ଅନେକ ଜିଲାରେ ପାରଦ ୪୦ରୁ ୪୫ ଡିଗ୍ରୀ ଉପରେ ରହୁଥିବା ବେଳେ ଉଚ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri