ପାହାଡର ପଥର କୁଡିଆରେ ୩୦ ବର୍ଷ

ଭବାନୀପାଟଣା,୧୧।୭(ସ୍ବ.ପ୍ର.): ସମାଜରେ ଆଜି ବି ଅନ୍ଧବିଶ୍ୱାସ ଓ କୁସଂସ୍କାର ଭରି ରହିଛି। ବିଜ୍ଞାନ ଯେତେ ଆଗକୁ ଗଲେ ମଧ୍ୟ ସଚେତନତା ଆଗରେ ଭାରିପଡୁଛି ଅନ୍ଧବିଶ୍ୱାସ। ମଣିଷ ସମାଜରେ ରହିବାକୁ ଭଲପାଏ କିନ୍ତୁ ଯେତେବେଳେ ସମାଜ ମଣିଷକୁ ଦୂରେଇ ଦିଏ ସେତେବେଳେ ସେ ଅସହାୟ ଜୀବନ ଜିଇବାକୁ ବାଧ୍ୟ ହୋଇଥାଏ। ହେଲେ ସବୁ ବୁଝିପାରୁଥିବା ମଣିଷ ବେଳେ ବେଳେ ଅମାନବିକତାର ବଶବର୍ତ୍ତୀ ହୋଇ ନିରୀହଙ୍କୁ ଯନ୍ତ୍ରଣା ମୁହଁକୁ ଠେଲିଦିଏ।

କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ତଳଝାପି ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦିନେ ନୁହେଁ କି ଦୁଇ ଦିନ ନୁହଁ ୩୦ ବର୍ଷ ହେବ ପଥର କୁଡିଆରେ ଅଭିଶପ୍ତ ଜୀବନ ବିତାଉଛନ୍ତି ଜଣେ କୁଷ୍ଠ ରୋଗୀ କଦମା ମାଝି। କୁଷ୍ଠ ରୋଗରେ ଆକ୍ରାନ୍ତ ହେବା ଯୋଗୁ ଗ୍ରାମବାସୀ ତାଙ୍କୁ ବାସନ୍ଦ କରିଦେଇଛନ୍ତି । ତେଣୁ ଘରଦ୍ୱାର ଛାଡି ଗାଁଠାରୁ ପ୍ରାୟ ୧ କି.ମି. ଦୂର ଏକ ପାହାଡରେ ଏକାକୀ ପଥର କୁଡ଼ିଆରେ ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି। ଦିନକୁ ଦିନ ଏହି ବ୍ୟାଧି ବଢିବାରେ ଲାଗିଥିବା ବେଳେ କଦମାଙ୍କ ଦୁଃଖ ବଢ଼ିବାରେ ଲାଗିଛି।

ଖରା, ବର୍ଷା, ଶୀତ ଖାଇ ବର୍ଷ ତମାମ ଆଦିମ ମଣିଷ ଭଳି ଏଇ ପଥର କୁଡିଆରେ ସେ ପଡି ରହିଛନ୍ତି। ମାଗିଯାଚି ଓଳିଏ ଖାଇଲେ ଓଳିଏ ଉପାସରେ ରହୁଛନ୍ତି। ସରକାର ଅସହାୟ ଲୋକଙ୍କ ପାଇଁ ଅନେକ ଯୋଜନା କରିଛନ୍ତି। କିନ୍ତୁ କଦମାଙ୍କ ପାଇଁ ସରକାରୀ ଯୋଜନା ଅପହଞ୍ଚ। ସରକାରୀ ସହାୟତା କହିଲେ ମାତ୍ର ୫ କେଜି ଚାଉଳ ଏବଂ ମାସିକ ଭତ୍ତା ବାବଦକୁ ୫୦୦ ଟଙ୍କା। ଆଜି ପର୍ଯ୍ୟନ୍ତ ଆବାସ ଯୋଜନାରେ ଘର ଖଣ୍ଡିଏ ମଧ୍ୟ ତାଙ୍କୁ ମିଳିନାହିଁ। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

ଅନ୍ୟପଟେ କଦମା ଔଷଧ ଖାଇ ସମ୍ପୂର୍ଣ୍ଣ ସୁସ୍ଥ ରହିଥିବା ବେଳେ ସେ କୌଣସି ବ୍ୟକ୍ତିଙ୍କ ପାଇଁ ବିପଦ ନୁହୁନ୍ତି ବୋଲି ଅତିରିକ୍ତ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ମନୋହର ମାଝି କହିଛନ୍ତି। ଏହାସତ୍ତ୍ବେ ଅନ୍ଧବିଶ୍ବାସକୁ ଆପଣାଇ ଗ୍ରାମବାସୀ ତାଙ୍କୁ ବାସନ୍ଦ କରିଛନ୍ତି। ତେଣୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନ ବୈଠକ ଦ୍ୱାରା ସେମାନଙ୍କୁ ବୁଝାଯିବ ବୋଲି ଜନସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି। ତେବେ କଦମାଙ୍କ ପାଇଁ ଜିଲା ପ୍ରଶାସନ କି ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

୩ ମାସ ମଧ୍ୟରେ ଟିମ୍‌ ଇଣ୍ଡିଆରେ ହେବ ବଡ଼ ପରିବର୍ତ୍ତନ ଆସିବ: ବାଦ୍‌ ପଡ଼ିପାରନ୍ତି ୪ ଖେଳାଳି

ନୂଆଦିଲ୍ଲୀ,୨୯।୮: IPL 2026 ଶେଷ ହେବା ପରେ ଭାରତୀୟ ଦଳ ତାର ଟେଷ୍ଟ କ୍ରିକେଟ ସିଜିନର ଏକ ଦୃଢ଼ ଆରମ୍ଭ କରିଛି। ଆଫଗାନିସ୍ତାନ ବିପକ୍ଷରେ ଏକ ମାତ୍ର…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

ଅଗଷ୍ଟର ଶେଷ ସପ୍ତାହ ଏହି ୫ ରାଶି ପାଇଁ ରହିବ ବହୁତ ଖାସ୍‌: ବଢିବ ଦରମା ସାଙ୍ଗକୁ…

ପଞ୍ଚାଙ୍ଗ ଓ ଜ୍ୟୋତିଷ ଦୃଷ୍ଟିରୁ ୨୯ ଅଗଷ୍ଟ ୨୦୨୬ ଦିନଟି ବେଶ ବିଶେଷ ରହିପାରେ। ଏହି ଦିନଠାରୁ ଭାଦ୍ରବ ମାସ ଆରମ୍ଭ ହେଉଥିବା ବେଳେ କୃଷ୍ଣପକ୍ଷ ପ୍ରତିପଦା…

ବନ୍ୟା ଉଜାଡ଼ିଲା ଚାଷୀଙ୍କ ସ୍ବପ୍ନ: ଜମି ବାଲିଚର, ଧାନଫସଲ ପଚି ନଷ୍ଟ

ଭବାନୀପାଟଣା,୨୯ା୮(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଜୁନାଗଡ଼ ଓ କଲମପୁର ବ୍ଲକର ହାତୀ ନଦୀକୁଳିଆ ଚାଷୀଙ୍କ ସ୍ବପ୍ନ ବନ୍ୟା ଉଜାଡ଼ିଦେଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ଚିନ୍ତାରେ…

ତେଲରେ ମିଶ୍ରଣ ଅଭିଯୋଗରେ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୨୫୭୩ ପେଟ୍ରୋଲ ପମ୍ପ ଉପରେ ଲାଗିଲା ରୋକ, ତାଲିକାରେ…

ନୂଆଦିଲ୍ଲୀ,୨୯।୮: ଦେଶରେ ମିଶ୍ରିତ ପେଟ୍ରୋଲ ବିକ୍ରି କରୁଥିବା ପେଟ୍ରୋଲ ପମ୍ପ ବିରୋଧରେ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଦୀର୍ଘଦିନ ଧରି ପେଟ୍ରୋଲରେ ମିଶ୍ରଣ ଏବଂ ଏହା…

ସ୍କୁଲ ଛାତରୁ ପାଣି ଗଳୁଛି, ରାସ୍ତା ନାହିଁ: ଖବରଦାତାଙ୍କୁ ବାହାରକରି ଗେଟ୍‌ରେ ତାଲା ପକାଇଦେଲେ ପ୍ରଧାନ ଶିକ୍ଷୟିତ୍ରୀ

ଆନନ୍ଦପୁର,୨୯ା୮(ସୁଶାନ୍ତ କୁମାର ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶାଳବଣି ପଞ୍ଚାୟତ ବାଲିପଶିସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଦୟନୀୟ ଅବସ୍ଥାରେ ଚାଲିଛି। ପରିବେଶ ସଫା କରାଯାଉ ନ ଥିବା…

ମୃତଦେହ ରଖିବାକୁ ସ୍ଥାନାଭାବ

କାଠମାଣ୍ଡୁ,୨୯ା୮: ନେପାଳ ବନ୍ୟାରେ ୫୪୭ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ସହ ଅନେକ ନିଖୋଜ ଥିବାବେଳେ ଭୋଟେକୋଶୀ ଏବଂ ତ୍ରିଶୂଳୀ ନଦୀ ପ୍ରଣାଳୀରୁ ବାହାର କରାଯାଇଥିବା ମୃତଦେହଗୁଡ଼ିକୁ ରଖିବା…

ମାଲିକ ଆଖି ମିଟିକାଇଲେ ଅନୁକରଣ କରନ୍ତି କୁକୁର: ସାମ୍ନାକୁ ଆସିଲା ଚମକପ୍ରଦ ଘଟଣା

ସିଡ୍‌ନୀ/ଲଣ୍ଡନ,୨୯ା୮: କୁକୁର ଏବଂ ମଣିଷଙ୍କ ସମ୍ପର୍କକୁ ନେଇ ଏକ ଚମକପ୍ରଦ ଗବେଷଣା ସାମ୍ନାକୁ ଆସିଛି। ମାଲିକ ଆଖିପତା ପକାଇବା ବା ଆଖି ମିଟିକାଇବା (ବ୍ଲିକିଂ) ଦେଖିଲେ କୁକୁରମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri