କଳାହାଣ୍ଡି

ଭବାନୀପାଟଣାରେ ଇତିହାସ: ପ୍ରଥମ ଥର ପାଇଁ ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ଦେଖି ଭାବବିହ୍ୱଳ ହେଲେ ଶ୍ରଦ୍ଧାଳୁ

ଭବାନୀପାଟଣା,୨୫ା୭(ଉତ୍ତମ କୁମାର ଦାଶ): ଭବାନୀପାଟଣା ସହରରେ ପ୍ରଥମ ଥର ପାଇଁ ନନ୍ଦିଘୋଷ ରଥ ଉପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦୁର୍ଲଭ ସୁନାବେଶ ଅନୁଷ୍ଠିତ ହୋଇଯାଇଛି। ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଏହି ଦିବ୍ୟ ବେଶରେ ଦର୍ଶନ କରି ସହରର ଶ୍ରଦ୍ଧାଳୁମାନେ ଭାବବିହ୍ୱଳ ହୋଇପଡ଼ିଥିଲେ। ଶନିବାର ମଧ୍ୟାହ୍ନରେ…

କଳାହାଣ୍ଡିରେ ବିଜେଡିକୁ ବଡ଼ ଝଟ୍‌କା: ପଦ୍ମ ଧରିଲେ ଜିଲା ପରିଷଦ ଅଧ୍ୟକ୍ଷଙ୍କ ସହ ଶତାଧିକ ନେତା

ଭବାନୀପାଟଣା,୨୫ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡିରେ ଦୁର୍ବଳ ହେଉଛି ବିଜୁ ଜନତା ଦଳ (ବିଜେଡି)। ଜିଲାରେ କ୍ଷମତାରୁ ଅପସାରିତ ହୋଇଥିବା ବିଜେଡିକୁ ଏକ ବଡ଼ଧରଣର ରାଜନୈତିକ ଝଟ୍‌କା ଲାଗିଛି। ଦଳୀୟ ଅବହେଳା ଓ ନର୍ଲା ନିର୍ବାଚନ ମଣ୍ଡଳୀର ବିକାଶକୁ ଆଧାର କରି ଶନିବାର…

ଆଧ୍ୟାତ୍ମିକ ପରିବେଶରେ ଥୁଆମୂଳ ରାମପୁର ବ୍ଲକରେ ବାହୁଡ଼ା ଯାତ୍ରା ସମ୍ପନ୍ନ: ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିଲେ…

ଥୁଆମୂଳ ରାମପୁର,୨୫।୭ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ସଦର ମହକୁମା ସମେତ ଗୋପୀନାଥପୁର, ମହୁଲପାଟଣା, କର୍ଲାପାଟ ଓ ଗୁଣୁପୁର ଆଦି ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ବାହୁଡ଼ା ଯାତ୍ରା ଶାନ୍ତିଶୃଙ୍ଖଳା ଓ ଭକ୍ତିପୂର୍ଣ୍ଣ ପରିବେଶ ମଧ୍ୟରେ ସମ୍ପନ୍ନ…

କେସିଙ୍ଗା ଅଞ୍ଚଳରେ ବୃଦ୍ଧି ପାଉଛି ମଦ ବ୍ୟବସାୟ: ଯୁବପିଢି ନିଶାରେ ଆଶକ୍ତ

କେସିଙ୍ଗା,୨୫।୭:(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପରଲସିଙ୍ଗା, କାଣ୍ଡେଲ, ବୋରିଆ, ନୁନ ମାଠ, ତୁର୍ଳାଖମାନ, ତୁଣ୍ଡଳା, ବେଲଖଣ୍ଡି, ଗୋକୁଳେଶ୍ୱର, ଅଧମୁଣ୍ଡା, ଆଦି ଗ୍ରାମପଞ୍ଚାୟତ ଅଞ୍ଚଳରେ ଦେଶୀ, ବିଦେଶୀ ମଦ କାରବାର ବଢ଼ିଚାଲିଛି। ଗରିବ ଜନଜାତି ସମ୍ପ୍ରଦାୟର ବୟସ୍କଙ୍କଠାରୁ ଆରମ୍ଭ କରି…

୧୧ କେ.ଭି. ତାର ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ ଘଟଣା: ଶକ୍ତି ସଚିବ, କଳାହାଣ୍ଡି ଜିଲାପାଳ ଓ ଏସପିଙ୍କୁ ନୋଟିସ ଜାରି କଲା ଜାତୀୟ ମାନବାଧିକାର କମିଶନ

ଥୁଆମୂଳ ରାମପୁର, ୨୪।୦୭ (ଦୁର୍ଗା କୀର୍ତ୍ତି): ବିଦ୍ୟୁତ୍ ବିଭାଗ ଓ ଟାଟା ପାୱାରର ଚରମ ଅବହେଳା ଯୋଗୁ ଝୁଲନ୍ତା ୧୧ କେ.ଭି. ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କ ମୃତ୍ୟୁ ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି ଜାତୀୟ ମାନବାଧିକାର କମିଶନ।…

ବାହୁଡ଼ିଲେ ମହାବାହୁ : ଭକ୍ତିମୟ ଭବାନୀପାଟଣା ସହର

ଭବାନୀପାଟଣା,୨୪।୭:(ଉତ୍ତମ କୁମାର ଦାଶ)- ନବ ଦିନ ଯାତ୍ରା ସାରି ଆଷାଢ଼ ଶୁକ୍ଳ ପକ୍ଷ ଦଶମୀ ତିଥିରେ ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କୁ ସାଥିରେ ଧରି ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ ବାହୁଡ଼ା ଯାତ୍ରାରେ ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ କରିଛନ୍ତି। ଶୁକ୍ରବାର ଅପରାହ୍ନ…

ଗନ୍ଧର୍ବ କଳା ସମ୍ମାନ ପାଇଲେ ଗୌରୀ ଶଙ୍କର ଦୁର୍ଗା: କଳାହାଣ୍ଡି ପାଇଁ ପୁଣି ଆଣିଲେ ଗୌରବ

ଭବାନୀପାଟଣା,୨୪।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ମାଟିର ଜଣାଶୁଣା ଲୋକ ବାଦ୍ୟ କଳାକାର ତଥା ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଯୁବ ପୁରସ୍କାର ପ୍ରାପ୍ତ ପ୍ରତିଭା ଗୌରୀ ଶଙ୍କର ଦୁର୍ଗା ଚଳିତ ବର୍ଷର ଗନ୍ଧର୍ବ କଳା”ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଶୁକ୍ରବାର ଭୁବନେଶ୍ୱରର ଭଞ୍ଜ…

ରାସ୍ତା କାଦୁଅ ପଚ ପଚ, ଦୁର୍ଦ୍ଦଶାରେ ଲୋକେ

କୋକସରା,୨୩ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ବ୍ଲକ ଡଙ୍ଗରୀଗୁଡା ଛକଠାରୁ କାଦୋପଦର ଭାୟା କାଶିବାହାଲ ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି। ଧର୍ମଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ଉକ୍ତ ରାସ୍ତାଟି ଗତ କିଛିବର୍ଷ…

ଘରକୁ ଫେରିବା ବେଳେ ଫରେଷ୍ଟରଙ୍କ ସ୍କୁଟିକୁ ଧକ୍କା ଦେଲା ଟ୍ରକ, ଘଟଣାସ୍ଥଳରେ…

ଭବାନୀପାଟଣା,୨୩।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଚଞ୍ଚରାବାଡି ଛକ ନିକଟରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଟ୍ରକ ଧକ୍କାରେ ଜଣେ ମହିଳା ଫରେଷ୍ଟରଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ଫରେଷ୍ଟରଙ୍କ ନାମ ଝୁନୁବାଳା…

ଥୁଆମୂଳ ରାମପୁରକୁ ପର୍ଯ୍ୟଟନ ହବ୍‌ରେ ପରିଣତ କରିବା ପାଇଁ ଉପମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଥୁଆମୂଳ ରାମପୁର,୨୩ା୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ବିଭିନ୍ନ ପର୍ଯ୍ୟଟନସ୍ଥଳୀର ସୌନ୍ଦର୍ଯ୍ୟକରଣ, ଭିତ୍ତିଭୂମିର ଉନ୍ନତି ଓ ସାମଗ୍ରିକ ବିକାଶ ପାଇଁ ମାନ୍ୟବର ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ଏକ ଦାବିପତ୍ର…

ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ନେଇ ପ୍ରତିବାଦ, ବ୍ଲକ୍‌ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ରୀଛାତ୍ର ଏକାଠି ହୋଇ…

କେସିଙ୍ଗା,୨୩ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ କେସିଙ୍ଗା ୟୁଥ ଆସୋସିଏଶନର ସଭାପତି ଶମ୍ଭୁ ବିଶିଙ୍କ ନେତୃତ୍ୱରେ ନିଟ୍‌ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ଘଟଣାକୁ ନେଇ ୪ଦଫା ଦାବିପତ୍ର, ପଦଯାତ୍ରା ଓ ପ୍ରତିବାଦ ସଭା ଗୁରୁବାର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି।…

ସରପଞ୍ଚ-ସମିତିସଭ୍ୟଙ୍କ ତୁ ତୁ ମେ ମେ, ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ

ରିଷିଡ଼ା,୨୩ା୭(ସୁଶାନ୍ତ ମଲ୍ଲିକ): ରାସ୍ତା କାମ କରିବା ପାଇଁ ଜନପ୍ରତିନିଧି ସରପଞ୍ଚ ଓ ସମିତିସଭ୍ୟଙ୍କ ଭିତରେ ତୁ ତୁ ମେ ମେ ଯୋଗୁ ଦେଢ଼ମାସ ହେଲା ରାସ୍ତା କାମ ବନ୍ଦ ହେଇ ପଡ଼ିରହିଛି। ଫଳରେ ଅନୁସୂଚିତ ଜାତି ଓ ଜନଜାତିବହୁଳ ଗାନ୍ଧିନଗର ପଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?