କର୍ଲାମୁଣ୍ଡା, ୨୯।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରାସ୍ଥିତ ରାଧାମାଧବ ଯୁବକ ସଂଘ ପକ୍ଷରୁ ଶନିବାର ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ଭାରତୀ ବିଦ୍ୟା ନିକେତନର ଛାତ୍ରୀଛାତ୍ରମାନେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।
ପରେ ଆୟୋଜିତ ପୁରସ୍କାର ବିତରଣୀ ସଭାରେ ଯୁବକ ସଂଘ ସଭାପତି ଚିନ୍ମୟ ସାହୁ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ ସାମାଜିକ କର୍ମୀ ହୃଷିକେଶ ସାହୁ ଏବଂ ସ୍ୱତନ୍ତ୍ର ଅତିଥି ଭାବେ ପ୍ରକୃତିବନ୍ଧୁ ସନତ କୁମାର ସାହୁ ଯୋଗ ଦେଇଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ସମାଜସେବୀ ଶୁଭ୍ରାଂଶୁ ଶେଖର ସାହୁ, ଭାରତୀ ବିଦ୍ୟା ନିକେତନର ପରିଚାଳନା ନିର୍ଦ୍ଦେଶକ ଗଗନ ସାହୁ, ପ୍ରଧାନଶିକ୍ଷକ ଋଷଭ ନାରାୟଣ ସାହୁ ଏବଂ ଯୁବକ ସଂଘ ସମ୍ପାଦକ ମଧୁସୂଦନ ସାହୁ ଉପସ୍ଥିତ ଥିଲେ।
ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ ବିଜୟୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଅତିଥିମାନେ କ୍ରୀଡ଼ାର ଗୁରୁତ୍ୱ, ଶାରୀରିକ ସୁସ୍ଥତା ଏବଂ ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ ବୃଦ୍ଧି ସମ୍ପର୍କରେ ମତବ୍ୟକ୍ତ କରିଥିଲେ।
କାର୍ଯ୍ୟକ୍ରମ ପରିଚାଳନାରେ ଛାୟାକାନ୍ତ ସାହୁଙ୍କ ସମେତ ଯୁବକ ସଂଘର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

