ରାଜସ୍ବ ଆଦାୟରେ ଆଗୁଆ, ସୁରକ୍ଷା ଦିଗରେ ପଛୁଆ: ଆରଟିଓଙ୍କ ପାଖରେ ସୂଚନା ମିଳୁନି, କିରାଣି ସର୍ବେସବା, ବୈଠକରେ ସୀମିତ

ଭବାନୀପାଟଣା,୨୯।୮(ଉତ୍ତମ କୁମାର ଦାଶ): ଜିଲା ସ୍ତରରେ ସଡ଼କ ଦୁର୍ଘଟଣା ରୋକିବା ଏବଂ ଯାତାୟତ ବ୍ୟବସ୍ଥାର ସୁଧାର ପାଇଁ ଜିଲା ସ୍ତରରେ ଏକ ସଡ଼କ ସୁରକ୍ଷା ସମିତି କମିଟି (ଡ଼ିଆରଏସସି) ଗଠନ କରାଯାଇଛି। ହେଲେ କଳାହାଣ୍ଡି ଜିଲାରେ ଏହି କମିଟି କେବଳ ବୈଠକରେ ସୀମିତ ରହିଥିବା ଅଭିଯୋଗ ହୋଇଛି। ପ୍ରତିଥର ଭଳି ଶୁକ୍ରବାର କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲା ସଡ଼କ ସୁରକ୍ଷା ସମିତି କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିରିକ୍ତ ଜିଲାପାଳ(ରାଜସ୍ବ)ବୈତୁରା ଦୀପ ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ କେଉଁ କେଉଁ ବିଷୟରେ ଆଲୋଚନା କରାଯାଇଥିଲା ଖୋଦ ଦାୟିତ୍ବରେ ଥିବା ଭାରପ୍ରାପ୍ତ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କୁ ମଧ୍ୟ ପରିବହନ ବିଭାଗ ପକ୍ଷରୁ ସୂଚନା କିମ୍ବା ତଥ୍ୟ ଦିଆଯାଇ ନ ଥିଲା। ଫଳରେ ଗଣମାଧ୍ୟମ ମଧ୍ୟ ଏଥିପ୍ରତି ଅବଗତ ନ ଥିଲା।
ଏ ନେଇଁ କଳାହାଣ୍ଡି ଆଞ୍ଚଳିକ ପରିବହନ ଅଧିକାରୀ ( ଆରଟିଓ) କେଶବ ନାଏକଙ୍କୁ ପଚାରିବାରୁ ମୋ ପାଖରେ କିଛି ତଥ୍ୟ ନାହିଁ ଅଫିସର କିରାଣି ରାଜୀବ ଡାଙ୍ଗଙ୍କ ସହ ଯୋଗାଯୋଗ କରନ୍ତୁ ସେ ତଥ୍ୟ ଦେବେ ବୋଲି କହିଥିଲେ। ଏହାପରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର କିରାଣି ରାଜୀବ ଡାଙ୍ଗଙ୍କୁ ଯୋଗାଯୋଗ କରିବାରୁ ସେ ମଧ୍ୟ ମୋ ପାଖରେ ତଥ୍ୟ ନାହିଁ, ଆରଟିଓଙ୍କୁ ବୁଝିକି କହିବି ବୋଲି କହିଥିଲେ। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାରେ ଉଭୟ ଆରଟିଓ ଓ କିରାଣିଙ୍କ କଥାର କୌଣସି ତାଳମେଳ ନ ରହୁଥିବାରୁ ଜିଲାରେ ସଡ଼କ ସୁରକ୍ଷା ସମିତି କମିଟି କେମିତି ଚାଲିଥିବ ତାହା ସହଜେ ଅନୁମେୟ। କଳାହାଣ୍ଡି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର କିରାଣି ଡାଙ୍ଗ ଦୀର୍ଘ ବର୍ଷ ହେବ ଅବସ୍ଥାପିତ ଥିବାବେଳେ ମଝିରେ ମଝିରେ ଅନ୍ୟ ଜିଲାକୁ ଡେ଼ପୁଟେସନରେ ଯାଇ ପୁଣି ଥରେ କଳାହାଣ୍ଡି ଆଞ୍ଚଳିକ କାର୍ଯ୍ୟାଳୟକୁ ଫେରି ଆସୁଛନ୍ତି। ବର୍ତ୍ତମାନ କଳାହାଣ୍ଡି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ସେ ସର୍ବେସବା ମଧ୍ୟ ରହିଛନ୍ତି। ଜିଲାରେ ସଡ଼କ ସୁରକ୍ଷା ସମିତି କମିଟି ବୈଠକ ପରେ ମଧ୍ୟ ଜିଲାରେ ସଡ଼କ ଦୁର୍ଘଟଣା ଏବଂ ତାହା ଦ୍ୱାରା ହେଉଥିବା ‘ମୃତ୍ୟୁ ମଧ୍ୟ କମିବାରେ ନା ନେଉନାହିଁ। ବିନା ହେଲମେଟରେ ଗାଡି ଚଳାଇବା, ମଦ୍ୟପାନ କରି ଗାଡି ଚଲାଇବା, ଦ୍ରୁତ ଗତିରେ ଗାଡି ଚଳାଇବା ଓ ଅଧିକ ବୋଝେଇ ନେଇଁ ଗାଡି ଚଳାଇବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବୈଠକରେ ସ୍ଥିର କରାଯାଉଛି। ହେଲେ ସେ ସବୁ ଯେମିତି ବୃଥା ପାଲଟିଛି। କେବଳ ବିଭାଗ ପକ୍ଷରୁ ରାଜସ୍ବ ଆଦାୟ କରି ଚୁପ ବସୁଥିବାବେଳେ ଲୋକଙ୍କ ସୁରକ୍ଷା ଦିଗରେ କୌଣସି ପଦକ୍ଷେପ ନେବା ଦିଗରେ କୌଣସି ପଦକ୍ଷେପ ନିଆଯାଉ ନାହିଁ। ସେହିପରି ଅମାନିଆ ଗାଡି ଚାଳକ ଏବେ ମଧ୍ୟ ସାବାଡ଼ ହୋଇ ପାରୁନାହାନ୍ତି। ଜୁନାଗଡ଼-ଭବାନୀପାଟଣା ୨୬ନମ୍ବର ଜାତୀୟ ରାଜପଥ କଡ଼ରେ ଶତାଧିକ ଟ୍ରକ ବିଭିନ୍ନ ସମୟରେ ରହିଥିବା ଓ ଓଭର ବୋଝେଇ ଟ୍ରକ ଯାତାୟାତ କରୁଥିଲେ ମଧ୍ୟ ଫାଇନ କଟାଯାଉ ନାହିଁ। ଫଳରେ ଜିଲାରେ ଦୁର୍ଘଟଣା କମିବା ବଦଳରେ ଦିନକୁ ଦିନ ବଢ଼ିବାରେ ଲାଗିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ୟୁପିରେ ବନ୍ୟା: ପ୍ରଭାବିତ ଅଞ୍ଚଳ ବୁଲିଲେ ଯୋଗୀ, ରିଲିଫ କିଟ୍‌ କଲେ ବଣ୍ଟନ

ଲକ୍ଷ୍ନୌ,୨୯।୮: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶର ବନ୍ୟା ପରିସ୍ଥିତିକୁ ଗମ୍ଭୀରତାର ସହ ନେଉଛନ୍ତି। ଚିତ୍ରକୂଟ, ଜାଲୌନ, ହମିରପୁର ଏବଂ ଆଉରିଆରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୋଗୀ…

ଗ୍ଲେସିଅର୍ ତାଣ୍ଡବ ମଧ୍ୟରେ ଭାରତ ସାଜିଲା ଦେବଦୂତ! ପିଏମ୍ ମୋଦିଙ୍କୁ ‘ଉଦାର’ କହି କୃତଜ୍ଞତା ଜଣାଇଲେ ନେପାଳ ଅର୍ଥମନ୍ତ୍ରୀ!

କାଠମାଣ୍ଡୁ,୨୯।୮: ନେପାଳ-ତିବ୍ବତ ସୀମାରେ ହିମସ୍ଖଳନ ଏବଂ ଗ୍ଲେସିଅର୍ ଫାଟିବା ଯୋଗୁ ଆସିଥିବା ବିନାଶକାରୀ ବନ୍ୟା ନେପାଳରେ ଭୟଙ୍କର ତାଣ୍ଡବ ରଚିଛି। ଏହି ପ୍ରାକୃତିକ ବିପତ୍ତିରେ ବର୍ତ୍ତମାନ ସୁଦ୍ଧା…

ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ: ବିଜୟୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର

କର୍ଲାମୁଣ୍ଡା, ୨୯।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରାସ୍ଥିତ ରାଧାମାଧବ ଯୁବକ ସଂଘ ପକ୍ଷରୁ ଶନିବାର ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି।…

ଗାଧୋଇବା ବେଳେ ନଦୀରେ ବୁଡ଼ି ନାବାଳିକାଙ୍କ ମୃତ୍ୟୁ

ପଟ୍ଟାମୁଣ୍ଡାଇ, ୨୯/୮ (କଳ୍ପତରୁ ନାୟକ): ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ତନୂପୁର ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବ୍ରାହ୍ମଣୀ ନଦୀର ଶାଖା ନାଳରେ ଗାଧୋଇବା ସମୟରେ…

ରୋଷେଇ ଘରେ ବିଷ? ଏଭରେଷ୍ଟ ହିଙ୍ଗୁ ଉପରେ FSSAIର ବ୍ୟାନ୍, ୩ ମସଲା ନେଇ ସାମ୍ନାକୁ ଆସିଲା ବଡ଼ ଜାଲିଆତି!

ନୂଆଦିଲ୍ଲୀ,୨୯।୮: ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI) ଗ୍ରାହକଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପ୍ରସିଦ୍ଧ ମସଲା…

ବହୁ ଚର୍ଚ୍ଚିତ ସୁଧୀର ପାତ୍ର ଅପହରଣ, ହତ୍ୟା ମାମଲା: ଅଭିଯୁକ୍ତ ତୁଷାରଙ୍କ ଜାମିନ ଖାରଜ

ବ୍ରହ୍ମପୁର,୨୯୮(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋପାଳପୁର ଥାନା ଅନ୍ତର୍ଗତ ସତ୍ୟ ନାରାୟଣପୁର ମୁଖ୍ୟ ରାସ୍ତାରେ ପ୍ଲଟ ବ୍ୟବସାୟୀ ସୁଧୀର କୁମାର୍‌ ପାତ୍ରଙ୍କୁ ଗତ ଏପ୍ରିଲ ୧୫…

ରାକ୍ଷୀ ପୂର୍ଣ୍ଣିମା ପାଇଁ ବାପଘରକୁ ଆସିଥିଲେ: ମାଟି କାନ୍ଥ ଭୁଶୁଡ଼ି ଶିଶୁ ସମେତ ୩ ଗୁରୁତର

ବାରିପଦା, ୨୯।୮ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅନ୍ତର୍ଗତ ପଟିସାରି ଗ୍ରାମପଞ୍ଚାୟତର ଜଡ଼ିପଦା ଗାଁରେ ମାଟି କାନ୍ଥ ଭୁଶୁଡ଼ି ଶିଶୁ ସମେତ ୩…

ଗଣତନ୍ତ୍ରକୁ ସଶକ୍ତ କରିବା ପାଇଁ ଯୁବପିଢ଼ିଙ୍କୁ ଆହ୍ବାନ: ସଚେତନ ନାଗରିକ ହେବାକୁ ଛାତ୍ରୀଛାତ୍ରଙ୍କ ଶପଥ

ଭଞ୍ଜନଗର,୨୯ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ପିଏମ ସରକାରୀ ଉଚ୍ଚ ବିଦ୍ୟାଳୟ, ମୁଜାଗଡ଼ ଏବଂ କବିସମ୍ରାଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୁଲାଡ଼ରେ ନିର୍ବାଚନ ସାକ୍ଷରତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri