କଳାହାଣ୍ଡି

ପାରିବାରିକ କଳହର କରୁଣ ପରିଣତି:ସାନଭାଇଙ୍କ ଛୁରାମାଡରେ ବଡ଼ଭାଇ ମୃତ

ଭବାନୀପାଟଣା,୧୭।୩ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଏମ.ରାମପୁର ବ୍ଳକ ଅନ୍ତର୍ଗତ ଦେଢଶୁଲି ପଞ୍ଚାୟତର ଗସକା ପଡାଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ସାନ ଭାଇ ବିମ୍ବାଧର ମାଝୀ (୨୫)ର ଛୁରା ମାଡରେ ବଡ଼ଭାଇ ଦାସ ମାଝୀ(୨୮)ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଏକ…

ତେଲଙ୍ଗାନା, ଝାଡ଼ଖଣ୍ଡରେ ୨ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

ବେହେରା,୧୭।୩(ଭୂପେଶ ତିୱାରୀ): କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଅଞ୍ଚଳରୁ ରାଜ୍ୟ ବାହାରକୁ କାମ କରିବାକୁ ଯାଇଥିବା ୨ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏହି ଖବର ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସୋମବାର ସେମାନଙ୍କ ମୃତଦେହ ଗାଁରେ…

ମାଓବାଦୀ କ୍ୟାମ୍ପରେ ଚଢ଼ାଉ, ବିପୁଳ ପରିମାଣର ସାମଗ୍ରୀ ଜବତ

ଭବାନୀପାଟଣା,୧୬ା୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସର ବଡ଼ ସଫଳତା। ମାଓବାଦୀ କ୍ୟାମ୍ପରେ ଚଢ଼ାଉ କରି ବିପୁଳ ପରିମାଣରେ ମାଓବାଦୀ ସାମଗ୍ରୀ ଜବତ କରିଛି ପୋଲିସ। କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଯୁଗସାଇପାଟଣା ମନସ୍କା ଗାଁ ନିକଟ ଜଙ୍ଗଲରେ ମାଓବାଦୀଙ୍କ…

ଭାଜପାରେ ସାମିଲ ହେଲେ ପୂର୍ବତନ ବିଜେଡି ବିଧାୟକ

ଭବାନୀପାଟଣା,୧୪।୩ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ପୂର୍ବତନ ବିଧାୟକ ଅନାମ ନାଏକ ବିଜେଡି ଛାଡି ଗୁରୁବାର ଭାଜପାରେ ସାମିଲ ହୋଇଛନ୍ତି। ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ମନମୋହନ ସାମଲ ଓ ବିରୋଧୀ…

ରୂପ୍ରାରୋଡ୍‌ ରେଳ ଷ୍ଟେଶନରେ ମିଳୁନି ପାନୀୟ ଜଳ, ଯାତ୍ରୀ ହନ୍ତସନ୍ତ

ନର୍ଲା,୧୪ା୩(ସନ୍ତୋଷ ପାତ୍ର): କଳାହାଣ୍ଡି ଜିଲା ନର୍ଲା ବ୍ଲକ ରୂପାରୋଡ୍‌ ରେଳଷ୍ଟେଶନ ପ୍ଲାଟ୍‌ଫର୍ମରେ ପାନୀୟ ଜଳର ବ୍ୟବସ୍ଥା ନ ଥିବାରୁ ଯାତ୍ରୀମାନେ ଶୋଷରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। ପ୍ରାପ୍ତ ସୂଚନାନୁଯାୟୀ, ଏହି ପ୍ଲାଟ୍‌ଫର୍ମରେ ପାଣି ପୋଷ୍ଟରେ…

ରୋଜଗାର ଦେଉଛି ମିଠା ମକା ଚାଷ

ଭବାନୀପାଟଣା,୧୪।୩(ଉତ୍ତମ କୁମାର ଦାଶ)ପରିବାର ଗୁଜୁରାଣ ମେଣ୍ଟାଇବାରେ ସହାୟକ ହୋଇଛି ମିଠା ମକା ଚାଷ (ସୁଇଟକର୍ଣ୍ଣ)। ସକାଳ ହେଉ କି ସନ୍ଧ୍ୟା ଛୋଟପିଲାଙ୍କଠାରୁ ଆରମ୍ଭ କରି ଯୁବପିଢ଼ୀ ଏହାକୁ ଖାଇବାକୁ ସମସ୍ତେ ପସନ୍ଦ କରୁଛନ୍ତି। ତେବେ ଏହି ସୁଇଟକର୍ଣ୍ଣ ବା ମିଠାମକା ଚାଷ…

ଏମ୍‌ପି ଟିକେଟକୁ ନେଇ ଅନ୍ତର୍ଦ୍ୱନ୍ଦ୍ୱରେ ଭାଜପା:ଏଥର ବସନ୍ତ ନା ବିକଳ୍ପ

ଭବାନୀପାଟଣା,୧୨ା୩(ଉତ୍ତମ କୁମାର ଦାଶ):ବିଜେଡିି-ଭାଜପା ମେଣ୍ଟ ହେବାକୁ ନେଇ ସମଗ୍ର ରାଜ୍ୟରେ ହଟଚମଟ ଦେଖାଦେଇଛି। ଏପରିସ୍ଥଳେ କଳାହାଣ୍ଡି ଜିଲା ଭାଜପାରେ ଦେଖାଦେଇଛି ଦଳୀୟ ଅନ୍ତର୍ଦ୍ୱନ୍ଦ୍ୱ। କଳାହାଣ୍ଡି ଲୋକ ସଭା ଆସନକୁ ନେଇ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ମିଳିଥିବା…

ଆଜି ଅନ୍ତର୍ଜାତୀୟ ମହିଳା ଦିବସ: ଶିଶୁ ଶ୍ରମିକରୁ ଶିଶୁ ସୁରକ୍ଷାକାରୀ

ଭବାନୀପାଟଣା,୮।୩(ଉତ୍ତମ କୁମାର ଦାଶ):ଦିନେ ସେ ଥିଲେ ଶିଶୁ ଶ୍ରମିକ। ଆଉ ଆଜି ଶିଶୁ ସୁରକ୍ଷାକାରୀ। ଆଦିବାସୀ ଝିଅ ଗୁଆଦେଇ ଭୋଇ କଳାହାଣ୍ଡି ଜିଲା ପାଇଁ ଉଦାହରଣ ପାଲଟିଛନ୍ତି। ଜୁନାଗଡ ବ୍ଲକ ଅନ୍ତର୍ଗତ ଦେଦର ଗ୍ରାମର ମା’ବାପା ଛେଉଣ୍ଡ ଝିଅ ଗୁଆଦେଇ ଭୋଇ…

ବୁଲେଟ ଚକାରେ ଓଢ଼ଣି ଲାଗି ୮ ବର୍ଷର ଝିଅର କଟିଗଲା ହାତ

କେସିଙ୍ଗା,୭।୩(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଉତ୍କେଲାସ୍ଥିତ ପେଟ୍ରୋଲ ପମ୍ପ ନିକଟରେ ଗୁରୁବାର ଏକ ଅଘଟଣ ଘଟିଛି। ଏକ ବୁଲେଟ ଚକାରେ ଓଢ଼ଣି ଲାଗି ୮ ବର୍ଷର ଝିଅର ହାତ କଟି ଯାଇଛି। ବୁଲେଟରେ ସ୍ବାମୀ, ସ୍ତ୍ରୀ ଓ ତାଙ୍କ…

୨୦ ଫୁଟର ଘାଇ: ପାଣି ମଧ୍ୟରେ ଲୋକେ

ଧର୍ମଗଡ଼,୪।୩: କଳାହାଣ୍ଡି ଜିଲା କଲମପୁର ବ୍ଲକ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ସୋମବାର ୨୦ ଫୁଟର ଘାଇ ସୃଷ୍ଟି ହୋଇଛି। ଏ ନେଇ ଆଖପାଖ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଏହା ସହ ଲୋକଙ୍କ ଘରେ ପାଣି ମଧ୍ୟ ପଶିଯାଇଛି। ଭୋର ସମୟରେ ହଠାତ୍‌…

ଇନ୍ଦ୍ରାବତୀ କେନାଲରେ ଘାଇ: ଲୋକଙ୍କ ଘରେ ପଶିଲା ପାଣି

ଭବାନୀପାଟଣା,୪।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଲମପୁର ବ୍ଲକ ଦେପୁର ଠାରେ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ରବିବାର ବିଳମ୍ବିତ ରାତିରେ ପ୍ରାୟ ୨୦ ଫୁଟର ଘାଇ ସୃଷ୍ଟି ହୋଇଛି। ଯାହାଫଳରେ କେନାଲରୁ ପାଣି ନିଷ୍କାସନ ହୋଇ ସ୍ଥାନୀୟ ଅଞ୍ଚଳ ଜଳମଗ୍ନ…

ଧର୍ମଗଡ଼ରେ ନୂଆ-ଓ’ ସ୍କଲାରଶିପ୍‌ ପ୍ରଦାନ କଲେ ୫-ଟି ଅଧ୍ୟକ୍ଷ

ଭବାନୀପାଟଣା,୩ା୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ପଞ୍ଚାୟତ ମହାବିଦ୍ୟାଳୟ ସମ୍ମୁଖ ପଡ଼ିଆରେ ରବିବାର ନୂଆ-ଓ ସ୍କଲାରଶିପ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଯୋଗଦେଇ ଛାତ୍ରୀଛାତ୍ରଙ୍କୁ ନୂଆ-ଓ ସ୍କଲାରଶିପ୍‌ ପ୍ରଦାନ କରିଛନ୍ତି। ଏହି ସ୍କଲାରଶିପ୍‌ ଜରିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?