କୋକସରାରେ ଭାରତ ବନ୍ଦର ପ୍ରଭାବ, ଜନଜୀବନ ପ୍ରଭାବିତ

କୋକସରା,୨୧ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଉଚ୍ଚତମ ନ୍ୟାୟାଳୟଙ୍କ ଦ୍ୱାରା ଏସ୍‌ଟି ଏସ୍‌ସିମାନଙ୍କ ଉପବର୍ଗୀକରଣ ଓ କ୍ରିମିଲେୟାର ସମ୍ବନ୍ଧୀୟ ରାୟକୁ ପ୍ରତିବାଦ କରି ଆଜି ଏସ୍‌ଟି, ଏସ୍‌ସି ଅଧିକାର ସୁରକ୍ଷା ମହାସଂଘ କଳାହାଣ୍ଡି ଜିଲା ପକ୍ଷରୁ ଜିଲାର ବିଭିନ୍ନ ସ୍ଥାନରେ ଭାରତ ବନ୍ଦ ପାଳନ ସହ ଅଖ ଚକ ଜାମ୍‌ କରାଯାଇଛି।
ଏହି ପରିପ୍ରେକ୍ଷୀରେ କୋକସରା ବ୍ଲକର କୋକସରା ଏସ୍‌ଟି, ଏସ୍‌ସି ସଂଘ ପକ୍ଷରୁ କୋକସରା ଥାନା ସମ୍ମୁଖରେ ସକାଳ ୬ଟାରୁ ଜାତୀୟ ରାଜପଥ ୨୬ ଅବରୋଧ କରି ଶତାଧିକ କର୍ମକର୍ତ୍ତା ନାରାବାଜି କରିବା ସହ ଉପବର୍ଗୀକରଣ ଓ କ୍ରିମିଲେୟାର ସମ୍ବନ୍ଧୀୟ ରାୟକୁ ପ୍ରତିବାଦ କରି ବନ୍ଦପାଳନ କରିବା ସହ ଆନ୍ଦୋଳନକାରୀମାନେ ପିକେଟିଂ କରି ସରକାରୀ, ବେସରକାରୀ କାର୍ଯ୍ୟାଳୟ, ଦୋକାନ ବଜାର ବନ୍ଦ କରିଥିଲେ। ରାସ୍ତା ଅବରୋଧ ଅନେକ ଯାତ୍ରୀବାହୀ ବସର ଯାତ୍ରୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଓ ଜନଜୀବନ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଥିଲା। ବନ୍ଦ ପାଳନରେ ଆଦିବାସୀ ସଂଘ ସଭାପତି ହେମନ୍ତ କୁମାର ମାଝି, ଅଲ୍‌ ଓଡ଼ିଶା ସିଡ୍ୟୁଲକାଷ୍ଟ ଫେଡେରେଶନର ଆବାହକ ଗୋବର୍ଦ୍ଧନ ବାଗ, ପୂର୍ବତନ ଆଦିବାସୀ ସଂଘ ସଭାପତି ପଦ୍ମ କିଶୋର ପୂଝାରି, ଡମ୍ବ ସମାଜ ସମ୍ପାଦକ ଧବଳେଶ୍ବର ନାଗ, ବଞ୍ଜାରା ସମାଜ ଜିଲା ସଭାପତି ଯଶୋବନ୍ତ ସିଂ ନାଏକ, ଜୟଲାଲ ନାଏକ, ମୁକ୍ତେଶ୍ୱର ନାଏକ, ଗରୁଡ଼ଧ୍ୱଜ ମାଝି, ଅଶୋକ ପୂଝାରି, ସତ୍ୟବାନ ପାଣିଗ୍ରାହୀ, ବେଣୁପାଣି ଦୁର୍ଗା, ଘନଶ୍ୟାମ ପ୍ରମୁଖ ଉପସ୍ଥିତ ଥିଲେ।
ଅନୁରୂପ ଭାବେ ଆମପାଣିଠାରେ ଟିକିଚନ୍ଦ୍ର ଧ. ମାଝୀ ଓ ମନୋରଞ୍ଜନ ବାଣୁଆ, ଲଡୁଗାଁଠାରେ ଆଦିବାସୀ ନେତା ଲକ୍ଷ୍ମଣ ଶବର, ଧର୍ମାନନ୍ଦ ଶବର, ଭକ୍ତରାମ ଶବର ଓ ଅନୁସୂଚିତ ଜାତି ପକ୍ଷରୁ ଗରୁଡ଼ ବାଗ, ପ୍ରଧାନୀ ବାଗଙ୍କ ନେତୃତ୍ୱରେ ଆନ୍ଦୋଳନ କରାଯାଇଥିଲା। ଅପରାହ୍ନ ୨ଟାରେ ରାସ୍ତା ଅବରୋଧ ହଟିବା ପରେ ଯାତାୟାତ ସ୍ବାଭାବିକ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଜଣା ଜୀବ କାମୁଡ଼ାରେ ଅନୁଭବ ମଲ୍ଲିକଙ୍କ ମୃତ୍ୟୁ, ମାଣ୍ଡିପାଙ୍କାରେ ଶୋକାକୁଳ ପରିବେଶ

ଦାରିଙ୍ଗବାଡି,୨୪।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଅଜଣା ବିଷାକ୍ତ ଜୀବ…

କେସିଙ୍ଗାରେ ଲଘୁଚାପ ବର୍ଷା-ପବନର ତାଣ୍ଡବ: ଗଛ ଭାଙ୍ଗି ତାର ଛିଣ୍ଡିଲା, ବିଦ୍ୟୁତ ସେବା ଠପ୍

କେସିଙ୍ଗା,୨୪।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ପରଲସିଙ୍ଗା ଗ୍ରାମରେ ବିଦ୍ୟୁତ ସେବା ବ୍ୟାହତ ହୋଇଛି । ଜମିର ହିଡ ଉପରେ ଥିବା ଗଛ ଲଘୁଚାପ ଜନିତ…

ଭାଇ ଅର୍ଜୁନ ତେନ୍ଦୁଲକରଙ୍କୁ ଏମିତି ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସାରା, ସଭିଏଁ କହୁଛନ୍ତି…

ମୁମ୍ବାଇ,୨୪।୯: ଅର୍ଜୁନ ତେନ୍ଦୁଲକର ଗୁରୁବାର ତାଙ୍କର ୨୭ତମ ଜନ୍ମଦିନ ପାଳନ କରୁଛନ୍ତି; ତାଙ୍କର ଜନ୍ମ ୨୪ ସେପ୍ଟେମ୍ବର ୧୯୯୯ରେ ହୋଇଥିଲା। ‘କ୍ରିକେଟର ଭଗବାନ’ ଭାବେ ପରିଚିତ ସଚିନ…

ଧରିତ୍ରୀ ପ୍ରଭାବ; ସାନ୍ତାଳୀ ଗାଁ ପାଣିଖିଆରେ ପାଣି ପଶିବା ଘଟଣା, ଶୁଖିଲା ଖାଦ୍ୟ ବାଣ୍ଟିଲା ପ୍ରଶାସନ

ମହାକାଳପଡ଼ା,୨୪।୯(ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ସାନ୍ତାଳୀ ଗାଁ ପାଣି ଖିଆରେ ସମୁଦ୍ର ପାଣି ମାଡ଼ି ଆସିଛି । ଲଘୁଚାପ ପ୍ରଭାବରେ…

ବିଧାନସଭା ନିର୍ବାଚନ ପୂର୍ବରୁ BJPର ବଡ଼ ଘୋଷଣା: ବିଭିନ୍ନ ରାଜ୍ୟରେ ୨୪ ନୂଆ ପଦାଧିକାରୀ ନିଯୁକ୍ତ

ନୂଆଦିଲ୍ଲୀ,୨୪।୯: ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ବିଧାନସଭା ନିର୍ବାଚନ ପୂର୍ବରୁ BJP ନିଜର ସାଙ୍ଗଠନିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଆରମ୍ଭ କରିଛି। ଏହି ପ୍ରକ୍ରିୟାର ଅଂଶବିଶେଷ…

ଗୁଡ଼ାରିରୁ OSRTC ବସ୍ ସେବା ଦାବି: ବିଧାନସଭାରେ ଉଠିଲା ପ୍ରଶ୍ନ, ମନ୍ତ୍ରୀ କହିଲେ….

ଗୁଡାରି,୨୪।୯(ପ୍ରମୋଦ କୁମାର ପତି ): ଗୁଡାରିରୁ ରାଜଧାନୀ ଭୁବନେଶ୍ୱରକୁ ସରକାରୀ ବସ ସେବା ପ୍ରଦାନ ନେଇ ବିଧାନସଭାରେ ପ୍ରଶ୍ନ କରିଥିଲେ ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ ।…

୫୯ ନଂ ଜାତୀୟ ରାଜପଥ ଗାଜଲବାଡି ଘାଟି ସିଲ୍, ଗୋପାଳପୁର-ରାଇପୁର ଯାତାୟାତ ବନ୍ଦ

ଦାରିଙ୍ଗବାଡି,୨୪।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଦେଇ ଯାଇଥିବା ଗୋପାଳପୁର -ରାଇପୁର ୫୯ ନଂ ଜାତୀୟ ରାଜପଥର ଗାଜଲବାଡି ଘାଟି ରାସ୍ତାକୁ ସିଲ୍ କଲା କନ୍ଧମାଳ ଜିଲା…

ବିଦାୟ ନେବାକୁ ପ୍ରସ୍ତୁତ ମୌସୁମୀ: ଆପଣଙ୍କ ରାଜ୍ୟରେ କେବେ ବର୍ଷା ବନ୍ଦ ହେବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୪।୯: ପ୍ରବଳ ବର୍ଷା ପରେ, ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ଚଳିତ ବର୍ଷ ମୌସୁମୀ ୫ଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?