ଜଣେ ଶିକ୍ଷକରେ ଚାଲିଛି ୬୦ ସ୍କୁଲ: ଅଫିସ କାମରେ ଗଲେ ସ୍କୁଲ ବନ୍ଦ

ଭବାନୀପାଟଣା,୨୨ା୮(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲାରେ ଶିକ୍ଷା ବିଭାଗର ବିଚିତ୍ର ନୀତି ଦେଖିବାକୁ ମିଳୁଛି। ଯେଉଁଠି ଦରକାର ଅଛି ସେଠି ଶିକ୍ଷକ ନିଯୁକ୍ତି କରାଯାଉ ନ ଥିବାବେଳେ ଆବଶ୍ୟକ ନ ଥିବା ସ୍କୁଲରେ ଶିକ୍ଷକ ନିଯୁକ୍ତି କରାଯାଉଥିବା ଅଭିଯୋଗ ଆସିଛି। ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ଗତ ମାସ ସୁଦ୍ଧା ଜିଲାର ୬୦ ସ୍କୁଲ ଜଣେ ଶିକ୍ଷକରେ ଚାଲିଛି। ଜଣେ ଶିକ୍ଷକରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା ଚାଲିଛି। ପୁଣି ସେହି ଶିକ୍ଷକଙ୍କ କୌଣସି ଅଫିସ କାମ ହେଉ ବା ଦେହ ଖରାପ ହେଲେ ସ୍କୁଲରେ ତାଲା ପଡୁଛି।

ଜିଲାର ଅନ୍ତର୍ଲା ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଥିବାବେଳେ ଏଠାରେ ୫୬ ଜଣ ଛାତ୍ରୀଛାତ୍ର ପାଠ ପଢ଼ନ୍ତି। ଗତ ୩୧ ତାରିଖରେ ଜଣେ ଶିକ୍ଷୟିତ୍ରୀ ଅବସର ନେବା ପରେ ଏହି ସ୍କୁଲରେ ଜଣେ ଶିକ୍ଷକରେ ପାଠ ପଢା ଚାଲିଛି । ସେହିଭଳି କାନ୍ଦୁଲବନ୍ଦ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ସମାନ ଅବସ୍ଥା। ଏହି ସ୍କୁଲରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଥିବା ବେଳେ ୧୬ ଛାତ୍ରୀଛାତ୍ର ଅଧ୍ୟୟନ କରନ୍ତି। ସ୍ଥାୟୀ ଶିକ୍ଷକ ନ ଥିବାରୁ ଅନ୍ୟ ସ୍କୁଲରୁ ଡେପୁଟେଶନରେ ଆସି ପାଠ ପଢ଼ାଉଛନ୍ତି।

ଗତ ୧ ତାରିଖରେ ଏଠାରେ ଥିବା ଜଣେ ଶିକ୍ଷକ ସିଆର୍‌ସିସି ଦାୟିତ୍ୱ ନେବାରୁ ଜଣେ ଶିକ୍ଷକରେ ଚାଲିଛି ପାଠପଢ଼ା। ଜୁନାଗଡ଼ ଶିକ୍ଷା ବିଭାଗ ଅଧୀନରେ ପ୍ରାୟ ୨୦୦ଟି ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଥିବା ବେଳେ ୬୧୫ ଜଣ ଶିକ୍ଷକ ଅଛନ୍ତି। ବର୍ତ୍ତମାନ ଆଉ ୧୧୩ ଶିକ୍ଷକ ଦରକାର ଥିବା ନେଇ ଜିଲା ଶିକ୍ଷା ବିଭାଗକୁ ଜଣାଯାଇଛି। କେବଳ ଜୁନାଗଡ଼ ନୁହେଁ ଜିଲାର ଭବାନୀପାଟଣା, କେସିଙ୍ଗା, କୋକସରା, ଜୟପାଟଣା, ଗୋଲାମୁଣ୍ଡା, ଏମ୍‌ ରାମପୁର, କର୍ଲାମୁଣ୍ଡା, ନର୍ଲା, ଲାଞ୍ଜିଗଡ଼ ଓ କଲମପୁର ଆଦି ବ୍ଲକର ଅନେକ ସ୍କୁଲ ଜଣେ ଶିକ୍ଷକରେ ଚାଲିଛି। ଏପରି କି ୭୦ରୁ ଶହେ ଭିତରେ ଛାତ୍ରୀଛାତ୍ର ରହିଥିବା ସ୍କୁଲରେ ମଧ୍ୟ ଜଣେ ଲେଖାଏ ଶିକ୍ଷକ ରହିଛନ୍ତି। ଫଳରେ ସେଠାରେ ଶିକ୍ଷାଦାନ କେମିତି ହେଉଥିବ ତାହା ସହଜେ ଅନୁମେୟ। ବିଭିନ୍ନ ସ୍କୁଲରେ ନିଯୁକ୍ତି ଥିବା ଶିକ୍ଷକ ଅବସର ନେଲା ପରେ ଏହି ସମସ୍ୟା ଦେଖାଦେଉଛି। ଏହା ଭିତରେ ନୂତନ ୮୧୧ ଜଣ ଶିକ୍ଷକ ନିଯୁକ୍ତି ହେବା ସହ ଯେଉଁ ସ୍କୁଲରେ ଜଣେ ଶିକ୍ଷକ ଅଛନ୍ତି ସେଠାରେ ନୂତନ ଶିକ୍ଷକଙ୍କୁ ନିଯୁକ୍ତ ଦିଆଯିବ ବୋଲି ଜିଲା ଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

୨ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ୪ ଗୁରୁତର

ଖଜୁରିପଡ଼ା,୧୪ା୯(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ପିରିକୁଡ଼ି ପଞ୍ଚାୟତ ନିକଟସ୍ଥ ବିଲାବାଡ଼ି ବୁଲାଣିଠାରେ ସୋମବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ବାଇକ୍‌…

ପୂଜା ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ

ସମ୍ବଲପୁର,୧୪।୯: ସମ୍ବଲପୁର ବୁଢାରଜା ଅଞ୍ଚଳରେ ଏକ ଗଣେଶ ପୂଜା ମଣ୍ଡପରେ ସୋମବାର ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ନିଆଁ ଏତେ ଯୋର ଥିଲା ଯେ, ଅଳ୍ପ ସମୟ ମଧ୍ୟରେ…

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ଦୁର୍ଗାପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗଣେଶ ଚତୁର୍ଥୀ ଅବସରରେ ଆସନ୍ତା ଦଶହରା ପୂଜା ପାଇଁ…

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

ଗଣେଶ ଚତୁର୍ଥୀରେ ଚଳଚଞ୍ଚଳ ଛତ୍ରପୁର ସହର: ଝଲସୁଛି ବିଭିନ୍ନ ପୂଜାମଣ୍ଡପ

ଛତ୍ରପୁର, ୧୪।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଆଜି ପବିତ୍ର ଶ୍ରୀଗଣେଶ ଚତୁର୍ଥୀ। ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ଆବାହନରେ ଚଳଚଞ୍ଚଳ ହୋଇଉଠିଛି ଛତ୍ରପୁର ସହର। ଶ୍ରଦ୍ଧା, ଭକ୍ତି ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?