ପଥପ୍ରାନ୍ତ ସୁବିଧା କେନ୍ଦ୍ରରେ ତାଲା
ଭବାନୀପାଟଣା,୪ା୯(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାର ପୂର୍ତ୍ତବିଭାଗ ଅଧୀନରେ ଥିବା ୪ଟି ପଥପ୍ରାନ୍ତ ସୁବିଧା କେନ୍ଦ୍ରରେ ୨ମାସ ହେଲା ତାଲା ଝୁଲୁଥିବା ଦେଖିବାକୁ ମିଳିଛି। ଫଳରେ ଯାତ୍ରୀମାନେ ସେବା ନ ପାଇ ହନ୍ତସନ୍ତ ହୋଇଛନ୍ତି। ଏହାକୁ ନେଇ ସାଧାରଣରେ ଉଦ୍ବେଗ ପ୍ରକାଶ ପାଇଛି।…
ଦାୟିତ୍ୱ ନେଲେ ନୂତନ ଡିଆଇପିଆର୍ଓ
ଭବାନୀପାଟଣା,୪ା୯(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାର ନୂତନ ସୂଚନା ଓ ଲୋକସମ୍ପର୍କ ଅଧିକାରୀ (ଡିଆଇପିଆର୍ଓ) ଭାବେ ହଳଧର ନିଆଲ ସୋମବାର କାର୍ଯ୍ୟରେ ଯୋଗଦେଇଛନ୍ତି। ଭବାନୀପାଟଣାସ୍ଥିତ ଡିଆଇପିଆର୍ଓଙ୍କ କାର୍ଯ୍ୟାଳୟରେ ପୂର୍ବତନ ଡିଆଇପିଆର୍ଓ ମନୋଜ ବେହେରାଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ…
ମଙ୍ଗବାର ପ୍ରଥମ ନୂଆଖାଇ, ଗ୍ରାମବାସୀ ଉତ୍ସାହିତ
କେସିଙ୍ଗା,୨ା୯(ତୁମେଶ୍ୱର ସାହୁ): କେସିଙ୍ଗା ବ୍ଲକର ପର୍ଥଲା ଗ୍ରାମ ପଞ୍ଚାୟତରେ ମଙ୍ଗଳବାର ନୂଆଖାଇ ଅନୁଷ୍ଠିତ ହେବ। ପର୍ଥଲା ବାହାଦୂରପଦର ଓ ପଲକାପଡ଼ାବାସୀ ନୂଆ ଖାଇବେ। ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। ସୋମବାର ସପ୍ତପୁରୀ ଅମାବାସ୍ୟା ରହିଥିବାରୁ ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ଗ୍ରାମ ଦେବଦେବୀ…
ଯୋଗମାୟା ପୀଠକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦିଆଯାଉ: ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର
କେସିଙ୍ଗା,୨ା୯(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ୍ ଗୁର୍ଜିମୁଣ୍ଡାସ୍ଥିତ ମା’ ଯୋଗମାୟା ପୀଠକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦେବା ସହ ପୀଠର ଉନ୍ନତୀକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଟ୍ରଷ୍ଟର ସଦସ୍ୟମାନେ ରବିବାର ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଏହା ସହ ମା’ଙ୍କ ପ୍ରତିମୂର୍ତ୍ତି ଓ…
ପଞ୍ଚାୟତ ସ୍ତରୀୟ ଜନଶୁଣାଣିରେ ଯୋଗଦେବାକୁ ଯାଇ ବିଡ଼ିଓ ହଟହଟା: ଲିଖିତ ପ୍ରତିଶ୍ରୁତି ପରେ ରାସ୍ତା ଛାଡ଼ିଲେ ଅଞ୍ଚଳବାସୀ
ଥୁଆମୁଳ ରାମପୁର,୨।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ବ୍ଳକ ପ୍ରଶାସନ ପକ୍ଷରୁ ଗତ ମାସ ଠାରୁ ପ୍ରତ୍ୟେକ ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ଜନଶୁଣାଣୀ ଶିବିର ଆୟୋଜନ କରାଯାଉଛି। ଏହି କ୍ରମରେ ନାକରୁଣ୍ତି ପଞ୍ଚାୟତ ଠାରେ ସୋମବାର ଆୟୋଜିତ ଜନଶୁଣାଣୀ କାର୍ଯ୍ୟକ୍ରମରେ ଯୋଗ…
କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ସୁଭଦ୍ରା ଯୋଜନା ଫର୍ମ ବଣ୍ଟନ ଆରମ୍ଭ
କର୍ଲାମୁଣ୍ଡା,୨/୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଗାଁରେ ସୁଭଦ୍ରା ଯୋଜନାର ଫର୍ମ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବ୍ଲକ ରିଂଜାଠାରେ ଆଇସିଡିଏସ କର୍ମୀ ପ୍ରଜ୍ଞା ପରମିତା ସାହୁ ଗାଁର ମହିଳା ମାନଙ୍କୁ ସୁଭଦ୍ରା ଯୋଜନାର…
କେସିଙ୍ଗା ଏନ୍ଏସିରେ ବଡାଖାନା କାର୍ଯ୍ୟକ୍ରମ
କେସିଙ୍ଗା,୧।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦର କଲ୍ୟାଣ ମଣ୍ଡପ ପରିସରରେ ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ନେତୃତ୍ୱରେ ବଡାଖାନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅଧ୍ୟକ୍ଷ ନୃପରାଜ ବଡାଖାନା କାର୍ଯ୍ୟକ୍ରମ ବିଷୟରେ ବିଷଦ ଭାବେ ଆଲୋକପାତ କରିଥିଲେ।…
ନର୍ସିଂ କଲେଜରେ ରାଗିଂ : ସିନିୟର, ଜୁନିୟର ଛାତ୍ରୀଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ
ଭବାନୀପାଟଣା,୧।୯ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ କାମଠଣାଠାରେ ଥିବା ନର୍ସିଂ କଲେଜରେ ରାଗିଂ ଅଭିଯୋଗକୁ ନେଇ ସିନିୟର ଓ ଜୁନିୟର ଛାତ୍ରୀଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏହାକୁ ନେଇ ଛାତ୍ରୀଛାତ୍ର ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଗତ କିଛିଦିନ…
ପୋଲ ନିର୍ମାଣ ପାଇଁ ଜାତୀୟ ରାଜପଥରେ ଚିପ୍ସ ଗଦା
କୋକସରା,୩୧ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ନଂ. ଜାତୀୟ ରାଜପଥର କାଉଡୋଳାରୁ ମହାଜନଗୁଡା ବାଞ୍ଜିବାହାଲକୁ ସଂଯୋଗ କରୁଥିବା ରାସ୍ତା ନିକଟରେ ଏକ ଠିକାସଂସ୍ଥା ପକ୍ଷରୁ ଜାତୀୟ ରାଜପଥ ଉପରେ ଚିପ୍ସ ଗଦା କରାଯାଇଛି। ଫଳରେ ଜାତୀୟ ରାଜପଥ ଦେଇ ଯାଉଥିବା ଗାଡିମୋଟର ଦୁର୍ଘଟଣାର ସମ୍ମୁଖୀନ…
ବସ୍-ବାଇକ୍ ମୁହାଁମୁହିଁ ଧକ୍କା
କୋକସରା,୩୧।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡୁଗାଁ ଦେଇ ପିପଲଗୁଡା ଯାଉଥିବା ସୁଭଦ୍ରା ନାମକ ଏକ ଘରୋଇ ବସ୍ ସହିତ କୁଶମାଲ ଛକ ନିକଟରେ ଏକ ବାଇକ୍ ସହ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ବାଇକରେ ଥିବା ୨ଜଣ…
ତାମିଲନାଡୁରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ
ଲାଞ୍ଜିଗଡ଼,୩୧ା୮(ରମେଶ ଚନ୍ଦ୍ର ନାୟକ): ଦାଦନ ଖଟିବାକୁ ତାମିଲନାଡୁ ଯାଇଥିବା କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଖବାହାଳି ପଞ୍ଚାୟତ ଦୋରାସାର୍ଲି ଗାଁର ସହଦେବ ହରିଜନ (୨୮)ଙ୍କ ଗୁରୁବାର ସେଠାରେ ମୃତ୍ୟୁ ଘଟିଛି। ସୂଚନାନୁସାରେ ସହଦେବ ୨୦୨୩ ଅଗଷ୍ଟରେ ତାମିଲନାଡୁ ତ୍ରିପୁର ଜିଲାକୁ କାମ…
କେସିଙ୍ଗା ଏନ୍ଏସିରେ ସ୍ବାୟତ୍ତ ଶାସନ ଦିବସ, ମୁକ୍ତିଧାମ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ
କେସିଙ୍ଗା,୩୧ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦଠାରେ ସ୍ବାୟତ୍ତ ଶାସନ ଦିବସ ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ନେତୃତ୍ୱରେ କଲ୍ୟାଣମଣ୍ଡପ ପ୍ରାଙ୍ଗଣଠାରେ ମହାସମାରୋହରେ ଶନିବାର ପାଳିତ ହୋଇଯାଇଛି। ସକାଳେ ପ୍ରଥମ ଅଧିବେଶନରେ ପ୍ରାତଃ ସମୟରେ ରାମଧୂନ୍, ସହରର ବିଭିନ୍ନ ଛକସ୍ଥିତ…

