ପଞ୍ଚାୟତ ସ୍ତରୀୟ ଜନଶୁଣାଣିରେ ଯୋଗଦେବାକୁ ଯାଇ ବିଡ଼ିଓ ହଟହଟା: ଲିଖିତ ପ୍ରତିଶ୍ରୁତି ପରେ ରାସ୍ତା ଛାଡ଼ିଲେ ଅଞ୍ଚଳବାସୀ

ଥୁଆମୁଳ ରାମପୁର,୨।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ବ୍ଳକ ପ୍ରଶାସନ ପକ୍ଷରୁ ଗତ ମାସ ଠାରୁ ପ୍ରତ୍ୟେକ ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ଜନଶୁଣାଣୀ ଶିବିର ଆୟୋଜନ କରାଯାଉଛି। ଏହି କ୍ରମରେ ନାକରୁଣ୍ତି ପଞ୍ଚାୟତ ଠାରେ ସୋମବାର ଆୟୋଜିତ ଜନଶୁଣାଣୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯିବା ସମୟରେ ଖଣି ଖନନ କମ୍ପାନୀ ପଠାଇଥିବା ସନ୍ଦେହରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧ୍ରୃବଚରଣ ମୁଦୁଲିଙ୍କୁ ପାଖାପାଖି ୧୫୦୦ ରୁ ଉର୍ଦ୍ଧ ଅଞ୍ଚଳବାସୀ ଘେରିଯାଇଥିଲେ।

ସୂଚନା ଅନୁସାରେ ବ୍ଲକ୍ ର ଜନ ମଙ୍ଗଳ ଅଧିକାରୀ ଶୁଭଜିତ ରଞ୍ଜନ ସ୍ୱାଇଁ, ବିଏସଏସଓ ସୁନାରାମ ସୋରେନ, ଆରଏଚ ରାଜେନ୍ଦ୍ର ନାରାୟଣ ଦେବ, ଏମଆଇ ବିଭୂରଞ୍ଜନ ସାହୁ, ପଞ୍ଚାୟତ ନିର୍ବାହୀ ଅଧିକାରୀ ହରିହର କୁମ୍ଭାର, ଜିଆରଏସ୍ ଖଗପତି ନାଏକ ଓ ବିଭିନ୍ନ ଲାଇନ ବିଭାଗର କର୍ମଚାରୀ ଯୋଗଦେବା ପାଇଁ ଉକ୍ତ ପଞ୍ଚାୟତକୁ ଯାଇପହଞ୍ଚିଥିଲେ। ହେଲେ ସେଠାରେ ଅଞ୍ଚଳ ବାସି ସିଜିମାଳୀ ଓ କୁଟ୍ରୁମାଳିକୁ କମ୍ପାନୀ ହାତକୁ ଟେକି ଦେବୁ ନାହିଁ ବୋଲି ପ୍ରଶାସନ ବିରୋଧରେ ନାରା ବାଜି କରିଥିବା ସହ ତାଙ୍କ ଜଙ୍ଗଲ ଜମି ର କିସମ ବଦଳେଇ ଦେଇଥିବା ହେତୁ ତାର ପ୍ରତିବାଦରେ ବ୍ଳକ ପ୍ରଶାସନକୁ ପୂର୍ବରୁ ଆନ୍ଦୋଳନକାରି ବିରୋଧ କରି ଲିଖିତ ଅଭିଯୋଗ କରିଥିଲେ।

ତହସିଲଦାର ଓ ବିଡ଼ିଓ ମହାଶୟଙ୍କୁ ପୂର୍ବରୁ କେରପାଇ ଗ୍ରାମ ପଂଚାୟତର ଜନ ଶୁଣାଣି ବେଳେ ସାମାନ୍ୟ ବିରୋଧାଭାସ କରିଥିଲେ ଖଣି ସୁରକ୍ଷା ଆନ୍ଦୋଳନକାରି। ତେବେ ସେହି ଜନ ଶୁଣାଣି ଶିବିରରେ ବିଡିଓ ମୁଦୁଲି ଖୋଲା ଖୋଲି କମ୍ପାନୀକୁ ସମର୍ଥନ ଦେଇଥିଲେ ଓ ଡବ୍ଲୁ ଇଓ ଶୁଭଜିତ ରଞ୍ଜନ ସ୍ୱାଇଁ ଗାଁ ଗାଁ ବୁଲି ସରକାରଙ୍କ ବିନା ଅନୁମତିରେ ଯାଇ ପ୍ରଭାବିତ ଅଞ୍ଚଳ ମଧ୍ୟରେ ଯାଇ ଗ୍ରାମ ସଭା ପଲ୍ଲୀ ସଭା କରିଥିଲେ ଏବଂ ଗ୍ରାମବାସି ମିଛ ଦସ୍ତଖତ କରିଥିଲେ ବୋଲି ଅଭିଯୋଗ କରି ଆନ୍ଦୋଳନକାରୀ ଓ ନାକରୁଣ୍ଡି ଗ୍ରାମ ପଞ୍ଚାୟତବାସୀ ବିଡ଼ିଓ ସମେତ ସମସ୍ତ ବ୍ଳକ ପ୍ରଶାସନ ଓ ଅନ୍ଯାନ୍ଯ କର୍ମଚାରୀ ମାନଙ୍କୁ ଗ୍ରାମବାସୀ ଅଟକ ରଖିଥିବା ଦେଖିବାକୁ ମିଳିଥିଲା।

ପରେ ବିଡିଓ ଲୋକଙ୍କୁ ବୁଝାମଣା କରିବା ସହିତ ଆମେ ସରକାରଙ୍କ ଯୋଜନାର ଉପଲବ୍ଧିକୁ ନେଇ ଆପଣଙ୍କ ପାଖକୁ ଆସିଛୁ ଆମେ କୌଣସି କମ୍ପାନୀ କିମ୍ବା ଖଣି ଖନନ ବିଷୟକୁ ନେଇ ଆମେ ଆସି ନାହୁଁ ବୋଲି ଲିଖିତ ପ୍ରତିଶୃତି ଦେବା ପରେ ବିଡ଼ିଓଙ୍କୁ ଛାଡିଥିବା ଖବର ମିଳିଛି। ତେବେ ଏହି ଶିବିର ଲୋକଙ୍କ ସୁବିଧା ପାଇଁ ବ୍ଳକ ପ୍ରଶାସନ ପକ୍ଷରୁ ପଞ୍ଚାୟତ ସ୍ତରୀୟ ଜନଶୁଣାଣୀ କରିବା ବ୍ୟବସ୍ଥା କରିଛନ୍ତି। ଲୋକଙ୍କ ସଚେତନ ଅଭାବ ଯୋଗୁଁ ଏହି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ରୋକା ଯାଉଛି ବୋଲି ବିଡ଼ିଓ ତାଙ୍କର ପ୍ରତିକ୍ରିୟା ଦେଇଥିଲେ ହେଲେ ଏହା କେତେ ଦୂର ଯୁକ୍ତିଯୁକ୍ତ ଲୋକେ ହୃଦୟଙ୍ଗମ କରିବା ଆବଶ୍ୟକତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?