ତାମିଲନାଡୁରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

ଲାଞ୍ଜିଗଡ଼,୩୧ା୮(ରମେଶ ଚନ୍ଦ୍ର ନାୟକ): ଦାଦନ ଖଟିବାକୁ ତାମିଲନାଡୁ ଯାଇଥିବା କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଖବାହାଳି ପଞ୍ଚାୟତ ଦୋରାସାର୍ଲି ଗାଁର ସହଦେବ ହରିଜନ (୨୮)ଙ୍କ ଗୁରୁବାର ସେଠାରେ ମୃତ୍ୟୁ ଘଟିଛି।

ସୂଚନାନୁସାରେ ସହଦେବ ୨୦୨୩ ଅଗଷ୍ଟରେ ତାମିଲନାଡୁ ତ୍ରିପୁର ଜିଲାକୁ କାମ କରିବା ପାଇଁ ଯାଇଥିଲେ। ସେଠାରେ ଏକ ମେଟାଲ କ୍ରଶର କମ୍ପାନୀରେ କାମ କରୁଥିବା ବେଳେ ଗୁରୁବାର ହଠାତ୍‌ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଖବର ପାଇ ପରିବାର ଲୋକେ ଭାଙ୍ଗି ପଡିଛନ୍ତି। ସ୍ବାମୀଙ୍କ ମୃତଦେହ ଦେଖିବାକୁ ଚାହିଁରହିଛନ୍ତି ସ୍ତ୍ରୀ ଇସପରି ହରିଜନ ଓ ଏକ ବର୍ଷର ପୁଅ ଲୋକନାଥ।

ମୃତଦେହ ଫେରାଇ ଆଣିବାକୁ ଅସମର୍ଥ ଯୋଗୁ ସେମାନେ ଜିଲା ଶ୍ରମ ଅଧିକାରୀଙ୍କୁ ନିବେଦନ କରିଛନ୍ତି। ଏ ସମ୍ପର୍କରେ ଜିଲା ଶ୍ରମ ଅଧିକାରୀ ସୁବାସ ମଣ୍ଡଳଙ୍କୁ ପଚାରିବାରୁ ମୋ ପାଖକୁ ଶୁକ୍ରବାର ପରିବାର ଲୋକେ ଆସିଥିଲେ ଏବଂ ଏହାକୁ ଗୁରୁତ୍ୱ ଦେଇ ମୁଁ ତାମିଲନାଡୁର କମ୍ପାନୀ ମାଲିକ ସହିତ ଯୋଗାଯୋଗ କରି ମୃତଦେହ ବ୍ୟବଚ୍ଛେଦ ପରେ କିପରି ଗ୍ରାମକୁ ଆସିବ ତା’ର ବ୍ୟବସ୍ଥା କରାଯିବ ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୁଧ ଓ ମଙ୍ଗଳଙ୍କ ଶୁଭ ଯୋଗ! ଭାଗ୍ୟ ନେବ ମୋଡ଼, ୮ ଅଗଷ୍ଟରୁ ୪ ରାଶିକୁ ମିଳିବ ବଡ଼ ଲାଭ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ଅଗଷ୍ଟ ୮ ତାରିଖ ଅପରାହ୍ନରେ ଏକ ବିଶେଷ ମହାଜାଗତିକ ଘଟଣା ଘଟିବାକୁ ଯାଉଛି । ଏହି ଦିନ ବୁଧ ଏବଂ ମଙ୍ଗଳଙ୍କ…

କଷ୍ଟ ସହି ନ ପାରି କରିଥିଲେ ଆତ୍ମହତ୍ୟା: ୪ ବର୍ଷ ପରେ ଦୁଇ ଅଭିଯୁକ୍ତ ଗିରଫ

ବଞ୍ଚୋ, ୭।୮ (ପ୍ରଦୋଷ ବିଶ୍ୱାଳ): ଘସିପୁରା ଥାନା କେସ୍ ନଂ-୪୩, ତାରିଖ ୧୫.୦୩.୨୦୨୨ରେ ରୁଜୁ ହୋଇଥିବା ୪ ବର୍ଷ ପୁରୁଣା ଏକ ଚର୍ଚ୍ଚିତ ମାମଲାରେ ଘସିପୁରା ପୋଲିସ…

ପୂର୍ବରୁ ବାହା ହୋଇଥିବା କଥା ଲୁଚାଇ ପ୍ରଲୋଭନ ଦେଇ ରଖୁଥିଲେ ଶାରୀରିକ ସମ୍ପର୍କ: ପରେ…

ବଞ୍ଚୋ, ୭।୮ (ପ୍ରଦୋଷ ବିଶ୍ୱାଳ): ବିବାହର ପ୍ରଲୋଭନ ଦେଇ ଶାରୀରିକ ସମ୍ପର୍କ ସ୍ଥାପନ ଏବଂ ପୂର୍ବରୁ ବିବାହିତ ଥିବା ସତ୍ୟ ଲୁଚାଇ ଠକେଇ କରିବା ଅଭିଯୋଗରେ ଆନନ୍ଦପୁର…

‘ମା’ କ୍ଷୀର ଶିଶୁର ଅଧିକାର, ସୁସ୍ଥ ଭବିଷ୍ୟତର ମୂଳଦୁଆ‘

କେସିଙ୍ଗା, ୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ଦୁର୍ଗାମଣ୍ଡପସ୍ଥିତ ୧୨ ନମ୍ବର ୱାର୍ଡର ଅଙ୍ଗନଓ୍ୱାଡ଼ି କେନ୍ଦ୍ରରେ ଶୁକ୍ରବାର ବିଶ୍ୱ ସ୍ତନ୍ୟପାନ ସପ୍ତାହ-୨୦୨୬ ପାଳନ କରାଯାଇଛି।…

ୟୁଟର୍ନ ମାରିଲେ କଙ୍ଗନା? Gen Z ଙ୍କୁ ନେଇ ଦେଲେ ପୁଣି ବଡ଼ ବୟାନ

ନୂଆଦିଲ୍ଲୀ, ୭।୮: Bjp ସାଂସଦ/ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ ଗତ କିଛି ଦିନ ହେବ ଯୁବପିଢ଼ିଙ୍କ ମଧ୍ୟରେ ବେଶ୍ ଚର୍ଚ୍ଚାରେ ଥିଲେ, କିନ୍ତୁ ତାଙ୍କୁ ଭଲପାଇବା…

ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ଜିଲାପାଳ କହିଲେ ଘଟଣା ପଛରେ ଯେଉଁମାନେ ଅଛନ୍ତି ସେମାନଙ୍କୁ…

ଝରିଗାଁ,୭ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଏକ ଆଦବାସୀ ବହୁଳ ଅଞ୍ଚଳ ଅଟେ। ସରକାର ପିଲାଙ୍କୁ ମାଗଣା ଶିକ୍ଷା ପ୍ରଦାନ ତଥା ଗୁଣାତ୍ମକ ଶିକ୍ଷା ଦେବା ନେଇ…

ସାଉଦି-ତୁର୍କି ଓ ପାକିସ୍ତାନ ଭିତରେ ବଡ଼ ଡିଲ୍‌, ଭାରତକୁ ପଡିପାରେ ବଡ଼ ପ୍ରଭାବ!

ନୂଆଦିଲ୍ଲୀ, ୭।୮: ସାଉଦୀ ସେନା ଏବଂ ସରକାର ସହ ଜଡ଼ିତ ସୂତ୍ରରୁ AFP ସୂଚନା ଦେଇଛି ଯେ ସାଉଦୀ ଆରବ, ତୁର୍କୀ ଏବଂ ପାକିସ୍ତାନ ଶୁକ୍ରବାର ଦିନ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା ପରେ ୟୁସୁଫ ପଠାନ କେଉଁ ପ୍ରମୁଖ ଦାବି କରିଥିଲେ? ଯଦି ଏହା ପୂରଣ ହୁଏ, ତେବେ…

ନୂଆଦିଲ୍ଲୀ,୭।୮: ତୃଣମୂଳ କଂଗ୍ରେସ ଏମପି ୟୁସୁଫ ପଠାନ ତାଙ୍କ ନିର୍ବାଚନମଣ୍ଡଳୀ ସମ୍ପର୍କିତ ସମସ୍ୟାକୁ ନେଇ ପୁଣିଥରେ ଚର୍ଚ୍ଚାରେ ଅଛନ୍ତି। ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri